ସମ୍ବଲପୁରରେ ବଡ ଧରଣର ବାଇକ ଚୋର ଗ୍ୟାଙ୍ଗର ପର୍ଦାଫାଶ କଲା ପୁଲିସ; ୨୧ ବାଇକ ଉଦ୍ଧାର, ୧୩ ଗିରଫ
ସମ୍ବଲପୁର: ସମ୍ବଲପୁର ପୁଲିସକୁ ବଡ ସଫଳତା । ବାଇକ ଚୋରିର ବଡଧରଣର ରାକେଟର ପର୍ଦ୍ଦାଫାସ କରିଛି ଜିଲ୍ଲା ପୁଲିସ । ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ବାଇକ ଚୋରି ହୋଇଥିବା ନେଇ ଅନେକ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୁଲିସ ସ୍ବତନ୍ତ୍ର ଟିମ୍ ଗଠନ କରି ଏହାର ପର୍ଦ୍ଦାଫାସ ପାଇଁ ଉଦ୍ୟମ ଜାରି ରଖିଥିଲା । ଫଳରେ ଆଜି ପୁଲିସକୁ ସଫଳତା ମିଳିଛି । ଚୋରି ହୋଇଥିବା ଗାଡିର ଚିହ୍ନଟକରଣ ଏବଂ ପୁନରୁଦ୍ଧାର […]
ସମ୍ବଲପୁର: ସମ୍ବଲପୁର ପୁଲିସକୁ ବଡ ସଫଳତା । ବାଇକ ଚୋରିର ବଡଧରଣର ରାକେଟର ପର୍ଦ୍ଦାଫାସ କରିଛି ଜିଲ୍ଲା ପୁଲିସ । ସମ୍ବଲପୁର ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ସଂଖ୍ୟାରେ ବାଇକ ଚୋରି ହୋଇଥିବା ନେଇ ଅନେକ ଥାନାରେ ଅଭିଯୋଗ ହୋଇଥିଲା । ଏନେଇ ପୁଲିସ ସ୍ବତନ୍ତ୍ର ଟିମ୍ ଗଠନ କରି ଏହାର ପର୍ଦ୍ଦାଫାସ ପାଇଁ ଉଦ୍ୟମ ଜାରି ରଖିଥିଲା । ଫଳରେ ଆଜି ପୁଲିସକୁ ସଫଳତା ମିଳିଛି ।
ଆହୁରି ପଢ଼ନ୍ତୁ: ଏସିଆନ୍ ଗେମ୍ସରେ ସ୍ୱର୍ଣ୍ଣ ପଦକ ବିଜେତା ହକି ଖେଳାଳିଙ୍କୁ ସମ୍ବର୍ଦ୍ଧିତ କଲେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ
ଚୋରି ହୋଇଥିବା ଗାଡିର ଚିହ୍ନଟକରଣ ଏବଂ ପୁନରୁଦ୍ଧାର ପାଇଁ ଟାଉନ ଥାନା, ଧନୁପାଲି ଥାନା ଏବଂ ରେଙ୍ଗାଲି ଥାନାର ଭାରପ୍ରlପ୍ତ ଅଧିକାରୀଙ୍କ ସହିତ ସମ୍ବଲପୁର ପୋଲିସ ଏକ ସ୍ୱତନ୍ତ୍ର ଦଳ ଗଠନ କରିଥିଲା । ଜୁଜୁମୁରା, ଚାରମାଳ, ରେଢ଼lଖୋଲ, ରେଙ୍ଗାଲୀ, ସମ୍ବଲପୁର ଏବଂ ବଉଦ ଜିଲ୍ଲା ଅଞ୍ଚଳରୁ ଚଢ଼ାଉ କରି ଚୋରି ହୋଇଥିବା ୨୧ ଟି ମୋଟର ଯାନ ଉଦ୍ଧାର କରାଯାଇଛି। ୧୧ ଜଣ ଅଭିଯୁକ୍ତ ଏବଂ ଚୋରି ହୋଇଥିବା ସମ୍ପତ୍ତିକୁ କିଣିଥିବା ୨ ଜଣ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯାଇଥିବା ସୂଚନା ମିଳିଛି ।






