ଘରୁ ଅବସରପ୍ରାପ୍ତ ନର୍ସଙ୍କ ମୃତଦେହ ଉଦ୍ଧାର, ଲୁଟ୍ କରିବା ପରେ ଦୁର୍ବୁତ୍ତମାନେ ହତ୍ୟା କରିଥିବା ସନ୍ଦେହ

Madhusudan Das Picture
Published On

ଧର୍ମଗଡ଼: ଅବସରପ୍ରାପ୍ତ ନର୍ସଙ୍କ ମୃତଦେହ ଉଦ୍ଧାର । ଘରୁ ଲୁଟ୍ ବେଳେ ପ୍ରତିବାଦ କରିବାରୁ ମହିଳାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । କଳାହାଣ୍ଡି ଜିଲା ଧର୍ମଗଡ଼ ଥାନା ଅନ୍ତର୍ଗତ ଗଡ଼ିଆଜୋର ଗାଁରୁ ଆସିଛି ଏଭଳି ଏକ ଦୁଃଖଦ ଘଟଣା  । ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି । ମୃତ ମହିଳାଙ୍କ ନାଁ ସୁଚିତ୍ରା ଖୁଣ୍ଟିଆ ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ସ୍ୱାମୀ ଓ ପୁଅ ବାହାରେ ରହୁଥିବା ଜଣାପଡ଼ିଛି ।

ଆହୁରି ପଢ଼ନ୍ତୁ: ଭଦ୍ରକରେ ପୋଲିସର ଏନକାଉଣ୍ଟର୍: ଦୁର୍ଦ୍ଦାନ୍ତ ଅପରାଧୀ କମଳାକାନ୍ତ ଦାସ ଓରଫ ବୁଦ୍ଧିଆ ଆହତ

ସୂଚନା ଅନୁସାରେ, ଘରେ ଏକାକୀ ରହୁଥିଲେ ଅବସରପ୍ରାପ୍ତ ଏଏନଏମ ସୁପର ଭାଇଜର ସୁଚିତ୍ରା ଖୁଣ୍ଟିଆ । ଦୁର୍ବୃତ୍ତ ମାନେ ଘରେ ପଶି ପ୍ରଥମେ ଲୁଟ୍ କରିଥିଲେ । ଏହାପରେ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ସକାଳୁ ସକାଳୁ ଘର ଆଗରେ ମୃତଦେହ ପଡିଥିବାର ଦେଖିଥିଲେ ସ୍ଥାନୀୟ ଲୋକେ । ଏହାପରେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । 

ଆହୁରି ପଢ଼ନ୍ତୁ: ମାଲକାନଗିରିରେ ୯ ଦିନ ପରେ ଫେରିଲା ଇଣ୍ଟରନେଟ ସେବା, ଆଶ୍ୱସ୍ତ ହେଲେ ଜିଲ୍ଲାବାସୀ...

Join Us @ WhatsApp

About The Author

Google News
Join Us @ WhatsApp