ଆସନ୍ତା ୨୭ ତାରିଖରେ ରାଜଧାନୀର ୧ ଲକ୍ଷ ହିତାଧିକାରୀ ପାଇବେ BSKY ସ୍ମାର୍ଟକାର୍ଡ

The Sakala Picture
Published On

ଭୁବନେଶ୍ବର : ଚଳିତ ମାସ ୨୭ତାରିଖରେ ଭୁବନେଶ୍ୱରରେ ବଣ୍ଟାଯିବ (BSKY) ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର  ସ୍ମାର୍ଟକାର୍ଡ। ଭୁବନେଶ୍ବରରେ ପ୍ରାୟ ୧ ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଓକାକ୍‌ ସହଯୋଗରେ ୯୯ଟି ରିଟେଲର ସେଣ୍ଟର ଜରିଆରେ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି । ସବୁ ରାସନ କାର୍ଡଧାରୀ ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର  ସ୍ମାର୍ଟକାର୍ଡ ପାଇବେ । ଖୋର୍ଦ୍ଧା ଜିଲ୍ଲାର ୪୮ଟି ଘରୋଇ ହସ୍ପିଟାଲ ଏହି ଯୋଜନାରେ ସାମିଲ ହେବେ । ବର୍ତ୍ତମାନ ସୁଦ୍ଧା ୩୬ଟି ଘରୋଇ […]

ଭୁବନେଶ୍ବର : ଚଳିତ ମାସ ୨୭ତାରିଖରେ ଭୁବନେଶ୍ୱରରେ ବଣ୍ଟାଯିବ (BSKY) ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର  ସ୍ମାର୍ଟକାର୍ଡ। ଭୁବନେଶ୍ବରରେ ପ୍ରାୟ ୧ ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଓକାକ୍‌ ସହଯୋଗରେ ୯୯ଟି ରିଟେଲର ସେଣ୍ଟର ଜରିଆରେ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି । ସବୁ ରାସନ କାର୍ଡଧାରୀ ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର  ସ୍ମାର୍ଟକାର୍ଡ ପାଇବେ ।

ଆହୁରି ପଢ଼ନ୍ତୁ: କୋଣାର୍କ ସୂର୍ଯ୍ୟମନ୍ଦିରରୁ ବାଲିକଢ଼ା ପ୍ରକ୍ରିୟା: ଗର୍ଭଗୃହକୁ ଟନେଲ୍‌ ନିର୍ମାଣ ଆରମ୍ଭ, ଉଚ୍ଚସ୍ତରୀୟ ବୈଷୟିକ ଟିମ୍ ଅନୁଧ୍ୟାନ ପରେ କଢ଼ାଯିବ ବାଲି

ଖୋର୍ଦ୍ଧା ଜିଲ୍ଲାର ୪୮ଟି ଘରୋଇ ହସ୍ପିଟାଲ ଏହି ଯୋଜନାରେ ସାମିଲ ହେବେ । ବର୍ତ୍ତମାନ ସୁଦ୍ଧା ୩୬ଟି ଘରୋଇ ହସ୍ପିଟାଲ ସହ ଚୁକ୍ତି ସ୍ବାକ୍ଷର ହୋଇଛି । ଏହି ଯୋଜନାରେ ମହିଳାଙ୍କୁ ୧୦ଲକ୍ଷ ଓ ପୁରୁଷଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟସେବା ମିଳିବ । ଆସନ୍ତା ୨୭ ତାରିଖରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବା ନେଇ ସୂଚନା ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।

ଆହୁରି ପଢ଼ନ୍ତୁ: ଟିଟିଲାଗଡ଼ର ମାରଲାଡ୍‌ ବ୍ରିଜ୍ ନିକଟରେ ପିକ୍ଅପ୍ ଭ୍ୟାନ୍-ବାଇକ୍ ଧକ୍କା: ୩ ଶିଶୁ ମୃତ

ସେପ୍ଟେମ୍ବର ପହିଲାରୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ସୁବିଧା ଲାଗୁ ହୋଇଛି । ରାଜ୍ୟର ୯୬ ଲକ୍ଷ ପରିବାରଙ୍କୁ ଦିଆଯିବ କାର୍ଡ । ସାରା ଦେଶରେ ଏପରି ସୁବିଧା ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମାଇଲଷ୍ଟୋନ୍ । ରାଜ୍ୟ ତଥା ରାଜ୍ୟ ବାହାରର ସବୁ ଛୋଟ ବଡ଼ ହସ୍ପିଟାଲରେ ଏହି କାର୍ଡରୁ ସୁବିଧା ପାଇପାରିବେ ହିତାଧିକାରୀ ।

ଆହୁରି ପଢ଼ନ୍ତୁ: ପ୍ଲଟ ବ୍ୟବସାୟୀ ସୁଧିର ପାତ୍ର ହତ୍ୟା ଘଟଣା: ଝିଆରୀ ଓ ପୁତୁରା ସମେତ ୪ ଅଭିଯୁକ୍ତଙ୍କୁ ୨୪ ଘଣ୍ଟିଆ ରିମାଣ୍ଡରେ ନେଲା ପୋଲିସ

13 Nov 2021 By The Sakala

ଆସନ୍ତା ୨୭ ତାରିଖରେ ରାଜଧାନୀର ୧ ଲକ୍ଷ ହିତାଧିକାରୀ ପାଇବେ BSKY ସ୍ମାର୍ଟକାର୍ଡ

ଭୁବନେଶ୍ବର : ଚଳିତ ମାସ ୨୭ତାରିଖରେ ଭୁବନେଶ୍ୱରରେ ବଣ୍ଟାଯିବ (BSKY) ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର  ସ୍ମାର୍ଟକାର୍ଡ। ଭୁବନେଶ୍ବରରେ ପ୍ରାୟ ୧ ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଛି । ଓକାକ୍‌ ସହଯୋଗରେ ୯୯ଟି ରିଟେଲର ସେଣ୍ଟର ଜରିଆରେ କାର୍ଯ୍ୟ ତ୍ବରାନ୍ବିତ କରାଯାଇଛି । ସବୁ ରାସନ କାର୍ଡଧାରୀ ଏହି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର  ସ୍ମାର୍ଟକାର୍ଡ ପାଇବେ ।

ଖୋର୍ଦ୍ଧା ଜିଲ୍ଲାର ୪୮ଟି ଘରୋଇ ହସ୍ପିଟାଲ ଏହି ଯୋଜନାରେ ସାମିଲ ହେବେ । ବର୍ତ୍ତମାନ ସୁଦ୍ଧା ୩୬ଟି ଘରୋଇ ହସ୍ପିଟାଲ ସହ ଚୁକ୍ତି ସ୍ବାକ୍ଷର ହୋଇଛି । ଏହି ଯୋଜନାରେ ମହିଳାଙ୍କୁ ୧୦ଲକ୍ଷ ଓ ପୁରୁଷଙ୍କୁ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ବାସ୍ଥ୍ୟସେବା ମିଳିବ । ଆସନ୍ତା ୨୭ ତାରିଖରେ ସ୍ମାର୍ଟ କାର୍ଡ ବଣ୍ଟନ କରାଯିବା ନେଇ ସୂଚନା ଦେଇଛନ୍ତି ବିଏମସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ।

ସେପ୍ଟେମ୍ବର ପହିଲାରୁ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ସୁବିଧା ଲାଗୁ ହୋଇଛି । ରାଜ୍ୟର ୯୬ ଲକ୍ଷ ପରିବାରଙ୍କୁ ଦିଆଯିବ କାର୍ଡ । ସାରା ଦେଶରେ ଏପରି ସୁବିଧା ଦେବାରେ ଓଡ଼ିଶା ପ୍ରଥମ ରାଜ୍ୟ । ଦେଶର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମାଇଲଷ୍ଟୋନ୍ । ରାଜ୍ୟ ତଥା ରାଜ୍ୟ ବାହାରର ସବୁ ଛୋଟ ବଡ଼ ହସ୍ପିଟାଲରେ ଏହି କାର୍ଡରୁ ସୁବିଧା ପାଇପାରିବେ ହିତାଧିକାରୀ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର