ରାଜଧାନୀରୁ ଜବତ ହେଲା ୪୦ ଲକ୍ଷ ଟଙ୍କାର ବ୍ରାଉନସୁଗାର
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ବାଲେଶ୍ଵରର ଜଳେଶ୍ବରରୁ ରାଜଧାନୀ ଆସୁଥିବା ବେଳେ ସ୍କ୍ବାଡ ଧରିଥିବା ସୂଚନା ମିଳିଛି । ବ୍ରାଉନସୁଗାର କାରବାର ଘଟଣାରେ ୨ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ। ଘଟଣାରେ କିଙ୍ଗପିନ ପାଖରେ ପହଞ୍ଚିବା ପାଇଁ ଅନ୍ୟ ସ୍ଥାନରେ ଚଢ଼ାଉ ଚାଲିଛି। କେଉଁଆଡ଼େ ଏତେ ପରିମାଣର […]
ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ବରରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଛି । ଜବତ ହୋଇଥିବା ବ୍ରାଉନସୁଗାରର ମୂଲ୍ୟ ପ୍ରାୟ ୪୦ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ବାଲେଶ୍ଵରର ଜଳେଶ୍ବରରୁ ରାଜଧାନୀ ଆସୁଥିବା ବେଳେ ସ୍କ୍ବାଡ ଧରିଥିବା ସୂଚନା ମିଳିଛି । ବ୍ରାଉନସୁଗାର କାରବାର ଘଟଣାରେ ୨ ଯୁବକଙ୍କୁ ଅଟକ ରଖି ପଚରା ଉଚରା କରୁଛି ପୋଲିସ। ଘଟଣାରେ କିଙ୍ଗପିନ ପାଖରେ ପହଞ୍ଚିବା ପାଇଁ ଅନ୍ୟ ସ୍ଥାନରେ ଚଢ଼ାଉ ଚାଲିଛି। କେଉଁଆଡ଼େ ଏତେ ପରିମାଣର ବ୍ରାଉନ ସୁଗାର ଚାଲାଣ ହେଉଥିଲା ସେ ନେଇ ଚାଲିଛି ତଦନ୍ତ। ଏହି କାରବାର ପଛରେ କିଛି ଇଞ୍ଜିନିୟରିଂ ପିଲାଙ୍କ ସଂପୃକ୍ତି ନେଇ ଖୋଳତାଡ଼ କରୁଛି ପୋଲିସ।






