ରାଜରାସ୍ତାରୁ ଷଣ୍ଢ ହଟାଇବ ବିଏମସି, ୫ କୋଟି ଟଙ୍କାରେ ନିର୍ମିତ ହେବ ଦ୍ୱିତୀୟ କାଞ୍ଚିଆହୁଦା ଓ ଗୋଶାଳା

The Sakala Picture
Published On

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ଆଉ ରହିବନି ବୁଲା ଷଣ୍ଢଙ୍କ ଦୌରାତ୍ମ୍ୟ । ଷଣ୍ଢଙ୍କ ଯୋଗଁ ଉପୁଜୁଛି ଟ୍ରାଫିକ ସମସ୍ୟାକୁ ନଜରକୁ ନେଇ  ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛି ବିଏମସି । ଖୁବଶୀଘ୍ର ଭୁବନେଶ୍ବରରେ  ସ୍ଥାପନ ହେବ ଦ୍ୱିତୀୟ କାଞ୍ଜିଆହୁଦା ଓ ଗୋଶାଳା । ବିନିଯୋଗ ହେବ ପ୍ରାୟ ୫ କୋଟି ଟଙ୍କା ।ବିତୀୟ କାଞ୍ଜିଆ ହୁଦା ସହ ବିକାଶ ହେବ ଜାମୁକୋଳି ଗୋଶାଳା । ଯାହା ଫଳରେ ରାଜଧାନୀ ରାଜରାସ୍ତାରେ ବୁଲୁଥିବା ଗୋରୁଗାଈ ଓ ଷଣ୍ଢଙ୍କୁ […]

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ଆଉ ରହିବନି ବୁଲା ଷଣ୍ଢଙ୍କ ଦୌରାତ୍ମ୍ୟ । ଷଣ୍ଢଙ୍କ ଯୋଗଁ ଉପୁଜୁଛି ଟ୍ରାଫିକ ସମସ୍ୟାକୁ ନଜରକୁ ନେଇ  ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛି ବିଏମସି । ଖୁବଶୀଘ୍ର ଭୁବନେଶ୍ବରରେ  ସ୍ଥାପନ ହେବ ଦ୍ୱିତୀୟ କାଞ୍ଜିଆହୁଦା ଓ ଗୋଶାଳା । ବିନିଯୋଗ ହେବ ପ୍ରାୟ ୫ କୋଟି ଟଙ୍କା ।ବିତୀୟ କାଞ୍ଜିଆ ହୁଦା ସହ ବିକାଶ ହେବ ଜାମୁକୋଳି ଗୋଶାଳା । ଯାହା ଫଳରେ ରାଜଧାନୀ ରାଜରାସ୍ତାରେ ବୁଲୁଥିବା ଗୋରୁଗାଈ ଓ ଷଣ୍ଢଙ୍କୁ ସେଠାରେ ସୁବିଧାରେ ରଖାଯାଇପାରିବ।

ଆହୁରି ପଢ଼ନ୍ତୁ: ଭିସୁଟରେ ପୁଣି ରାଗିଂ ଅଭିଯୋଗ, ଅଭିଯୁକ୍ତ ୪ ସିନିଅର ଛାତ୍ରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କଲା କର୍ତ୍ତୃପକ୍ଷ

ରାଜଧାନୀର ରାଜରାସ୍ତାରେ ବୁଲା ଷଣ୍ଢଙ୍କ ଉପଦ୍ରବ ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜିବା ସହ ଅତିଷ୍ଠ ହେଲେଣି ରାଜଧାନିବାସୀ । ଅନେକ ସମୟରେ ଷଣ୍ଢଙ୍କ ଆକ୍ରମଣର ଶିକାର ହେଉଛନ୍ତି ଲୋକେ । ସମସ୍ୟାର ସମାଧାନ ପାଇଁ ବିଏମସିର ଷଣ୍ଢଧରା ଅଭିଯାନକୁ ବ୍ୟାପକ କରିବାକୁ ଦାବି ହୋଇଛି । ଅଧିକ ସଂଖ୍ୟାରେ କାଞ୍ଜିଆହୁଦା ଓ ଗୋଶାଳା ନିର୍ମାଣ କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ମତ ଦେଇଛନ୍ତି ଲୋକେ ।

ଆହୁରି ପଢ଼ନ୍ତୁ: ଓସମା କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ: ଲୋୟର ପିଏମଜିରେ ଗର୍ଜିଲେ ଶତାଧିକ କର୍ମଚାରୀ

ବିଏମସିର ସ୍ୱତନ୍ତ୍ର ଟିମ ଜରିଆରେ ନିୟମିତ ଷଣ୍ଢଙ୍କୁ ଧରି ଭୁବନେଶ୍ୱର ଉପକଣ୍ଠ ଜାମୁକୋଳି ସ୍ଥିତ ଗୋଶାଳାରେ ରଖାଯାଉଛି । ତଥାପି ସେମାନଙ୍କ ଉପଦ୍ରବ ହ୍ରାସ ପାଉନାହିଁ । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଜାମୁକୋଳି ଗୋଶାଳାରେ ୨ କୋଟି ୮୦ଲକ୍ଷ ଟଙ୍କା ବିନିଯୋଗରେ ଅଧିକ ୫ଟି ସେଡ୍ ନିର୍ମାଣ କରାଯାଉଛି । ସେହିପରି ପାଇକରାୟପୁର ଅଞ୍ଚଳରେ ୧୫ଏକର ଜମି ଚିହ୍ନଟ କରାଯାଇଛି । ସେଠାରେ ଦ୍ୱିତୀୟ କାଞ୍ଜିଆହୁଦା ଓ ଗୋଶାଳା ନିର୍ମାଣ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମସି ଡେପୁଟି କମିଶନର । କେବଳ ଷଣ୍ଢ କିମ୍ବା ରାସ୍ତା ଉପରେ ବୁଲୁଥିବା ଗୋରୁଗାଈଙ୍କୁ ଉଠାଇ ନେଲେ ନୁହଁ ବରଂ ସେମାନଙ୍କ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

ଆହୁରି ପଢ଼ନ୍ତୁ: ଚାକିରି ଲୋଭ ଦେଖାଇ ଆଦିବାସୀ ଯୁବତୀଙ୍କୁ ଦିଲ୍ଲୀରେ ବିକ୍ରି; ୫ ବର୍ଷ ପରେ ଘରକୁ ଯୋଗାଯୋଗ କଲେ

31 Oct 2021 By The Sakala

ରାଜରାସ୍ତାରୁ ଷଣ୍ଢ ହଟାଇବ ବିଏମସି, ୫ କୋଟି ଟଙ୍କାରେ ନିର୍ମିତ ହେବ ଦ୍ୱିତୀୟ କାଞ୍ଚିଆହୁଦା ଓ ଗୋଶାଳା

ଭୁବନେଶ୍ୱର: ରାଜଧାନୀର ରାଜରାସ୍ତାରେ ଆଉ ରହିବନି ବୁଲା ଷଣ୍ଢଙ୍କ ଦୌରାତ୍ମ୍ୟ । ଷଣ୍ଢଙ୍କ ଯୋଗଁ ଉପୁଜୁଛି ଟ୍ରାଫିକ ସମସ୍ୟାକୁ ନଜରକୁ ନେଇ  ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛି ବିଏମସି । ଖୁବଶୀଘ୍ର ଭୁବନେଶ୍ବରରେ  ସ୍ଥାପନ ହେବ ଦ୍ୱିତୀୟ କାଞ୍ଜିଆହୁଦା ଓ ଗୋଶାଳା । ବିନିଯୋଗ ହେବ ପ୍ରାୟ ୫ କୋଟି ଟଙ୍କା ।ବିତୀୟ କାଞ୍ଜିଆ ହୁଦା ସହ ବିକାଶ ହେବ ଜାମୁକୋଳି ଗୋଶାଳା । ଯାହା ଫଳରେ ରାଜଧାନୀ ରାଜରାସ୍ତାରେ ବୁଲୁଥିବା ଗୋରୁଗାଈ ଓ ଷଣ୍ଢଙ୍କୁ ସେଠାରେ ସୁବିଧାରେ ରଖାଯାଇପାରିବ।

ରାଜଧାନୀର ରାଜରାସ୍ତାରେ ବୁଲା ଷଣ୍ଢଙ୍କ ଉପଦ୍ରବ ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜିବା ସହ ଅତିଷ୍ଠ ହେଲେଣି ରାଜଧାନିବାସୀ । ଅନେକ ସମୟରେ ଷଣ୍ଢଙ୍କ ଆକ୍ରମଣର ଶିକାର ହେଉଛନ୍ତି ଲୋକେ । ସମସ୍ୟାର ସମାଧାନ ପାଇଁ ବିଏମସିର ଷଣ୍ଢଧରା ଅଭିଯାନକୁ ବ୍ୟାପକ କରିବାକୁ ଦାବି ହୋଇଛି । ଅଧିକ ସଂଖ୍ୟାରେ କାଞ୍ଜିଆହୁଦା ଓ ଗୋଶାଳା ନିର୍ମାଣ କରି ସମସ୍ୟାର ସ୍ଥାୟୀ ସମାଧାନ କରିବାକୁ ମତ ଦେଇଛନ୍ତି ଲୋକେ ।

ବିଏମସିର ସ୍ୱତନ୍ତ୍ର ଟିମ ଜରିଆରେ ନିୟମିତ ଷଣ୍ଢଙ୍କୁ ଧରି ଭୁବନେଶ୍ୱର ଉପକଣ୍ଠ ଜାମୁକୋଳି ସ୍ଥିତ ଗୋଶାଳାରେ ରଖାଯାଉଛି । ତଥାପି ସେମାନଙ୍କ ଉପଦ୍ରବ ହ୍ରାସ ପାଉନାହିଁ । ଏହାକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଜାମୁକୋଳି ଗୋଶାଳାରେ ୨ କୋଟି ୮୦ଲକ୍ଷ ଟଙ୍କା ବିନିଯୋଗରେ ଅଧିକ ୫ଟି ସେଡ୍ ନିର୍ମାଣ କରାଯାଉଛି । ସେହିପରି ପାଇକରାୟପୁର ଅଞ୍ଚଳରେ ୧୫ଏକର ଜମି ଚିହ୍ନଟ କରାଯାଇଛି । ସେଠାରେ ଦ୍ୱିତୀୟ କାଞ୍ଜିଆହୁଦା ଓ ଗୋଶାଳା ନିର୍ମାଣ କରାଯିବ ବୋଲି ସୂଚନା ଦେଇଛନ୍ତି ବିଏମସି ଡେପୁଟି କମିଶନର । କେବଳ ଷଣ୍ଢ କିମ୍ବା ରାସ୍ତା ଉପରେ ବୁଲୁଥିବା ଗୋରୁଗାଈଙ୍କୁ ଉଠାଇ ନେଲେ ନୁହଁ ବରଂ ସେମାନଙ୍କ ମାଲିକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର