ସ୍ଥଗିତ ରହିଲା ବସ୍ ଧର୍ମଘଟ, ବାହୁଡା଼ ପର୍ଯ୍ଯନ୍ତ ସମୟ ମାଗିଲେ ମନ୍ତ୍ରୀ ଟୁକୁନି ସାହୁ

The Sakala Picture
Published On

ଭୁବନେଶ୍ବର: ସ୍ଥଗିତ ରହିଲା ବସ୍ ଧର୍ମଘଟ। ୧୦ ଦଫା ଦାବିକୁ ନେଇ ଘରୋଇ ବସ୍‌ ମାଲିକ ସଙ୍ଘ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହିତ ଆଜି ଆଲୋଚନା କରିଛନ୍ତି। ଧର୍ମଘଟ ନ କରିବା ପାଇଁ ଅନୁରୋଧ କରାଯାଇଛି ଏବଂ ବାହୁଡା଼ ପର୍ଯ୍ଯନ୍ତ ସମୟ ମଗାଯାଇଛି ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି। ତାପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା କରାଯିବ। ଆସନ୍ତାକାଲି ସନ୍ଧ୍ୟା ୫ ଟାରେ ସଙ୍ଘର କାର୍ଯ୍ଯକାରିଣୀ ବୈଠକ ବସିବ। ଏହି ବୈଠକରେ […]

ଭୁବନେଶ୍ବର: ସ୍ଥଗିତ ରହିଲା ବସ୍ ଧର୍ମଘଟ। ୧୦ ଦଫା ଦାବିକୁ ନେଇ ଘରୋଇ ବସ୍‌ ମାଲିକ ସଙ୍ଘ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହିତ ଆଜି ଆଲୋଚନା କରିଛନ୍ତି। ଧର୍ମଘଟ ନ କରିବା ପାଇଁ ଅନୁରୋଧ କରାଯାଇଛି ଏବଂ ବାହୁଡା଼ ପର୍ଯ୍ଯନ୍ତ ସମୟ ମଗାଯାଇଛି ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି। ତାପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା କରାଯିବ। ଆସନ୍ତାକାଲି ସନ୍ଧ୍ୟା ୫ ଟାରେ ସଙ୍ଘର କାର୍ଯ୍ଯକାରିଣୀ ବୈଠକ ବସିବ। ଏହି ବୈଠକରେ ଧର୍ମଘଟ ନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ଘରୋଇ ବସ୍ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ୧୦ ଦିନରେ ଚତୁର୍ଥ ଥର ମହଙ୍ଗା ହେଲା ପେଟ୍ରୋଲ-ଡିଜେଲ, ଭୁବନେଶ୍ୱରରେ ୧୦୦ ପାର୍ କଲା ଡିଜେଲ

ମନ୍ତ୍ରୀଙ୍କ ନିବାସରେ ଆୟୋଜିତ ବୈଠକରେ ପରିବହନ ବିଭାଗର ‌ଅତିରିକ୍ତ କମିସନର (ପ୍ରଶାସନ) ଶ୍ରୀନିବାସ ବେହେରା ଓ ଅତିରିକ୍ତ କମିସନର (ଏନ୍‌ଫୋର୍ସମେଣ୍ଟ) ଲାଲମୋହନ ସେଠୀ ଉପସ୍ଥିତ ଥିଲେ। ସେହିପରି ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସଭାପତି ଲୋକନାଥ ପାଣି, ମୁଖପାତ୍ର ଦେବାଶିଷ ନାୟକ, ଜୋନ୍‌ ସେକ୍ରେଟେରି କର୍ଣ୍ଣଟ କିଶୋର ଦାସ ଓ ସଂଘର ଅନ୍ୟ ସଦସ୍ୟ ଥିଲେ।

ଆହୁରି ପଢ଼ନ୍ତୁ: ପୁଣି ଅଶାନ୍ତ ବ୍ରହ୍ମପୁର: ୯ଦିନରେ ୩ ଏନକାଉଣ୍ଟର, ପୁଲିସ ଗୁଳିରେ ଅଭିଯୁକ୍ତ ଜଗା ସାହୁ ଆହତ

26 Jun 2022 By The Sakala

ସ୍ଥଗିତ ରହିଲା ବସ୍ ଧର୍ମଘଟ, ବାହୁଡା଼ ପର୍ଯ୍ଯନ୍ତ ସମୟ ମାଗିଲେ ମନ୍ତ୍ରୀ ଟୁକୁନି ସାହୁ

ଭୁବନେଶ୍ବର: ସ୍ଥଗିତ ରହିଲା ବସ୍ ଧର୍ମଘଟ। ୧୦ ଦଫା ଦାବିକୁ ନେଇ ଘରୋଇ ବସ୍‌ ମାଲିକ ସଙ୍ଘ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ସହିତ ଆଜି ଆଲୋଚନା କରିଛନ୍ତି। ଧର୍ମଘଟ ନ କରିବା ପାଇଁ ଅନୁରୋଧ କରାଯାଇଛି ଏବଂ ବାହୁଡା଼ ପର୍ଯ୍ଯନ୍ତ ସମୟ ମଗାଯାଇଛି ବୋଲି ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି। ତାପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ସଂକ୍ରାନ୍ତରେ ଆଲୋଚନା କରାଯିବ। ଆସନ୍ତାକାଲି ସନ୍ଧ୍ୟା ୫ ଟାରେ ସଙ୍ଘର କାର୍ଯ୍ଯକାରିଣୀ ବୈଠକ ବସିବ। ଏହି ବୈଠକରେ ଧର୍ମଘଟ ନେଇ ନିଷ୍ପତ୍ତି ନିଆଯିବ ବୋଲି ରାଜ୍ୟ ଘରୋଇ ବସ୍ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି।

ମନ୍ତ୍ରୀଙ୍କ ନିବାସରେ ଆୟୋଜିତ ବୈଠକରେ ପରିବହନ ବିଭାଗର ‌ଅତିରିକ୍ତ କମିସନର (ପ୍ରଶାସନ) ଶ୍ରୀନିବାସ ବେହେରା ଓ ଅତିରିକ୍ତ କମିସନର (ଏନ୍‌ଫୋର୍ସମେଣ୍ଟ) ଲାଲମୋହନ ସେଠୀ ଉପସ୍ଥିତ ଥିଲେ। ସେହିପରି ଘରୋଇ ବସ୍‌ ମାଲିକ ସଂଘ ପକ୍ଷରୁ ସଭାପତି ଲୋକନାଥ ପାଣି, ମୁଖପାତ୍ର ଦେବାଶିଷ ନାୟକ, ଜୋନ୍‌ ସେକ୍ରେଟେରି କର୍ଣ୍ଣଟ କିଶୋର ଦାସ ଓ ସଂଘର ଅନ୍ୟ ସଦସ୍ୟ ଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର