ଉପନିର୍ବାଚନରେ ବିଜେଡିର ହାଟ୍ରିକ୍‌ ବିଜୟ : ନବୀନଙ୍କ ବିକାଶ ଏଜେଣ୍ଡା ଓ ବଳିଷ୍ଠ ନେତୃତ୍ୱ ଉପରେ ଆସ୍ଥାପ୍ରକଟ କଲେ ପିପିଲିବାସୀ

The Sakala Picture
Published On

ଭୁବନେଶ୍ବର : ପୁଣି ପିପିଲିରେ ଉଡିଲା ବିଜେଡିର ବିଜୟ ବାନା । ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥାର ପ୍ରମାଣ ଦେଇଛି ପିପିଲି ବିଧାନସଭା ଆସନର ଫଳାଫଳ । ଆକ୍ରୋଶମୂଳକ ରାଜନୀତି କି ମିଥ୍ୟା ପ୍ରତିଶ୍ରୁତି ନୁହେଁ, ବରଂ ବିକାଶ ହିଁ ଲୋକଙ୍କ ହୃଦୟ ଜିଣିପାରିବ । ଏ କଥା ପୁଣି ଥରେ ପ୍ରମାଣିତ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହିତ ପୂର୍ବ ଅପେକ୍ଷା ପିପିଲିରେ […]

ଭୁବନେଶ୍ବର : ପୁଣି ପିପିଲିରେ ଉଡିଲା ବିଜେଡିର ବିଜୟ ବାନା । ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥାର ପ୍ରମାଣ ଦେଇଛି ପିପିଲି ବିଧାନସଭା ଆସନର ଫଳାଫଳ । ଆକ୍ରୋଶମୂଳକ ରାଜନୀତି କି ମିଥ୍ୟା ପ୍ରତିଶ୍ରୁତି ନୁହେଁ, ବରଂ ବିକାଶ ହିଁ ଲୋକଙ୍କ ହୃଦୟ ଜିଣିପାରିବ । ଏ କଥା ପୁଣି ଥରେ ପ୍ରମାଣିତ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହିତ ପୂର୍ବ ଅପେକ୍ଷା ପିପିଲିରେ ବିଜେଡିର ଭୋଟ୍‌ ବ୍ୟବଧ୍ୟାନ ବଢିବା ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ନିର୍ମଳ ଭାବମୂର୍ତ୍ତିର ପ୍ରତିଫଳନ ଘଟିଛି । ପିପିଲିକୁ ମିଶାଇ ବିଜେଡି ଗତ ବର୍ଷକ ମଧ୍ୟରେ ଲଗାତର ତିନିଟି ଉପନିର୍ବାଚନ ଜିତି ହ୍ୟାଟ୍ରିକ କରିଛି । ଗତବର୍ଷ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନରେ ହୋଇଥିବା ଉପନିର୍ବାଚନରେ ବାଜିମାତ୍ କରିଥିବା ଶାସକ ଦଳ  ଏଥର ପିପିଲିରେ ବି ସହଜ ବିଜୟ ହାସଲ କରିଛି । ପିପିଲି ବିଜୟ ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ପାଇଁ ବିଜେଡିକୁ ନିଶ୍ଚିତ ଉତ୍ସାହିତ କରିବ। ଏଥି ସହିତ ଲଗାତର ଷଷ୍ଠ ଥର ପାଇଁ ପିପିିଲି ନିର୍ବାଚନରେ ବାଜିମାତ୍ କରିଛି ବିଜୟୀ।

ଆହୁରି ପଢ଼ନ୍ତୁ: ଦରଦାମ ବୃଦ୍ଧି ଓ ଏଲପିଜି ମହଙ୍ଗା ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନ ଛକରେ ବିଜେଡିର ଗର୍ଜନ

ପିପିଲିର ବିକାଶ ନିଜେ ବୁଝିବା ପାଇଁ ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ଦୃଷ୍ଟିରୁ ଏଥର ପ୍ରଚାରରୁ ଦୂରେଇ ରହିଥିଲେ  ଏବଂ କୋଭିଡ ଗାଇଡ ଗାଇଡଲାଇନ ପାଳନ କରି ପ୍ରଚାର କରିବାକୁ ଦଳର ସମସ୍ତ ନେତା ଓ କର୍ମୀଙ୍କୁ କହିଥିଲେ । ଏହା ହିଁ ତ ଏକ ବଳିଷ୍ଠ ଓ ଲୋକପ୍ରିୟ ନେତୃତ୍ୱର ଉଦାହରଣ । ନିକଟ ଅତୀତରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି କୌଣସି ଉପନିର୍ବାଚନରେ ପରାଜିତ ହୋଇନାହିଁ।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

ରାଜ୍ୟର ସ୍ୱାର୍ଥକୁ ପ୍ରାଥମିକତା ଓ ଲୋକହିତକର କାର୍ଯ୍ୟର ଯେଉଁ ଧାରା ଗତ ୨୧ ବର୍ଷ ତଳେ ଆରମ୍ଭ ହୋଇଥିଲା ତାହା ହିଁ ଏବେ ଓଡ଼ିଶାକୁ ଦେଇଛି ନୂଆ ରୂପ, ଭିନ୍ନ ପରିଚୟ; ନବୀନ ପଟ୍ଟନାୟକଙ୍କୁ ଦେଇଛି ‘ନାୟକ’ର ମାନ୍ୟତା। ଜାତୀୟସ୍ତରଠାରୁ ଆନ୍ତର୍ଜାତିକସ୍ତର ପର୍ଯ୍ୟନ୍ତ ମିଳିଛି ସ୍ୱୀକୃତି। ବିଜୁବାବୁଙ୍କ ପଦାଙ୍କ ଅନୁସରଣ କରି ନବୀନ ଉତ୍ସର୍ଗୀକୃତ ଭାବରେ ରାଜ୍ୟର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି। ପ୍ରଶାସନିକ ଶୃଙ୍ଖଳା, ଦଳୀୟ ଅନୁଶାସନ ଓ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାକୁ ଗୁରୁତ୍ୱ ଦେଇଛନ୍ତି ନବୀନ। କ୍ରମାଗତ ଭାବେ ପଞ୍ଚମଥର କ୍ଷମତାକୁ ଆସିବା, ପ୍ରତ୍ୟେକ ନିର୍ବାଚନରେ ନବୀନ ପୂର୍ବଥର ଅପେକ୍ଷା ଅଧିକ ଜନସମର୍ଥନ ଲାଭ କରିବା ପଛରେ ଯେଉଁ ତତ୍ୱଟି କାମ କରୁଛି ତାହା ହେଲା ‘ଜନତାଙ୍କ ଆସ୍ଥା’। ଲୋକେ ଶାସନର ସଫଳତା ଓ ଦକ୍ଷତା ପରଖନ୍ତି ଏବଂ ତଦନୁସାରେ ଜନାଦେଶ ଦେଇଥା’ନ୍ତି। ସୁଶାସନ, ଜନକଲ୍ୟାଣ, ରୋଜଗାର ଯୋଗାଣ, ସ୍ୱାସ୍ଥ୍ୟସେବା, ଅର୍ଥନୈତିକ ବିକାଶ, ସାମାଜିକ କଲ୍ୟାଣ, ଦୁର୍ନୀତି ନିରାକରଣ, ସମୟୋଚିତ ସେବା ଯୋଗାଣ, ପ୍ରଶାସନର ଲୋକାଭିମୁଖୀକରଣ- ଏସବୁ ସୁଶାସନର ଉପାଦାନ। ଦୂରଦର୍ଶୀ, ଦକ୍ଷ, ଜନପ୍ରିୟ ଓ ସମ୍ବେଦନଶୀଳ ନେତୃତ୍ୱ ହିଁ ଏପରି ସିଦ୍ଧି ଲାଭ କରିପାରେ। ନବୀନ ତାଙ୍କର ନୂଆ ରାଜନୈତିକ ଓ ଅମଲାତାନ୍ତ୍ରିକ ପରିଚାଳନାରେ ଏସବୁ କରିବାରେ ସଫଳ ହେବା ସହିତ ଜାତୀୟସ୍ତରରେ ଆବଶ୍ୟକସ୍ଥଳେ କେତେକ ଅଭିନବ ପଦକ୍ଷେପ ଗ୍ରହଣ କରି ନିଜର ରାଷ୍ଟ୍ରନୀତିଜ୍ଞ ବିଚାରକୁ ପ୍ରକଟ କରି ସମସ୍ତଙ୍କ ପ୍ରଶଂସାଭାଜନ ହୋଇପାରିଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

ମୋ ସରକାର’ ଓ ‘୫-ଟି’ ନବୀନଙ୍କ ଶାସନର ଦୁଇ ପ୍ରମୁଖ ଦିଗରେ ପରିଣତ ହୋଇଛି। ଏହାଦ୍ୱାରା ସାଧାରଣ ସେବାକୁ ଲୋକଙ୍କ ନିକଟତର କରାଯାଇପାରିଛି। ପ୍ରଶାସନରେ ସ୍ୱଚ୍ଛତା ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଦୁର୍ନୀତି ବିରୋଧୀ ଆଭିମୁଖ୍ୟ କଠୋର ହୋଇଛି। ଲୋକଙ୍କ ଭାବାବେଗକୁ ସମ୍ମାନ ଦେଇ ରାଜ୍ୟର ଧାର୍ମିକ ଓ ଐତିହ୍ୟ ସମ୍ପନ୍ନ ସ୍ଥାନର ବିକାଶ ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ବିଗତ ୨୨ବର୍ଷର ଓଡ଼ିଶାର ବିକାଶ ଯାତ୍ରାକୁ ଅନୁଧ୍ୟାନ କଲେ ସେଥିରେ ନବୀନ ପଟ୍ଟନାୟକଙ୍କ ଛାପ ସୁସ୍ପଷ୍ଟ। କେବଳ ବିପର୍ଯ୍ୟୟ ପରିଚାଳନା ନୁହେଁ, ବରଂ ରାଜ୍ୟର ସର୍ବାଙ୍ଗୀଣ ଉନ୍ନତି, ବିଶେଷକରି ଗରିବ, ଦଳିତ, କୃଷକ, ମହିଳା, ଯୁବଗୋଷ୍ଠୀର ସୁପରିକଳ୍ପିତ କଲ୍ୟାଣ ସାଧନ ଏବଂ ଓଡ଼ିଆ ଐତିହ୍ୟ ଓ ସଂସ୍କୃତିର ବଳିଷ୍ଠ ଉପସ୍ଥାପନର ସଫଳ ପ୍ରକ୍ରିୟାକୁ ନବୀନ ପଟ୍ଟନାୟକ ଗୂରୁତ୍ବ ଦେଇ ଆସିଛନ୍ତି। ମିଶନ୍‍ ଶକ୍ତି, କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ବିଜୁ ପକ୍କାଘର, ଖାଦ୍ୟ ସୁରକ୍ଷା, ମୋ ସ୍କୁଲ୍‍, ମୋ ଗାଁ ଆଦି ଯୋଜନାର ଶଙ୍ଖଧ୍ୱନି ଆଜି ଓଡ଼ିଶାର ମାଇଲଖୁଣ୍ଟ ହୋଇସାରିଛି । ଯାହକୁ ରାଜ୍ୟବାସୀ ପସନ୍ଦ କରିବା ସହ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି।

03 Oct 2021 By The Sakala

ଉପନିର୍ବାଚନରେ ବିଜେଡିର ହାଟ୍ରିକ୍‌ ବିଜୟ : ନବୀନଙ୍କ ବିକାଶ ଏଜେଣ୍ଡା ଓ ବଳିଷ୍ଠ ନେତୃତ୍ୱ ଉପରେ ଆସ୍ଥାପ୍ରକଟ କଲେ ପିପିଲିବାସୀ

ଭୁବନେଶ୍ବର : ପୁଣି ପିପିଲିରେ ଉଡିଲା ବିଜେଡିର ବିଜୟ ବାନା । ବିଜେଡି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଲୋକଙ୍କ ଆସ୍ଥାର ପ୍ରମାଣ ଦେଇଛି ପିପିଲି ବିଧାନସଭା ଆସନର ଫଳାଫଳ । ଆକ୍ରୋଶମୂଳକ ରାଜନୀତି କି ମିଥ୍ୟା ପ୍ରତିଶ୍ରୁତି ନୁହେଁ, ବରଂ ବିକାଶ ହିଁ ଲୋକଙ୍କ ହୃଦୟ ଜିଣିପାରିବ । ଏ କଥା ପୁଣି ଥରେ ପ୍ରମାଣିତ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥି ସହିତ ପୂର୍ବ ଅପେକ୍ଷା ପିପିଲିରେ ବିଜେଡିର ଭୋଟ୍‌ ବ୍ୟବଧ୍ୟାନ ବଢିବା ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ନିର୍ମଳ ଭାବମୂର୍ତ୍ତିର ପ୍ରତିଫଳନ ଘଟିଛି । ପିପିଲିକୁ ମିଶାଇ ବିଜେଡି ଗତ ବର୍ଷକ ମଧ୍ୟରେ ଲଗାତର ତିନିଟି ଉପନିର୍ବାଚନ ଜିତି ହ୍ୟାଟ୍ରିକ କରିଛି । ଗତବର୍ଷ ତିର୍ତ୍ତୋଲ ଓ ବାଲେଶ୍ୱର ସଦର ଆସନରେ ହୋଇଥିବା ଉପନିର୍ବାଚନରେ ବାଜିମାତ୍ କରିଥିବା ଶାସକ ଦଳ  ଏଥର ପିପିଲିରେ ବି ସହଜ ବିଜୟ ହାସଲ କରିଛି । ପିପିଲି ବିଜୟ ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ପାଇଁ ବିଜେଡିକୁ ନିଶ୍ଚିତ ଉତ୍ସାହିତ କରିବ। ଏଥି ସହିତ ଲଗାତର ଷଷ୍ଠ ଥର ପାଇଁ ପିପିିଲି ନିର୍ବାଚନରେ ବାଜିମାତ୍ କରିଛି ବିଜୟୀ।

ପିପିଲିର ବିକାଶ ନିଜେ ବୁଝିବା ପାଇଁ ପ୍ରତିଶ୍ରୁତି ଦେଇଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଭିଡ ଦୃଷ୍ଟିରୁ ଏଥର ପ୍ରଚାରରୁ ଦୂରେଇ ରହିଥିଲେ  ଏବଂ କୋଭିଡ ଗାଇଡ ଗାଇଡଲାଇନ ପାଳନ କରି ପ୍ରଚାର କରିବାକୁ ଦଳର ସମସ୍ତ ନେତା ଓ କର୍ମୀଙ୍କୁ କହିଥିଲେ । ଏହା ହିଁ ତ ଏକ ବଳିଷ୍ଠ ଓ ଲୋକପ୍ରିୟ ନେତୃତ୍ୱର ଉଦାହରଣ । ନିକଟ ଅତୀତରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି କୌଣସି ଉପନିର୍ବାଚନରେ ପରାଜିତ ହୋଇନାହିଁ।

ରାଜ୍ୟର ସ୍ୱାର୍ଥକୁ ପ୍ରାଥମିକତା ଓ ଲୋକହିତକର କାର୍ଯ୍ୟର ଯେଉଁ ଧାରା ଗତ ୨୧ ବର୍ଷ ତଳେ ଆରମ୍ଭ ହୋଇଥିଲା ତାହା ହିଁ ଏବେ ଓଡ଼ିଶାକୁ ଦେଇଛି ନୂଆ ରୂପ, ଭିନ୍ନ ପରିଚୟ; ନବୀନ ପଟ୍ଟନାୟକଙ୍କୁ ଦେଇଛି ‘ନାୟକ’ର ମାନ୍ୟତା। ଜାତୀୟସ୍ତରଠାରୁ ଆନ୍ତର୍ଜାତିକସ୍ତର ପର୍ଯ୍ୟନ୍ତ ମିଳିଛି ସ୍ୱୀକୃତି। ବିଜୁବାବୁଙ୍କ ପଦାଙ୍କ ଅନୁସରଣ କରି ନବୀନ ଉତ୍ସର୍ଗୀକୃତ ଭାବରେ ରାଜ୍ୟର ବିକାଶ ପାଇଁ ଅଣ୍ଟା ଭିଡ଼ିଛନ୍ତି। ପ୍ରଶାସନିକ ଶୃଙ୍ଖଳା, ଦଳୀୟ ଅନୁଶାସନ ଓ ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତାକୁ ଗୁରୁତ୍ୱ ଦେଇଛନ୍ତି ନବୀନ। କ୍ରମାଗତ ଭାବେ ପଞ୍ଚମଥର କ୍ଷମତାକୁ ଆସିବା, ପ୍ରତ୍ୟେକ ନିର୍ବାଚନରେ ନବୀନ ପୂର୍ବଥର ଅପେକ୍ଷା ଅଧିକ ଜନସମର୍ଥନ ଲାଭ କରିବା ପଛରେ ଯେଉଁ ତତ୍ୱଟି କାମ କରୁଛି ତାହା ହେଲା ‘ଜନତାଙ୍କ ଆସ୍ଥା’। ଲୋକେ ଶାସନର ସଫଳତା ଓ ଦକ୍ଷତା ପରଖନ୍ତି ଏବଂ ତଦନୁସାରେ ଜନାଦେଶ ଦେଇଥା’ନ୍ତି। ସୁଶାସନ, ଜନକଲ୍ୟାଣ, ରୋଜଗାର ଯୋଗାଣ, ସ୍ୱାସ୍ଥ୍ୟସେବା, ଅର୍ଥନୈତିକ ବିକାଶ, ସାମାଜିକ କଲ୍ୟାଣ, ଦୁର୍ନୀତି ନିରାକରଣ, ସମୟୋଚିତ ସେବା ଯୋଗାଣ, ପ୍ରଶାସନର ଲୋକାଭିମୁଖୀକରଣ- ଏସବୁ ସୁଶାସନର ଉପାଦାନ। ଦୂରଦର୍ଶୀ, ଦକ୍ଷ, ଜନପ୍ରିୟ ଓ ସମ୍ବେଦନଶୀଳ ନେତୃତ୍ୱ ହିଁ ଏପରି ସିଦ୍ଧି ଲାଭ କରିପାରେ। ନବୀନ ତାଙ୍କର ନୂଆ ରାଜନୈତିକ ଓ ଅମଲାତାନ୍ତ୍ରିକ ପରିଚାଳନାରେ ଏସବୁ କରିବାରେ ସଫଳ ହେବା ସହିତ ଜାତୀୟସ୍ତରରେ ଆବଶ୍ୟକସ୍ଥଳେ କେତେକ ଅଭିନବ ପଦକ୍ଷେପ ଗ୍ରହଣ କରି ନିଜର ରାଷ୍ଟ୍ରନୀତିଜ୍ଞ ବିଚାରକୁ ପ୍ରକଟ କରି ସମସ୍ତଙ୍କ ପ୍ରଶଂସାଭାଜନ ହୋଇପାରିଛନ୍ତି।

ମୋ ସରକାର’ ଓ ‘୫-ଟି’ ନବୀନଙ୍କ ଶାସନର ଦୁଇ ପ୍ରମୁଖ ଦିଗରେ ପରିଣତ ହୋଇଛି। ଏହାଦ୍ୱାରା ସାଧାରଣ ସେବାକୁ ଲୋକଙ୍କ ନିକଟତର କରାଯାଇପାରିଛି। ପ୍ରଶାସନରେ ସ୍ୱଚ୍ଛତା ଆଣିବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି। ଦୁର୍ନୀତି ବିରୋଧୀ ଆଭିମୁଖ୍ୟ କଠୋର ହୋଇଛି। ଲୋକଙ୍କ ଭାବାବେଗକୁ ସମ୍ମାନ ଦେଇ ରାଜ୍ୟର ଧାର୍ମିକ ଓ ଐତିହ୍ୟ ସମ୍ପନ୍ନ ସ୍ଥାନର ବିକାଶ ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଇଛି। ବିଗତ ୨୨ବର୍ଷର ଓଡ଼ିଶାର ବିକାଶ ଯାତ୍ରାକୁ ଅନୁଧ୍ୟାନ କଲେ ସେଥିରେ ନବୀନ ପଟ୍ଟନାୟକଙ୍କ ଛାପ ସୁସ୍ପଷ୍ଟ। କେବଳ ବିପର୍ଯ୍ୟୟ ପରିଚାଳନା ନୁହେଁ, ବରଂ ରାଜ୍ୟର ସର୍ବାଙ୍ଗୀଣ ଉନ୍ନତି, ବିଶେଷକରି ଗରିବ, ଦଳିତ, କୃଷକ, ମହିଳା, ଯୁବଗୋଷ୍ଠୀର ସୁପରିକଳ୍ପିତ କଲ୍ୟାଣ ସାଧନ ଏବଂ ଓଡ଼ିଆ ଐତିହ୍ୟ ଓ ସଂସ୍କୃତିର ବଳିଷ୍ଠ ଉପସ୍ଥାପନର ସଫଳ ପ୍ରକ୍ରିୟାକୁ ନବୀନ ପଟ୍ଟନାୟକ ଗୂରୁତ୍ବ ଦେଇ ଆସିଛନ୍ତି। ମିଶନ୍‍ ଶକ୍ତି, କାଳିଆ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ, ବିଜୁ ପକ୍କାଘର, ଖାଦ୍ୟ ସୁରକ୍ଷା, ମୋ ସ୍କୁଲ୍‍, ମୋ ଗାଁ ଆଦି ଯୋଜନାର ଶଙ୍ଖଧ୍ୱନି ଆଜି ଓଡ଼ିଶାର ମାଇଲଖୁଣ୍ଟ ହୋଇସାରିଛି । ଯାହକୁ ରାଜ୍ୟବାସୀ ପସନ୍ଦ କରିବା ସହ ନବୀନ ପଟ୍ଟନାୟକଙ୍କ ଉପରେ ଆସ୍ଥା ପ୍ରକଟ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର