ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ପିଟି ହେଲା ବାଇକ୍‌, ଚାଲିଗଲା ୨ ସାଙ୍ଗଙ୍କ ଜୀବନ

The Sakala Picture
Published On

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ଚିକିଲି ରାସ୍ତା ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ଏକ ବାଇକ ପିଟି ହୋଇଛି। ଫଳରେ ଘଟଣାସ୍ଥଳରେ ୨ ସାଙ୍ଗଙ୍କ ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ, ବାଣିଆ ଗାଁରୁ ବାହାଘର କାର୍ଯ୍ୟକ୍ରମ ସାରି ନିଜ ଗାଁକୁ ବାଇକ୍‌ରେ ତିନି ସାଙ୍ଗ ଫେରୁଥିଲେ । ହେଲେ ବାଣିଆ ଚିକିଲି ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଦ୍ୟୁତ ଖୁଣ୍ଟରେ […]

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ବାଣିଆ ଚିକିଲି ରାସ୍ତା ନିକଟରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟରେ ଏକ ବାଇକ ପିଟି ହୋଇଛି। ଫଳରେ ଘଟଣାସ୍ଥଳରେ ୨ ସାଙ୍ଗଙ୍କ ମୃତ୍ୟୁ ଘଟିଛି ।

ଆହୁରି ପଢ଼ନ୍ତୁ: କରଞ୍ଜିଆ ବନଖଣ୍ଡରୁ ହାତୀ ଶାବକର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

ସୂଚନା ଅନୁଯାୟୀ, ବାଣିଆ ଗାଁରୁ ବାହାଘର କାର୍ଯ୍ୟକ୍ରମ ସାରି ନିଜ ଗାଁକୁ ବାଇକ୍‌ରେ ତିନି ସାଙ୍ଗ ଫେରୁଥିଲେ । ହେଲେ ବାଣିଆ ଚିକିଲି ନିକଟରେ ବାଇକଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ବିଦ୍ୟୁତ ଖୁଣ୍ଟରେ ପିଟି ହୋଇଥିଲା । ଯାହାଫଳରେ ଗାଡିରେ ଥିବା ୩ ଜଣଙ୍କ ମଧ୍ୟରୁ ୨ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଅନ୍ୟ ଜଣେ ସାମାନ୍ୟ ଆହତ ହୋଇ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ତେବେ ମୃତକ ହେଲେ ଚିକିଲି ପଞ୍ଚାୟତ କାଳିଞ୍ଜିପାଲ୍ଲି ଗ୍ରାମର ପିଣ୍ଟୁ ପ୍ରଧାନ ଓ ଗଣେଶ ପ୍ରଧାନ । ଦୁର୍ଘଟଣା ସମ୍ପର୍କରେ ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଆହୁରି ପଢ଼ନ୍ତୁ: ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାରେ ଚାଲିଛି ଜୋରଦାର ପ୍ରସ୍ତୁତି, ମା’ଙ୍କ ପାଖରେ ଲାଗିହେବ ନବାନ୍ନ

 

ଆହୁରି ପଢ଼ନ୍ତୁ: ଅଗ୍ନିଶମ କେନ୍ଦ୍ରରେ ହାଇଡ୍ରାମା: ବରିଷ୍ଠ ଅଧିକାରୀଙ୍କ ନିର୍ଯାତନା ଅଭିଯୋଗ କରି ଛାତ ଉପରକୁ ଚଢ଼ିଲେ କର୍ମଚାରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର