ବିଜେଡିର ନିର୍ବାଚନୀ ଇସ୍ତାହାର ଦେଖି ବିଜେପିର ନେତାମାନେ ବାଚାଳାମି କରୁଛନ୍ତି

The Sakala Picture
Published On

ଭୁବନେଶ୍ବର : ବିଜେଡି ଇସ୍ତାହାର ଗତ ୯ ତାରିଖରେ ପ୍ରକାଶ କରିଥିଲା। ଯାହା ପରେ ହତୋତ୍ସାହିତ ହୋଇ ବାଚାଳାମି କରି ମିଥ୍ୟା ତଥ୍ୟକୁ ଆଧାର କରି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି। ଯାହାକୁ ନେଇ ଆଜି ଶଙ୍ଖ ଭବନରେ ବିଜେଡି ଜାତୀୟ ମୁଖପାତ୍ର ଅମର ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଛନ୍ତି। ଅମର ପଟ୍ଟନାୟକ କହିଛନ୍ତି ନବୀନ ଗ୍ୟାରେଣ୍ଟି ନମ୍ବର ୧୫ ହେଲଥ ଫର ଅଲ ରହିଛି। BSKY ରେ ପ୍ରତିଶୃତି ଦିଆଯାଇଛି ଯେ ତାର […]

ଭୁବନେଶ୍ବର : ବିଜେଡି ଇସ୍ତାହାର ଗତ ୯ ତାରିଖରେ ପ୍ରକାଶ କରିଥିଲା। ଯାହା ପରେ ହତୋତ୍ସାହିତ ହୋଇ ବାଚାଳାମି କରି ମିଥ୍ୟା ତଥ୍ୟକୁ ଆଧାର କରି ରାଜ୍ୟବାସୀଙ୍କୁ ଭ୍ରମିତ କରୁଛନ୍ତି। ଯାହାକୁ ନେଇ ଆଜି ଶଙ୍ଖ ଭବନରେ ବିଜେଡି ଜାତୀୟ ମୁଖପାତ୍ର ଅମର ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ଉପରେ ବର୍ଷିଛନ୍ତି। ଅମର ପଟ୍ଟନାୟକ କହିଛନ୍ତି ନବୀନ ଗ୍ୟାରେଣ୍ଟି ନମ୍ବର ୧୫ ହେଲଥ ଫର ଅଲ ରହିଛି। BSKY ରେ ପ୍ରତିଶୃତି ଦିଆଯାଇଛି ଯେ ତାର ପରିଧି ସାରା ଓଡ଼ିଶାବାସୀଙ୍କୁ କଭର କରିବ। ଏପରି ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ଯାହା ଅନ୍ୟ କୌଣସି ରାଜ୍ୟରେ ନାହିଁ। BSKY ରେ ସାଢେ ତିନି କୋଟି କଭର ହେଲେଣି। ସରକାରୀ, ଠିକା ଓ ଆଶା କର୍ମୀଙ୍କୁ ସାମିଲ କରିବାର ଗ୍ୟାରେଣ୍ଟି ଦିଆଯାଇଛି। ଆଉ ସ୍ୱାସ୍ଥ୍ୟ ନେଇ ଭାବିବାକୁ ପଡିବ ନାହିଁ। ଆଜି ଯାଏଁ ୨୫ ଲକ୍ଷରୁ ଅଧିକ ଲୋକ BSKYରେ ଉପକୃତ ହେଲେଣି,୬ ହଜାର କୋଟି ଖର୍ଚ୍ଚ କରାଯାଇଛି। ଏଥି ସହିତ ୭୦୦ ରୁ ଅଧିକ ଘରୋଇ ହସ୍ପିଟାଲ BSKY ବ୍ୟବସ୍ଥା ରହିଛି। ଏଥିରେ ରାଜ୍ୟ ଭିତରେ ଥିବା ଘରୋଇ ହସ୍ପିଟାଲ ଏବଂ ରାଜ୍ୟ ବାହାରର ବହୁ ବଡ଼ ବଡ଼ ଘରୋଇ ହସ୍ପିଟାଲ ସାମିଲ ରହିଛି। ଏହି ସଂଖ୍ୟାକୁ ବୃଦ୍ଧି କରାଯାଇ ୯୦୦ ହସ୍ପିଟାଲ ସାମିଲ କରାଯିବ।

ଆହୁରି ପଢ଼ନ୍ତୁ: ବିଜେଡିର ପଞ୍ଚାୟତ ଓ ପୌର ନିର୍ବାଚନ ପ୍ରସ୍ତୁତି: ଅଗଷ୍ଟ ୧୫ ସୁଦ୍ଧା ଜିଲ୍ଲା ଓ ବ୍ଲକ କମିଟି ପୁନର୍ଗଠନ ପାଇଁ ଜିଲ୍ଲା ସଭାପତିଙ୍କୁ ନବୀନଙ୍କ ପରାମର୍ଶ

ଏଥି ସହିତ ଓଡ଼ିଶାର ଲୋକମାନଙ୍କ ରୋଗପ୍ରତିରୋଧକ ଶକ୍ତି ଭାରତ ବର୍ଷର ଅନ୍ୟ ରାଜ୍ୟ ତୁଳନାରେ ଭଲ ରହିଛି। କୁପୋଷଣ ନେଇ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ କହି ଆସିଛନ୍ତି, ହେଲେ ଆଶ୍ଚର୍ଯ୍ୟ ଯେ ଓଡ଼ିଶାରେ କୁପୋଷଣ ଖୁବ ଦ୍ରୁତ ଭାବେ କମୁଛି। ଲୋକଙ୍କ ପାଖରେ କାର୍ଡ ପହଂଚିବା ସହ ଡାକ୍ତର ଓ ସ୍ୱାସ୍ଥ୍ୟ କର୍ମୀ ବୃଦ୍ଧି ହୋଇଛନ୍ତି। ନୂଆ ମେଡିକାଲ କଲେଜ ଆସିଛି, ଓଡ଼ିଶା ଭାରତରେ ଡାକ୍ତର ବଳକା ରାଜ୍ୟ ଭାବେ ଖୁବଶୀଘ୍ର ପରିଗଣିତ ହେବ।୧୫୦୦ ହସ୍ପିଟାଲକୁ ଆମ ହସ୍ପିଟାଲରେ ସାମିଲ କରି ଭିତିଭୂମି ଉନ୍ନତି କରାଯାଉଛି। SCBକୁ ବିଶ୍ୱସ୍ତରୀୟ ଓ ଏକ ହଜାର କୋଟି ଖର୍ଚ୍ଚ କରି ବୁର୍ଲା ଓ ବ୍ରହ୍ମପୁର ମେଡିକାଲକୁ ଏମସ ସ୍ତରୀୟ କରାଯିବ। କନ୍ଧମାଳ ଓ ଯାଜପୁରରେ ନୂଆ ମେଡିକାଲ କଲେଜ ହେବ। ଓଡ଼ିଶାରେ ସ୍ୱାସ୍ଥ୍ୟ ବଜେଟ ୮%, ଜାତୀୟ ହାର ମାତ୍ର ୩% ରହିଛି। ୨୦୩୪ ସୁଦ୍ଧା ଓଡ଼ିଶା ସ୍ୱାସ୍ଥ୍ୟ ବଜେଟ ଆହୁରି ବଢିବ। ୨୦୨୩-୨୨ରେ ଉଲ୍ଲେଖ ଅଛି ଯେ ସ୍ୱାସ୍ଥ୍ୟ ଖର୍ଚ୍ଚ ଓଡ଼ିଶା କରୁଛି ୪୮%। ସରକାର ଲୋକଙ୍କ ପାଇଁ ଚିନ୍ତା କରୁଛନ୍ତି, ଯାହା ଫଳରେ ପରିବାର ଖର୍ଚ୍ଚ କମୁଛି,ଆଉ ୧୦ ବର୍ଷରେ ଖର୍ଚ୍ଚ ଆହୁରି କମିବ।  ଯାହା ବିଜେପିକୁ ହଜମ ହେଉନି। ସେ ଓଡ଼ିଶାବାସୀ ଭଲ ଚାହୁଁଛି ନାଁ ନାହିଁ ଜଣା ପଡୁନି। BSKY କୁ ବନ୍ଦ କରିବାକୁ ବିଜେପି ଷଡ଼ଯନ୍ତ୍ର କରୁଛନ୍ତି। ପ୍ରଧାନମନ୍ତ୍ରୀ କି ଅନ୍ୟ କେନ୍ଦ୍ରମନ୍ତ୍ରୀ କହୁଛନ୍ତି ଓଡ଼ିଶା ଆୟୁଷ୍ମାନ ଲାଗୁ କରୁନି। ଜଣେ ବିଜେପି ମୁଖପାତ୍ର ଟ୍ୱିଟ ଜରିଆରେ କହିଛନ୍ତି ଯେ BSKY ଭଲ ନୁହେଁ। ଆୟୁଷ୍ମାନ ଯୋଜନାରେ ପ୍ରତି ପରିବାର ପାଇବ ୫ ଲକ୍ଷ। ପୁରୁଷ ମହିଳାଙ୍କ ପାଇଁ ସବୁ ସମାନ। ହେଲେ BSKY ରେ ମହିଳା ୧୦ ଲକ୍ଷ ଓ ପୁରୁଷ ମାନଙ୍କୁ ୫ ଲକ୍ଷ ଓ ସରକାରୀ ହସ୍ପିଟାଲରେ ସବୁ ମାଗଣା ଚିକିତ୍ସା ସୁବିଧା ଦିଆଯିବ। ଓଡ଼ିଶାବାସୀ ଆୟୁଷ୍ମାନ ଭାରତକୁ ରିଜେକ୍ଟ କରିଛନ୍ତି। କାରଣ ସେମାନେ ଜାଣିଛନ୍ତି ବୀମା କମ୍ପାନୀ ବିନା ସ୍ୱାସ୍ଥ୍ୟ ସୁବିଧା ମିଳୁଛି। ବିଜେପି ଆସିଲେ ଆଗ BSKY ବନ୍ଦ କରିବ। ଆମେ ଏହା କରିବାକୁ ଦେବୁନି।  ଆୟୁଷ୍ମାନରେ ୧୯୪୯ କ୍ଷେତ୍ର ଥିବା ବେଳେ BSKY ରେ ୨୦୭୧ କ୍ଷେତ୍ରରେ ଚିକିତ୍ସା ମିଳୁଛି।BSKY ସାରା ରାଜ୍ୟରେ ଲାଗୁ ହେଲେ, ବିଜେପିର ନିଦ ହଜିଯିବ। ମ୍ୟାଲେରିଆ ଓଡ଼ିଶାରେ ବଢିଛି ବୋଲି କୁହାଗଲା। ହେଲେ WHO କହୁଛି ଯେ ଓଡ଼ିଶାରେ ସବୁଠାରୁ ଦ୍ରୁତ ଗତିରେ ମ୍ୟାଲେରିଆ ହ୍ରାସ ପାଉଛି। ୨୦୧୫-୨୧ ଯାଏଁ ଭାରତ ସରକାର ପୁରସ୍କାର ଵି ଦେଇଛନ୍ତି। ହେଲେ ଏଠି ଆସି କହୁଛନ୍ତି କାମ ହେଉନି। ୮୦% ମ୍ୟାଲେରିଆ ମୃତ୍ୟୁ ରୋକା ଯାଇଛି।

ଆହୁରି ପଢ଼ନ୍ତୁ: ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ବାହୁଡା ଯାତ୍ରା: ଆଜି ଗଡିବ ନନ୍ଦିଘୋଷ ଓ ଦର୍ପଦଳନ ରଥ

ଏଥି ସହିତ TB କମିବାରେ ଆମେ ଦ୍ଵିତୀୟ। ଚିକିତ୍ସା ସୁବିଧା ଆହୁରି ବଢିବାକୁ ଇସ୍ଥାହାରରେ କୁହାଯାଇଛି। ବିଜେପି ମିଥ୍ୟା ତଥାରେ ଭୁଆଁ ବୁଲାଇବାକୁ ଚେଷ୍ଟା କରୁଛନ୍ତି। ହେଲେ ସବୁବେଳେ ଏହା ହେବନି। ଓଡ଼ିଶାବାସୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହୃଦୟ କାନ୍ଦୁଛି। ୪୧୨୭ ଡାକ୍ତର ୨୦୨୩ରେ ନିଯୁକ୍ତି ପାଇଛନ୍ତି। ଗତ ଦଶ ବର୍ଷରେ ୧୦ ହଜାର ଡାକ୍ତର ନିଯୁକ୍ତି ପାଇଛନ୍ତି। ୧୨ ହଜାର ପାରା ମେଡିକାଲ ଷ୍ଟାଫ, ୮ ନୂଆ ମେଡିକାଲ କଲେଜ ଖୋଇଛି। ୨୫୨୫ ଡାକ୍ତର ଓ ୧୦୦୭ ସ୍ପେସିଆଲଷ୍ଟି ପ୍ରତି ବର୍ଷ ବାହାରିବେ।୨୫ ବର୍ଷ ହେବ ମୁଖ୍ୟମନ୍ତ୍ରୀ ସ୍ୱାସ୍ଥ୍ୟ ସେବା ଉନ୍ନତି କରିବାରେ ଲାଗିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସଂସଦରେ କହିଛନ୍ତି, ୨୪୯୫ ଲୋକଙ୍କ ପାଇଁ ଜଣେ ଡାକ୍ତର. ଉତ୍ତର ପ୍ରଦେଶରେ ୩୬୯୨ ପାଇଁ ଜଣେ ଡାକ୍ତର, ମଧ୍ୟ ପ୍ରଦେଶରେ ୨୬୯୧ ଲୋକଙ୍କ ପାଇଁ ଜଣେ ଡାକ୍ତର ଅଛନ୍ତି। ସଂସଦରେ ସତ କହିବାକୁ ପଡିବ। ଓଡ଼ିଶା ବିଜେପି ବାରମ୍ବାର ମିଛ କହି ସତ କରିବାକୁ ଚେଷ୍ଟା କରୁଛି। CT ସ୍କାନ ୧୩ ରୁ ୨୧ ସେଣ୍ଟରକୁ ହେଲାଣି। ନିଦାନ ସ୍କିମରେ ୧୩୮% ବଢିଛି ମାଗଣା diagnostics, MRI ୨୩୫% ବଢିଛି। ମିଥ୍ୟା ପରିବେଷଣ ଜାଣିଶୁଣି କରୁଛି ବିଜେପି। ଉନ୍ନତି ସ୍ୱାସ୍ଥ୍ୟ ସେବା ଯେପରି ନ ପାଆନ୍ତୁ ଓଡ଼ିଶା, ତାହା ବିଜେପିର ପ୍ରୟାସ।  BSKY ହିତାଧିକାରୀ ଅନଲାଇନ ସୁବିଧା ପାଇଛନ୍ତି। ସବୁ ସ୍ତରରେ ଚେକିଂ ବ୍ୟବସ୍ଥା ଅଛି। SHAS ର ପ୍ୟାନେଲ ଡାକ୍ତର 100% ଯାଞ୍ଚ କରୁଛନ୍ତି। ଭୁଲରେ ଯେପରି କୌଣସି ଲୋକ ସ୍ୱାସ୍ଥ୍ୟ ସୁବିଧାଇଉ ବଂଚିତ ନ ହୁଅନ୍ତୁ, ମୁଖ୍ୟମନ୍ତ୍ରୀ ସବୁ ଯାଞ୍ଚ କରୁଛନ୍ତି। ୩୯୫% ପଜିଟିଭ ଫିଡ଼ବ୍ୟାକ ଆସୁଛି। ବିଜେପି ମିଛ କହୁଛି ଯେ ଡାକ୍ତର ଚାକିରୀ ନ ପାଇ ଦାଦନ ଖଟୁଛି. ଏହା ଡାକ୍ତରଙ୍କ ପାଇଁ ଅପମାନ। ଦାଦନ ଶବ୍ଦ କେଉଁଠି ବ୍ୟବହାର ହୁଏ। ନିଜ କଥାକୁ ନିଜ କଥା କାଟୁଛି। ଡାଟା ଅଛି, ଓଡ଼ିଶାରେ ସରକାରୀ ସ୍ତରରେ ୧୮୦୬ ମେଡିକାଲ ଓ ୬୯୫ ଘରୋଇ ହସ୍ପିଟାଲ ଅଛି। ବିଜେପି ଶାସିତ ରାଜ୍ୟରେ ୩ ଗୁଣ ଅଧିକ ଘରୋଇ ହସ୍ପିଟାଲ ଅଛି। ସରକାରୀ ସୁବିଧା କିପରି ଉନ୍ନତି ହେବ, ୨୫ ବର୍ଷରେ ମୁଖ୍ୟମନ୍ତ୍ରୀ କାମ କରୁଛନ୍ତି। ବିଜେପି ଘରୋଇ ହସ୍ପିଟାଲ ଉପରେ ଅଧିକ ନିର୍ଭରଶୀଳ।

ଆହୁରି ପଢ଼ନ୍ତୁ: ବିଶ୍ୱାସ ଭାଙ୍ଗିଛି ଶିକ୍ଷା ବିଭାଗ, ତୁରନ୍ତ ଇସ୍ତଫା ଦିଅନ୍ତୁ ଗଣଶିକ୍ଷାମନ୍ତ୍ରୀ: ନବୀନ

19 May 2024 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର