ମୋଦୀ ଟିକାର ପ୍ରଥମ ଡୋଜ ନେଇ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହେଲେ ବିଜେପି ନେତ୍ରୀ ଲେଖାଶ୍ରୀ

The Sakala Picture
Published On

ଭୁବନେଶ୍ବର : ରାଜ୍ୟରେ କରୋନା ସକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କରୋନା ଟିକାକରଣକୁ କେନ୍ଦ୍ର ଓ ରାଜ୍ୟ ସରକାର ଅଧିକ ଫୋକସ୍‌ ଦେଉଛନ୍ତି। ରାଜ୍ୟରେ ବର୍ତ୍ତମାନ ୪୫ ବର୍ଷରୁ ଉର୍ଦ୍ଧ୍ବ ନାଗରକିଙ୍କୁ କରୋନା ଟିକା ପ୍ରଦାନ କରାଯାଉଛି। ଏହାରି ମଧ୍ୟରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କୋଭିଡ ଟିକାର ପ୍ରଥମ ଡୋଜ ନେଇ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି। ଆପଣ ଭାବୁଥିବେ ଟିକା ନେଇ ସୋସିଆଲ ମିଡିଆରେ […]

ଭୁବନେଶ୍ବର : ରାଜ୍ୟରେ କରୋନା ସକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କରୋନା ଟିକାକରଣକୁ କେନ୍ଦ୍ର ଓ ରାଜ୍ୟ ସରକାର ଅଧିକ ଫୋକସ୍‌ ଦେଉଛନ୍ତି। ରାଜ୍ୟରେ ବର୍ତ୍ତମାନ ୪୫ ବର୍ଷରୁ ଉର୍ଦ୍ଧ୍ବ ନାଗରକିଙ୍କୁ କରୋନା ଟିକା ପ୍ରଦାନ କରାଯାଉଛି। ଏହାରି ମଧ୍ୟରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କୋଭିଡ ଟିକାର ପ୍ରଥମ ଡୋଜ ନେଇ ସୋସିଆଲ ମିଡିଆରେ ଟ୍ରୋଲର ଶିକାର ହୋଇଛନ୍ତି। ଆପଣ ଭାବୁଥିବେ ଟିକା ନେଇ ସୋସିଆଲ ମିଡିଆରେ କଣ ପାଇଁ ଟ୍ରୋଲର ଶିକାର  ହେଲେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଏହାର ପ୍ରକୃତ କାରଣ ହେଲା ଯେତେବେଳ ଦେଶର ବୈଜ୍ଞାନିକ ମାନଙ୍କ ବହୁ ପରିଶ୍ରମ ପରେ ଟିକା ଆସିଥିଲା ଏବଂ ଦୁଇଟି ଟିକା ବର୍ତ୍ତମାନ ଭାରତରେ କୋଭାସିଲ୍ଡ ଓ କୋଭାକ୍ସିନ ଉପଲବ୍ଧ ରହିଛି। ସେତେବେଳେ ବିଜେପି ନେତ୍ରୀ ଲେଖାଶ୍ରୀ କୁଆଡେ ମୋଦୀ ଟିକା ନେଇଛନ୍ତି। ଏହା ସେ ନିଜେ ଟିକା ନେବା ପରେ ସୋସିଆଲ ମିଡିଆରେ ଫଟୋ ସେୟାର କରି ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ଚୌଦ୍ୱାର ଜେଲ୍‌ରେ ପୁଣି ଜଣେ କଏଦୀଙ୍କ ଆତ୍ମହତ୍ୟା, ବିଭାଗୀୟ ଅଧିକାରୀଙ୍କ କର୍ମ ତତ୍ପରତା ନେଇ ପ୍ରଶ୍ନବାଚୀ

ଲେଖାଶ୍ରୀ ସୋସିଆଲ ମିଡିଆରେ ଫଟୋ ସେୟାର କରି ଲେଖିଛନ୍ତି ଯେ, କୋଭିଡର ମୁଳୋତ୍ପାଟନ ପାଇଁ ମୋଦୀ ଟିକାର ପ୍ରଥମ ଡୋଜ ନେଲି। ଆସନ୍ତୁ ସମସ୍ତେ ମିଶି ଏଇ ମହାମାରୀକୁ ବିଶ୍ୱରୁ ଦୂର କରିବା। ଲେଖାଶ୍ରୀଙ୍କ ଏଭଳି କ୍ୟାପସନ୍‌ ଦେଖି ସୋସିଆଲ ମିଡିଆ ୟୁଜର ମାନେ ଲେଖାଶ୍ରୀଙ୍କୁ ଟ୍ରୋଲ କରିଛନ୍ତି।

ଏପରିକି କିଛି ୟୁଜର୍ସ କୋଭିଡ ଟିକା କେବେ ଠୁ ମୋଦୀ ଟିକା ହେଲା ବୋଲି ସୋସିଆଲ ମିଡିଆରେ ପ୍ରଶ୍ନ କରିଛନ୍ତି। କୋଭିଡ ମହାମାରୀ ଏକ ସମ୍ବେଦନଶୀଳ ପ୍ରସଙ୍ଗ। କୋଭିଡ ଟିକାର ଅଭାବ ଦେଶରେ ଦେଖା ଦେଲାଣି। ଏଭଳି ସମୟରେ ଲେଖାଶ୍ରୀଙ୍କ ମନ୍ତବ୍ୟ ଆଦୌ ଗ୍ରହଣୀୟ ନୁହେଁ ବୋଲି କିଛି ସୋସିଆଲ ମିଡିଆ ୟୁଜର ମାନେ ମତ ରଖିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp