ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିକୁ ପୁଣିଥରେ ସଂସଦରେ ଦୋହରାଇଲା ବିଜେଡି

The Sakala Picture
Published On

ଭୁବନେଶ୍ୱର: ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିକୁ ପୁଣିଥରେ ସଂସଦରେ ଦୋହରାଇଛି ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର ଏହି ଦାବି ଉଠାଇବା ସହ ଆବଶ୍ୟକ ହେଲେ ସରକାର ନିୟମରେ ପରିବର୍ତ୍ତନ ଆଣନ୍ତୁ ବୋଲି ପରାମର୍ଶ ଦେଇଛନ୍ତି । ସସ୍ମିତ ପାତ୍ର କହିଛନ୍ତି ଯେ, ଓଡ଼ିଶା ନିୟମିତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତର ଭାବେ […]

ଭୁବନେଶ୍ୱର: ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିକୁ ପୁଣିଥରେ ସଂସଦରେ ଦୋହରାଇଛି ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର ଏହି ଦାବି ଉଠାଇବା ସହ ଆବଶ୍ୟକ ହେଲେ ସରକାର ନିୟମରେ ପରିବର୍ତ୍ତନ ଆଣନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।

ଆହୁରି ପଢ଼ନ୍ତୁ: ଆଜି ପବିତ୍ର ଅକ୍ଷୟ ତୃତୀୟା, ଶ୍ରୀକ୍ଷେତ୍ରରେ ହେବ ବିଶ୍ୱ ନିୟନ୍ତାଙ୍କ ରଥଯାତ୍ରା ପାଇଁ ରଥକାଠ ଅନୁକୂଳ

ସସ୍ମିତ ପାତ୍ର କହିଛନ୍ତି ଯେ, ଓଡ଼ିଶା ନିୟମିତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତର ଭାବେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଦାବି କରି ଆସୁଛନ୍ତି । ବାତ୍ୟା, ବନ୍ୟା ଏବଂ ମରୁଡି ଦ୍ୱାରା ରାଜ୍ୟର ପ୍ରାୟ ୮୦ ପ୍ରତିଶତ ଅଞ୍ଚଳ ଏବଂ ୯୦ ପ୍ରତିଶତ ଜନତା ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହୋଇଥାନ୍ତି । ବିଭିନ୍ନ ସମୟରେ କେନ୍ଦ୍ର ସରକାର ଏହି ଯଥାର୍ଥ ଦାବିକୁ ଉପେକ୍ଷା କରି ଆସୁଛନ୍ତି । ତେଣୁ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇବାକୁ ହକ୍‌ଦାର ଓ ଏଥିପାଇଁ ଭାରତ ସରକାର ଦ୍ୱାରା ପ୍ରଚଳିତ ହୋଇ ଆସୁଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନିୟମରେ ପରିବର୍ତ୍ତନ ଅଣାଯିବାର ଆବଶ୍ୟକତା ରହିଛି । ନିୟମିତ ଭାବେ ବାତ୍ୟା, ବନ୍ୟା ଏବଂ ମରୁଡି ପ୍ରଭାବିତ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ନିୟମରେ ପରିବର୍ତ୍ତନ ହେବାର ରହିଛି । ଅତୀତରେ ପରିସ୍ଥିତିକୁ ଦେଖି ଅନେକ ଆଇନ ଓ ନିୟମାବଳୀରେ ପରିବର୍ତ୍ତନ ସମେତ ସଂଶୋଧନ କରାଯାଇଛି ।

ଆହୁରି ପଢ଼ନ୍ତୁ: ‘ଏପିକେ’ ଆତଙ୍କ: ଫାଇଲ୍‌‌ ଖୋଲିଲେ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯିବ ଆପଣଙ୍କ ମୋବାଇଲ, ଖାଲି ହୋଇଯିବ ଆକାଉଣ୍ଟ

ଓଡ଼ିଶାକୁ ସହାୟତାର ହାତ ବଢାଇବା ଅପେକ୍ଷା କେନ୍ଦ୍ର କିଛିଟା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଦରକାର । କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଯୋଜନାର ଅନୁପାତ ୬୦:୪୦ ରହିଛି । ଏହା ୯୦:୧୦ ହେଉ ବୋଲି ବିଜେଡି ନେତା ଶ୍ରୀ ପାତ୍ର ଦାବି କରିଛନ୍ତି । ତେଣୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ନିୟମ ପରିବର୍ତ୍ତନ କରୁ ବୋଲି ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାବି କରୁଥିବା ସେ ଉଲ୍ଲେଖ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନରେ ଏକକ ମାନଦଣ୍ଡ ରୂପେ ଗ୍ରହଣ କରିବାକୁ ବିଜେଡି ଦାବି କରିଛି ।

ଆହୁରି ପଢ଼ନ୍ତୁ: ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀଙ୍କୁ କଳା ପତାକା ସହ ବାଙ୍କୀରେ ଜୋରଦାର ବିରୋଧ ପ୍ରଦର୍ଶନ

21 Dec 2022 By The Sakala

ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିକୁ ପୁଣିଥରେ ସଂସଦରେ ଦୋହରାଇଲା ବିଜେଡି

ଭୁବନେଶ୍ୱର: ନିୟମିତ ବ୍ୟବଧାନରେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦାବିକୁ ପୁଣିଥରେ ସଂସଦରେ ଦୋହରାଇଛି ବିଜେଡି । ବିଜେଡି ସାଂସଦ ସସ୍ମିତ ପାତ୍ର ଏହି ଦାବି ଉଠାଇବା ସହ ଆବଶ୍ୟକ ହେଲେ ସରକାର ନିୟମରେ ପରିବର୍ତ୍ତନ ଆଣନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ।

ସସ୍ମିତ ପାତ୍ର କହିଛନ୍ତି ଯେ, ଓଡ଼ିଶା ନିୟମିତ ଭାବେ ପ୍ରାକୃତିକ ବିପର୍ଯ୍ୟୟର ସମ୍ମୁଖୀନ ହେଉଛି । ରାଜ୍ୟ ସରକାର ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତର ଭାବେ ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ଦେବା ପାଇଁ ଦାବି କରି ଆସୁଛନ୍ତି । ବାତ୍ୟା, ବନ୍ୟା ଏବଂ ମରୁଡି ଦ୍ୱାରା ରାଜ୍ୟର ପ୍ରାୟ ୮୦ ପ୍ରତିଶତ ଅଞ୍ଚଳ ଏବଂ ୯୦ ପ୍ରତିଶତ ଜନତା ପ୍ରତ୍ୟକ୍ଷ ଭାବେ ପ୍ରଭାବିତ ହୋଇଥାନ୍ତି । ବିଭିନ୍ନ ସମୟରେ କେନ୍ଦ୍ର ସରକାର ଏହି ଯଥାର୍ଥ ଦାବିକୁ ଉପେକ୍ଷା କରି ଆସୁଛନ୍ତି । ତେଣୁ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପାଇବାକୁ ହକ୍‌ଦାର ଓ ଏଥିପାଇଁ ଭାରତ ସରକାର ଦ୍ୱାରା ପ୍ରଚଳିତ ହୋଇ ଆସୁଥିବା ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ନିୟମରେ ପରିବର୍ତ୍ତନ ଅଣାଯିବାର ଆବଶ୍ୟକତା ରହିଛି । ନିୟମିତ ଭାବେ ବାତ୍ୟା, ବନ୍ୟା ଏବଂ ମରୁଡି ପ୍ରଭାବିତ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ନିୟମରେ ପରିବର୍ତ୍ତନ ହେବାର ରହିଛି । ଅତୀତରେ ପରିସ୍ଥିତିକୁ ଦେଖି ଅନେକ ଆଇନ ଓ ନିୟମାବଳୀରେ ପରିବର୍ତ୍ତନ ସମେତ ସଂଶୋଧନ କରାଯାଇଛି ।

ଓଡ଼ିଶାକୁ ସହାୟତାର ହାତ ବଢାଇବା ଅପେକ୍ଷା କେନ୍ଦ୍ର କିଛିଟା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ଦରକାର । କେନ୍ଦ୍ର ଓ ରାଜ୍ୟର ବିଭିନ୍ନ ଯୋଜନାର ଅନୁପାତ ୬୦:୪୦ ରହିଛି । ଏହା ୯୦:୧୦ ହେଉ ବୋଲି ବିଜେଡି ନେତା ଶ୍ରୀ ପାତ୍ର ଦାବି କରିଛନ୍ତି । ତେଣୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ଦେବା ପାଇଁ କେନ୍ଦ୍ର ନିୟମ ପରିବର୍ତ୍ତନ କରୁ ବୋଲି ବିଜେଡି ଏବଂ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଦାବି କରୁଥିବା ସେ ଉଲ୍ଲେଖ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ପ୍ରଦାନରେ ଏକକ ମାନଦଣ୍ଡ ରୂପେ ଗ୍ରହଣ କରିବାକୁ ବିଜେଡି ଦାବି କରିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର