ଦେଶର ଉତ୍କୃଷ୍ଟ ବିମାନବନ୍ଦର: ଶ୍ରେଷ୍ଠ ୭ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର

The Sakala Picture
Published On

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏୟାରପୋର୍ଟସ୍‍ କାଉନସିଲ ଇଣ୍ଟରନ୍ୟାସନାଲ(ଏସିଆଇ) ଦ୍ୱାରା ୨୦୨୧ ମସିହା ପାଇଁ ‘ଭଏସ ଅଫ୍‍ କଷ୍ଟମର’ ମାନ୍ୟତା ପାଇଛି। ଏସିଆଇ-ଏଏସକ୍ୟୁ ସର୍ଭେ ୨୦୨୧ ଅନୁଯାୟୀ କରୋନା ମହାମାରୀ ସତ୍ତ୍ବେ ଯାତ୍ରୀ ସେବା ପ୍ରତି ପ୍ରତିବଦ୍ଧତା କାରଣରୁ ଦେଶର ମୋଟ ୭ଟି ବିମାନ ବନ୍ଦରକୁ ଚିହ୍ନଟ କରାଯାଇଛି। ଚେନ୍ନାଇ, କୋଲକାତା, ଗୋଆ, ପୁଣେ, ପାଟନା ଓ ଚଣ୍ଡିଗଡ଼଼ ସହ ଏହି ତାଲିକାରେ ଭୁବନେଶ୍ୱର ସ୍ଥାନୀତ ହୋଇଛି। ସାଧାରଣତଃ ଯାତ୍ରୀମାନଙ୍କର ସୁବିଧା ଏବଂ […]

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏୟାରପୋର୍ଟସ୍‍ କାଉନସିଲ ଇଣ୍ଟରନ୍ୟାସନାଲ(ଏସିଆଇ) ଦ୍ୱାରା ୨୦୨୧ ମସିହା ପାଇଁ ‘ଭଏସ ଅଫ୍‍ କଷ୍ଟମର’ ମାନ୍ୟତା ପାଇଛି। ଏସିଆଇ-ଏଏସକ୍ୟୁ ସର୍ଭେ ୨୦୨୧ ଅନୁଯାୟୀ କରୋନା ମହାମାରୀ ସତ୍ତ୍ବେ ଯାତ୍ରୀ ସେବା ପ୍ରତି ପ୍ରତିବଦ୍ଧତା କାରଣରୁ ଦେଶର ମୋଟ ୭ଟି ବିମାନ ବନ୍ଦରକୁ ଚିହ୍ନଟ କରାଯାଇଛି। ଚେନ୍ନାଇ, କୋଲକାତା, ଗୋଆ, ପୁଣେ, ପାଟନା ଓ ଚଣ୍ଡିଗଡ଼଼ ସହ ଏହି ତାଲିକାରେ ଭୁବନେଶ୍ୱର ସ୍ଥାନୀତ ହୋଇଛି। ସାଧାରଣତଃ ଯାତ୍ରୀମାନଙ୍କର ସୁବିଧା ଏବଂ ସେମାନଙ୍କର ଆବଶ୍ୟକତାକୁ ଅଗ୍ରାଧିକାର ଦେବା, ସେମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବାକୁ ନେଇ ଯାତ୍ରୀଙ୍କର ମତାମତ ଭିତ୍ତିରେ ଏହି ମାନ୍ୟତା ପ୍ରଦାନ କରାଯାଇଥାଏ।

ଆହୁରି ପଢ଼ନ୍ତୁ: କଲେଜକୁ ପରୀକ୍ଷା ଦେବାକୁ ଯାଉଥିଲେ ଛାତ୍ରୀ, ବ୍ଲେଡରେ ଆକ୍ରମଣ କରି ଦୁର୍ବୃତ୍ତ ଫେରାର

ଏସିଆଇ ଦ୍ୱାରା ବିଶ୍ୱବ୍ୟାପୀ ଏୟାରପୋର୍ଟ କ୍ୱାଲିଟି ସର୍ଭେ(ଏଏସକ୍ୟୁ)ନାମରେ ବିମାନବନ୍ଦରରେ ଉପଲବ୍ଧ ହେଉଥିବା ଯାତ୍ରୀ ସୁବିଧା ନେଇ ପ୍ରତିବର୍ଷ ଆକଳନ କରାଯିବା ସହ ଉପରୋକ୍ତ ମାନ୍ୟତା ପ୍ରଦାନ କରାଯାଇଥାଏ। ଏପରିକି କରୋନା ମହାମାରୀ ସମୟରେ ଏହି ବିମାନ ବନ୍ଦରଗୁଡ଼ିକରେ ଆବଶ୍ୟକୀୟ ସୁବିଧା ଉପଲବ୍ଧତାକୁ ନେଇ ଯାତ୍ରୀମାନଙ୍କଠାରୁ ମତାମତ ନିଆଯାଇଥିଲା। ଏହି ମତାମତ ଭିତ୍ତିରେ ଭୁବନେଶ୍ୱର ବିମାନବନ୍ଦରକୁ ଏହି ସମ୍ମାନଜନକ ମାନ୍ୟତା ମିଳିଛି। ଦେଶର ୭ଟି ବିମାନବନ୍ଦର ସହ ସମଗ୍ର ବିଶ୍ୱର ମୋଟ ୧୪୦ଟି ବିମାନବନ୍ଦରକୁ ଏହି ମାନ୍ୟତା ମିଳିଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ଆମେରିକା ଆକ୍ରମଣରେ ଇରାନର ‘IRIS Dena’ ଧ୍ୱଂସ: ଶ୍ରୀଲଙ୍କା ନିକଟରେ ଅନ୍ୟ ଏକ ଇରାନୀ ଜାହାଜର ଜରୁରୀ ସହାୟତା ଲୋଡ଼ା

11 Feb 2022 By The Sakala

ଦେଶର ଉତ୍କୃଷ୍ଟ ବିମାନବନ୍ଦର: ଶ୍ରେଷ୍ଠ ୭ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର

ଭୁବନେଶ୍ୱର: ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଏୟାରପୋର୍ଟସ୍‍ କାଉନସିଲ ଇଣ୍ଟରନ୍ୟାସନାଲ(ଏସିଆଇ) ଦ୍ୱାରା ୨୦୨୧ ମସିହା ପାଇଁ ‘ଭଏସ ଅଫ୍‍ କଷ୍ଟମର’ ମାନ୍ୟତା ପାଇଛି। ଏସିଆଇ-ଏଏସକ୍ୟୁ ସର୍ଭେ ୨୦୨୧ ଅନୁଯାୟୀ କରୋନା ମହାମାରୀ ସତ୍ତ୍ବେ ଯାତ୍ରୀ ସେବା ପ୍ରତି ପ୍ରତିବଦ୍ଧତା କାରଣରୁ ଦେଶର ମୋଟ ୭ଟି ବିମାନ ବନ୍ଦରକୁ ଚିହ୍ନଟ କରାଯାଇଛି। ଚେନ୍ନାଇ, କୋଲକାତା, ଗୋଆ, ପୁଣେ, ପାଟନା ଓ ଚଣ୍ଡିଗଡ଼଼ ସହ ଏହି ତାଲିକାରେ ଭୁବନେଶ୍ୱର ସ୍ଥାନୀତ ହୋଇଛି। ସାଧାରଣତଃ ଯାତ୍ରୀମାନଙ୍କର ସୁବିଧା ଏବଂ ସେମାନଙ୍କର ଆବଶ୍ୟକତାକୁ ଅଗ୍ରାଧିକାର ଦେବା, ସେମାନଙ୍କୁ ସମସ୍ତ ପ୍ରକାରର ସହାୟତା ଯୋଗାଇଦେବାକୁ ନେଇ ଯାତ୍ରୀଙ୍କର ମତାମତ ଭିତ୍ତିରେ ଏହି ମାନ୍ୟତା ପ୍ରଦାନ କରାଯାଇଥାଏ।

ଏସିଆଇ ଦ୍ୱାରା ବିଶ୍ୱବ୍ୟାପୀ ଏୟାରପୋର୍ଟ କ୍ୱାଲିଟି ସର୍ଭେ(ଏଏସକ୍ୟୁ)ନାମରେ ବିମାନବନ୍ଦରରେ ଉପଲବ୍ଧ ହେଉଥିବା ଯାତ୍ରୀ ସୁବିଧା ନେଇ ପ୍ରତିବର୍ଷ ଆକଳନ କରାଯିବା ସହ ଉପରୋକ୍ତ ମାନ୍ୟତା ପ୍ରଦାନ କରାଯାଇଥାଏ। ଏପରିକି କରୋନା ମହାମାରୀ ସମୟରେ ଏହି ବିମାନ ବନ୍ଦରଗୁଡ଼ିକରେ ଆବଶ୍ୟକୀୟ ସୁବିଧା ଉପଲବ୍ଧତାକୁ ନେଇ ଯାତ୍ରୀମାନଙ୍କଠାରୁ ମତାମତ ନିଆଯାଇଥିଲା। ଏହି ମତାମତ ଭିତ୍ତିରେ ଭୁବନେଶ୍ୱର ବିମାନବନ୍ଦରକୁ ଏହି ସମ୍ମାନଜନକ ମାନ୍ୟତା ମିଳିଛି। ଦେଶର ୭ଟି ବିମାନବନ୍ଦର ସହ ସମଗ୍ର ବିଶ୍ୱର ମୋଟ ୧୪୦ଟି ବିମାନବନ୍ଦରକୁ ଏହି ମାନ୍ୟତା ମିଳିଥିବା ଜଣାପଡ଼ିଛି।

https://www.thesakala.in/latest-odisha-news/bhubaneswar-biju-patnaik-international-airport-is-the-best-airport-in-the-country/article-9152
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର