୭ ତାରିଖରେ ଭୁବନେଶ୍ୱର ଚାଲ ଡକରା : କିନ୍ନରଙ୍କୁ ମିଳୁ ସୁରକ୍ଷା, ସମ୍ମାନ ଓ ଅଧିକାର
କଟକ : କିନ୍ନରମାନେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏବେବି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇନାହିଁ। ଏଣୁ କିନ୍ନରଙ୍କୁ ସୁରକ୍ଷା, ସମ୍ମାନ ଓ ଅଧିକାର ଦେବାକୁ ଦାବି ଜୋର ଧରିଛି। ଆସନ୍ତା ୭ ତାରିଖରେ ଭୁବନେଶ୍ୱର ଚାଲ ଡକରା ଦିଆଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କିନ୍ନରମାନେ ଭୁବନେଶ୍ୱରରେ ଏକଜୁଟ ହେବେ। ବିଭିନ୍ନ ଦାବି ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ ବୋଲି ଆଜି କଟକ ଜିଲ୍ଲା କିନ୍ନର ସଙ୍ଗଠନ ତରଫରୁ ମତ୍ତଗଜପୁରଠାରେ ଆୟୋଜିତ […]
କଟକ : କିନ୍ନରମାନେ ବହୁବିଧ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏବେବି ସେମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯାଇନାହିଁ। ଏଣୁ କିନ୍ନରଙ୍କୁ ସୁରକ୍ଷା, ସମ୍ମାନ ଓ ଅଧିକାର ଦେବାକୁ ଦାବି ଜୋର ଧରିଛି। ଆସନ୍ତା ୭ ତାରିଖରେ ଭୁବନେଶ୍ୱର ଚାଲ ଡକରା ଦିଆଯାଇଛି। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ କିନ୍ନରମାନେ ଭୁବନେଶ୍ୱରରେ ଏକଜୁଟ ହେବେ। ବିଭିନ୍ନ ଦାବି ସମ୍ବଳିତ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ପ୍ରଦାନ କରାଯିବ ବୋଲି ଆଜି କଟକ ଜିଲ୍ଲା କିନ୍ନର ସଙ୍ଗଠନ ତରଫରୁ ମତ୍ତଗଜପୁରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ତନୁଶ୍ରୀ ବେହେରା କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଆଦେଶ ଥିଲା ଯେ କିନ୍ନରଙ୍କୁ ତୁରନ୍ତ ମାନବୀୟ ବ୍ୟବହାର ସହ ସାଧାରଣ ନାଗରିକଙ୍କ ଭଳି ସମସ୍ତ ମୌଳିକ ଅଧିକାର ରାଜ୍ୟ ଏବଂ କେନ୍ଦ୍ର ସରକାର ସୁଃନିଶ୍ଚିତ କରନ୍ତୁ।
ଦୁଃଖର ବିଷୟ ଏପର୍ଯ୍ୟନ୍ତ ସେହିଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଇନାହିଁ। ୨୦୧୫ ମସିହା ସେପ୍ଟେମ୍ବର ୨୯ ତାରିଖରେ ରାଜ୍ୟ ସରକାର ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ୧୪ହଜାର କିନ୍ନରଙ୍କୁ ସାମିଲ କରିବା ପାଇଁ ଘୋଷଣା କରିଥିଲେ। ଆଜି ସୁଦ୍ଧା ସମସ୍ତ କିନ୍ନରଙ୍କୁ ଉକ୍ତ ଯୋଜନାରେ ସାମିଲ କରାଯାଇନାହିଁ। ରାଜ୍ୟର ସମସ୍ତ କିନ୍ନରଙ୍କୁ ପେନସନ ଯୋଜନାରେ ସାମିଲ କରାଯାଉ, ଜିଲ୍ଲାର ସମସ୍ତ କିନ୍ନରଙ୍କୁ ଜାଗା ମିଶନ ଜରିଆରେ ଜମି ପଟା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଗୃହ ଯୋଗାଇ ଦିଆଯାଉ ବୋଲି ଦାବି ହୋଇଛି। ଏଥିସହ ଅନ୍ୟାନ୍ୟ ଦାବି ମଧ୍ୟରେ ସୁରକ୍ଷା ନିମନ୍ତେ ରାଜ୍ୟର ସମସ୍ତ ପୁଲିସ ଥାନାରେ ସହାୟତା ପ୍ରକୋଷ୍ଠ କରାଯାଉ ବୋଲି ମଧ୍ୟ ଦାବି ହୋଇଛି। ସମ୍ମିଳନୀରେ କାଜଲ କିନ୍ନର, ସୋନୀ ସିଲ, ଶୀତଲ ବସ୍ତିଆ, ମିଠି କିନ୍ନର, ସୁଇଟି ପରବିନ ଉପସ୍ଥ୍ିତ ଥିଲେ।