ଲୋକକଳା ଲାଗି ରାଜ୍ୟସଭାରେ ଉଦବେଗ ପ୍ରକାଶ କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଲୋକକଳା କ୍ଷେତ୍ରର ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ଗଞ୍ଜାମ ଜିଲ୍ଲାର ପ୍ରହଲ୍ଲାଦ ନାଟକ ଓ କଳାହାଣ୍ଡି ଜିଲ୍ଲାର ଘୁମୁରା ନାଚ ପାଇଁ ନିୟମିତ ଲୋକକଳା ମଣ୍ଡଳୀ ପ୍ରତିଷ୍ଠା ପାଇଁ ଶ୍ରୀ ମଙ୍ଗରାଜ କେନ୍ଦ୍ର ନିକଟରେ ଦାବି କରିଛନ୍ତି । ବୁଧବାର ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ସାଂସଦ ଶ୍ରୀ ମଙ୍ଗରାଜ କହିଛନ୍ତି ଯେ ପ୍ରୋତ୍ସାହନ ଅଭାବରୁ ଓଡ଼ିଶାର ଏହି ଦୁଇ ପ୍ରସିଦ୍ଧ […]

ଭୁବନେଶ୍ୱର: ରାଜ୍ୟରେ ଲୋକକଳା କ୍ଷେତ୍ରର ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ଗଞ୍ଜାମ ଜିଲ୍ଲାର ପ୍ରହଲ୍ଲାଦ ନାଟକ ଓ କଳାହାଣ୍ଡି ଜିଲ୍ଲାର ଘୁମୁରା ନାଚ ପାଇଁ ନିୟମିତ ଲୋକକଳା ମଣ୍ଡଳୀ ପ୍ରତିଷ୍ଠା ପାଇଁ ଶ୍ରୀ ମଙ୍ଗରାଜ କେନ୍ଦ୍ର ନିକଟରେ ଦାବି କରିଛନ୍ତି ।

ଆହୁରି ପଢ଼ନ୍ତୁ: ଆଜିଠୁ ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା

ବୁଧବାର ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ସାଂସଦ ଶ୍ରୀ ମଙ୍ଗରାଜ କହିଛନ୍ତି ଯେ ପ୍ରୋତ୍ସାହନ ଅଭାବରୁ ଓଡ଼ିଶାର ଏହି ଦୁଇ ପ୍ରସିଦ୍ଧ ଲୋକକଳା ଅବଲୁପ୍ତ ଅବସ୍ଥାରେ ପହଞ୍ଚିଲାଣି । ଏଣୁ ଏହାର ପନରୁଦ୍ଧାର ନେଇ ଉଦ୍ୟମ କରାଯିବା ଦରକାର । ଏହି ଦୁଇ ଲୋକକଳା ପାଇଁ ୨ଟି ଲୋକକଳା ମଣ୍ଡଳୀ ଖୋଲିବାର ଆବଶ୍ୟକତା ରହିଛି । କେନ୍ଦ୍ର ସରକାର ତୁରନ୍ତ ଏହି ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି । ସେ କହିଛନ୍ତି ଯେ ଲୋକକଳା ଓ ସଂସ୍କୃତି କ୍ଷେତ୍ରରେ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ । ପ୍ରାଚୀନ ଓଡ଼ିଶାର ସଂସ୍କୃତି ଓ ସଭ୍ୟତା ସହ ଏହି ଲୋକକଳାଗୁଡ଼ିକର ଗଭୀର ସମ୍ପର୍କ ରହିଛି । ଏହା ଓଡ଼ିଶାର ଭାବାବେଗ ଓ ପରମ୍ପରା ସହ ମଧ୍ୟ ଜଡ଼ିତ । ମାତ୍ର ବିଡମ୍ବନା ହେଉଛି ଯେ ଏହି ଦୁଇ ଲୋକକଳାର କଳାକାରମାନେ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି । ଏହି ଲୋକକଳାକୁ ଆବଶ୍ୟକୀୟ ପ୍ରୋତ୍ସାହନ ମିଳିଲେ କଳାକାରମାନେ ଉପକୃତ ହେବା ସହ ଲୋକକଳାର ପ୍ରଚାର ପ୍ରସାର ହୋଇପାରିବ । ଏହି ଦୁଇ ଐତିହ୍ୟ ଲୋକକଳାର ସ୍ୱତନ୍ତ୍ରତାକୁ ବଜାୟ ରଖିବାକୁ ହେଲେ କେନ୍ଦ୍ର ସରକାର ଏହାର ପୁନଃବିକାଶ ନେଇ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀମଙ୍ଗରାଜ କହିଛନ୍ତି ।

ଆହୁରି ପଢ଼ନ୍ତୁ: କୋର୍ଟ ସମ୍ମୁଖରେ ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଟାଙ୍ଗିଆରେ ହାଣି ହତ୍ୟା କଲେ ଦୁର୍ବୃତ୍ତ

02 Aug 2023 By The Sakala

ଲୋକକଳା ଲାଗି ରାଜ୍ୟସଭାରେ ଉଦବେଗ ପ୍ରକାଶ କଲେ ବିଜେଡି ସାଂସଦ ମାନସ ମଙ୍ଗରାଜ

ଭୁବନେଶ୍ୱର: ରାଜ୍ୟରେ ଲୋକକଳା କ୍ଷେତ୍ରର ବିକାଶ ନିମନ୍ତେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ବିଜେଡି ସାଂସଦ ମାନସ ରଞ୍ଜନ ମଙ୍ଗରାଜ । ଗଞ୍ଜାମ ଜିଲ୍ଲାର ପ୍ରହଲ୍ଲାଦ ନାଟକ ଓ କଳାହାଣ୍ଡି ଜିଲ୍ଲାର ଘୁମୁରା ନାଚ ପାଇଁ ନିୟମିତ ଲୋକକଳା ମଣ୍ଡଳୀ ପ୍ରତିଷ୍ଠା ପାଇଁ ଶ୍ରୀ ମଙ୍ଗରାଜ କେନ୍ଦ୍ର ନିକଟରେ ଦାବି କରିଛନ୍ତି ।

ବୁଧବାର ରାଜ୍ୟସଭାରେ ଏହି ପ୍ରସଙ୍ଗ ଉଠାଇ ସାଂସଦ ଶ୍ରୀ ମଙ୍ଗରାଜ କହିଛନ୍ତି ଯେ ପ୍ରୋତ୍ସାହନ ଅଭାବରୁ ଓଡ଼ିଶାର ଏହି ଦୁଇ ପ୍ରସିଦ୍ଧ ଲୋକକଳା ଅବଲୁପ୍ତ ଅବସ୍ଥାରେ ପହଞ୍ଚିଲାଣି । ଏଣୁ ଏହାର ପନରୁଦ୍ଧାର ନେଇ ଉଦ୍ୟମ କରାଯିବା ଦରକାର । ଏହି ଦୁଇ ଲୋକକଳା ପାଇଁ ୨ଟି ଲୋକକଳା ମଣ୍ଡଳୀ ଖୋଲିବାର ଆବଶ୍ୟକତା ରହିଛି । କେନ୍ଦ୍ର ସରକାର ତୁରନ୍ତ ଏହି ଦିଗରେ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ସେ ଦାବି କରିଛନ୍ତି । ସେ କହିଛନ୍ତି ଯେ ଲୋକକଳା ଓ ସଂସ୍କୃତି କ୍ଷେତ୍ରରେ ଓଡ଼ିଶା ଏକ ସମୃଦ୍ଧ ରାଜ୍ୟ । ପ୍ରାଚୀନ ଓଡ଼ିଶାର ସଂସ୍କୃତି ଓ ସଭ୍ୟତା ସହ ଏହି ଲୋକକଳାଗୁଡ଼ିକର ଗଭୀର ସମ୍ପର୍କ ରହିଛି । ଏହା ଓଡ଼ିଶାର ଭାବାବେଗ ଓ ପରମ୍ପରା ସହ ମଧ୍ୟ ଜଡ଼ିତ । ମାତ୍ର ବିଡମ୍ବନା ହେଉଛି ଯେ ଏହି ଦୁଇ ଲୋକକଳାର କଳାକାରମାନେ ଦୁର୍ଦ୍ଦଶା ଦେଇ ଗତି କରୁଛନ୍ତି । ଏହି ଲୋକକଳାକୁ ଆବଶ୍ୟକୀୟ ପ୍ରୋତ୍ସାହନ ମିଳିଲେ କଳାକାରମାନେ ଉପକୃତ ହେବା ସହ ଲୋକକଳାର ପ୍ରଚାର ପ୍ରସାର ହୋଇପାରିବ । ଏହି ଦୁଇ ଐତିହ୍ୟ ଲୋକକଳାର ସ୍ୱତନ୍ତ୍ରତାକୁ ବଜାୟ ରଖିବାକୁ ହେଲେ କେନ୍ଦ୍ର ସରକାର ଏହାର ପୁନଃବିକାଶ ନେଇ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ଶ୍ରୀମଙ୍ଗରାଜ କହିଛନ୍ତି ।

https://www.thesakala.in/latest-odisha-news/bjd-mp-manas-mangaraj-expressed-his-concern-in-the-rajya-sabha-about-folk-art/article-24075
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର