ଶୋଷଣର ଶୀକାର ହେବେନି ବିଏସକେୱାଇ କାର୍ଡ ହିତାଧିକାରୀ, ବିଏମସି ଗଢିଳା ୧୧ ଜଣିଆ ସ୍ବତନ୍ତ୍ର କମିଟି

The Sakala Picture
Published On

ଭୁବନେଶ୍ୱର: ବିଏସକେୱାଇ କାର୍ଡ ମାଧ୍ୟମରେ ଆଉ ଚିକିତ୍ସାରେ ସମସ୍ୟା ହେବ ନାହିଁ । ରାଜଧାନୀରେ ଏହି ସମସ୍ୟାର ପ୍ରତିକାର ପାଇଁ ବିଏମସି ପକ୍ଷରୁ ୧୧ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଗ୍ରାଉଣ୍ଡ ଜିରୋରେ ତଦନ୍ତ କରିବାକୁ କୁହାଯାଇଛି । ଏଥିସହ ମୋ ସରକାର ମାଧ୍ୟମରେ ଲୋକଙ୍କ ବିଭିନ୍ନ ସମସ୍ୟା ନଜରକୁ ଆସୁଥିବା ବେଳେ କିଭଳି ସମାଧାନ ହେବ ସେ ନେଇ ବିଏମସି ଅତିରିକ୍ତ କମିଶନରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଲୋକଙ୍କୁ ମାଗଣାରେ ଉନ୍ନତମାନର […]

ଭୁବନେଶ୍ୱର: ବିଏସକେୱାଇ କାର୍ଡ ମାଧ୍ୟମରେ ଆଉ ଚିକିତ୍ସାରେ ସମସ୍ୟା ହେବ ନାହିଁ । ରାଜଧାନୀରେ ଏହି ସମସ୍ୟାର ପ୍ରତିକାର ପାଇଁ ବିଏମସି ପକ୍ଷରୁ ୧୧ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଗ୍ରାଉଣ୍ଡ ଜିରୋରେ ତଦନ୍ତ କରିବାକୁ କୁହାଯାଇଛି । ଏଥିସହ ମୋ ସରକାର ମାଧ୍ୟମରେ ଲୋକଙ୍କ ବିଭିନ୍ନ ସମସ୍ୟା ନଜରକୁ ଆସୁଥିବା ବେଳେ କିଭଳି ସମାଧାନ ହେବ ସେ ନେଇ ବିଏମସି ଅତିରିକ୍ତ କମିଶନରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ଲୋକଙ୍କୁ ମାଗଣାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଆରମ୍ଭ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ମହିଳାଙ୍କୁ ବାର୍ଷିକ ୧୦ଲକ୍ଷ ଓ ପୁରୁଷଙ୍କ ପାଇଁ ୫ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି । ଏହି କ୍ରମରେ ଭୁବନେଶ୍ୱରରେ ୧ଲକ୍ଷ ୫ହଜାର ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଥିବା ବେଳେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ୪୩ଟି ହସ୍ପିଟାଲକୁ ପଞ୍ଜିକୃତ କରାଯାଇଛି । ତେବେ ବିଭିନ୍ନ ସମୟରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ହିତାଧିକାରୀ ଶୋଷଣର ଶୀକାର ହେଉଥିବା ଅଭିଯୋଗ ହୋଇଛି । ଏଭଳି ସମସ୍ୟାର ପ୍ରତିକାର ପାଇଁ ବିଏମସି ପକ୍ଷରୁ ପଦକ୍ଷେପ ନିଆଯାଉଛି । ସାଧାରଣ ହିତାଧିକାରୀ ଯେପରି ଯୋଜନାରେ ସଠିକ ରୂପାୟନ କରିପାରିବେ । ଏବଂ ବିନା ଦଲାଲରେ ଯୋଜନାରେ ଲାଭ ଉଠାଇ ପାରିବେ ସେନେଇ ଏହି କମିଟି କାର୍ୟ୍ୟ କରିବ ।

ଆହୁରି ପଢ଼ନ୍ତୁ: ଦିନ ୧୧ଟାରୁ ୩ଟା ଭିତରେ ହେବନି ଜନ ଗଣନା, ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜସ୍ୱ ବିଭାଗର ନିଷ୍ପତ୍ତି

11 Feb 2022 By The Sakala

ଶୋଷଣର ଶୀକାର ହେବେନି ବିଏସକେୱାଇ କାର୍ଡ ହିତାଧିକାରୀ, ବିଏମସି ଗଢିଳା ୧୧ ଜଣିଆ ସ୍ବତନ୍ତ୍ର କମିଟି

ଭୁବନେଶ୍ୱର: ବିଏସକେୱାଇ କାର୍ଡ ମାଧ୍ୟମରେ ଆଉ ଚିକିତ୍ସାରେ ସମସ୍ୟା ହେବ ନାହିଁ । ରାଜଧାନୀରେ ଏହି ସମସ୍ୟାର ପ୍ରତିକାର ପାଇଁ ବିଏମସି ପକ୍ଷରୁ ୧୧ଜଣିଆ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଗ୍ରାଉଣ୍ଡ ଜିରୋରେ ତଦନ୍ତ କରିବାକୁ କୁହାଯାଇଛି । ଏଥିସହ ମୋ ସରକାର ମାଧ୍ୟମରେ ଲୋକଙ୍କ ବିଭିନ୍ନ ସମସ୍ୟା ନଜରକୁ ଆସୁଥିବା ବେଳେ କିଭଳି ସମାଧାନ ହେବ ସେ ନେଇ ବିଏମସି ଅତିରିକ୍ତ କମିଶନରଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି ।

ଲୋକଙ୍କୁ ମାଗଣାରେ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇବାକୁ ଆରମ୍ଭ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ମହିଳାଙ୍କୁ ବାର୍ଷିକ ୧୦ଲକ୍ଷ ଓ ପୁରୁଷଙ୍କ ପାଇଁ ୫ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ସେବା ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି । ଏହି କ୍ରମରେ ଭୁବନେଶ୍ୱରରେ ୧ଲକ୍ଷ ୫ହଜାର ହିତାଧିକାରୀଙ୍କୁ ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଥିବା ବେଳେ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ୪୩ଟି ହସ୍ପିଟାଲକୁ ପଞ୍ଜିକୃତ କରାଯାଇଛି । ତେବେ ବିଭିନ୍ନ ସମୟରେ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ହିତାଧିକାରୀ ଶୋଷଣର ଶୀକାର ହେଉଥିବା ଅଭିଯୋଗ ହୋଇଛି । ଏଭଳି ସମସ୍ୟାର ପ୍ରତିକାର ପାଇଁ ବିଏମସି ପକ୍ଷରୁ ପଦକ୍ଷେପ ନିଆଯାଉଛି । ସାଧାରଣ ହିତାଧିକାରୀ ଯେପରି ଯୋଜନାରେ ସଠିକ ରୂପାୟନ କରିପାରିବେ । ଏବଂ ବିନା ଦଲାଲରେ ଯୋଜନାରେ ଲାଭ ଉଠାଇ ପାରିବେ ସେନେଇ ଏହି କମିଟି କାର୍ୟ୍ୟ କରିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର