ଅପରାଧୀମାନଙ୍କୁ କୋଳେଇ ନେବା ବିଜେପିର କେଉଁ ପ୍ରକାର ଓଡ଼ିଆ ଅସ୍ମିତା : ଭୃଗୁ ବକ୍ସିପାତ୍ର

The Sakala Picture
Published On

ଭୁବନେଶ୍ୱର : ଗତକାଲି ନିର୍ବାଚନ ପ୍ରଚାର ପାଇଁ ଗଞ୍ଜାମ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଞ୍ଚରେ ପ୍ରଦୀପ ପାଣିଗ୍ରାହୀଙ୍କ ପରି ଜଣେ ଅପରାଧୀଙ୍କୁ ବସାଇବା ଆଶ୍ଚର୍ଯ୍ୟଜନକ। ଯେଉଁ ପ୍ରଦୀପ ପାଣିଗ୍ରାହୀ ଚାକିରି ପାଇଁ ଲୋକଙ୍କଠାରୁ ଟଙ୍କା ଆଦାୟ କରି ଠକିଛନ୍ତି, ଚାର୍ଜସିଟ୍‌ ହୋଇ ଜେଲ୍‌ ଯାଇଛନ୍ତି । ତାଙ୍କ ବିରୋଧରେ କୋର୍ଟ ଅଭିଯୋଗ ନିର୍ଦ୍ଧାରଣ କରି ଅଦାଲତରେ ନିୟମିତ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ତାଙ୍କୁ ମଞ୍ଚରେ ବସାଇବା ଦେଖି ମୁଁ ଆଶ୍ଚର୍ଯ୍ୟ ଏବଂ […]

ଭୁବନେଶ୍ୱର : ଗତକାଲି ନିର୍ବାଚନ ପ୍ରଚାର ପାଇଁ ଗଞ୍ଜାମ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଞ୍ଚରେ ପ୍ରଦୀପ ପାଣିଗ୍ରାହୀଙ୍କ ପରି ଜଣେ ଅପରାଧୀଙ୍କୁ ବସାଇବା ଆଶ୍ଚର୍ଯ୍ୟଜନକ। ଯେଉଁ ପ୍ରଦୀପ ପାଣିଗ୍ରାହୀ ଚାକିରି ପାଇଁ ଲୋକଙ୍କଠାରୁ ଟଙ୍କା ଆଦାୟ କରି ଠକିଛନ୍ତି, ଚାର୍ଜସିଟ୍‌ ହୋଇ ଜେଲ୍‌ ଯାଇଛନ୍ତି । ତାଙ୍କ ବିରୋଧରେ କୋର୍ଟ ଅଭିଯୋଗ ନିର୍ଦ୍ଧାରଣ କରି ଅଦାଲତରେ ନିୟମିତ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ତାଙ୍କୁ ମଞ୍ଚରେ ବସାଇବା ଦେଖି ମୁଁ ଆଶ୍ଚର୍ଯ୍ୟ ଏବଂ ଏପରି ଏକ ଦଳରେ ୨୩ ବର୍ଷ ରହିବା ମୋର ଦୁର୍ଭାଗ୍ୟ ବୋଲି କହିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର।

ଆହୁରି ପଢ଼ନ୍ତୁ: ପ୍ରସ୍ତାବିତ ଠିପି ଖୋଲା ବିଦେଶୀ ମଦ ଦୋକାନକୁ ବିରୋଧ, ଜିଲ୍ଲାପାଳ ଅଫିସ ଘେରିଲେ ଶତାଧିକ ମହିଳା

https://www.youtube.com/watch?v=0fT_aj4eDbI

ଆହୁରି ପଢ଼ନ୍ତୁ: ସାଇବର ଠକେଇ ରୋକିବାକୁ ଓଡ଼ିଶା ପୋଲିସର ବଡ଼ ପଦକ୍ଷେପ: ଆରମ୍ଭ ହେଲା 'ଇ-ଜିରୋ ଏଫଆଇଆର' ବ୍ୟବସ୍ଥା

ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ ସମସ୍ତେ ଜାଣିଛନ୍ତି ପ୍ରଦୀପ ପାଣିଗ୍ରାହୀ କିପରି ଗରିବ ଯୁବକ ଯୁବତୀଙ୍କୁ ଚାକିରୀ ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଠକି ନେଇଥିଲେ। ଏହି ଅପରାଧ ପାଇଁ ତାଙ୍କ ବିରୋଧରେ ଭିଜିଲାନ୍ସ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରିଛି। ଅଦାଲତ ତାଙ୍କ ବିରୋଧରେ ଚାର୍ଜଫ୍ରେମ୍‌ କରିଛନ୍ତି। ଏପରି ଜଣେ ବ୍ୟକ୍ତିଙ୍କୁ ନିଜ ପାଖରେ ବସାଇ ବିଜେପି ରାଷ୍ଟ୍ରୀୟ ସଭାପତି ଭୋଟ ଭିକ୍ଷା କରିବା ହାସ୍ୟାସ୍ପଦ ଛଡ଼ା ଆଉ କିଛି ନୁହେଁ। ମୁଁ ୨୩ ବର୍ଷ ଧରି ଭାରତୀୟ ଜନତା ପାର୍ଟିରେ ଥିଲି। ଏକ ଭିନ୍ନ ଆଭିମୁଖ୍ୟ ନେଇ ବିଜେପି କାର୍ଯ୍ୟ କରୁଛି ବୋଲି ହୃଦବୋଧ କରି ମୁଁ ସେହି ଦଳରେ ଯୋଗ ଦେଇଥିଲି। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମୁଁ ଏହି ଦଳ ପାଇଁ ଅବିଶ୍ରାନ୍ତ ଭାବେ କାମ କଲି। ଦଳକୁ ମୁଁ ଲହୁ ଲୁହ ଦେଇଥିଲି; କିନ୍ତୁ ସେହିଦିନ ମୋ ବିଶ୍ୱାସକୁ ବଡ଼ ଆଘାତ ଲାଗିଲା ଯେତେବେଳେ ପ୍ରଦୀପ ପାରିଗ୍ରାହୀଙ୍କ ଭଳି ଜଣେ ଅପରାଧୀଙ୍କୁ ଓଡ଼ିଶା ବିଜେପି ବାହୁ ପ୍ରସାରି କୋଳେଇ ନେଲଶ। ତାଙ୍କର ଅପରାଧିକ କାର୍ଯ୍ୟକଳାପ ପ୍ରତି ରାଜ୍ୟ ବିଜେପି ନେତୃତ୍ୱ ସମ୍ପୂର୍ଣ୍ଣ ଆଖି ବୁଜିଦେଇ ଦଳରେ ସ୍ୱାଗତ ଜଣାଇବା କେବଳ ମୋତେ ନୁହେଁ, ଅନ୍ୟମାନଙ୍କୁ ବି ବହୁତ ବାଧିଥିଲା। ଓଡ଼ିଶାର ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା କମୀଙ୍କୁ ମନୋବଳ ଭାଙ୍ଗି ଦେଇଥିଲା। ପ୍ରଦୀପଙ୍କ ଭଳି ଜଣେ ଜଘନ୍ୟ ବ୍ୟକ୍ତିଙ୍କୁ ଦଳରେ ସାମିଲ କରିବାକୁ ସମସ୍ତେ ବିରୋଧ କରିଥିଲେ। ଏପରିସ୍ଥଳେ ବିଜେପି ଏକ ଭିନ୍ନ ଆଦର୍ଶର ଦଳ ବୋଲି ଏହାର ନେତୃତ୍ୱ କିପରି କହିପାରୁଛନ୍ତି ତାହା ଆମକୁ ଚକିତ କରୁଛି।

ଆହୁରି ପଢ଼ନ୍ତୁ: ଓଡ଼ିଶା କ୍ୟାଡରରୁ ପୁଣି ଜଣେ ଆଇପିଏସ୍‌ଙ୍କ ଇସ୍ତଫା: ଜଗମୋହନଙ୍କ ପରେ ଚାକିରି ଛାଡ଼ିଲେ ସି.ଏ. ରାମଦାସ

ରାଜ୍ୟ ବିଜେପି ନେତୃତ୍ୱଙ୍କୁ ସମାଲୋଚନା କରି ଶ୍ରୀ ବକ୍ସିପାତ୍ର କହିଛନ୍ତି, ଆପଣ ଯେତେବେଳେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି, ସେତେବେଳେ ପ୍ରଦୀପ ପାଣିଗ୍ରାହୀ ଏବଂ ପ୍ରଶାନ୍ତ ଜଗଦେବଙ୍କ ଭଳି ଅପରାଧ ପ୍ରବୃତିର ବ୍ୟକ୍ତିଙ୍କୁ ନିଜ ଦଳରେ ସ୍ଥାନ ଦେଇଛନ୍ତି ବୋଲି କିପରି ଭୁଲିଯାଉଛନ୍ତି? ଅପରାଧ ପାଇଁ ଯେଉଁମାନଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇଛନ୍ତି ସେମାନେ ଏବେ ବିଜେପିରେ ସୁନା ପୁଅ। ବିଜେଡିରୁ ତଡ଼ା ଖାଇଥିବା ଏହି ବ୍ୟକ୍ତିମାନଙ୍କୁ ଓଡ଼ିଶା ବିଜେପି ଖୋଲା ହୃଦୟରେ ସ୍ୱାଗତ ଜଣାଇବା ଓଡ଼ିଶାବାସୀଙ୍କୁ ଚକିତ କରିଛି। ଏହା କ’ଣ ଓଡ଼ିଆ ଅସ୍ମିତାର ପରିଚୟ ବୋଲି ଶ୍ରୀ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି। ସେମାନେ କ’ଣ ଓଡ଼ିଆ ଅସ୍ମିତାର ପୋଷ୍ଟର ବଏ କି? ସେହି ନେତାମାନଙ୍କୁ ନେଇ ବିଜେପି ଲୋକଙ୍କ ପାଖକୁ ଯିବା ବେଳେ ଲଜ୍ଜା ଲାଗୁନାହିଁ କିପରି? ଓଡ଼ିଶାର ବିଜେପିର ଏପରି ଅବସ୍ଥା ଦେଖି କେବଳ ବ୍ରହ୍ମପୁରବାସୀ ନୁହନ୍ତି, ସମଗ୍ର ରାଜ୍ୟବାସୀ ହସୁଛନ୍ତି। ଏପରି ଏକ ଦଳରେ ଦୀର୍ଘ ୨୩ ବର୍ଷ ଧରି ରହିଥିବାରୁ ମୁଁ ଅତ୍ୟନ୍ତ ଦୁଃଖ ଅନୁଭବ କରୁଛି ବୋଲି ସେ କହିଛନ୍ତି।

29 Apr 2024 By The Sakala

ଅପରାଧୀମାନଙ୍କୁ କୋଳେଇ ନେବା ବିଜେପିର କେଉଁ ପ୍ରକାର ଓଡ଼ିଆ ଅସ୍ମିତା : ଭୃଗୁ ବକ୍ସିପାତ୍ର

ଭୁବନେଶ୍ୱର : ଗତକାଲି ନିର୍ବାଚନ ପ୍ରଚାର ପାଇଁ ଗଞ୍ଜାମ ଆସିଥିବା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଞ୍ଚରେ ପ୍ରଦୀପ ପାଣିଗ୍ରାହୀଙ୍କ ପରି ଜଣେ ଅପରାଧୀଙ୍କୁ ବସାଇବା ଆଶ୍ଚର୍ଯ୍ୟଜନକ। ଯେଉଁ ପ୍ରଦୀପ ପାଣିଗ୍ରାହୀ ଚାକିରି ପାଇଁ ଲୋକଙ୍କଠାରୁ ଟଙ୍କା ଆଦାୟ କରି ଠକିଛନ୍ତି, ଚାର୍ଜସିଟ୍‌ ହୋଇ ଜେଲ୍‌ ଯାଇଛନ୍ତି । ତାଙ୍କ ବିରୋଧରେ କୋର୍ଟ ଅଭିଯୋଗ ନିର୍ଦ୍ଧାରଣ କରି ଅଦାଲତରେ ନିୟମିତ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ତାଙ୍କୁ ମଞ୍ଚରେ ବସାଇବା ଦେଖି ମୁଁ ଆଶ୍ଚର୍ଯ୍ୟ ଏବଂ ଏପରି ଏକ ଦଳରେ ୨୩ ବର୍ଷ ରହିବା ମୋର ଦୁର୍ଭାଗ୍ୟ ବୋଲି କହିଛନ୍ତି ବିଜେଡି ଲୋକସଭା ପ୍ରାର୍ଥୀ ଭୃଗୁ ବକ୍ସିପାତ୍ର।

https://www.youtube.com/watch?v=0fT_aj4eDbI

ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ ସମସ୍ତେ ଜାଣିଛନ୍ତି ପ୍ରଦୀପ ପାଣିଗ୍ରାହୀ କିପରି ଗରିବ ଯୁବକ ଯୁବତୀଙ୍କୁ ଚାକିରୀ ପ୍ରଲୋଭନ ଦେଖାଇ କୋଟି କୋଟି ଟଙ୍କା ଠକି ନେଇଥିଲେ। ଏହି ଅପରାଧ ପାଇଁ ତାଙ୍କ ବିରୋଧରେ ଭିଜିଲାନ୍ସ ଅଦାଲତରେ ଚାର୍ଜସିଟ୍‌ ଦାଖଲ କରିଛି। ଅଦାଲତ ତାଙ୍କ ବିରୋଧରେ ଚାର୍ଜଫ୍ରେମ୍‌ କରିଛନ୍ତି। ଏପରି ଜଣେ ବ୍ୟକ୍ତିଙ୍କୁ ନିଜ ପାଖରେ ବସାଇ ବିଜେପି ରାଷ୍ଟ୍ରୀୟ ସଭାପତି ଭୋଟ ଭିକ୍ଷା କରିବା ହାସ୍ୟାସ୍ପଦ ଛଡ଼ା ଆଉ କିଛି ନୁହେଁ। ମୁଁ ୨୩ ବର୍ଷ ଧରି ଭାରତୀୟ ଜନତା ପାର୍ଟିରେ ଥିଲି। ଏକ ଭିନ୍ନ ଆଭିମୁଖ୍ୟ ନେଇ ବିଜେପି କାର୍ଯ୍ୟ କରୁଛି ବୋଲି ହୃଦବୋଧ କରି ମୁଁ ସେହି ଦଳରେ ଯୋଗ ଦେଇଥିଲି। ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ମୁଁ ଏହି ଦଳ ପାଇଁ ଅବିଶ୍ରାନ୍ତ ଭାବେ କାମ କଲି। ଦଳକୁ ମୁଁ ଲହୁ ଲୁହ ଦେଇଥିଲି; କିନ୍ତୁ ସେହିଦିନ ମୋ ବିଶ୍ୱାସକୁ ବଡ଼ ଆଘାତ ଲାଗିଲା ଯେତେବେଳେ ପ୍ରଦୀପ ପାରିଗ୍ରାହୀଙ୍କ ଭଳି ଜଣେ ଅପରାଧୀଙ୍କୁ ଓଡ଼ିଶା ବିଜେପି ବାହୁ ପ୍ରସାରି କୋଳେଇ ନେଲଶ। ତାଙ୍କର ଅପରାଧିକ କାର୍ଯ୍ୟକଳାପ ପ୍ରତି ରାଜ୍ୟ ବିଜେପି ନେତୃତ୍ୱ ସମ୍ପୂର୍ଣ୍ଣ ଆଖି ବୁଜିଦେଇ ଦଳରେ ସ୍ୱାଗତ ଜଣାଇବା କେବଳ ମୋତେ ନୁହେଁ, ଅନ୍ୟମାନଙ୍କୁ ବି ବହୁତ ବାଧିଥିଲା। ଓଡ଼ିଶାର ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା କମୀଙ୍କୁ ମନୋବଳ ଭାଙ୍ଗି ଦେଇଥିଲା। ପ୍ରଦୀପଙ୍କ ଭଳି ଜଣେ ଜଘନ୍ୟ ବ୍ୟକ୍ତିଙ୍କୁ ଦଳରେ ସାମିଲ କରିବାକୁ ସମସ୍ତେ ବିରୋଧ କରିଥିଲେ। ଏପରିସ୍ଥଳେ ବିଜେପି ଏକ ଭିନ୍ନ ଆଦର୍ଶର ଦଳ ବୋଲି ଏହାର ନେତୃତ୍ୱ କିପରି କହିପାରୁଛନ୍ତି ତାହା ଆମକୁ ଚକିତ କରୁଛି।

ରାଜ୍ୟ ବିଜେପି ନେତୃତ୍ୱଙ୍କୁ ସମାଲୋଚନା କରି ଶ୍ରୀ ବକ୍ସିପାତ୍ର କହିଛନ୍ତି, ଆପଣ ଯେତେବେଳେ ଓଡ଼ିଆ ଅସ୍ମିତା କଥା କହୁଛନ୍ତି, ସେତେବେଳେ ପ୍ରଦୀପ ପାଣିଗ୍ରାହୀ ଏବଂ ପ୍ରଶାନ୍ତ ଜଗଦେବଙ୍କ ଭଳି ଅପରାଧ ପ୍ରବୃତିର ବ୍ୟକ୍ତିଙ୍କୁ ନିଜ ଦଳରେ ସ୍ଥାନ ଦେଇଛନ୍ତି ବୋଲି କିପରି ଭୁଲିଯାଉଛନ୍ତି? ଅପରାଧ ପାଇଁ ଯେଉଁମାନଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ ହୋଇଛନ୍ତି ସେମାନେ ଏବେ ବିଜେପିରେ ସୁନା ପୁଅ। ବିଜେଡିରୁ ତଡ଼ା ଖାଇଥିବା ଏହି ବ୍ୟକ୍ତିମାନଙ୍କୁ ଓଡ଼ିଶା ବିଜେପି ଖୋଲା ହୃଦୟରେ ସ୍ୱାଗତ ଜଣାଇବା ଓଡ଼ିଶାବାସୀଙ୍କୁ ଚକିତ କରିଛି। ଏହା କ’ଣ ଓଡ଼ିଆ ଅସ୍ମିତାର ପରିଚୟ ବୋଲି ଶ୍ରୀ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି। ସେମାନେ କ’ଣ ଓଡ଼ିଆ ଅସ୍ମିତାର ପୋଷ୍ଟର ବଏ କି? ସେହି ନେତାମାନଙ୍କୁ ନେଇ ବିଜେପି ଲୋକଙ୍କ ପାଖକୁ ଯିବା ବେଳେ ଲଜ୍ଜା ଲାଗୁନାହିଁ କିପରି? ଓଡ଼ିଶାର ବିଜେପିର ଏପରି ଅବସ୍ଥା ଦେଖି କେବଳ ବ୍ରହ୍ମପୁରବାସୀ ନୁହନ୍ତି, ସମଗ୍ର ରାଜ୍ୟବାସୀ ହସୁଛନ୍ତି। ଏପରି ଏକ ଦଳରେ ଦୀର୍ଘ ୨୩ ବର୍ଷ ଧରି ରହିଥିବାରୁ ମୁଁ ଅତ୍ୟନ୍ତ ଦୁଃଖ ଅନୁଭବ କରୁଛି ବୋଲି ସେ କହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର