ରାଜ୍ୟରେ ଧାନ ସଂଗ୍ରହ କୋଲାପ୍ସ ହୋଇଯାଇଛି: ବିଜେଡି
ଭୁବନେଶ୍ୱର: ରାଜ୍ୟରେ ଧାନ ସଂଗ୍ରହ ରିପୋର୍ଟକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଲା ବିଜେଡି । ରାଜ୍ୟରେ ଧାନ ସଂଗ୍ରହ କୋଲାପ୍ସ ହୋଇଯାଇଥିବା ନେଇ କହିଛନ୍ତି ବିରୋଧୀ ଦଳ ଉପ ନେତା ପ୍ରସନ୍ନ ଆର୍ଚlଯ୍ୟ । ସେ କହିଛନ୍ତି କି, ବିଜେପି ସରକାର ଓଡିଶାରେ ହେବା ଦିନଠୁଁ ଧାନ ସଂଗ୍ରହ ରାଜ୍ୟରେ କମି କମି ଯାଉଛି । ୩୧ ତାରିଖ ଯାଏ ତଥ୍ୟ ଅନୁସାରେ ଓଡ଼ିଶାରେ ମାତ୍ର ୮ ପ୍ରତିଶତ ଧାନ ସଂଗ୍ରହ କରାଯାଇଛି । କେନ୍ଦ୍ର ସରକାର ୱେବ ସାଇଟରେ ଏହି ତଥ୍ୟ ରହିଛି । ହେଲେ ମନ୍ତ୍ରୀ କିନ୍ତୁ ରାତିରେ ସ୍ବପ୍ନ ଦେଖି ଧାନ କିଣା ନେଇ ତଥ୍ୟ ଦେଉଛନ୍ତି । ମନ୍ତ୍ରୀଙ୍କ ତଥ୍ୟ ଅନୁସାରେ ଧାନ କିଣା ବର୍ତମାନ ଓଡିଶାରେ ନଗଣ୍ୟ । ଓଡିଶାରେ ବିଜେପି ସରକାର ଓ ଛାତିଶଗଡ଼ରେ ମଧ୍ୟ ବିଜେପି ସରକାର । ହେଲେ ବର୍ତମାନ ସୁଦ୍ଧା ଛତିଶଗଡରେ ୪୧ ପ୍ରତିଶତ ଧାନ ସଂଗ୍ରହ ହୋଇଥିବା ବେଳେ ଓଡ଼ିଶାରେ ମାତ୍ର ୮ ପ୍ରତିଶତ ହୋଇଛି । ସରକାର ଚାଷୀଙ୍କ ଠାରୁ ଧାନ କିଣୁ ନଥିବାରୁ ଚାଷୀ କମ ଦରରେ ଧାନ ବିକ୍ରି କରୁଛନ୍ତି । ସରକାରଙ୍କ ଆଖିକୁ ଏକଥା ଦେଖାଯାଉ ନାହିଁ । ସରକାର ନିଜେ ବରଗଡ଼ରେ ଚାଷୀଙ୍କୁ ଲିଖିତ ଭାବେ ଦେଇଛନ୍ତି ଧାନ କିଣାରେ ୧ ପ୍ରତିଶତ କଟଣୀ ଛଟଣୀ ହେବ । ଇନପୁଟ ସବସିଡି ଦେଇ ରାଜ୍ୟ ସରକାର ବାହାଦୂରୀ ମାରୁଛନ୍ତି । ହେଲେ ଚାଷୀଙ୍କ ଠାରୁ ଧାନ କିଣିଲେ ସିନା ଚାଷୀ ଇନପୁଟ ସବସିଡ ପାଇବେ । ବର୍ଦ୍ଧିତ msp ୬୯ ଟଙ୍କା ବି ସରକାର ଦେଉ ନାହାନ୍ତି ।