ଭୁବନେଶ୍ୱରରୁ ୪୦ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ

Madhusudan Das Picture
Published On

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଜବତ ହେଲା ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗର । ପ୍ରାୟ ୪୦୦ ଗ୍ରାମ ବ୍ରାଉନସୁଗର ଜବତ କଲା ସ୍ପେଶାଲ କ୍ରାଇମ ୟୁନିଟ । ଜଣେ ବ୍ରାଉନସୁଗର ବେପାରୀକୁ ଗିରଫ କରିଛି କ୍ରାଇମ ୟୁନିଟ । ତା‘ ନିକଟରୁ ୪୦୦ ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି।  ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲେଶ୍ୱର ଅଞ୍ଚଳର ସେକ ଆକବର । ତାଙ୍କୁ ଭୁବନେଶ୍ବର ଶ୍ରୀଲିଙ୍ଗରାଜ ଷ୍ଟେସନରୁ ଏସସିୟୁ ୟୁନିଟ କାବୁ କରିଛି ।

ଆହୁରି ପଢ଼ନ୍ତୁ: ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପଇତାଲାଗି ନୀତି; ୫ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ଟୁଇନ ସିଟିରେ ଧଳାଜହର କାରବାର ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହୋଇଥିବା ବେଳେ ମାଡି ବସିଲା ସ୍ପେଶାଲ କ୍ରାଇମ ୟୁନିଟ । ଅଭିଯୁକ୍ତର ନାଁ ଶେଖ ଆକବର । ଘର ବାଲେଶ୍ଵର ଜିଲ୍ଲା ଅନ୍ତର୍ଗତ ସହଦେଵ ଖୁଣ୍ଟା । ଅନ୍ୟତମ ସହଯୋଗୀ ଶେଖ ସାଦିକ ଫେରାର ହୋଇଯାଇଥିବା ବେଳେ ତାକୁ ଧରିବା ପାଇଁ ଆରମ୍ଭ ହୋଇଛି ଛାନଭିନ । ନିଶା ସିଣ୍ଡିକେଟ ଚଳାଉଥିବା ବ୍ୟକ୍ତିଙ୍କୁ ଗିରଫ ସହ ତା ବିରୋଧରେ ଦଣ୍ଡ ବିଧାନକୁ ବ୍ୟାପକ କରିବା ପାଇଁ ଉଦ୍ୟମ ଚାଲିଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର।  

ଆହୁରି ପଢ଼ନ୍ତୁ: ପୁତ୍ର ସନ୍ତାନ ଜନ୍ମ ହେଲାନି ବୋଲି ୫ ଝିଅ ସହ ପତ୍ନୀଙ୍କୁ ଘରୁ ତଡ଼ିଦେଲା ସ୍ବାମୀ

Join Us @ WhatsApp

About The Author

Google News
Join Us @ WhatsApp