ପ୍ରଥମ ପର୍ଯ୍ୟାୟ ଗଣତିରେ ମୟୁରଭଞ୍ଜର ୨୬ ଜୋନରେ ବିଜେଡି-୨୫ରେ ବିଜୟୀ, ଖାତା ଖୋଲି ପାରିଲାନି ବିଜେପି

The Sakala Picture
Published On

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଆଡ଼କୁ ବିଜେଡି ବଢିଚାଲିଛି। ଗତକାଲି ଗଣତି ହୋଇଥିବା ୩୧୫ ମଧ୍ୟରୁ ୩୦୦ ଜିଲ୍ଲା ପରିଷଦର ଫଳାଫଳ ଘୋଷିତ ହୋଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ୩୦୦ ଜୋନର ଫଳାଫଳ ଆସିଥିବା ବେଳେ ୨୬୮ ଆସନରେ ବିଜେଡି ବାଜିମାତ କରିଛି । ପ୍ରଥମ ଦିନର ଗଣତିରେ ବିଜେଡି ଆଗୁଆ ରହିଛି।  ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ପ୍ରକାଶ ହୋଇଥିବା ତଥ୍ୟ ମୁତାବକ, ୨୬୮ ଜୋନରେ ବିଜେଡି ବିଜୟ […]

ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏକତରଫା ବିଜୟ ଆଡ଼କୁ ବିଜେଡି ବଢିଚାଲିଛି। ଗତକାଲି ଗଣତି ହୋଇଥିବା ୩୧୫ ମଧ୍ୟରୁ ୩୦୦ ଜିଲ୍ଲା ପରିଷଦର ଫଳାଫଳ ଘୋଷିତ ହୋଇଛି। ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ମିଳିଥିବା ସୂଚନା ମୁତାବକ ୩୦୦ ଜୋନର ଫଳାଫଳ ଆସିଥିବା ବେଳେ ୨୬୮ ଆସନରେ ବିଜେଡି ବାଜିମାତ କରିଛି । ପ୍ରଥମ ଦିନର ଗଣତିରେ ବିଜେଡି ଆଗୁଆ ରହିଛି।  ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରୁ ପ୍ରକାଶ ହୋଇଥିବା ତଥ୍ୟ ମୁତାବକ, ୨୬୮ ଜୋନରେ ବିଜେଡି ବିଜୟ ହୋଇଛି । ୧୪ଟି ଜୋନରେ କଂଗ୍ରେସ ଓ ୧୪ଟିରେ ବିଜେପି ବାଜିମାତ୍ କରିଥିବା ଅନ୍ୟାନ୍ୟ ପ୍ରାର୍ଥୀଙ୍କ ଖାତାରେ ୪ଟି ଜୋନ୍ ଯାଇଛି ।

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପ୍ରଥମ ଦିନ ଗଣତିରେ ବିଜେଡି ଭଲ ପ୍ରଦର୍ଶନ କରିଥିବାରୁ ଆଜି ଦ୍ୱିତୀୟ ଦିନରେ ୩୦୭ ଜିଲ୍ଲାପରିଷଦ ଜୋନର ଭୋଟ ଗଣତିରେ ମଧ୍ୟ ଭଲ କରିବ ବୋଲି ଆଶାପ୍ରକାଶ ପାଇଛି। ସେପଟେ ୨୦୧୭ ପଞ୍ଚାୟତ ନିର୍ବାଚନରେ ଯେଉଁ ଆସନରେ ବିଜେପି ଭଲ ପ୍ରଦର୍ଶନ କରିଥିଲା, ବର୍ତ୍ତମାନ ପରିପ୍ରେକ୍ଷୀରେ ସେହି ସମସ୍ତ ଜୋନରେ ବିଜେଡି ଭଲ ପ୍ରଦର୍ଶନ କରିଥିବାର ଦେଖିବାକୁ ମିଳିଛି । ଭୋଟ ଗଣତି ପୂର୍ବରୁ ବିଜେଡି ନେତୃବୃନ୍ଦ ଯେଉଁ ଦାବି କରୁଥିଲେ, ପଞ୍ଚାୟତରୁ ସେହି ଅନୁରୂପ ଆସୁଛି ଫଳାଫଳ । ୨୦୧୭ ତୁଳନାରେ ଦଳ ବହୁତ ଭଲ ପ୍ରଦର୍ଶନ କରିଛି । ବିରୋଧୀ ଦଳକୁ ଆହୁରି ପଛକୁ ଠେଲି ଦେଇଛି ବିଜେଡି।

ଆହୁରି ପଢ଼ନ୍ତୁ: ଉଚ୍ଚଶିକ୍ଷା ପାଇଁ ଏଚ୍ଆଇଭି ପ୍ରଭାବିତ ଛାତ୍ରଛାତ୍ରୀଙ୍କୁ ମିଳିବ ଆର୍ଥିକ ସହାୟତା: ଓସାକ୍ସ ଓ ଉଚ୍ଚଶିକ୍ଷା ବିଭାଗର ବଡ଼ ପଦକ୍ଷେପ

୨୦୧୭ ପଞ୍ଚାୟତ ନିର୍ବାଚନରେ ପଶ୍ଚିମ ଓଡ଼ିଶାରେ ବିଜେପି ଭଲ ପଦର୍ଶନ କରିଥିବା ବେଳେ ଏଥର କିନ୍ତୁ ‘ଶଙ୍ଖ’ ଆଗରେ ଫିକା ପଡ଼ିଛନ୍ତି ବିରୋଧୀ । ସାଙ୍ଗଠନିକ ସମ୍ପାଦକ ଦାୟିତ୍ୱ ଗ୍ରହଣ କରିବା ପରେ ପ୍ରଣବପ୍ରକାଶ ଦାସ ଦଳକୁ ବିଭିନ୍ନ ଜିଲ୍ଲାରେ ତୃଣମୂଳସ୍ତରରେ ସଙ୍ଗଠିତ କରିଥିବା ଉଦ୍ୟମର ଫଳ ଏବେ ଦେଖିବାକୁ ମିଳିଛି। ବିଶେଷ ଭାରେ ୨୦୧୭ ପଞ୍ଚାୟତ ନିର୍ବାଚନ ଓ ୨୦୧୯ ବିଧାନସଭା ନିର୍ବାଚନ ସମୟରେ ବିଜେଡି ଯେଉଁ ଜିଲ୍ଲାରେ ଖରାପ ପ୍ରଦର୍ଶନ କରିଥିଲା, ସେହି ଜିଲ୍ଲାଗୁଡ଼ିକରେ ଦଳକୁ ଲୋକମାନେ ବେଶୀ ଆଶୀର୍ବାଦ ଦେଇଛନ୍ତି।ବରଗଡ଼଼, ବଲାଙ୍ଗିର, ଦେବଗଡ଼଼, ମାଲକାନଗିରି, ମୟୂରଭଞ୍ଜ, ସମ୍ବଲପୁର, କଳାହାଣ୍ଡି ଆଦି ଜିଲ୍ଲାରେ ଦଳର ପ୍ରଦର୍ଶନ ବେଶ୍‍ ଭଲ ରହିଛି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

୨୦୧୭ ନିର୍ବାଚନରେ ସମ୍ବଲପୁର, ସୋନପୁର, ମୟୂରଭଞ୍ଜ, ମାଲକାନଗିରି, କଳାହାଣ୍ଡି, ଢ଼େଙ୍କାନାଳ, ବରଗଡ ଓ ବଲାଙ୍ଗୀରରେ ବିଜେପି ଭଲ ପ୍ରଦର୍ଶନ କରିବା ସହ ଅଧ୍ୟକ୍ଷ ପଦ ଦଖଲ କରିବାରେ ସକ୍ଷମ ହୋଇଥିଲା । ଏସବୁ ଜିଲ୍ଲାରେ ଏଥର ମଧ୍ୟ ଗତ ନିର୍ବାଚନ ଭଳି ଫଳାଫଳ ଆସିବ ବୋଲି ବିଜେପି ଆଶା ରଖିଥିଲା କିନ୍ତୁ ଏସବୁ ସ୍ଥାନରେ ବି ପ୍ରଥମ ଦିନ ଗଣତିରେ ବାଜି ମାତ କରିଛି ବିଜେଡି ।

ଗତକାଲି ପ୍ରଥମ ପର୍ଯ୍ୟାୟ ଗଣତିରେ ମୟୂରଭଞ୍ଜ କାମ କରିଛି ବିଜେଡିର ସାଙ୍ଗଠନିକ ସମ୍ପାଦକ ତଥା ମୟୁରଭଞ୍ଜର ପର୍ଯ୍ୟବେକ୍ଷକ ଥିବା ପ୍ରଣବପ୍ରକାଶ ଦାସ ରଣନୀତି। ପ୍ରଣବଙ୍କ ଉଚ୍ଚ ରଣନୀତି ଆଗରେ ବିଜେପି ଫେଲ ମାରିଛି। ଯେଉଁ ମୟୁରଭଞ୍ଜରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁଙ୍କ ଦବଦବା ରହିଥିଲା, ସେଇଠି ପ୍ରଥମ ପ୍ରଥମ ପର୍ଯ୍ୟାୟ ଗଣତିରେ ଖାତା ଖୋଲି ପାରିନି ଭାରତୀୟ ଜନତା ଦଳ। ଅନ୍ୟପଟେ ସବୁଠୁ କୌତୁହଳ ବିଷୟ ହେଉଛି ଗତକାଲି ପ୍ରଥମ ପର୍ଯ୍ୟାୟ ଗଣତିରେ ଯେଉଁ ୨୬ଟି ଜିଲ୍ଲା ପରିଷଦ ଜୋନ୍‌ରେ ଭୋଟ୍‌ ଗଣତି ହୋଇଛି,ସେଠି ୨୦୧୭ ନିର୍ବାଚନରେ ବିଜେପି ସବୁଠି ଜିତିଥିଲା। କିନ୍ତୁ ଏଥର ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବପ୍ରକାଶ ଦାସଙ୍କ ରଣନୀତି ଆଗରେ ବିଜେପିର ଛବି ହଜିଯାଇଛି। ମୟୂରଭଞ୍ଜ ଜିଲ୍ଲାର ୨୬ ଜିଲ୍ଲା ପରିଷଦ ଆସନରୁ ୨୫ଟିରେ ବିଜେଡି ବିଜୟ ଲାଭ କରିଥିବା ବେଳେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଗୋଟିଏ ଆସନରେ ବିଜୟୀ ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର