କାହାର ହେବ ଚିକୁନ୍; ପତ୍ନୀର ନା ପ୍ରେମିକାର ?

The Sakala Picture
Published On

ଭୁବନେଶ୍ୱର: ପ୍ରେମିକା ପାଇଁ ଅପହରଣର ନାଟକ ରଚିଥିବା ପତିତପାବନ ପୃଷ୍ଟି ଓରଫ ଚିକୁନ୍ ଓ ତାଙ୍କ ପ୍ରେମିକା ଗୁରୁବାର ସକାଳେ ମଧ୍ୟପ୍ରଦେଶରୁ ଟ୍ରେନ ଯୋଗେ ଭୁବନେଶ୍ଵର ଷ୍ଟେସନରେ ପହଞ୍ଚିଥିଲେ। ସେଠାରୁ ଉଭୟଙ୍କ ଧଉଳି ଥାନାକୁ ନିଆଯାଇଥିଲା। ଧଉଳି ଥାନା ପୁଲିସ ଉଭୟଙ୍କ ବୟାନ ରେକର୍ଡ କରିବା ପରେ ପୁଲିସ ଚିକୁନ୍‌ଙ୍କୁ ଗିରଫ କରିଥିଲା ଶୁକ୍ରବାର ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଧଉଳି ଥାନା ଅଧିକାରୀ ଦୟାନିଧି ନାୟକ ସୂଚନା ଦେଇଛନ୍ତି। ସେହିଭଳି ଅଟକ ଥିବା ପ୍ରେମିକାକୁ […]

ଭୁବନେଶ୍ୱର: ପ୍ରେମିକା ପାଇଁ ଅପହରଣର ନାଟକ ରଚିଥିବା ପତିତପାବନ ପୃଷ୍ଟି ଓରଫ ଚିକୁନ୍ ଓ ତାଙ୍କ ପ୍ରେମିକା ଗୁରୁବାର ସକାଳେ ମଧ୍ୟପ୍ରଦେଶରୁ ଟ୍ରେନ ଯୋଗେ ଭୁବନେଶ୍ଵର ଷ୍ଟେସନରେ ପହଞ୍ଚିଥିଲେ। ସେଠାରୁ ଉଭୟଙ୍କ ଧଉଳି ଥାନାକୁ ନିଆଯାଇଥିଲା। ଧଉଳି ଥାନା ପୁଲିସ ଉଭୟଙ୍କ ବୟାନ ରେକର୍ଡ କରିବା ପରେ ପୁଲିସ ଚିକୁନ୍‌ଙ୍କୁ ଗିରଫ କରିଥିଲା ଶୁକ୍ରବାର ତାକୁ କୋର୍ଟ ଚାଲାଣ କରାଯିବ ବୋଲି ଧଉଳି ଥାନା ଅଧିକାରୀ ଦୟାନିଧି ନାୟକ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ସେହିଭଳି ଅଟକ ଥିବା ପ୍ରେମିକାକୁ ଶୁକ୍ରବାର ଦିନ ଗୋପ ପୁଲିସକୁ ହସ୍ତାନ୍ତର କରାଯିବ। ନାବାଳିକାଙ୍କ ପରିବାର ଲୋକେ ଝିଅ ନିଖୋଜ ନେଇ ଗୋପ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି | ତେଣୁ ଧଉଳି ଥାନା ପୁଲିସ ଯୁବତୀଙ୍କୁ ଗୋପ ଥାନା ପୁଲିସ ଜିମା ଦେବେ ବୋଲି ଥାନା ଅଧିକାରୀ କହିଛନ୍ତି।

ଆହୁରି ପଢ଼ନ୍ତୁ: ଗୋଟିଏ ଦିନରେ ଭୁବନେଶ୍ୱରରୁ ଜଣେ ନାବାଳକ ଓ ଦୁଇ ନାବାଳିକା ନିଖୋଜ

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଧନ ଭାଙ୍ଗି ଦେଇଗଲା ମନ

ଅନ୍ୟପଟେ ଚିକୁନ୍‌ଙ୍କ ପତ୍ନୀ ଅହଲ୍ୟା ଗୁରୁବାର ଧଉଳି ଥାନାରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ଧନ ଭାଙ୍ଗି ଦେଇଗଲା ମୋ ମନ । ଯାହାବି ହେଉ ମୋ ସ୍ବାମୀ ମୋତେ ଦରକାର। ମୋର ବିଶ୍ବାସ ଅଛି, ମୋ ସ୍ବାମୀ ମୋ ପାଖକୁ ଫେରି ଆସିବେ । ମୋତେ ନିଶ୍ଚିତ ନ୍ୟାୟ ମିଳିବ। ଡେଲିଭରି ବୟ ଭାବେ କାର୍ଯ୍ୟ କରୁଥିବା ପତିତପାବନ ପୃଷ୍ଟି ଓରଫ ଚିକୁନ ମିଛ ଅପହରଣ ନାଟକ ରଚି ତାଙ୍କର ଜଣେ ବାନ୍ଧବୀଙ୍କୁ ଧରି ମଧ୍ୟପ୍ରଦେଶ ପଳାଇଥିଲେ। ସେ ଦିଲ୍ଲୀ ଯାଇ ତାଙ୍କ ସହିତ ଘର ସଂସାର କରିବାକୁ ଯୋଜନା କରିଥିଲେ। ତେବେ ମଧ୍ୟପ୍ରଦେଶର କଟିନ୍ ରେଳ ଷ୍ଟେସନରେ ଥିବା ସମୟରେ ରେଳବାଇ ଥାନା ପୁଲିସ ତାଙ୍କୁ କାବୁ କରି ନେଇଥିଲା।

‘ଯିଏ ଜାମିନ୍‌ରେ ନେବ ମୁଁ ତା’ର’

ଚିକୁନ୍ ଗିରଫ ହୋଇ ଜେଲ ଯିବ | ହେଲେ ଜେଲରୁ ଫେରିବା ପରେ ସେ କାହା ନିକଟକୁ ଯିବ ସେନେଇ ଉଠିଛି ହସ । ତାଙ୍କୁ ଯିଏ ଜାମିନ୍‌ରେ ଆଣିବ, ସେ ତା ନିକଟକୁ ଯିବ ବୋଲି ଚିକୁନ୍ କହିଛି। ହେଲେ ସେ ପ୍ରେମିକାର ପ୍ରେମକୁ ଭୁଲି ପାରୁ ନ ଥିବା ପରୋକ୍ଷରେ ସ୍ଵୀକାର କରିଛି। ଏପରିକି ଚିକୁନ୍‌ର ମା’ ମଧ୍ୟ ପ୍ରଥମ ସ୍ତ୍ରୀ ଅହଲ୍ୟାଙ୍କ ସମର୍ଥନ କରିଛନ୍ତି। ତାଙ୍କ ପୁଅ ଯଦି ଅହଲ୍ୟାକୁ ଗ୍ରହଣ ନ କରେ ଦେବେ ତାଙ୍କୁ ଘରେ ପୂରାଇବେ ନାହିଁ ବୋଲି ରୋକଠୋକ୍ କହିଛନ୍ତି। ଅନ୍ୟପକ୍ଷରେ ପ୍ରେମିକାର ପରିବାର ଲୋକେ ଏନେଇ ଜାଣିବା ପରେ ତାଙ୍କୁ ଅନ୍ୟତ୍ର ବିବାହ କରିବା ପାଇଁ ଯୋଜନା କରୁଛନ୍ତି। ଖୁବ୍‌ଶୀଘ୍ର ତାଙ୍କୁ ଅନ୍ୟ ସ୍ଥାନରେ ବିବାହ କରାଇବେ ବୋଲି ପ୍ରେମିକାର ବାପା କହିଛନ୍ତି ।

ଆଣିବାକୁ ନାକେଦମ ପୁଲିସ

ଚିକୁନ ପ୍ରେମିକକୁ ନେଇ ମଧ୍ୟପ୍ରଦେଶ ପଳାଉଥିବା ସମୟରେ ରେଳବାଇ ଥାନା ପୁଲିସ ଦୁହିଁଙ୍କୁ ଧରିବାରେ ସଫଳ ହୋଇଥିଲେ । ଦୁହିଁଙ୍କୁ ଆଣିବାକୁ କମିସନରେଟ ପୁଲିସର ଏକ ଟିମ୍ ମଧ୍ୟପ୍ରଦେଶ କଟିନ୍‌କୁ ଯାଇ ଦୁହିଁଙ୍କୁ ଟ୍ରେନ୍‌ରେ ଆଣିବା ସମୟରେ ନାକେଦମ ହୋଇଛି।

ଉଭୟ ପୁଲିସକୁ ବିଭିନ୍ନ ପ୍ରଶ୍ନ ପଚାରି ହଇରାଣ କରିଥିଲେ। ଆମେ ସାବାଳକ ଆମ ଇଛା ଆମେ ଯାହା କରିବୁ, ଆମର ଆଇନଗତ ଅଧିକାର ରହିଛି। ଆମକୁ ତୁମେ କାହିଁକି ଧରିଛି ବୋଲି କହୁଥିଲେ। ଏପରିକି ମଝିରେ ମଝିରେ ପୁଲିସକୁ ଚିକୁନ୍ ଗାଳିଗୁଲଜ କରୁଥିଲା। ଏପରିକି ଖାଇବାକୁ ଦେଲେ ଫିଙ୍ଗି ଦେଉଥିଲେ ।

ପ୍ରକାଶ ଥାଉ କି ପୁରୀ ଜିଲ୍ଲା ବଳଙ୍ଗା ଥାନା ନିକଟସ୍ଥ ମୌଜାବେଗ୍ ଗାଁର ପତିତପାବନ ପୃଷ୍ଟି ଓରଫ ଚିକୁନ ଆଠ ମାସ ପୂର୍ବେ ରାମଚଣ୍ଡି ଥାନା ଅଧୀନ ତରୋପରା ପଞ୍ଚାୟତ ମଲିଆତୁଠ ଗାଁର ଅହଲ୍ୟା ପରିଡ଼ାଙ୍କୁ ପ୍ରେମ ବିବାହ କରିଥିଲେ। ଶନିବାର ଚିକୁନ ୧୫ ହଜାର ଟଙ୍କା ଧରି ଘରୁ ବାହାରି ଯାଇଥିଲେ।

ଏହାପରେ ରାତିରେ ସ୍ତ୍ରୀଙ୍କୁ ଭଏସ୍ ମେସେଜ ପଠାଇ ତାଙ୍କୁ କେହି ଛୁରି ଭୁସି ଅପହରଣ କରିନେଉଥିବା ଜଣାଇଥିଲେ। ଏନେଇ ଧଉଳି ପୁଲିସ୍ ଖୋଜାଖୋଜି ଆରମ୍ଭ କରିଥିଲା। ଚିକୁନଙ୍କୁ ଠାବ କରାଯାଇ ପାରି ନ ଥିବା ବେଳେ ଲିଙ୍ଗିପୁର ପାଖ ଦୟା ନଦୀ ନିକଟସ୍ଥ ରାସ୍ତାରୁ ତାଙ୍କର ଚପଲ, ବ୍ୟାଗ୍ ମନିପର୍ସ ଓ ଗଞ୍ଜି ମିଳିଥିଲା। ଅନ୍ୟପଟେ ରବିବାର ଦିନ ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳର ଜଣେ ଯୁବତୀଙ୍କ ନିଖୋଜ ହୋଇ ଯାଇଥିଲେ। ଏନେଇ ଗୋପ ଥାନାରେ ସମ୍ପୃକ୍ତ ଯୁବତୀଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ । ଏଥ୍‌ସହ ଚିକୁନ ସେମାନଙ୍କ ଝିଅକୁ ଅପହରଣ କରି ନେଇଥିବା ଗଣମାଧ୍ୟମ ସମ୍ମୁଖରେ କହିଥିଲେ । ପରେ କମିସନରେଟ ପୁଲିସ ଚିକୁନର ମିଛ ନାଟକ ବିଷୟରେ ଜାଣିବାକୁ ପାଇଥିଲେ।

ପୁଲିସର ଦେଢ଼ଲକ୍ଷ ବରବାଦ୍

ଅପହରଣ ନାଟକ ରଚିଥି ଚିକୁନ ଓ ପ୍ରେମିକାକୁ ମଧ୍ୟପ୍ରଦେଶ କଟିନ୍ ରେଳ ଷ୍ଟେସନରୁ ଆଣିବାକୁ ଜୋରଦାର ଉଦ୍ୟମ କରିଥିଲା କମିସନରେଟ୍ ପୁଲିସ। ଥାନା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଦୁଇଟି ବିମାନ ବଦଳି ପହଞ୍ଚିଥିଲେ ମଧ୍ୟପ୍ରଦେଶରେ ସେଠାକୁ ଯିବା ଏବଂ ଭୁବନେଶ୍ବରକୁ ଫେରିବା ପାଇଁ ଟିମ୍‌କୁ ଖର୍ଚ୍ଚ କରିବାକୁ ପଡ଼ିଛି ପାଖାପାଖୁ ଦେଢ଼ଲକ୍ଷ ଟଙ୍କା | ଖାଲି ସେତିକି ନୁହେଁ, ପୁଲିସ ସମୟ ନଷ୍ଟ ହେଲା ।

17 Sep 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର