ହିଞ୍ଜିଳି ବିଧାନସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ

The Sakala Picture
Published On

ବ୍ରହ୍ମପୁର/ଛତ୍ରପୁର: ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନରୁ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନାମାଙ୍କନ ଭରିବା ପୂର୍ବରୁ ପ୍ରଥମେ ନବୀନ ଦକ୍ଷିଣ ଓଡ଼ିଶାର ଆରାଧ୍ୟ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଯାଇ ମା’ଙ୍କ ଆଶିଷ ଭିକ୍ଷା କରିଥିଲେ। ପରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ।  ଏହି ସମୟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌‌, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୃବକ୍ସି ପାତ୍ର, […]

ବ୍ରହ୍ମପୁର/ଛତ୍ରପୁର: ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବିଧାନସଭା ଆସନରୁ ଆଜି ନାମାଙ୍କନପତ୍ର ଦାଖଲ କରିଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନାମାଙ୍କନ ଭରିବା ପୂର୍ବରୁ ପ୍ରଥମେ ନବୀନ ଦକ୍ଷିଣ ଓଡ଼ିଶାର ଆରାଧ୍ୟ ଦେବୀ ମା’ ତାରାତାରିଣୀଙ୍କ ମନ୍ଦିର ଯାଇ ମା’ଙ୍କ ଆଶିଷ ଭିକ୍ଷା କରିଥିଲେ। ପରେ ଛତ୍ରପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଦାଖଲ କରିଥିଲେ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ।  ଏହି ସମୟରେ ୫ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍‌‌, ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ଭୃଗୃବକ୍ସି ପାତ୍ର, ଆସିକା ଲୋକସଭା ପ୍ରାର୍ଥୀ ରଞ୍ଜିତା ସାହୁ, ସାନଖେମୁଣ୍ଡି ବିଧାୟକ ପ୍ରାର୍ଥୀ, ପୋଲସରା ବିଧାୟକ ପ୍ରାର୍ଥୀ, ଗଞ୍ଜାମ ଜିଲ୍ଲାର ତୁଙ୍ଗ ନେତା ଓ ବିଧାୟକ ପ୍ରାର୍ଥୀମାନେ ଉପସ୍ଥିତ ରହିଥିଲେ।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

୨୦୦୦ ମସିହାରୁ ଆସିକା ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ହିଞ୍ଜିଳି ବିଧାନସଭା ଆସନରୁ ନବୀନ କ୍ରମାଗତ ବିଜୟଲାଭ କରି ଆସୁଛନ୍ତି। ଚଳିତ ନିର୍ବାଚନରେ ନବୀନ ପୁଣିଥରେ ହିଞ୍ଜିଳିରୁ ପାର୍ଥୀ ହୋଇଛନ୍ତି। ଓଡ଼ିଶାରେ ଦ୍ବିତୀୟ ପର୍ଯ୍ୟାୟରେ ଆସ୍କା ସମେତ ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗିର, କନ୍ଧମାଳ ସଂସଦୀୟ କ୍ଷେତ୍ରରେ ମେ’ ୨୦ ତାରିଖରେ ମତଦାନ ହେବ। ଏଥିଲାଗି ଗତ ୨୬ ତାରିଖରୁ ନାମାଙ୍କନ ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ନବୀନ ଜିଲ୍ଲା ସଦର ମହକୁମା ଛତ୍ରପୁରରେ ନାମାଙ୍କନପତ୍ର ଦାଖଲ କରିଛନ୍ତି।

ଆହୁରି ପଢ଼ନ୍ତୁ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ମାମଲା: ସେପ୍ଟେମ୍ବର ୧୬କୁ ଘୁଞ୍ଚିଲା ଶୁଣାଣି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର