ବସ୍-ସ୍କୁଟି ମୁହାଁମୁହିଁ ଧକ୍କା, ୨ ଜଣଙ୍କର ମୃତ୍ୟୁ
ଭଦ୍ରକ: ଭଦ୍ରକ ଜିଲ୍ଲା ଚାନ୍ଦବାଲି ରାସ୍ତାର ପୀରହାଟ ଥାନା ଅଧିନ କମାରିଆ ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଏକ ଘରୋଇ ବସ୍ ଓ ସ୍କୁଟି ମୁହାଁମୁହିଁ ଧକ୍କା ଘଟିଛି। ଏଥିରେ ସ୍କୁଟି ଆରୋହୀ ଦୁଇଜଣ ରାସ୍ତା କଡକୁ ଛିଟିକି ପଡିଥିଲେ। ଘଟଣାସ୍ଥଳରେ ଉକ୍ତ ୨ ସ୍କୁଟି ଆରୋହୀଙ୍କ ମୃତ୍ୟୁ ଘଟିଛି। ସ୍ଥାନୀୟଲୋକେ ଧକ୍କା ଦେଇଥିବା ବସଟିକୁ ଅଟକ ରଖିଛନ୍ତି। ଘଟଣା ସ୍ଥଳରୁ ଡ୍ରାଇଭର ଫେରାର ହୋଇ ଯାଇଥିବା ସୂଚନା। ମୃତକ ଦୁଇ ଜଣ ତିହିଡି ଅଞ୍ଚଳର ବୋଲି ଜଣାପଡିଛି।





