ଅସହ୍ୟ ମହଙ୍ଗା ମାଡ, ଦରଦାମ ବୃଦ୍ଧି ପ୍ରତିବାଦରେ ରାଜଭବନ ଆଗରେ ବିଜେଡିର ବିକ୍ଷୋଭ ଓ ଧାରଣା

The Sakala Picture
Published On

ଭୁବନେଶ୍ବର : ବିକାଶ କଥା କହି ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଛି; କିନ୍ତୁ ଅତ୍ୟାବଶ୍ୟକ ଦରଦାମ ବୃଦ୍ଧି ଯୋଗୁଁ ଦେଶବାସୀ ଆଜି ଭୋକରେ ଅଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ, ଇନ୍ଧନ, ଏଲ୍‍ପିଜି ଦର ହୁ ହୁ ହୋଇ ବଢ଼଼ି ଚାଲିଥିବା ବେଳେ ପ୍ରତ୍ୟେକ ପରିବାରର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି।  ତେଣୁ ରାଜ୍ୟବାସୀଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ ଭାବରେ ବିଜେଡି ଦରଦାମ ବୃଦ୍ଧି ବିରୋଧରେ ରାଜ୍ୟବ୍ୟାପୀ ଆଜିଠୁ ନଭେମ୍ବର  ୭ ତାରିଖ ପର୍ଯ୍ୟନ୍ତ ବିଜେଡ଼ି ରାଜଧାନୀରୁ ଆରମ୍ଭ କରି […]

ଭୁବନେଶ୍ବର : ବିକାଶ କଥା କହି ବିଜେପି କେନ୍ଦ୍ରରେ କ୍ଷମତାକୁ ଆସିଛି; କିନ୍ତୁ ଅତ୍ୟାବଶ୍ୟକ ଦରଦାମ ବୃଦ୍ଧି ଯୋଗୁଁ ଦେଶବାସୀ ଆଜି ଭୋକରେ ଅଛନ୍ତି। ଅତ୍ୟାବଶ୍ୟକ ସାମଗ୍ରୀ, ଇନ୍ଧନ, ଏଲ୍‍ପିଜି ଦର ହୁ ହୁ ହୋଇ ବଢ଼଼ି ଚାଲିଥିବା ବେଳେ ପ୍ରତ୍ୟେକ ପରିବାରର ଆର୍ଥିକ ସ୍ଥିତି ବିଗିଡ଼ି ଯାଇଛି।  ତେଣୁ ରାଜ୍ୟବାସୀଙ୍କ ସ୍ୱାର୍ଥର ଜାଗ୍ରତ ପ୍ରହରୀ ଭାବରେ ବିଜେଡି ଦରଦାମ ବୃଦ୍ଧି ବିରୋଧରେ ରାଜ୍ୟବ୍ୟାପୀ ଆଜିଠୁ ନଭେମ୍ବର  ୭ ତାରିଖ ପର୍ଯ୍ୟନ୍ତ ବିଜେଡ଼ି ରାଜଧାନୀରୁ ଆରମ୍ଭ କରି ଜିଲ୍ଲା ସଦର ମହକୁମା ଓ ପ୍ରତି ନିର୍ବାଚନମଣ୍ଡଳୀରେ ଆନ୍ଦୋଳନକୁ ଓହ୍ଲାଇବ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ଆଜି ଦରଦାମ ବୃଦ୍ଧି ପାଇଁ କେନ୍ଦ୍ରର ଭୁଲ୍ ନୀତିକୁ ଦାୟୀ କରି ରାସ୍ତାକୁ ଓହ୍ଲାଇଛି ବିଜେଡି । ପାର୍ଟି ଅଫିସରୁ ବିଜୁ ଯୁବ ଓ ଛାତ୍ର ଜନତା ଦଳର କର୍ମକର୍ତ୍ତାମାନେ ସାଇକେଲ୍‌ ରାଲି କରି ରାଜଭବନ ଆଗରେ ବିକ୍ଷୋଭ ପଦର୍ଶନ କରିବା ସହ ଧାରଣାରେ ବସିଛନ୍ତି। କରୋନା ମହାମାରୀ ସମୟରେ ପେଟ୍ରୋଲ, ଡିଜେଲ ଦରବୃଦ୍ଧି ସହ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦର ବୃଦ୍ଧି ଜନତାଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଗତ ୨ ବର୍ଷ ମଧ୍ୟରେ ପେଟ୍ରୋଲ, ଡିଜେଲ ଦରରେ ୩୦ ପ୍ରତିଶତ ବୃଦ୍ଧି ଆସିଛି । ସେହିପରି ଅତ୍ୟାବଶ୍ୟକ ସାମଗ୍ରୀର ଦର ୪୦ ପ୍ରତିଶତରୁ ୧୦୦ ପ୍ରତିଶତ ମହଙ୍ଗା ହୋଇଥିବା ବିଜେଡି ଅଭିଯୋଗ କରିଛି । ଦର ବୃଦ୍ଧି ପାଇଁ କେନ୍ଦ୍ରରେ ବିଜେପି ସରକାରଙ୍କୁ ଦାୟୀ କରି ଆନ୍ଦୋଳନ କରିଛି ବିଜୁ ଜନତା ଦଳ ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଛତା ଜଳସମ୍ପଦ ବିଭାଗ ସହକାରୀ ଯନ୍ତ୍ରୀ, ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ଅତ୍ୟାବଶ୍ୟକ ଖାଉଟି ଦ୍ରବ୍ୟର ମୂଲ୍ୟ ଆଶାତୀତ ବୃଦ୍ଧି ପାଇଛି। ଆଉ କିଛି ଦିନ ମଧ୍ୟରେ ପୁଣି ଇନ୍ଧନ ଓ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ଘଟିବା ସମ୍ଭାବନା ଅଛି। ସାଧାରଣ ଲୋକର ହାଣ୍ଡିଶାଳ ଉପରେ ଚଡ଼କ ପଡ଼ିଛି। ତୈଳ ଦର ବୃଦ୍ଧି ପ୍ରଭାବ ଖାଉଟି ସାମଗ୍ରୀ ଉପରେ ପଡ଼ିଛି। ବିଭିନ୍ନ ଖାଦ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧି ପାଇଛି। କରୋନା ବାହାନାରେ କେନ୍ଦ୍ର ସରକାର ମୂଲ୍ୟ ବୃଦ୍ଧିକୁ ଯୁକ୍ତିଯୁକ୍ତ ବୋଲି ଦର୍ଶାଉଥିଲେ। କିନ୍ତୁ ଏବେ ଦେଶରେ କରୋନା ହ୍ରାସ ପାଉଥିବା ବେଳେ ଦର ବୃଦ୍ଧି ଘଟି ଚାଲିଛି। ଦର ବୃଦ୍ଧି ମାଡ଼ରୁ ଲୋକଙ୍କୁ ରକ୍ଷା କରିବା ପାଇଁ କେନ୍ଦ୍ର ସରକାର କୌଣସି ପଦକ୍ଷେପ ନେବା ପରିବର୍ତ୍ତେ ମୂଲ୍ୟ ବୃଦ୍ଧି ପାଇଁ ବିଭିନ୍ନ ଉପାୟରେ ବାଟ ବାହାର କରୁଛନ୍ତି। ଏକ ଆଞ୍ଚଳିକ ଦଳ ଭାବେ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବିଜେଡି କେନ୍ଦ୍ର ସରକାରଙ୍କର ଜନ ମାରଣ ନୀତି ବିରୋଧରେ ଆନ୍ଦୋଳନ କରୁଛି।

ଆଜି  ଦରଦାମ ବୃଦ୍ଧି ପ୍ରତିବାଦରେ ବିଜୁ ଜନତା ଦଳ ଓ ତାର ଛାମୁଆ ସଂଗଠନମାନଙ୍କ ପକ୍ଷରୁ ରାଜଭବନ ସମ୍ମୁଖରେ ଧାରଣା ପ୍ରଦର୍ଶନ କରୁଥିବା ବେଳେ  ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ହ୍ରାସ ଦାବିରେ ଏକ ସ୍ମାରକପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ମାନ୍ୟବର ରାଜ୍ୟପାଳଙ୍କୁ ପ୍ରଦାନ କରାବେ । ସେହିପରି ରନ୍ଧନ ଗ୍ୟାସ, ଖାଇବା ତେଲ, ଡାଲି ଏବଂ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆସନ୍ତା ନଭେମ୍ବର ୧ ତାରିଖରେ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀସ୍ତରରେ ବିଜୁ ମହିଳା ଜନତା ଦଳ ପକ୍ଷରୁ ପ୍ରତିବାଦ କରାଯିବା ସହିତ ଜିଲ୍ଲାପାଳ/ଉପଜିଲ୍ଲାପାଳ/ବିଡିଓ କିମ୍ବା ଅନ୍ୟ କ୍ଷମତାପ୍ରାପ୍ତ ଅଧିକାରୀଙ୍କ ମାଧ୍ୟମରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ। ଅପରପକ୍ଷେ ନଭେମ୍ବର ୫ରୁ ୭ ତାରିଖ ତିନି ଦିନ ଧରି ବିଜୁ ଛାତ୍ର ଓ ଯୁବ ଜନତା ଦଳ ପକ୍ଷରୁ ପ୍ରତ୍ୟେକ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ପେଟ୍ରୋଲ ପମ୍ପ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ।

କରୋନା ସମୟରେ ଦେଶବାସୀଙ୍କ ଆର୍ଥିକ ମେରୁଦଣ୍ଡ ଦୋହଲି ଯାଇଥିବା ବେଳେ ଦର ବୃଦ୍ଧି ଲୋକଙ୍କୁ ଘୋର ଦୁର୍ଦ୍ଦିନ ମଧ୍ୟକୁ ଠେଲି ଦେଇଛି। ଦୁଃଖର ବିଷୟ ମୂଲ୍ୟ ବୃଦ୍ଧି ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର କୌଣସି ତତ୍ପରତା ପ୍ରକାଶ କରୁ ନାହାନ୍ତି। କେନ୍ଦ୍ର ଅର୍ଥ ମନ୍ତ୍ରୀ ଏହି ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି। ବଜାର ବିଶେଷଜ୍ଞଙ୍କ ଅନୁସାରେ କ୍ରମାଗତ ଇନ୍ଧନ ଦର ବୃଦ୍ଧି ଯୋଗୁଁ ବିଗତ ବର୍ଷରେ ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ୪୦ ପ୍ରତିଶତରୁ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ପେଟ୍ରୋଲ ଲିଟର ପିଛା ୧୦୯ ଟଙ୍କା ୯୬ ପଇସା, ଡିଜେଲ ୧୦୬ ଟଙ୍କା ୩୨ ପଇସା ଓ ୧୪.୨ କିଲୋ ଏଲ୍‍ପିଜି ସିଲିଣ୍ଡର ଦର ୧୦୧୬ ଟଙ୍କା ରହିଛି। ଆଗକୁ ଏଲପିଜି ମୂଲ୍ୟ ହଜାରେ ଟଙ୍କା ଅତିକ୍ରମ କରିବାକୁ ଯାଉଛି। ୨୦୧୯ରେ ବିଜେପି କେନ୍ଦ୍ରରେ ଦୁଇଥର କ୍ଷମତାକୁ ଆସିଥିବାବେଳେ ପେଟ୍ରୋଲ ଲିଟର ୭୧ ଟଙ୍କା ଓ ଡିଜେଲ ୬୫ ଟଙ୍କା ରହିଥିଲା। ଗତ ଦୁଇବର୍ଷ ମଧ୍ୟରେ ପେଟ୍ରୋଲ ଓ ଡିଜେଲ ଦର ୩୦ ପ୍ରତିଶତରୁ ଅଧିକ ବୃଦ୍ଧି ପାଇଛି ଯାହାକି ନିକଟ ଅତୀତରେ ଇନ୍ଧନ ଦର ବୃଦ୍ଧିରେ ସର୍ବାଧିକ।

31 Oct 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର