ରାଜ୍ୟ ବିଭାଜନ ଓ ବିଜୁଙ୍କୁ ଅସମ୍ମାନ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ବିଜେପିର ଉଦ୍ୟମ: ବିଜେଡି

The Sakala Picture
Published On

ଭୁବନେଶ୍ୱର : ରାଜ୍ୟରେ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ସରକାର ଅଡୁଆରେ ପଡ଼ିଥିବା ବେଳେ ସରକାରୀ ଦଳର ବିଧାୟକ ଓ ନେତୃତ୍ୱ ବିଭିନ୍ନ ଅପ୍ରସଙ୍ଗ ଉଠାଇ ମୁଖ୍ୟ ପ୍ରସଙ୍ଗକୁ ବାଟବଣା କରିବାକୁ ଉଦ୍ୟମ କରୁଛନ୍ତି ବୋଲି ବିଜୁ ଜନତା ଦଳ କହିଛି। ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଆଜି ବିଧାନସଭାରେ ଗୋଟିଏ ପ୍ରଶ୍ନର ଉତ୍ତରରେ […]

ଭୁବନେଶ୍ୱର : ରାଜ୍ୟରେ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ସରକାର ଅଡୁଆରେ ପଡ଼ିଥିବା ବେଳେ ସରକାରୀ ଦଳର ବିଧାୟକ ଓ ନେତୃତ୍ୱ ବିଭିନ୍ନ ଅପ୍ରସଙ୍ଗ ଉଠାଇ ମୁଖ୍ୟ ପ୍ରସଙ୍ଗକୁ ବାଟବଣା କରିବାକୁ ଉଦ୍ୟମ କରୁଛନ୍ତି ବୋଲି ବିଜୁ ଜନତା ଦଳ କହିଛି।

ଆହୁରି ପଢ଼ନ୍ତୁ: ଦେବାଶିଷ ସାମନ୍ତରାୟ ଦଳ ଛାଡିବା ବିଜେଡି ଉପରେ କୌଣସି ପ୍ରଭାବ ପଡିବ ନାହିଁ: ଲେନିନ୍ ମହାନ୍ତି

ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଆଜି ବିଧାନସଭାରେ ଗୋଟିଏ ପ୍ରଶ୍ନର ଉତ୍ତରରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଜାନୁଆରୀ ମାସ ଅପରାଧର ମାସ ବୋଲି ସ୍ପଷ୍ଟ ହୋଇଛି। ତା ଛଡା, ନିକଟରେ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ମାର୍ଚ୍ଚ ୫ରେ ନକରିବା ନିଷ୍ପତ୍ତି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ବୋଲି ବିଚାର କରାଯାଉଥିବାରୁ, ଏହା ରାଜ୍ୟବାସୀଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି କରିଛି। ବିଜୁ ଜୟନ୍ତୀର ପୂର୍ବ ଦିନ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଧାୟକ  ସାରଦା ପ୍ରଧାନଙ୍କ କିଛି ପୋଷା ଦୁର୍ବୃତ୍ତଙ୍କ ଦ୍ୱାରା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ମୁଣ୍ଡ କାଟି ନେବା ଘଟଣା ସାମ୍ନାକୁ ଆସିଥିଲା।

ଆହୁରି ପଢ଼ନ୍ତୁ: ଇନ୍ଫୋଭ୍ୟାଲି ନିକଟ କାଜୁ ବଣ ଭିତରେ ଯୁବକଙ୍କ ମୃତଦେହ ମିଳିବା ଘଟଣା: 'ମୁହଁରେ ଲାଗିଥିବା ବାଲି ଦେଲା ହତ୍ୟାର ସୁରାକ...'

ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟ ବିଭିନ୍ନ ବର୍ଗରୁ ସମାଲୋଚନାର ସମ୍ମୁଖୀନ ହେଉଥିବା ବେଳେ ବରିଷ୍ଠ ବିଜେପି ବିଧାୟକ  ଜୟନାରାୟଣ ମିଶ୍ରଙ୍କ ରାଜ୍ୟ ବିଭାଜନ ସମ୍ପର୍କିତ ମନ୍ତବ୍ୟ ରାଜ୍ୟବାସୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ରାଜ୍ୟ ସରକାର କିମ୍ୱା ରାଜ୍ୟ ବିଜେପି ତରଫରୁ ଏଥିନେଇ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ଜଣେ ବିଜେପି ବିଧାୟକ ରାଜ୍ୟ ବିଭାଜନ ପାଇଁ ଦେଇଥିବା ମନ୍ତବ୍ୟ ଗଣମାଧ୍ୟମରେ ଚର୍ଚ୍ଚିତ ପ୍ରସଙ୍ଗ ହୋଇଥିବା ବେଳେ ରାଜ୍ୟ ବିଜେପି ନେତୃତ୍ୱ ଓ ସରକାର ଏହି ପ୍ରସଙ୍ଗରେ ନିରବ ରହିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଓଡ଼ିଆ ଅସ୍ମିତାର ନାରା ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ମଧ୍ୟ ସ୍ପଷ୍ଟ କରିବାର ଆବଶ୍ୟକତା ଅଛି ଯେ ରାଜ୍ୟ ବିଭାଜନ ପାଇଁ ମନ୍ତବ୍ୟ ଦେବା କ’ଣ ଓଡ଼ିଆ ଅସ୍ମିତା? ଏହି ସବୁ ପ୍ରସଙ୍ଗ ରାଜ୍ୟବାସୀଙ୍କୁ ବ୍ୟଥିତ କରୁଥିବା ବେଳେ ବିଧାନସଭାରେ ବିଜୁ ଜନତା ଦଳର ବିଧାୟକ ମାନେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଡିଆରଡିଏ ମହିଳା ୱାସ ରୁମରେ ଲାଗିଥିଲା ସିକ୍ରେଟ୍ କ୍ୟାମେରା; କିଏ ଓ କେଉଁ ଉଦେଶ୍ୟରେ ଲଗାଇଥିଲା ତାହା ଅସ୍ପଷ୍ଟ

ଉପଯୁକ୍ତ ଉତ୍ତର ଦେବା ପରିସ୍ଥିତିରେ ନଥିବା ରାଜ୍ୟ ବିଜେପି ସରକାର ଔଷଧ ବିକଳରେ ତାଟିଆ କାମୁଡିବା ସଦୃଶ୍ୟ ବିଜେପି ତରଫରୁ ଅଶାଳୀନ ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି। ଏକାମ୍ର ବିଧାୟକ  ବାବୁ ସିଂ ଆଜି ଦେଇଥିବା ମନ୍ତବ୍ୟ କେବଳ ମନଗଢା କାହାଣୀ ଓ ବିଭ୍ରାନ୍ତି ପାଇଁ ଉର୍ଦ୍ଦିଷ୍ଟ। ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେଇଥିବା ବାବୁ ସିଂ କେଉଁ ପରିସ୍ଥିତିରେ ବିଜୁ ଜନତା ଦଳରେ ୨୦୧୮ ମସିହା ପର୍ଯ୍ୟନ୍ତ ରହି ଗୁଣଗାନ କରୁଥିଲେ ? ସୁବିଧାବାଦୀ ରାଜନୀତିର ଉଦାହରଣ ସାଜିଥିବା ବାବୁ ସିଂଙ୍କ ବକ୍ତବ୍ୟକୁ ରାଜ୍ୟବାସୀ କେବେ ଗ୍ରହଣ କରିବେ ନାହିଁ ବୋଲି ଡ଼ ମହାନ୍ତି କହିଛନ୍ତି।

10 Mar 2025 By The Sakala

ରାଜ୍ୟ ବିଭାଜନ ଓ ବିଜୁଙ୍କୁ ଅସମ୍ମାନ ପ୍ରସଙ୍ଗରୁ ନଜର ହଟାଇବା ପାଇଁ ବିଜେପିର ଉଦ୍ୟମ: ବିଜେଡି

ଭୁବନେଶ୍ୱର : ରାଜ୍ୟରେ ବିଧାନସଭା ଅଧିବେଶନ ଚାଲିଥିବା ବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ରାଜ୍ୟ ବିଜେପି ସରକାର ଅଡୁଆରେ ପଡ଼ିଥିବା ବେଳେ ସରକାରୀ ଦଳର ବିଧାୟକ ଓ ନେତୃତ୍ୱ ବିଭିନ୍ନ ଅପ୍ରସଙ୍ଗ ଉଠାଇ ମୁଖ୍ୟ ପ୍ରସଙ୍ଗକୁ ବାଟବଣା କରିବାକୁ ଉଦ୍ୟମ କରୁଛନ୍ତି ବୋଲି ବିଜୁ ଜନତା ଦଳ କହିଛି।

ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଥିବା ବେଳେ ଆଜି ବିଧାନସଭାରେ ଗୋଟିଏ ପ୍ରଶ୍ନର ଉତ୍ତରରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ଜାନୁଆରୀ ମାସ ଅପରାଧର ମାସ ବୋଲି ସ୍ପଷ୍ଟ ହୋଇଛି। ତା ଛଡା, ନିକଟରେ ରାଜ୍ୟ ସରକାର ପଞ୍ଚାୟତିରାଜ ଦିବସ ମାର୍ଚ୍ଚ ୫ରେ ନକରିବା ନିଷ୍ପତ୍ତି ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ପ୍ରତି ଅସମ୍ମାନ ବୋଲି ବିଚାର କରାଯାଉଥିବାରୁ, ଏହା ରାଜ୍ୟବାସୀଙ୍କ ମଧ୍ୟରେ କ୍ଷୋଭ ସୃଷ୍ଟି କରିଛି। ବିଜୁ ଜୟନ୍ତୀର ପୂର୍ବ ଦିନ ମାହାଙ୍ଗା ନିର୍ବାଚନ ମଣ୍ଡଳୀରେ ବିଧାୟକ  ସାରଦା ପ୍ରଧାନଙ୍କ କିଛି ପୋଷା ଦୁର୍ବୃତ୍ତଙ୍କ ଦ୍ୱାରା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିର ମୁଣ୍ଡ କାଟି ନେବା ଘଟଣା ସାମ୍ନାକୁ ଆସିଥିଲା।

ରାଜ୍ୟ ସରକାରଙ୍କ ଏହି କାର୍ଯ୍ୟ ବିଭିନ୍ନ ବର୍ଗରୁ ସମାଲୋଚନାର ସମ୍ମୁଖୀନ ହେଉଥିବା ବେଳେ ବରିଷ୍ଠ ବିଜେପି ବିଧାୟକ  ଜୟନାରାୟଣ ମିଶ୍ରଙ୍କ ରାଜ୍ୟ ବିଭାଜନ ସମ୍ପର୍କିତ ମନ୍ତବ୍ୟ ରାଜ୍ୟବାସୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। ରାଜ୍ୟ ସରକାର କିମ୍ୱା ରାଜ୍ୟ ବିଜେପି ତରଫରୁ ଏଥିନେଇ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ। ଜଣେ ବିଜେପି ବିଧାୟକ ରାଜ୍ୟ ବିଭାଜନ ପାଇଁ ଦେଇଥିବା ମନ୍ତବ୍ୟ ଗଣମାଧ୍ୟମରେ ଚର୍ଚ୍ଚିତ ପ୍ରସଙ୍ଗ ହୋଇଥିବା ବେଳେ ରାଜ୍ୟ ବିଜେପି ନେତୃତ୍ୱ ଓ ସରକାର ଏହି ପ୍ରସଙ୍ଗରେ ନିରବ ରହିବା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଓଡ଼ିଆ ଅସ୍ମିତାର ନାରା ଦେଇ ରାଜ୍ୟରେ କ୍ଷମତାକୁ ଆସିଥିବା ବିଜେପି ମଧ୍ୟ ସ୍ପଷ୍ଟ କରିବାର ଆବଶ୍ୟକତା ଅଛି ଯେ ରାଜ୍ୟ ବିଭାଜନ ପାଇଁ ମନ୍ତବ୍ୟ ଦେବା କ’ଣ ଓଡ଼ିଆ ଅସ୍ମିତା? ଏହି ସବୁ ପ୍ରସଙ୍ଗ ରାଜ୍ୟବାସୀଙ୍କୁ ବ୍ୟଥିତ କରୁଥିବା ବେଳେ ବିଧାନସଭାରେ ବିଜୁ ଜନତା ଦଳର ବିଧାୟକ ମାନେ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ପ୍ରଶ୍ନ କରୁଛନ୍ତି।

ଉପଯୁକ୍ତ ଉତ୍ତର ଦେବା ପରିସ୍ଥିତିରେ ନଥିବା ରାଜ୍ୟ ବିଜେପି ସରକାର ଔଷଧ ବିକଳରେ ତାଟିଆ କାମୁଡିବା ସଦୃଶ୍ୟ ବିଜେପି ତରଫରୁ ଅଶାଳୀନ ମନ୍ତବ୍ୟ ଦେବା ଆରମ୍ଭ କରିଛନ୍ତି। ଏକାମ୍ର ବିଧାୟକ  ବାବୁ ସିଂ ଆଜି ଦେଇଥିବା ମନ୍ତବ୍ୟ କେବଳ ମନଗଢା କାହାଣୀ ଓ ବିଭ୍ରାନ୍ତି ପାଇଁ ଉର୍ଦ୍ଦିଷ୍ଟ। ଅଶାଳୀନ ଓ ଅରୁଚିକର ମନ୍ତବ୍ୟ ଦେଇଥିବା ବାବୁ ସିଂ କେଉଁ ପରିସ୍ଥିତିରେ ବିଜୁ ଜନତା ଦଳରେ ୨୦୧୮ ମସିହା ପର୍ଯ୍ୟନ୍ତ ରହି ଗୁଣଗାନ କରୁଥିଲେ ? ସୁବିଧାବାଦୀ ରାଜନୀତିର ଉଦାହରଣ ସାଜିଥିବା ବାବୁ ସିଂଙ୍କ ବକ୍ତବ୍ୟକୁ ରାଜ୍ୟବାସୀ କେବେ ଗ୍ରହଣ କରିବେ ନାହିଁ ବୋଲି ଡ଼ ମହାନ୍ତି କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର