ଭୁବନେଶ୍ୱର ଜିଲ୍ଲା ବିଜେପି ଦୁଇଫାଳ

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ବିଜେପିରେ କୁହୁଳୁଥିବା ନିଆଁ ଉଗ୍ର ରୂପ ଧାରଣ କଲାଣି। ଦଳରେ ସବୁକିଛି ଠିକ୍‍ ଚାଲିଛି ବୋଲି ବାର୍ତ୍ତା ଦେବାକୁ ସ୍ଥାନୀୟ ସାଂସଦଙ୍କଠାରୁ ଆରମ୍ଭ କରି ରାଜ୍ୟ ନେତୃବୃନ୍ଦ ବାରମ୍ବାର ଚେଷ୍ଟା କରୁଥିବା ବେଳେ ଉଗ୍ର ଗୋଷ୍ଠୀକନ୍ଦଳ କିନ୍ତୁ ସବୁ ପ୍ରୟାସକୁ ପାଣିଚିଆ କରିଦେଇଛି। ଏମିତି ସମୟରେ ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତିଙ୍କୁ ପଦରୁ ବାହାର କରିବା ସହ ଦଳରୁ ଆଜୀବନ ଭାବେ ବହିଷ୍କୃତ କରିବାକୁ ବିଜେପି ରାଜ୍ୟ ସଭାପତିଙ୍କୁ ସୁପାରିସ୍‍ କରିବା ପରେ […]

ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ବିଜେପିରେ କୁହୁଳୁଥିବା ନିଆଁ ଉଗ୍ର ରୂପ ଧାରଣ କଲାଣି। ଦଳରେ ସବୁକିଛି ଠିକ୍‍ ଚାଲିଛି ବୋଲି ବାର୍ତ୍ତା ଦେବାକୁ ସ୍ଥାନୀୟ ସାଂସଦଙ୍କଠାରୁ ଆରମ୍ଭ କରି ରାଜ୍ୟ ନେତୃବୃନ୍ଦ ବାରମ୍ବାର ଚେଷ୍ଟା କରୁଥିବା ବେଳେ ଉଗ୍ର ଗୋଷ୍ଠୀକନ୍ଦଳ କିନ୍ତୁ ସବୁ ପ୍ରୟାସକୁ ପାଣିଚିଆ କରିଦେଇଛି। ଏମିତି ସମୟରେ ଭୁବନେଶ୍ୱର ଜିଲ୍ଲା ଯୁବମୋର୍ଚ୍ଚା ସଭାପତିଙ୍କୁ ପଦରୁ ବାହାର କରିବା ସହ ଦଳରୁ ଆଜୀବନ ଭାବେ ବହିଷ୍କୃତ କରିବାକୁ ବିଜେପି ରାଜ୍ୟ ସଭାପତିଙ୍କୁ ସୁପାରିସ୍‍ କରିବା ପରେ ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନ ଚିହିଁକି ଉଠିଛନ୍ତି। ଜିଲ୍ଲା ସଭାପତି ବାବୁ ସିଂ ଜଣେ ଅନଭିଜ୍ଞ ନେତା। ତାଙ୍କୁ ଦଳର ବାଇ-ଲ ବାବଦରେ କିଛି ଜଣାନାହିଁ। ସେ ଅନ୍ୟଜଣଙ୍କ ଦ୍ୱାରା ପରିଚାଳିତ ହେଉଥିବା ବେଳେ ବାରମ୍ବାର ଭୁଲ୍‍ ନିଷ୍ପତ୍ତି ନେଉଛନ୍ତି। ଯାହା ଦଳ ପାଇଁ କ୍ଷତିକାରକ। ଦଳର ପୁରୁଣା କର୍ମକର୍ତ୍ତା ଭାବେ ଭୁଲ୍‍ କାର୍ଯ୍ୟକୁ ଆମେ ବିରୋଧ କଲେ ମଧ୍ୟ ଆମ କଥା ଶୁଣାଯାଉନାହିଁ। ତେଣୁ ମୁଁ ଆଗାମୀ ଦିନରେ କିଛି ବି ନିଷ୍ପତ୍ତି ନେଇପାରେ ବୋଲି ଜଗନ୍ନାଥ କହିଛନ୍ତି। ଜଗନ୍ନାଥଙ୍କ ଏପରି ମନ୍ତବ୍ୟ ପୁଣିଥରେ ଭୁବନେଶ୍ୱର ଜିଲ୍ଲା ବିଜେପି ସହ ରାଜ୍ୟ ରାଜନୀତିକୁ ସରଗରମ୍‍ କରିଛି। ପୌର ନିର୍ବାଚନ ପୂର୍ବରୁ ଦଳରେ ଏପରି ସାଂଘାତିକ ଗୋଷ୍ଠୀକନ୍ଦଳ ଜିଲ୍ଲା ବିଜେପିକୁ ଦୁଇଫାଳ କରିଦେବ ବୋଲି ସାଧାରଣରେ ଆଲୋଚନା ହେଲାଣି।

ଆହୁରି ପଢ଼ନ୍ତୁ: ପାନୀୟ ଜଳ ଯୋଗାଣକୁ ନେଇ ଗୃହରେ ହଙ୍ଗାମା, ଶାସକ-ବିରୋଧୀ ମୁହାଁମୁହିଁ

ଭୁବନେଶ୍ୱର ଉତ୍ତରର ବରିଷ୍ଠ ନେତା ଜଗନ୍ନାଥ ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାରେ ଦଳର ସମସ୍ତ ଆଇନକାକୁନ୍‍କୁ ଦଳି ମକଚି ଦିଆଯାଉଛି। ଜିଲ୍ଲାରେ ଯେଉଁ ଢଙ୍ଗରେ ପ୍ରଥମେ ଯୁବ ମୋର୍ଚ୍ଚା ପ୍ରଭାରୀ ଏବଂ ପରେ କାର୍ଯ୍ୟକାରୀ ସଭାପତି ନିଯୁକ୍ତ କରାଗଲା ତାହା ବିଜେପିର ଦଳୀୟ ନିୟମ ପରିସରଭୁକ୍ତ ନୁହେଁ। ଏପରି ବେଆଇନ୍‍ କାର୍ଯ୍ୟ ବିରୁଦ୍ଧରେ ମୁଁ ଦଳୀୟ ଫୋରମ୍‍ରେ ମଧ୍ୟ ଅଭିଯୋଗ କରିଥିଲି। ଅସନ୍ତୁଷ୍ଟ ଥିବା ନେଇ ଫେସ୍‍ବୁକ ପୋଷ୍ଟ କରି ନିଜର ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ କରିଥିଲି। ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରଶ୍ମୀରଞ୍ଜନ ମହାପାତ୍ର ମଧ୍ୟ ଦଳର ସାଧାରଣ ସମ୍ପାଦକଙ୍କଠାରୁ ଆରମ୍ଭ କରି ରାଜ୍ୟ ସଭାପତିଙ୍କ ନିକଟରେ ଅଭିଯୋଗ କରିଥିଲେ। ମାତ୍ର ଏପରି ତ୍ରୁଟି ସୁଧାରିବା ପରିବର୍ତ୍ତେ ନେତୃବୃନ୍ଦ ଓଲଟି ଜିଲ୍ଲା ଯୁବମୋର୍ଚ୍ଚା ସଭାପତିଙ୍କୁ ରାତି ଅଧିଆ ପଦରୁ ବିତାଡ଼ିତ କରିଦେଲେ। ଯେଉଁ ପ୍ରକ୍ରିୟାଟି ସମ୍ପୂର୍ଣ୍ଣ ଅଟେ। ଏପରିକି ମୁଁ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଏବଂ ବିଧାନସଭା କ୍ଷେତ୍ର ଦାୟିତ୍ୱରେ ଥିଲେ ମଧ୍ୟ ମୋ ସହ ଆଲୋଚନା କରାଗଲା ନାହିଁ ବୋଲି ଜଗନ୍ନାଥ କ୍ଷୋଭ ପ୍ରକାଶ କରିଛନ୍ତି। ଯେଉଁ କାରଣ ଦର୍ଶାଯାଇ ରଶ୍ଚିରଞ୍ଜନଙ୍କୁ ପଦରୁ ବାହାର କରାଗଲା ତାହା ମଧ୍ୟ ଯଥାର୍ଥ ନୁହେଁ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଉପରସ୍ତରର ପଦବୀଧାରୀଙ୍କ ମଧ୍ୟରେ ବାଦବିବାଦ ଯୋଗୁଁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ରାଜ୍ୟ ସଭାପତି କାହା ସାଙ୍ଗରେ ଆଲୋଚନା ନକରି ଜଣେ ଅନଭିଜ୍ଞ ଲୋକଙ୍କୁ ଜିଲ୍ଲା ସଭାପତି ଦାୟିତ୍ୱ ଦେବାରେ ଏହା ପ୍ରତିଫଳନ ଅଟେ। ଭୁବନେଶ୍ୱର ରାଜ୍ୟର ମୁଖଶାଳା ହୋଇଥିବା ବେଳେ ଯଦି ଏଠାରେ ବେଆଇନ କାର୍ଯ୍ୟକୁ ପ୍ରଶ୍ରୟ ଦିଆଯିବ ତାହେଲେ ରାଜ୍ୟବ୍ୟାପୀ କ’ଣ ବାର୍ତ୍ତା ଯିବ ବୋଲି ଜଗନ୍ନାଥ ପ୍ରଶ୍ନ କରିଛନ୍ତି। ମୁଁ ନିଜର ଭବିଷ୍ୟତ ନେଇ କିଛି ନିଷ୍ପତ୍ତି ନେଇନି। ମାତ୍ର ଏପରି କାର୍ଯ୍ୟକଳାପ ପରେ ମୁଁ ଦୋ-ଦୋ ପାଞ୍ଚ ପରିସ୍ଥିତିରେ ଅଛି। ଆଗାମୀ ଦିନରେ କିଛି ବି ନିଷ୍ପତ୍ତି ନେଇପାରେ ବୋଲି ଜଗନ୍ନାଥ କହିଛନ୍ତି। ଏପଟେ ଜଗନ୍ନାଥଙ୍କ ପୁଳାପୁଳା ଅଭିଯୋଗର ପ୍ରତିକ୍ରିୟା ରଖି ଜିଲ୍ଲା ସଭାପତି ବାବୁ ସିଂ କହିଛନ୍ତି ଯେ ରଶ୍ମୀରଞ୍ଜନ ମହାପାତ୍ର ଦଳରେ ବିଶୃଙ୍ଖଳା ସୃଷ୍ଟି କରୁଥିଲେ। ତେଣୁ ମୁଁ ମୋର କ୍ଷମତାର ଉପଯୋଗ କରିଛି। ମୁଁ ଦଳର ବାଇ-ଲକୁ ପଢ଼଼ି ଦଳୀୟ ପ୍ରଭାରୀଙ୍କ ସହ ଆଲୋଚନା କରି ଏପରି ନିଷ୍ପତ୍ତି ନେଇଛି। ଜଗା ଭାଇ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା। ତାଙ୍କ ବୟାନକୁ ନେଇ ମୋର କିଛି କହିବାର ନାହିଁ ବୋଲି ବାବୁ ସିଂ କହିଛନ୍ତି।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ସୂଚନାଯୋଗ୍ୟ ଯେ ବାବୁ ସିଂଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତ କରାଯିବା ପରେ ବିଭିନ୍ନ ସମୟରେ ଜଗନ୍ନାଥ ପ୍ରଧାନ ନିଜର ଅସନ୍ତୋଷ ବ୍ୟକ୍ତ କରି ଆସିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଠାରୁ ଆରମ୍ଭ କରି ଭୁବନେଶ୍ୱର ସାଂସଦ ଅପରାଜିତାଙ୍କ ବ୍ୟକ୍ତିଗତ ହସ୍ତକ୍ଷେପ ଫଳରେ ସେ ଶାନ୍ତ ପଡ଼ିଛନ୍ତି। ମାତ୍ର ଏବେକାର ବିବାଦରେ ଶ୍ରୀ ପ୍ରଧାନ ନାଁ ନନେଇ ଭୁବନେଶ୍ୱର ସାଂସଦଙ୍କୁ ଟାର୍ଗେଟ କରିବା ଏବଂ ଜିଲ୍ଲା ସଭାପତିଙ୍କ ବିରୋଧରେ ବିଷୋଦ୍‍ଗାର କରିବା ଅନ୍ୟଦିଗକୁ ଦର୍ଶାଉଛି। ଭୁବନେଶ୍ୱର ଜିଲ୍ଲା ବିଜେପି ରାଜନୀତିରେ ଜଗାଙ୍କ ଭଲ ଭୋଟ ବ୍ୟାଙ୍କ ଥିବାବେଳେ ସେ ବହୁ ସମୟ ଧରି ସଂଗଠନ ସମ୍ଭାଳି ଆସିଛନ୍ତି। ଜିଲ୍ଲା ବିଜେପିର ବହୁ ଛାମୁଆ ନେତା ମଧ୍ୟ ତାଙ୍କ ସହ ରହିଛନ୍ତି। ଦଳ ଛାଡ଼ିବା ନେଇ ସେ ସଙ୍କେତ ଦେଇଥିବା ବେଳେ ଏହା ଯଦି ବାସ୍ତବତାର ରୂପ ନିଏ ତାହେଲେ ବିଜେପିକୁ ଭୁବନେଶ୍ୱର ସାଂଗଠନିକ ଜିଲ୍ଲାରେ ବହୁମୂଲ୍ୟ ଦେବାକୁ ପଡ଼ିବ ବୋଲି ରାଜନୈତିକ ସମୀକ୍ଷକମାନେ ମତପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟ ପ୍ରାଚ୍ୟରେ ଫସିରହିଥିବା ଓଡ଼ିଆ ଲୋକଙ୍କୁ ସୁରକ୍ଷିତ ଫେରାଇ ଆଣିବାକୁ ସରକାରଙ୍କୁ ଅନୁରୋଧ କଲେ ନବୀନ

30 Aug 2021 By The Sakala

https://www.thesakala.in/latest-odisha-news/bhubaneswar-district-bjp-split/article-5023
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର