ଦାଉ ସାଧୁଛି ପ୍ରକୃତି: ବଜ୍ରପାତରେ ୧୧ଟି ପରିବାରର ୨୨ ବଖରା ଘର ପୋଡ଼ି ପାଉଁଶ

The Sakala Picture
Published On

ଭଦ୍ରକ: ଦାଉ ସାଧୁଛି ପ୍ରକୃତି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଚକ ପଞ୍ଚାୟତ ଗୋପ ସାହିରେ ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ବେଳେ ବଜ୍ରପାତ ପରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ୧୧ଟି ପରିବାରର ୨୨ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ଏଥିସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଛି । ସୂଚନା ଅନୁଯାୟୀ, ବଜ୍ରାଘାତ ଯୋଗୁଁ ଘର ଗୁଡ଼ିକରେ ନିଆଁ ଲାଗି ଯାଇଥିଲା। ଘର ଗୁଡ଼ିକ ପାଖା ପାଖି ଲାଗି ରହିଥିବାରୁ […]

ଭଦ୍ରକ: ଦାଉ ସାଧୁଛି ପ୍ରକୃତି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଚକ ପଞ୍ଚାୟତ ଗୋପ ସାହିରେ ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ବେଳେ ବଜ୍ରପାତ ପରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ୧୧ଟି ପରିବାରର ୨୨ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ଏଥିସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଛି ।

ଆହୁରି ପଢ଼ନ୍ତୁ: ପୁଣି ବିବାଦରେ ନାଣ୍ଡୁ ବାବୁ ! ଆଡଭାନ୍ସ ନେଇ ଯାତ୍ରା କରୁନଥିବା ଅଭିଯୋଗ କଲେ ପୂଜା କମିଟି ସଦସ୍ୟ

ସୂଚନା ଅନୁଯାୟୀ, ବଜ୍ରାଘାତ ଯୋଗୁଁ ଘର ଗୁଡ଼ିକରେ ନିଆଁ ଲାଗି ଯାଇଥିଲା। ଘର ଗୁଡ଼ିକ ପାଖା ପାଖି ଲାଗି ରହିଥିବାରୁ ଚାହୁଁ ଚାହୁଁ ନିଆଁ ବ୍ୟାପି ଯାଇଥିଲା। ଘରେ ନିଆଁ ଲାଗିବା ଦେଖି ଲୋକେ ଜୀବନ ବିକଳରେ ବାହାରକୁ ବାହାରି ଆସିଥିଲେ। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତକୁ ଆସି ନଥିଲା। ଶେଷରେ ନିକଟସ୍ଥ ଅଗ୍ନିଶମ ବାହିନୀ ଗାଡି ଆସି ନିଆଁକୁ ଆୟତ୍ତ କରିଛି ।

ଆହୁରି ପଢ଼ନ୍ତୁ: ବୈତରଣୀ ନଦୀକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା ସନ୍ଦେହ: ଗେମନ ବ୍ରିଜ୍ ଉପରୁ ମିଳିଲା ମୋବାଇଲ୍ ଓ ଜୋତା

bdk-2

ଅଗ୍ନିକାଣ୍ଡରେ ଗାଁର କୃପାସିନ୍ଧୁ ଖୁଣ୍ଟିଆ, ନରହରି ଖୁଣ୍ଟିଆ, ବିଷ୍ଣୁ ମୋହନ ଖୁଣ୍ଟିଆ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ସମେତ ଆହୁରି ଅନେକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି । ଗଛିତ ଥିବା ଧାନ, ଚାଉଳ, ଆସବାବପତ୍ର, ଗାଡ଼ି ସବୁ ଜଳି ପୋଡ଼ି ଛାରଖାର୍ ହୋଇଯାଇଛି । ଖୋଲା ଆକାଶ ତଳେ ପଡ଼ି ରହିଥିବା ଅଗ୍ନି ବିପନ୍ନ ପ୍ରଶାସନର ସହାୟତାକୁ ଅନାଇ ରହିଛନ୍ତି ।

01 May 2021 By The Sakala

ଦାଉ ସାଧୁଛି ପ୍ରକୃତି: ବଜ୍ରପାତରେ ୧୧ଟି ପରିବାରର ୨୨ ବଖରା ଘର ପୋଡ଼ି ପାଉଁଶ

ଭଦ୍ରକ: ଦାଉ ସାଧୁଛି ପ୍ରକୃତି। ଭଦ୍ରକ ଜିଲ୍ଲା ତିହିଡ଼ି ବ୍ଲକ ଅଚକ ପଞ୍ଚାୟତ ଗୋପ ସାହିରେ ବିଳମ୍ବିତ ରାତିରେ ସମସ୍ତେ ଶୋଇଥିବା ବେଳେ ବଜ୍ରପାତ ପରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ୧୧ଟି ପରିବାରର ୨୨ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି । ଏଥିସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଛି ।

ସୂଚନା ଅନୁଯାୟୀ, ବଜ୍ରାଘାତ ଯୋଗୁଁ ଘର ଗୁଡ଼ିକରେ ନିଆଁ ଲାଗି ଯାଇଥିଲା। ଘର ଗୁଡ଼ିକ ପାଖା ପାଖି ଲାଗି ରହିଥିବାରୁ ଚାହୁଁ ଚାହୁଁ ନିଆଁ ବ୍ୟାପି ଯାଇଥିଲା। ଘରେ ନିଆଁ ଲାଗିବା ଦେଖି ଲୋକେ ଜୀବନ ବିକଳରେ ବାହାରକୁ ବାହାରି ଆସିଥିଲେ। ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ନିଆଁ ଆୟତ୍ତକୁ ଆସି ନଥିଲା। ଶେଷରେ ନିକଟସ୍ଥ ଅଗ୍ନିଶମ ବାହିନୀ ଗାଡି ଆସି ନିଆଁକୁ ଆୟତ୍ତ କରିଛି ।

bdk-2

ଅଗ୍ନିକାଣ୍ଡରେ ଗାଁର କୃପାସିନ୍ଧୁ ଖୁଣ୍ଟିଆ, ନରହରି ଖୁଣ୍ଟିଆ, ବିଷ୍ଣୁ ମୋହନ ଖୁଣ୍ଟିଆ, ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆଙ୍କ ସମେତ ଆହୁରି ଅନେକ ପରିବାର କ୍ଷତିଗ୍ରସ୍ତ ହୋଇଛନ୍ତି । ଗଛିତ ଥିବା ଧାନ, ଚାଉଳ, ଆସବାବପତ୍ର, ଗାଡ଼ି ସବୁ ଜଳି ପୋଡ଼ି ଛାରଖାର୍ ହୋଇଯାଇଛି । ଖୋଲା ଆକାଶ ତଳେ ପଡ଼ି ରହିଥିବା ଅଗ୍ନି ବିପନ୍ନ ପ୍ରଶାସନର ସହାୟତାକୁ ଅନାଇ ରହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର