ନୂଆରୂପରେ ଝଲସିବ ବାବା ଆଖଣ୍ଡଳମଣିଙ୍କ ପୀଠ, ଖର୍ଚ୍ଚ ହେବ ୬କୋଟି ଟଙ୍କା

The Sakala Picture
Published On

ଭଦ୍ରକ : ନୂଆରୂପରେଖ ନେବ ରାଜ୍ଯର ପ୍ରମୁଖ ପର୍ଯ୍ଯଟନସ୍ଥଳ ତଥା ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠ। ଏଥିପାଇଁ ରାଜ୍ଯ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬କୋଟି ଟଙ୍କା।, ବିଶେଷକରି ଆଗନ୍ତୁକ ପର୍ଯ୍ଯଟକଙ୍କ ଆକୃଷ୍ଟ ନିମନ୍ତେ ପୀଠକୁ ସରସ ସୁନ୍ଦର କରିବା ପାଇଁ ମନ୍ଦିର ବେଢାର ସୌନ୍ଦର୍ଯ୍ଯକରଣ ସହ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ଚଲାପଥ ନିର୍ମାଣ, ଶିବଗଙ୍ଗା ପୁଷ୍କରଣୀ କୂଳର ସୌନ୍ଦର୍ଯ୍ଯକରଣ, ଶ୍ରାବଣମାସରେ ଆସୁଥିବା ବୋଲବମ ଭକ୍ତଙ୍କର ଶୃଙ୍ଖଳିତ ଜଳାଭିଷେକ ନିମନ୍ତେ ନୂତନ ଶ୍ରାବଣୀମଣ୍ଡପ ନିର୍ମାଣ, […]

ଭଦ୍ରକ : ନୂଆରୂପରେଖ ନେବ ରାଜ୍ଯର ପ୍ରମୁଖ ପର୍ଯ୍ଯଟନସ୍ଥଳ ତଥା ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠ। ଏଥିପାଇଁ ରାଜ୍ଯ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬କୋଟି ଟଙ୍କା।, ବିଶେଷକରି ଆଗନ୍ତୁକ ପର୍ଯ୍ଯଟକଙ୍କ ଆକୃଷ୍ଟ ନିମନ୍ତେ ପୀଠକୁ ସରସ ସୁନ୍ଦର କରିବା ପାଇଁ ମନ୍ଦିର ବେଢାର ସୌନ୍ଦର୍ଯ୍ଯକରଣ ସହ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ଚଲାପଥ ନିର୍ମାଣ, ଶିବଗଙ୍ଗା ପୁଷ୍କରଣୀ କୂଳର ସୌନ୍ଦର୍ଯ୍ଯକରଣ, ଶ୍ରାବଣମାସରେ ଆସୁଥିବା ବୋଲବମ ଭକ୍ତଙ୍କର ଶୃଙ୍ଖଳିତ ଜଳାଭିଷେକ ନିମନ୍ତେ ନୂତନ ଶ୍ରାବଣୀମଣ୍ଡପ ନିର୍ମାଣ, ଯଜ୍ଞମଣ୍ଡପ ନିର୍ମାଣ, ମଣିବାବାଙ୍କ ଗର୍ଭଗୃହ ମରାମତି ସାଙ୍ଗକୁ ଗଳିଘର ଗୁମୁଟ ମରାମତି, ସେହିପରି ମୁକ୍ତିମଣ୍ଡପ, ନାଟମଣ୍ଡପ ଆଦିର ମରାମତି କରାଯିବ। ଏଥିପାଇଁ ସୋମବାର ତଥା ପବିତ୍ର ରଥଯାତ୍ରା ଅବସରରେ ମନ୍ଦିର ପରିସରରେ ଶିଳାନ୍ଯାସ କରାଯାଇଛି। ଏହି ଶିଳାନ୍ଯାସ ଉତ୍ସବରେ ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନାବୋର୍ଡର ଅଧ୍ଯକ୍ଷ ବ୍ଯୋମକେଶ ରାୟ, ଭଦ୍ରକ ସାସଂଦ ମଞ୍ଜୁଲତା ମଣ୍ଡଳ, ଜିଲ୍ଳାପାଳ ଜ୍ଞାନ ଦାସ, ଉପଜିଲାପାଳ ତଥା ମନ୍ଦିରଟ୍ରଷ୍ଟି ପିତାମ୍ବର ସାମଲ, ଅତିରିକ୍ତ ଜିଲାପାଳ ମଧୁସୂଦନ ଦାସ, ଜିଲ୍ଲା ପରିଷଦ ଅଧ୍ଯକ୍ଷ ଦିଜବର ରାଉତ, ଚାନ୍ଦବାଲି ବିଡିଓ ଜ୍ଯୋତିବିକାଶ ଦାସ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ ଅଧ୍ଯକ୍ଷା ମାନସୀ ସାହୁଙ୍କ ସହ ଜଳପରିମଳ ବିଭାଗ, ଜଳସେଚନ ବିଭାଗ, ଡ୍ରେନେଜ ବିଭାଗ ସହ ବିଭିନ୍ନ ବିଭାଗର ପ୍ରଦାଧିକାରୀ ଯୋଗ ଦେଇଥିଲେ। ଏପରିକି କାର୍ଯ୍ଯକାରୀ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ପ୍ରଯ୍ଯାୟରେ ପହଁଚିଥିବା ଭଦ୍ରକ ଜିଲାପାଳ ଶ୍ରୀ ଦାସ କହିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରାଚୀ, ଧନୁଆ ଓ ଦୟା ନଦୀର ହେବ ପୁନରୁଦ୍ଧାର

baba-akhandalmani

ଆହୁରି ପଢ଼ନ୍ତୁ: ସତ ମାନିଲେ ନଗର ଉନ୍ନୟନ ମନ୍ତ୍ରୀ; କହିଲେ, 'ଆଜି ନହେଲେ କାଲି ମେଟ୍ରୋର ଆବଶ୍ୟକତା ଅଛି'

ସେହିପରି ପୀଠକୁ ଆସୁଥିବା ଭକ୍ତମାନଙ୍କର ସ୍ବାର୍ଥକୁ ଦୃଷ୍ଟିରେ ରଖି ପୀଠର ମୁଖ୍ଯ ବଜାରର ରାସ୍ତା, ଶିବଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ବର ସମ୍ପ୍ରସାରଣ ସହିତ ମନ୍ଦିର ୪ଦ୍ବାରର ସମ୍ପ୍ରସାରଣ କରାଯିବ। ବିଶେଷକରି ମହାଶିବରାତ୍ରୀରେ ଯେପରି ଅଗଣିତ ଭକ୍ତ ମଣବାବାଙ୍କର ମନ୍ଦିର ଚୂଡାକୁ ଉଠୁଥିବା ମହାଦୀପର ଦର୍ଶନ ପାଇପାରିବେ ସେଥିପାଇଁ ସ୍ବତନ୍ତ୍ର ବ୍ଯବସ୍ଥା କରାଯିବ ବୋଲି ସ୍ଥାନୀୟ ବିଧାୟକ ତଥା ଜିଲା ଯୋଜନାବୋର୍ଡର ଅଧ୍ଯକ୍ଷ ବ୍ଯୋମକେଶ ରାୟ କହିଥିଲେ।ପୀଠର ସମ୍ପ୍ରସାରଣ ଓ ମାଷ୍ଟରପ୍ଲାନ କାର୍ଯ୍ଯକାରୀ ପାଇଁ ଗତ ୪୦\୫୦ବର୍ଷ ହେବ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲେ ମଧ୍ଯ ଅର୍ଥ ଅଭାବରୁ ତାହା ସାକାର ହୋଇ ପାରୁନଥିଲା। ଏବେ ରାଜ୍ଯ ସରକାରଙ୍କ ପକ୍ଷରୁ ପ୍ରାଥମିକ ପ୍ରଯ୍ଯାୟରେ ୬କୋଟି ଟଙ୍କା ଯୋଗାଇ ଦିଆଯାଇଥିବାରୁ ତାହା ସାକାର ରୂପରେଖ ନେବ ବୋଲି କହଛନ୍ତି ସ୍ଥାନୀୟ ବୁଦ୍ଧିଜିବୀ। ଏଥିପାଇଁ ପ୍ରସ୍ତୁତ ହୋଇଥିବା ବ୍ଲୁପ୍ରିଣ୍ଟି ପ୍ରସାରଣ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ୨୦୨୭ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ; ଏପ୍ରିଲ ସୁଦ୍ଧା ଆସନ ସଂରକ୍ଷଣ ଚୂଡାନ୍ତ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

12 Jul 2021 By The Sakala

ନୂଆରୂପରେ ଝଲସିବ ବାବା ଆଖଣ୍ଡଳମଣିଙ୍କ ପୀଠ, ଖର୍ଚ୍ଚ ହେବ ୬କୋଟି ଟଙ୍କା

ଭଦ୍ରକ : ନୂଆରୂପରେଖ ନେବ ରାଜ୍ଯର ପ୍ରମୁଖ ପର୍ଯ୍ଯଟନସ୍ଥଳ ତଥା ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ବାବା ଆଖଣ୍ଡଳମଣିଙ୍କ ପୀଠ। ଏଥିପାଇଁ ରାଜ୍ଯ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଛି ୬କୋଟି ଟଙ୍କା।, ବିଶେଷକରି ଆଗନ୍ତୁକ ପର୍ଯ୍ଯଟକଙ୍କ ଆକୃଷ୍ଟ ନିମନ୍ତେ ପୀଠକୁ ସରସ ସୁନ୍ଦର କରିବା ପାଇଁ ମନ୍ଦିର ବେଢାର ସୌନ୍ଦର୍ଯ୍ଯକରଣ ସହ ଦର୍ଶନ ନିମନ୍ତେ ସ୍ବତନ୍ତ୍ର ଚଲାପଥ ନିର୍ମାଣ, ଶିବଗଙ୍ଗା ପୁଷ୍କରଣୀ କୂଳର ସୌନ୍ଦର୍ଯ୍ଯକରଣ, ଶ୍ରାବଣମାସରେ ଆସୁଥିବା ବୋଲବମ ଭକ୍ତଙ୍କର ଶୃଙ୍ଖଳିତ ଜଳାଭିଷେକ ନିମନ୍ତେ ନୂତନ ଶ୍ରାବଣୀମଣ୍ଡପ ନିର୍ମାଣ, ଯଜ୍ଞମଣ୍ଡପ ନିର୍ମାଣ, ମଣିବାବାଙ୍କ ଗର୍ଭଗୃହ ମରାମତି ସାଙ୍ଗକୁ ଗଳିଘର ଗୁମୁଟ ମରାମତି, ସେହିପରି ମୁକ୍ତିମଣ୍ଡପ, ନାଟମଣ୍ଡପ ଆଦିର ମରାମତି କରାଯିବ। ଏଥିପାଇଁ ସୋମବାର ତଥା ପବିତ୍ର ରଥଯାତ୍ରା ଅବସରରେ ମନ୍ଦିର ପରିସରରେ ଶିଳାନ୍ଯାସ କରାଯାଇଛି। ଏହି ଶିଳାନ୍ଯାସ ଉତ୍ସବରେ ଚାନ୍ଦବାଲି ବିଧାୟକ ତଥା ଜିଲା ଯୋଜନାବୋର୍ଡର ଅଧ୍ଯକ୍ଷ ବ୍ଯୋମକେଶ ରାୟ, ଭଦ୍ରକ ସାସଂଦ ମଞ୍ଜୁଲତା ମଣ୍ଡଳ, ଜିଲ୍ଳାପାଳ ଜ୍ଞାନ ଦାସ, ଉପଜିଲାପାଳ ତଥା ମନ୍ଦିରଟ୍ରଷ୍ଟି ପିତାମ୍ବର ସାମଲ, ଅତିରିକ୍ତ ଜିଲାପାଳ ମଧୁସୂଦନ ଦାସ, ଜିଲ୍ଲା ପରିଷଦ ଅଧ୍ଯକ୍ଷ ଦିଜବର ରାଉତ, ଚାନ୍ଦବାଲି ବିଡିଓ ଜ୍ଯୋତିବିକାଶ ଦାସ, ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ବ୍ଲକ ଅଧ୍ଯକ୍ଷା ମାନସୀ ସାହୁଙ୍କ ସହ ଜଳପରିମଳ ବିଭାଗ, ଜଳସେଚନ ବିଭାଗ, ଡ୍ରେନେଜ ବିଭାଗ ସହ ବିଭିନ୍ନ ବିଭାଗର ପ୍ରଦାଧିକାରୀ ଯୋଗ ଦେଇଥିଲେ। ଏପରିକି କାର୍ଯ୍ଯକାରୀ ପାଇଁ ସମସ୍ତ ପ୍ରକ୍ରିୟା ଶେଷ ପ୍ରଯ୍ଯାୟରେ ପହଁଚିଥିବା ଭଦ୍ରକ ଜିଲାପାଳ ଶ୍ରୀ ଦାସ କହିଛନ୍ତି।

baba-akhandalmani

ସେହିପରି ପୀଠକୁ ଆସୁଥିବା ଭକ୍ତମାନଙ୍କର ସ୍ବାର୍ଥକୁ ଦୃଷ୍ଟିରେ ରଖି ପୀଠର ମୁଖ୍ଯ ବଜାରର ରାସ୍ତା, ଶିବଗଙ୍ଗା ପୁଷ୍କରିଣୀ ଚତୁଃପାର୍ଶ୍ବର ସମ୍ପ୍ରସାରଣ ସହିତ ମନ୍ଦିର ୪ଦ୍ବାରର ସମ୍ପ୍ରସାରଣ କରାଯିବ। ବିଶେଷକରି ମହାଶିବରାତ୍ରୀରେ ଯେପରି ଅଗଣିତ ଭକ୍ତ ମଣବାବାଙ୍କର ମନ୍ଦିର ଚୂଡାକୁ ଉଠୁଥିବା ମହାଦୀପର ଦର୍ଶନ ପାଇପାରିବେ ସେଥିପାଇଁ ସ୍ବତନ୍ତ୍ର ବ୍ଯବସ୍ଥା କରାଯିବ ବୋଲି ସ୍ଥାନୀୟ ବିଧାୟକ ତଥା ଜିଲା ଯୋଜନାବୋର୍ଡର ଅଧ୍ଯକ୍ଷ ବ୍ଯୋମକେଶ ରାୟ କହିଥିଲେ।ପୀଠର ସମ୍ପ୍ରସାରଣ ଓ ମାଷ୍ଟରପ୍ଲାନ କାର୍ଯ୍ଯକାରୀ ପାଇଁ ଗତ ୪୦\୫୦ବର୍ଷ ହେବ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲେ ମଧ୍ଯ ଅର୍ଥ ଅଭାବରୁ ତାହା ସାକାର ହୋଇ ପାରୁନଥିଲା। ଏବେ ରାଜ୍ଯ ସରକାରଙ୍କ ପକ୍ଷରୁ ପ୍ରାଥମିକ ପ୍ରଯ୍ଯାୟରେ ୬କୋଟି ଟଙ୍କା ଯୋଗାଇ ଦିଆଯାଇଥିବାରୁ ତାହା ସାକାର ରୂପରେଖ ନେବ ବୋଲି କହଛନ୍ତି ସ୍ଥାନୀୟ ବୁଦ୍ଧିଜିବୀ। ଏଥିପାଇଁ ପ୍ରସ୍ତୁତ ହୋଇଥିବା ବ୍ଲୁପ୍ରିଣ୍ଟି ପ୍ରସାରଣ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର