ଆଜିଠୁ ଗଡ଼ିବ ପୂର୍ଣ୍ଣ ତେଜସ୍ କୋଚ୍ ବିଶିଷ୍ଟ ରାଜଧାନୀ ଏକ୍ସପ୍ରେସ୍
ଭୁବନେଶ୍ୱର : ସମସ୍ତ ରାଜଧାନୀ ଏକ୍ସପ୍ରେସରେ ଏଲ୍ଏଚ୍ବି କୋଚ୍ ବଦଳରେ ସମ୍ପୂର୍ଣ୍ଣ ଭାବେ ତେଜସ୍ ଡବା ଲାଗି ୩୦ ତାରିଖରୁ ଚଳାଚଳ ଆରମ୍ଭ କରିବ। ଏହି କୋଚଗୁଡିକରେ ଇଲେକ୍ଟ୍ରୋ-ପ୍ନେଉମାଟିକ ବ୍ରେକ୍, ସ୍ୱୟଞ୍ଚାଳିତ ପ୍ରବେଶ ଦ୍ୱାର, ଇ-ଲେଦର ସିଟ୍, ବାୟୋ-ଟଏଲେଟ୍, ଯାତ୍ରୀ ସୂଚନା ପ୍ରଣାଳୀ, ଡିଜିଟାଲ୍ ବୋର୍ଡ, ଅଗ୍ନି ଏବଂ ଧୂଆଁ ଚିହ୍ନଟ ପ୍ରଣାଳୀ, ସିସିଟିଭି କ୍ୟାମେରା, ଅତ୍ୟାଧୁନିକ ଶୌଚାଳୟ, ଜଳସ୍ତର ସୂଚକ ଆଦି ସୁବିଧା ଉପଲବ୍ଧ ରହିଛି। ବର୍ତ୍ତମାନ ଭୁବନେଶ୍ୱରରୁ ସମସ୍ତ ରାଜଧାନୀ ଏକ୍ସପ୍ରେସ ଟ୍ରେନ୍ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର […]
ଭୁବନେଶ୍ୱର : ସମସ୍ତ ରାଜଧାନୀ ଏକ୍ସପ୍ରେସରେ ଏଲ୍ଏଚ୍ବି କୋଚ୍ ବଦଳରେ ସମ୍ପୂର୍ଣ୍ଣ ଭାବେ ତେଜସ୍ ଡବା ଲାଗି ୩୦ ତାରିଖରୁ ଚଳାଚଳ ଆରମ୍ଭ କରିବ। ଏହି କୋଚଗୁଡିକରେ ଇଲେକ୍ଟ୍ରୋ-ପ୍ନେଉମାଟିକ ବ୍ରେକ୍, ସ୍ୱୟଞ୍ଚାଳିତ ପ୍ରବେଶ ଦ୍ୱାର, ଇ-ଲେଦର ସିଟ୍, ବାୟୋ-ଟଏଲେଟ୍, ଯାତ୍ରୀ ସୂଚନା ପ୍ରଣାଳୀ, ଡିଜିଟାଲ୍ ବୋର୍ଡ, ଅଗ୍ନି ଏବଂ ଧୂଆଁ ଚିହ୍ନଟ ପ୍ରଣାଳୀ, ସିସିଟିଭି କ୍ୟାମେରା, ଅତ୍ୟାଧୁନିକ ଶୌଚାଳୟ, ଜଳସ୍ତର ସୂଚକ ଆଦି ସୁବିଧା ଉପଲବ୍ଧ ରହିଛି।
ବର୍ତ୍ତମାନ ଭୁବନେଶ୍ୱରରୁ ସମସ୍ତ ରାଜଧାନୀ ଏକ୍ସପ୍ରେସ ଟ୍ରେନ୍ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ତେଜସ୍ ରାଜଧାନୀ ଏକ୍ସପ୍ରେସ ନାମରେ ଚଳାଚଳ କରିବ। ଗତ ୧୪ ତାରିଖରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଦେଇ ଯାଉଥିବା ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ତେଜସ୍ ବଗି ଯୁକ୍ତ ଟ୍ରେନର ଆରମ୍ଭ କରିଥିଲେ। ଯାତ୍ରୀଙ୍କୁ ଉନ୍ନତମାନର ଯାତ୍ରା ଉପଲବ୍ଧ କରିବାକୁ ତେଜସ୍ କୋଚ୍ ଆରମ୍ଭ ହୋଇଛି।





