ବାଉଁଶବାଡ଼ିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପିତା

The Sakala Picture
Published On

ଡ଼େରାବିଶ : ଡ଼େରାବିିଶ ବ୍ଲକ ଲକ୍ଷ୍ମୀନାରାୟଣପୁର ପଂଚାୟତ ଛଚିଣା (ମିର୍ଜାପାଟଣା)ଗ୍ରାମର ଜୈନିକ ଯୁବକଙ୍କ ମୃତଦେହ ଏକ ବାଉଁଶବାଡ଼ିରୁ ଉଦ୍ଧାର ହୋଇଥିବା ବେଳେ ପରିବାରଙ୍କ ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଉକ୍ତ ଘଟଣାଟି ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଡ଼େରାବିଶ ଥାନା ପୋଲିସ୍ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି । ଘଟଣାରୁ ପ୍ରକାଶ ଯେ ଛଚିଣା ଗ୍ରାମର ବାନାମ୍ବର ଦାସ ଡ଼େରାବିିଶ ଥାନାରେ ଲିଖିତ ଏତଲା କରି ତାଙ୍କ ପୁଅ ମହେନ୍ଦ୍ର ଦାସ(୩୫)କୁ […]

ଡ଼େରାବିଶ : ଡ଼େରାବିିଶ ବ୍ଲକ ଲକ୍ଷ୍ମୀନାରାୟଣପୁର ପଂଚାୟତ ଛଚିଣା (ମିର୍ଜାପାଟଣା)ଗ୍ରାମର ଜୈନିକ ଯୁବକଙ୍କ ମୃତଦେହ ଏକ ବାଉଁଶବାଡ଼ିରୁ ଉଦ୍ଧାର ହୋଇଥିବା ବେଳେ ପରିବାରଙ୍କ ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଉକ୍ତ ଘଟଣାଟି ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଡ଼େରାବିଶ ଥାନା ପୋଲିସ୍ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି । ଘଟଣାରୁ ପ୍ରକାଶ ଯେ ଛଚିଣା ଗ୍ରାମର ବାନାମ୍ବର ଦାସ ଡ଼େରାବିିଶ ଥାନାରେ ଲିଖିତ ଏତଲା କରି ତାଙ୍କ ପୁଅ ମହେନ୍ଦ୍ର ଦାସ(୩୫)କୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବା ଦର୍ଶାଇଛନ୍ତି । ଏତଲା ଅନୁସାରେ ଗତକାଲି ରାତି ୯ଘଟିକା ସମୟରେ ମହେନ୍ଦ୍ର ଖାଇସାରି ପାଖରୁ ଆସୁଛି କହି ଘରୁ ଯାଇଥିଲା । ମାତ୍ର ରାତିରେ ଫେରିନଥିଲା । ଘରଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ମହେନ୍ଦ୍ରର କିଛି ସନ୍ଧାନ ମିଳିନଥିଲା । ମାତ୍ର ଆଜି ସକାଳୁ ଘର ନିକଟସ୍ଥ ଏକ ବାଉଁଶ ବୁଦାମୂଳେ ମହେନ୍ଦ୍ରର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏ ନେଇ ମୃତ ମହେନ୍ଦ୍ରର ପିତା ବାନାମ୍ବର ଡ଼େରାବିଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଡ଼େରାବିଶ ଥାନା ଅଧିକାରୀ ସୁମନ୍ତ କିଶାନଙ୍କ ସମେତ କେନ୍ଦ୍ରାପଡ଼ା ଏସ୍‌.ଡ଼ି.ପି.ଓ ରାଜୀବଲୋଚନ ପଣ୍ଡା ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ ।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ମୃତଦେହ ଅବସ୍ଥିତ ପାରିପାଶ୍ୱିର୍କ ଅବସ୍ଥାରୁ ମହେନ୍ଦ୍ରକୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି । ମୃତ ମହେନ୍ଦ୍ରର ବେକ ଓ ମୁଣ୍ଡରେ ବହୁ କ୍ଷତଚିହ୍ନଥିବାରୁ କେହି ଅମାନୁସିକ ଭାବେ ବାଡ଼େଇ ବାଡ଼େଇ ହତ୍ୟା କରିଥିବା ଅନୁମାନ କରାଯାଉଛି । ପରେ ସାଇନ୍‌ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ କରି ଫେରିଛନ୍ତି । ରିପୋର୍ଟ ଲେଖା ହେଲାବେଳକୁ କେହି ଉକ୍ତ ଘଟଣାରେ ଗିରଫ ହୋଇନଥିବା ଜଣାଯାଇଛି । ମୃତ ମହେନ୍ଦ୍ରର ଶବକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଏହି ଘଟଣା ଅନୈତିକ ସମ୍ପର୍କକୁ ନେଇ ଘଟିଥିବା ଶୁଣିବାକୁ ମିଳିଛି ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

30 May 2021 By The Sakala

ବାଉଁଶବାଡ଼ିରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ପିତା

ଡ଼େରାବିଶ : ଡ଼େରାବିିଶ ବ୍ଲକ ଲକ୍ଷ୍ମୀନାରାୟଣପୁର ପଂଚାୟତ ଛଚିଣା (ମିର୍ଜାପାଟଣା)ଗ୍ରାମର ଜୈନିକ ଯୁବକଙ୍କ ମୃତଦେହ ଏକ ବାଉଁଶବାଡ଼ିରୁ ଉଦ୍ଧାର ହୋଇଥିବା ବେଳେ ପରିବାରଙ୍କ ପକ୍ଷରୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଉକ୍ତ ଘଟଣାଟି ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଡ଼େରାବିଶ ଥାନା ପୋଲିସ୍ ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଛି । ଘଟଣାରୁ ପ୍ରକାଶ ଯେ ଛଚିଣା ଗ୍ରାମର ବାନାମ୍ବର ଦାସ ଡ଼େରାବିିଶ ଥାନାରେ ଲିଖିତ ଏତଲା କରି ତାଙ୍କ ପୁଅ ମହେନ୍ଦ୍ର ଦାସ(୩୫)କୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବା ଦର୍ଶାଇଛନ୍ତି । ଏତଲା ଅନୁସାରେ ଗତକାଲି ରାତି ୯ଘଟିକା ସମୟରେ ମହେନ୍ଦ୍ର ଖାଇସାରି ପାଖରୁ ଆସୁଛି କହି ଘରୁ ଯାଇଥିଲା । ମାତ୍ର ରାତିରେ ଫେରିନଥିଲା । ଘରଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ମହେନ୍ଦ୍ରର କିଛି ସନ୍ଧାନ ମିଳିନଥିଲା । ମାତ୍ର ଆଜି ସକାଳୁ ଘର ନିକଟସ୍ଥ ଏକ ବାଉଁଶ ବୁଦାମୂଳେ ମହେନ୍ଦ୍ରର ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଏ ନେଇ ମୃତ ମହେନ୍ଦ୍ରର ପିତା ବାନାମ୍ବର ଡ଼େରାବିଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ଡ଼େରାବିଶ ଥାନା ଅଧିକାରୀ ସୁମନ୍ତ କିଶାନଙ୍କ ସମେତ କେନ୍ଦ୍ରାପଡ଼ା ଏସ୍‌.ଡ଼ି.ପି.ଓ ରାଜୀବଲୋଚନ ପଣ୍ଡା ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଥିଲେ ।

ମୃତଦେହ ଅବସ୍ଥିତ ପାରିପାଶ୍ୱିର୍କ ଅବସ୍ଥାରୁ ମହେନ୍ଦ୍ରକୁ କେହି ହତ୍ୟା କରିଥିବା ଅନୁମାନ କରାଯାଉଛି । ମୃତ ମହେନ୍ଦ୍ରର ବେକ ଓ ମୁଣ୍ଡରେ ବହୁ କ୍ଷତଚିହ୍ନଥିବାରୁ କେହି ଅମାନୁସିକ ଭାବେ ବାଡ଼େଇ ବାଡ଼େଇ ହତ୍ୟା କରିଥିବା ଅନୁମାନ କରାଯାଉଛି । ପରେ ସାଇନ୍‌ଟିଫିକ୍ ଟିମ୍ ଘଟଣା ସ୍ଥଳରେ ପହଁଚି ତଦନ୍ତ କରି ଫେରିଛନ୍ତି । ରିପୋର୍ଟ ଲେଖା ହେଲାବେଳକୁ କେହି ଉକ୍ତ ଘଟଣାରେ ଗିରଫ ହୋଇନଥିବା ଜଣାଯାଇଛି । ମୃତ ମହେନ୍ଦ୍ରର ଶବକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ତେବେ ଏହି ଘଟଣା ଅନୈତିକ ସମ୍ପର୍କକୁ ନେଇ ଘଟିଥିବା ଶୁଣିବାକୁ ମିଳିଛି ।

https://www.thesakala.in/latest-odisha-news/body-of-the-young-man-was-recovered-suspicion-of-murder/article-2510
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର