ମାଗଣା ଘୋଷଣା କଲେ ହେଲେ ଯୋଗାଣ ନାହିଁ, ଟିକା ନ ପାଇ କେନ୍ଦ୍ର ଆଗରେ ବିକ୍ଷୋଭ କରୁଛନ୍ତି ହିତାଧିକାରୀ

The Sakala Picture
Published On

ଭୁବନେଶ୍ୱର : ଆରମ୍ଭରୁ ଝୁଣ୍ଟିଲାଣି ମାଗଣା ବୁଷ୍ଟର ଟିକାକରଣ। ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କ ପାଇଁ ମାଗଣାରେ ୭୫ ଦିନ ବୁଷ୍ଟର ଡୋଜ୍‍ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଦେଲେ; କିନ୍ତୁ ଟିକା ଯୋଗାଇବାକୁ ଭୁଲିଗଲେ। ଫଳରେ ରାଜ୍ୟରେ ଟିକା ନେବାକୁ ଡାକ୍ତରଖାନାଗୁଡ଼ିକରେ ଲୋକମାନଙ୍କ ଧାଡ଼ି ଲାଗିଥିବାବେଳେ ଆବଶ୍ୟକ ପରିମାଣର ଟିକା ଅଭାରୁ ଟିକାକରଣ ବାଧାପ୍ରାପ୍ତ ହୋଇଛି। ଆସନ୍ତାକାଲି ଅର୍ଥାତ୍‍ ସୋମବାର ଅଧିକାଂଶ ଜିଲ୍ଲାରେ ଟିକାଦାନ କେନ୍ଦ୍ର ବନ୍ଦ ରହିବା ଆଶଙ୍କା ସୃଷ୍ଟି ହୋଇଛି। କୋଭିଡ୍‍ […]

ଭୁବନେଶ୍ୱର : ଆରମ୍ଭରୁ ଝୁଣ୍ଟିଲାଣି ମାଗଣା ବୁଷ୍ଟର ଟିକାକରଣ। ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତଙ୍କ ପାଇଁ ମାଗଣାରେ ୭୫ ଦିନ ବୁଷ୍ଟର ଡୋଜ୍‍ ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଦେଲେ; କିନ୍ତୁ ଟିକା ଯୋଗାଇବାକୁ ଭୁଲିଗଲେ। ଫଳରେ ରାଜ୍ୟରେ ଟିକା ନେବାକୁ ଡାକ୍ତରଖାନାଗୁଡ଼ିକରେ ଲୋକମାନଙ୍କ ଧାଡ଼ି ଲାଗିଥିବାବେଳେ ଆବଶ୍ୟକ ପରିମାଣର ଟିକା ଅଭାରୁ ଟିକାକରଣ ବାଧାପ୍ରାପ୍ତ ହୋଇଛି। ଆସନ୍ତାକାଲି ଅର୍ଥାତ୍‍ ସୋମବାର ଅଧିକାଂଶ ଜିଲ୍ଲାରେ ଟିକାଦାନ କେନ୍ଦ୍ର ବନ୍ଦ ରହିବା ଆଶଙ୍କା ସୃଷ୍ଟି ହୋଇଛି। କୋଭିଡ୍‍ ସଂକ୍ରମଣ ବଢ଼଼ୁଥିବାରୁ ବୁଷ୍ଟର ଡୋଜ୍‍ ନେବା ପାଇଁ ଲୋକଙ୍କ ମଧ୍ୟରେ ଆଗ୍ରହ ପ୍ରକାଶ ପାଉଛି। ଏପଟେ ଟିକାର ଘୋର ଅଭାବ ଯୋଗୁଁ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ସୋମବାର ଟିକାକରଣ କେନ୍ଦ୍ରରେ ତାଲା ଝୁଲିବା ପରିସ୍ଥିତି ସୃଷ୍ଟି ହୋଇଛି। କେତେକ ଜାଗାରେ ହିତାଧିକାରୀ ନ ପାଇ କେନ୍ଦ୍ରରେ ତାଲା ପକାଇବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଟିକା ଅଭାବ ପୂରଣ ପାଇଁ ରାଜ୍ୟ ସରକାର କେନ୍ଦ୍ରକୁ ପତ୍ର ଲେଖି ଅନୁରୋଧ କରିଛନ୍ତି; କିନ୍ତୁ ଟିକା ପହଞ୍ଚିପାରୁ ନାହିଁ। ପରିସ୍ଥିତିକୁ ଦେଖି ସ୍ୱାସ୍ଥ୍ୟ ବିଭାଗ ସେସନ୍‍ ସାଇଟ୍‍ ସଂଖ୍ୟା ପ୍ରାୟ ୫୦% ହ୍ରାସ କରିବାକୁ ବାଧ୍ୟ ହୋଇଛନ୍ତି। ଫଳରେ ଜନ ଅସନ୍ତୋଷ ତେଜିବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ସ୍ତ୍ରୀକୁ ନେବାକୁ ଆସିଥିଲା ସ୍ୱାମୀ, ମୁହଁରେ ରଙ୍ଗ ବୋଳି ବେକରେ ଜୋତାମାଳ ପିନ୍ଧାଇ ଗାଁରେ ବୁଲାଇଲା ଶ୍ୱଶୁର

କିଛି ଦିନ ପୂର୍ବରୁ କୋଭିଡ୍‍ ଟିକାକରଣ କେନ୍ଦ୍ରରେ ଆଦୌ ଭିଡ଼ ନଥିଲା। ତେବେ କୋଭିଡ୍‍ ସଂକ୍ରମଣ ବଢ଼଼ିବା ପରେ ଟିକା କେନ୍ଦ୍ରରେ ଭିଡ଼ ଆରମ୍ଭ ହେଲା। ମାଗଣାରେ ବୁଷ୍ଟର ଡୋଜ୍‍ ପାଉଥିବା ସ୍ୱାସ୍ଥ୍ୟକର୍ମୀ, ସମ୍ମୁଖ ଯୋଦ୍ଧା ଏବଂ ୬୦ ବର୍ଷରୁ ଊର୍ଦ୍ଧ୍ବ ଲୋକ ଆସୁଥିଲେ। ଦୈନିକ ହାରାହାରି ୪୫୦୦୦ ଡୋଜ୍‍ ଦିଆଯାଉଥିଲା। ତେବେ ତୃତୀୟ ଡୋଜ୍‍ ମାଗଣାରେ ଦେବା ନେଇ କେନ୍ଦ୍ର ସରକାର ଘୋଷଣା କରିବା ପରେ ଶୁକ୍ରବାର ଠାରୁ ତୃତୀୟ ଡୋଜ୍‍ ନେବା ଲାଗି ଟିକାଦାନ କେନ୍ଦ୍ରରେ ଗହଳି ଆରମ୍ଭ ହୋଇଥିଲା। ପ୍ରଥମ ଦିନରେ ୧୮-୫୯ ବର୍ଷର ଲୋକଙ୍କୁ ୯୩,୯୨୮ ଡୋଜ୍‍ ଦିଆଯାଇ ଥିବା ବେଳେ ଶନିବାର ଦିନ ୧,୨୮,୨୧୩ ଡୋଜ୍‍ ଦିଆଯାଇ ଥିଲା। ଶୁକ୍ରବାର ଦିନ ୨୨୧୨ ଏବଂ ଶନିବାର ଦିନ ୨୩୦୯ କେନ୍ଦ୍ରରେ ଟିକା ଦିଆଯାଇଥିଲା। ସବୁ ବର୍ଗର ହିତାଧିକାରୀଙ୍କୁ ମିଶାଇ ରାଜ୍ୟରେ ଆଜି ସୁଦ୍ଧା ୨୦,୯୭୯୮୨ ଡୋଜ୍‍ ବୁଷ୍ଟର ଅବା ପ୍ରତିଷେଧକ ଡୋଜ୍‍ ଦିଆଗଲାଣି। ପ୍ରଥମ ଦିନରୁ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲାରେ ଶୀଘ୍ର ମାଗଣା ଟିକା ଶେଷ ହୋଇଯାଇଥିଲା। ପରିସ୍ଥିତିକୁ ଦେଖି ରବିବାର ଦିନ ସେସନ୍‍ ସାଇଟ୍‍ ସଂଖ୍ୟା ୧୧୦୦କୁ କମାଇ ଦିଆଯାଇଛି। ଟିକା ନ ଥିବାରୁ ବାଲେଶ୍ୱରରେ ବିଭିନ୍ନ ସେସନ୍‍ ସାଇଟ୍‍ରେ ଲୋକେ ହୋ ହାଲ୍ଲା କରିଥିଲେ। ପରିସ୍ଥିତି ଖରାପ ହେବା ପୂର୍ବରୁ ସୋମବାର ଦିନ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ ବୋଲି ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଅନ୍‍ ସ୍ପଟ୍‍ ଟିକାକରଣ ବନ୍ଦ କରି ଅନ୍‍ଲାଇନ୍‍ ସ୍ଲଟ୍‍ ବୁକ୍‍ କରିଥିବା ଲୋକଙ୍କୁ ଟିକା ଦେବା ନେଇ ଅଧିକାଂଶ ଜିଲ୍ଲା ପ୍ରଶାସନ ଘୋଷଣା କରିଛନ୍ତି। ଆଉ କିଛି ଜିଲ୍ଲା ପ୍ରଶାସନ ପକ୍ଷରୁ ସୋମବାର ଟିକାକରଣ ନେଇ କୌଣସି ଆଗୁଆ ସୂଚନା ଦିଆଯାଇ ନାହିଁ। ଯେଉଁ ଜିଲ୍ଲାରେ ବି ଟିକାକରଣ ଜାରି ରହିଛି ସେଠାରେ ସେସନ୍‍ ସାଇଟ୍‍ ସଂଖ୍ୟା ହ୍ରାସ କରାଯାଇଛି।

ଆହୁରି ପଢ଼ନ୍ତୁ: ଖଣି ଆଇନ ସଂଶୋଧନକୁ ବିରୋଧ: ୯ରେ ଲୋକଭବନ ସମ୍ମୁଖରେ ବିଜେଡିର ଗଣଧାରଣା

ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ପ୍ରଫେସର ବିଜୟ ପାଣିଗ୍ରାହୀ କହିଛନ୍ତି ଯେ ଟିକା ନ ଥିବାରୁ ପ୍ରତିଷେଧକ ଡୋଜ୍‍ ସେବାରେ ସମସ୍ୟା ହେଉଛି। ଆଶାନୁରୂପ ଟିକାକରଣ ହୋଇପାରୁ ନାହିଁ। ପର୍ଯ୍ୟାପ୍ତ ଟିକାକରଣ ପାଇଁ ଆମେ ପ୍ରସ୍ତୁତ ରହିଛୁ; କିନ୍ତୁ ଟିକା ଅଭାବ ଏଥିରେ ବାଧକ ସାଜିଛି। ଓଡ଼ିଶାକୁ ଅଧିକ ଟିକା ପହଞ୍ଚାଇବା ପାଇଁ ଆମେ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟକୁ ପତ୍ର ଲେଖି ଦୁଇ ଦିନ ହେଲା ଅନୁରୋଧ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଟିକା ଆସି ପହଞ୍ଚି ନାହିଁ। ତେଣୁ ଆଗାମୀ ୫/୭ ଦିନ ପର୍ଯ୍ୟନ୍ତ ଟିକା ଅଭାବ ଦେଖା ଦେବା ସମ୍ଭାବନା ରହିଛି ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି। ଅପରପକ୍ଷେ ବିଜେଡି ମୁଖପାତ୍ର ଡାକ୍ତର ହରିଶ ଚୌଧୁରୀ କହିଛନ୍ତି, କେନ୍ଦ୍ର ସରକାର ମାଗଣାରେ ପ୍ରତିଷେଧକ ଡୋଜ୍‍ ଦେବା ଲାଗି ଘୋଷଣା କରିବା ସ୍ୱାଗତଯୋଗ୍ୟ ପଦକ୍ଷେପ। କିନ୍ତୁ ଏହି ଘୋଷଣା ପୂର୍ବରୁ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ମାନଙ୍କୁ ପର୍ଯ୍ୟାପ୍ତ ଟିକା ପଠାଇବା ଜରୁରୀ ଥିଲା। ତିନି ଦିନ ହେଲା ମାଗଣାରେ ପ୍ରତିଷେଧକ ଡୋଜ୍‍ ଟିକାକରଣ ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ଏବେ ଟିକା ଆସି ପହଞ୍ଚିଯିବା କଥା। ଖାଲି ଘୋଷଣା କରିଦେଲେ ହେବ ନାହିଁ ଏଥିପାଇଁ ଆଗୁଆ ପ୍ରସ୍ତୁତି ଆବଶ୍ୟକ ଥିଲା ଯେଉଁଥିରେ କେନ୍ଦ୍ର ସରକାର ବିଫଳ ହୋଇଛନ୍ତି। ଯେଉଁଥିପାଇଁ ଲୋକଙ୍କ ମଧ୍ୟରେ ରୋଷ ଦେଖାଦେବା ସ୍ୱାଭାବିକ କଥା। ଅଧିକାଂଶ ଲୋକ ବର୍ଷେ ପୂର୍ବରୁ ଦ୍ୱିତୀୟ ଡୋଜ୍‍ ନେଇଛନ୍ତି। ଏବେ ରାଜ୍ୟରେ କୋଭିଡ୍‍ ସଂକ୍ରମଣ ବଢ଼଼ୁଥିବାରୁ ପ୍ରତିଷେଧକ ଡୋଜ୍‍ ନେବା ପାଇଁ ଲୋକଙ୍କ ଗହଳି ଲାଗୁଛି ବୋଲି ଡ଼ା ଚୌଧୁରୀୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର