ନୂଆ ସଂସଦ ଭବନରେ ପ୍ରଥମ ବିଲ୍ ଭାବେ ପାସ୍ ହେଉ ମହିଳା ସଂରକ୍ଷଣ ବିଲ୍, ଦାବି କଲେ ବିଜେଡି ସାଂସଦ ସସ୍ମିତ ପାତ୍ର

The Sakala Picture
Published On

ନୂଆଦିଲ୍ଲୀ : ପୁଣିଥରେ ଜାତୀୟ ସଂସଦରେ ମହିଳା ସଂରକ୍ଷଣ ବିଲ୍‌‌ ସମ୍ପର୍କରେ ଦାବି ଉଠାଇଛି ବିଜୁ ଜନତା ଦଳ। ଆଜିଠୁ ଆରମ୍ଭ ହୋଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍‌‌ ପାସ୍‌ ନେଇ ଦାବି କରିଛନ୍ତି ବିଜୁ ଜନତା ଦଳର ସାଂସଦ ସସ୍ମିତ ପାତ୍ର। ୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ସ୍ବତନ୍ତ୍ର ଅଧିବେଶନ ଆଜି ପୁରୁଣା ସଂସଦ ଭବନରେ ବସିଥିବା ବେଳେ ଆସନ୍ତାକାଲି ଅର୍ଥାତ ଗଣେଶ ପୂଜାରୁ ନବ ନିର୍ମିତ ସଂସଦ ଭବନରେ […]

ନୂଆଦିଲ୍ଲୀ : ପୁଣିଥରେ ଜାତୀୟ ସଂସଦରେ ମହିଳା ସଂରକ୍ଷଣ ବିଲ୍‌‌ ସମ୍ପର୍କରେ ଦାବି ଉଠାଇଛି ବିଜୁ ଜନତା ଦଳ। ଆଜିଠୁ ଆରମ୍ଭ ହୋଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍‌‌ ପାସ୍‌ ନେଇ ଦାବି କରିଛନ୍ତି ବିଜୁ ଜନତା ଦଳର ସାଂସଦ ସସ୍ମିତ ପାତ୍ର। ୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ସ୍ବତନ୍ତ୍ର ଅଧିବେଶନ ଆଜି ପୁରୁଣା ସଂସଦ ଭବନରେ ବସିଥିବା ବେଳେ ଆସନ୍ତାକାଲି ଅର୍ଥାତ ଗଣେଶ ପୂଜାରୁ ନବ ନିର୍ମିତ ସଂସଦ ଭବନରେ ବସିବ। ତେବେ ଆଜି ପୁରୁଣା ସଂସଦ ଭବନର ଶେଷ ଦିନରେ ବିଜେଡି ସାଂସଦ ସସ୍ମିତ ପାତ୍ର କାଲି ନୂଆ ସଂସଦ ଭବରେ ପ୍ରଥମ ବିଲ୍‌ ଭାବେ ମହିଳା ସଂରକ୍ଷଣ ବିଲ୍ ପାସ୍‌ କରାଯାଉ ବୋଲି ଦାବି କରିଛନ୍ତି।

ଆହୁରି ପଢ଼ନ୍ତୁ: କେବଳ ଅନ୍ତର୍ଜାତୀୟ ମହିଳା ଦିବସ ନୁହେଁ ମହିଳାମାନଙ୍କୁ ପ୍ରତ୍ୟେକ ଦିନ ସମ୍ମାନ ଦିଆଯିବା ଦରକାର: ଶୁଭାଶିଷ୍‌

ଗତକାଲି ମଧ୍ୟ  ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକରେ ବିଜେଡି ସାଂସଦ ମହିଳା ସଂରକ୍ଷଣ ବିଲ୍‌‌ ସମ୍ପର୍କରେ ଦାବି ଉଠାଇଥିଲା। ଗତକାଲି ସର୍ବଦଳୀୟ ବୈଠକରେ ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ଓ ଲୋକସଭାରେ ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଯୋଗ ଦେଇଥିଲେ। ଏହି ଅବସରରେ ସେମାନେ ମହିଳା ସଂରକ୍ଷଣ ବିଲ୍‌‌ ନେଇ ଦାବି ଉଠାଇଥିଲେ। ସ୍ୱତନ୍ତ୍ର ଅଧିବେଶନକୁ ନେଇ ଦେଶବ୍ୟାପୀ ବେଶ୍‌‌ ଚର୍ଚ୍ଚା ଆଲୋଚନା ପ୍ରକାଶ ପାଉଛି। କିଛିଦିନ ତଳେ ଉପରାଷ୍ଟ୍ରପତି ଜଗଦୀପ୍‌‌ ଧନଖଡ଼ଙ୍କ ଏକ ପ୍ରତିକ୍ରିୟାକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍‌‌ ଆଗତ କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଆଲୋଚନା ଜୋର୍‌‌ ଧରିଥିଲା। ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ସେ ଦିନ ଆଉ ବେଶି ଦୂର ନୁହେଁ ଯେତେବେଳେ ସମ୍ବିଧାନରେ ଆବଶ୍ୟକୀୟ ସଂଶୋଧନ କରାଯାଇ ମହିଳାଙ୍କୁ ଉଚିତ୍‌‌ ପ୍ରତିନିଧିତ୍ୱ ମିଳିବ।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

ତେବେ ଜାତୀୟସ୍ତରରେ ମହିଳା ସଂରକ୍ଷଣ ବିଲ୍‌‌କୁ ପାରିତ କରିବା ପାଇଁ ଦୀର୍ଘବର୍ଷ ଧରି ବିଜୁ ଜନତା ଦଳ ଦେଶରେ ଏକ ପ୍ରକାର ଆନ୍ଦୋଳନ ଚଳାଇ ଆସୁଛି। ସଂସଦର ଉଭୟ ସଦନଟାରୁ ଆରମ୍ଭ କରି ବିଭିନ୍ନ ଫୋରମରେ ଦଳୀୟ ନେତାମାନେ ମହିଳା ସଂରକ୍ଷଣ ବିଧେୟକ ପାରିତ କରାଇବାକୁ ଦାବି କରି ଆସୁଥିଲେ। ଏପରିକି ବିଭିନ୍ନ ଜାତୀୟ ତଥା ଆଞ୍ଚଳିକ ଦଳଙ୍କ ମଧ୍ୟରେ ସହମତି ସୃଷ୍ଟିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିନିଧିମାନଙ୍କୁ ଅତୀତରେ ପଠାଇଛନ୍ତି। ଅତଏବ ଯଦି ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍‌‌ ଆଗତ ହେବା ସହ ପାରିତ ହୁଏ, ତାହେଲେ ଏହା ଓଡ଼ିଶାର ଦୀର୍ଘଦିନର ଦାବିକୁ କେନ୍ଦ୍ରର ଏକ ପ୍ରକାର ମୋହର ସଦୃଶ୍ୟ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର୍‌‌ ଧରିଛି।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

18 Sep 2023 By The Sakala

ନୂଆ ସଂସଦ ଭବନରେ ପ୍ରଥମ ବିଲ୍ ଭାବେ ପାସ୍ ହେଉ ମହିଳା ସଂରକ୍ଷଣ ବିଲ୍, ଦାବି କଲେ ବିଜେଡି ସାଂସଦ ସସ୍ମିତ ପାତ୍ର

ନୂଆଦିଲ୍ଲୀ : ପୁଣିଥରେ ଜାତୀୟ ସଂସଦରେ ମହିଳା ସଂରକ୍ଷଣ ବିଲ୍‌‌ ସମ୍ପର୍କରେ ଦାବି ଉଠାଇଛି ବିଜୁ ଜନତା ଦଳ। ଆଜିଠୁ ଆରମ୍ଭ ହୋଇଥିବା ସଂସଦର ସ୍ବତନ୍ତ୍ର ଅଧିବେଶନରେ ମହିଳା ସଂରକ୍ଷଣ ବିଲ୍‌‌ ପାସ୍‌ ନେଇ ଦାବି କରିଛନ୍ତି ବିଜୁ ଜନତା ଦଳର ସାଂସଦ ସସ୍ମିତ ପାତ୍ର। ୨୨ ତାରିଖ ଯାଏ ଚାଲିବାକୁ ଥିବା ଏହି ସ୍ବତନ୍ତ୍ର ଅଧିବେଶନ ଆଜି ପୁରୁଣା ସଂସଦ ଭବନରେ ବସିଥିବା ବେଳେ ଆସନ୍ତାକାଲି ଅର୍ଥାତ ଗଣେଶ ପୂଜାରୁ ନବ ନିର୍ମିତ ସଂସଦ ଭବନରେ ବସିବ। ତେବେ ଆଜି ପୁରୁଣା ସଂସଦ ଭବନର ଶେଷ ଦିନରେ ବିଜେଡି ସାଂସଦ ସସ୍ମିତ ପାତ୍ର କାଲି ନୂଆ ସଂସଦ ଭବରେ ପ୍ରଥମ ବିଲ୍‌ ଭାବେ ମହିଳା ସଂରକ୍ଷଣ ବିଲ୍ ପାସ୍‌ କରାଯାଉ ବୋଲି ଦାବି କରିଛନ୍ତି।

ଗତକାଲି ମଧ୍ୟ  ସଂସଦର ସ୍ବତନ୍ତ୍ର ଅଧିବେଶନ ପୂର୍ବରୁ ବସିଥିବା ସର୍ବଦଳୀୟ ବୈଠକରେ ବିଜେଡି ସାଂସଦ ମହିଳା ସଂରକ୍ଷଣ ବିଲ୍‌‌ ସମ୍ପର୍କରେ ଦାବି ଉଠାଇଥିଲା। ଗତକାଲି ସର୍ବଦଳୀୟ ବୈଠକରେ ରାଜ୍ୟସଭାରେ ବିଜେଡିର ସଂସଦୀୟ ଦଳ ନେତା ସସ୍ମିତ ପାତ୍ର ଓ ଲୋକସଭାରେ ସଂସଦୀୟ ଦଳ ନେତା ପିନାକୀ ମିଶ୍ର ଯୋଗ ଦେଇଥିଲେ। ଏହି ଅବସରରେ ସେମାନେ ମହିଳା ସଂରକ୍ଷଣ ବିଲ୍‌‌ ନେଇ ଦାବି ଉଠାଇଥିଲେ। ସ୍ୱତନ୍ତ୍ର ଅଧିବେଶନକୁ ନେଇ ଦେଶବ୍ୟାପୀ ବେଶ୍‌‌ ଚର୍ଚ୍ଚା ଆଲୋଚନା ପ୍ରକାଶ ପାଉଛି। କିଛିଦିନ ତଳେ ଉପରାଷ୍ଟ୍ରପତି ଜଗଦୀପ୍‌‌ ଧନଖଡ଼ଙ୍କ ଏକ ପ୍ରତିକ୍ରିୟାକୁ ନେଇ ବହୁ କଳ୍ପନାଜଳ୍ପନା ପ୍ରକାଶ ପାଉଥିବା ବେଳେ କେନ୍ଦ୍ର ସରକାର ମହିଳା ସଂରକ୍ଷଣ ବିଲ୍‌‌ ଆଗତ କରିପାରନ୍ତି ବୋଲି ଜାତୀୟ ଗଣମାଧ୍ୟମରେ ଆଲୋଚନା ଜୋର୍‌‌ ଧରିଥିଲା। ଏକ କାର୍ଯ୍ୟକ୍ରମରେ ସେ କହିଥିଲେ ଯେ ସେ ଦିନ ଆଉ ବେଶି ଦୂର ନୁହେଁ ଯେତେବେଳେ ସମ୍ବିଧାନରେ ଆବଶ୍ୟକୀୟ ସଂଶୋଧନ କରାଯାଇ ମହିଳାଙ୍କୁ ଉଚିତ୍‌‌ ପ୍ରତିନିଧିତ୍ୱ ମିଳିବ।

ତେବେ ଜାତୀୟସ୍ତରରେ ମହିଳା ସଂରକ୍ଷଣ ବିଲ୍‌‌କୁ ପାରିତ କରିବା ପାଇଁ ଦୀର୍ଘବର୍ଷ ଧରି ବିଜୁ ଜନତା ଦଳ ଦେଶରେ ଏକ ପ୍ରକାର ଆନ୍ଦୋଳନ ଚଳାଇ ଆସୁଛି। ସଂସଦର ଉଭୟ ସଦନଟାରୁ ଆରମ୍ଭ କରି ବିଭିନ୍ନ ଫୋରମରେ ଦଳୀୟ ନେତାମାନେ ମହିଳା ସଂରକ୍ଷଣ ବିଧେୟକ ପାରିତ କରାଇବାକୁ ଦାବି କରି ଆସୁଥିଲେ। ଏପରିକି ବିଭିନ୍ନ ଜାତୀୟ ତଥା ଆଞ୍ଚଳିକ ଦଳଙ୍କ ମଧ୍ୟରେ ସହମତି ସୃଷ୍ଟିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ପ୍ରତିନିଧିମାନଙ୍କୁ ଅତୀତରେ ପଠାଇଛନ୍ତି। ଅତଏବ ଯଦି ଆଗାମୀ ସ୍ୱତନ୍ତ୍ର ଅଧିବେଶନରେ ଏହି ବିଲ୍‌‌ ଆଗତ ହେବା ସହ ପାରିତ ହୁଏ, ତାହେଲେ ଏହା ଓଡ଼ିଶାର ଦୀର୍ଘଦିନର ଦାବିକୁ କେନ୍ଦ୍ରର ଏକ ପ୍ରକାର ମୋହର ସଦୃଶ୍ୟ ହେବ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର୍‌‌ ଧରିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର