ସରପଞ୍ଚ ପଦବୀ ପାଇଁ ଭଦ୍ରକ ଓଢ଼ଙ୍ଗ ପଞ୍ଚାୟତରେ ନଣନ୍ଦ-ଭାଉଜ ଲଢେଇ

The Sakala Picture
Published On

ଭଦ୍ରକ:ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜନୈତିକ ମଇଦାନ। କ୍ଷମତା କୁର୍ସି ହାସଲ ପାଇଁ ସମ୍ପର୍କୀୟଙ୍କ ମଧ୍ୟରେ ବି ଚାଲିଛି ପ୍ରତିଦ୍ୱନ୍ଦ୍ୱିତା। ଭଦ୍ରକ ଜିଲ୍ଲା ବି ଏଥିରୁ ବାଦ ପଡ଼ିନାହିଁ। ଗୋଟିଏ ସ୍ଥାନରେ ନଣନ୍ଦ ଓ ଭାଉଜ ନିର୍ବାଚନରେ ପରସ୍ପର ବିରୋଧରେ ପ୍ରାର୍ଥୀ ହୋଇଥିବାବେଳେ ପୂର୍ବତନ ବିଧାୟକ ଝିଅ ପରିବର୍ତ୍ତେ ବୋହୂ ସପକ୍ଷରେ ପ୍ରଚାର ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଓଢ଼ଙ୍ଗ ପଞ୍ଚାୟତରେ। ୧୫ଟି ୱାର୍ଡକୁ […]

ଭଦ୍ରକ:ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜନୈତିକ ମଇଦାନ। କ୍ଷମତା କୁର୍ସି ହାସଲ ପାଇଁ ସମ୍ପର୍କୀୟଙ୍କ ମଧ୍ୟରେ ବି ଚାଲିଛି ପ୍ରତିଦ୍ୱନ୍ଦ୍ୱିତା। ଭଦ୍ରକ ଜିଲ୍ଲା ବି ଏଥିରୁ ବାଦ ପଡ଼ିନାହିଁ। ଗୋଟିଏ ସ୍ଥାନରେ ନଣନ୍ଦ ଓ ଭାଉଜ ନିର୍ବାଚନରେ ପରସ୍ପର ବିରୋଧରେ ପ୍ରାର୍ଥୀ ହୋଇଥିବାବେଳେ ପୂର୍ବତନ ବିଧାୟକ ଝିଅ ପରିବର୍ତ୍ତେ ବୋହୂ ସପକ୍ଷରେ ପ୍ରଚାର ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଓଢ଼ଙ୍ଗ ପଞ୍ଚାୟତରେ। ୧୫ଟି ୱାର୍ଡକୁ ନେଇ ଗଠିତ ଓଢ଼ଙ୍ଗର ମୋଟ ୬ ହଜାର ୧୩ ଜଣ ଭୋଟର ଚଳିତ ନିର୍ବାଚନରେ ମତଦାନ କରିବେ। ଦୀର୍ଘ ୨୫ ବର୍ଷ ଧରି ପଞ୍ଚାୟତଟି କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କ ଦଖଲରେ ରହି ଆସିଥିଲା, ମାତ୍ର ଗତ ୨୦୧୭ରେ କଂଗ୍ରେସର ଏହି ବିଜୟଧାରା ଭାଙ୍ଗିଥିଲା। ଉକ୍ତ ପଞ୍ଚାୟତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅର୍ଜୁନ ଚରଣ ସେଠୀ ଓ ପୂର୍ବତନ ଭଣ୍ଡାରିପୋଖରୀ ବିଧାୟକ ପଞ୍ଚାନନ ମଣ୍ଡଳଙ୍କ ନିଜ ଗାଁ। ପ୍ରତ୍ୟେକ ନିର୍ବାଚନରେ ଏଠାରେ ଉଭୟଙ୍କ ମଧ୍ୟରେ ଚାଲେ ପତିଆରା ଲଢ଼େଇ। ଚଳିତ ନିର୍ବାଚନରେ ଏଠାରେ କଂଗ୍ରେସ ନେତା ପଞ୍ଚାନନ ମଣ୍ଡଳଙ୍କ ବୋହୂ ଲିଲି କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ହୋଇଥିବାବେଳେ ଝିଅ ମିନତୀ ମଣ୍ଡଳ ମଧ୍ୟ ଏଠାରୁ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଗାଧୋଇବା ହେଲା କାଳ, ପୋଖରୀରେ ବୁଡି ଦୁଇ ନାବାଳିକା ମୃତ

ଝିଅ ମିନତୀ ମଣ୍ଡଳ ଗାଁରେ ବାହା ହୋଇଛନ୍ତି ଓ ଚଳିତ ନିର୍ବାଚନରେ ଭାଉଜ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ସରପଞ୍ଚ ପଞ୍ଚାନନ ଝିଅ ଓ ବୋହୂ ମଧ୍ୟରେ ଚାଲିଥିବା ଲଢ଼େଇରେ ବୋହୂ ଲିଲିଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଅନ୍ୟପଟେ ଝିଅ ମିନତୀ ମଣ୍ଡଳ ବିଜୟ ପାଇଁ ବାପାଙ୍କ ଆଶୀର୍ବାଦ କାମନା କରିବାକୁ ପଛାଇନାହାନ୍ତି। ଅନ୍ୟପକ୍ଷରେ ଭାଉଜ ଲିଲି ଓ ନଣନ୍ଦ ମିନତୀ ଏହି ନିର୍ବାଚନ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିପାରିବ ନାହିଁ ବୋଲି କହିଛନ୍ତି। ନିର୍ବାଚନ ରଣାଙ୍ଗନରେ ଆମେ ପ୍ରତିଯୋଗିତା ଭାବେ ଅଂଶଗ୍ରହଣ କରିଛୁ, ଯିଏ ଜିତୁ କି ହାରୁ, ଆମର ନଣନ୍ଦ ଭାଉଜ ସମ୍ପର୍କ ଫିକା ପଡ଼ିବ ନାହିଁ ବୋଲି ଉଭୟ କହିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନରେ ନଣନ୍ଦ-ଭାଉଜ(ବିଜେପି-କଂଗ୍ରେସ)ଙ୍କ ମଧ୍ୟରେ ଚାଲିଥିବା ଲଢେଇ ରେ ଫାଇଦା ନେବାକୁ ବସିଛନ୍ତି ବିଜେଡି ସମର୍ଥିତ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ଦାସ। ପଞ୍ଚାୟତରେ ରହିଥିବା ରାସ୍ତା, ଡ୍ରେନ ସମସ୍ୟା ସହ ଲୋକଙ୍କ ମୌଳିକ ସମସ୍ୟା କୁ ପ୍ରାଧାନ୍ୟ ଦେବି ବୋଲି ବିଜେଡି ସମର୍ଥିତ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ଦାସ କହିଛନ୍ତି।

ଆହୁରି ପଢ଼ନ୍ତୁ: ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ବ୍ୟବସ୍ଥା: ଗୋଟିଏ ବିଷୟରେ ଦେଇପାରିବେ ଇମ୍‌ପ୍ରୁଭମେଣ୍ଟ ପରୀକ୍ଷା

ଆହୁରି ପଢ଼ନ୍ତୁ: ପେଟ୍ରୋଲ-ଡିଜେଲ ସରିଯିବା ନେଇ ମାଲକାନଗିରିରେ ଗୁଜବ, ପେଟ୍ରୋଲ ପମ୍ପରେ ଅସମ୍ଭାଳ ଭିଡ

31 Jan 2022 By The Sakala

ସରପଞ୍ଚ ପଦବୀ ପାଇଁ ଭଦ୍ରକ ଓଢ଼ଙ୍ଗ ପଞ୍ଚାୟତରେ ନଣନ୍ଦ-ଭାଉଜ ଲଢେଇ

ଭଦ୍ରକ:ଚଳିତ ପଞ୍ଚାୟତ ନିର୍ବାଚନ ପାଇଁ ସରଗରମ ରାଜନୈତିକ ମଇଦାନ। କ୍ଷମତା କୁର୍ସି ହାସଲ ପାଇଁ ସମ୍ପର୍କୀୟଙ୍କ ମଧ୍ୟରେ ବି ଚାଲିଛି ପ୍ରତିଦ୍ୱନ୍ଦ୍ୱିତା। ଭଦ୍ରକ ଜିଲ୍ଲା ବି ଏଥିରୁ ବାଦ ପଡ଼ିନାହିଁ। ଗୋଟିଏ ସ୍ଥାନରେ ନଣନ୍ଦ ଓ ଭାଉଜ ନିର୍ବାଚନରେ ପରସ୍ପର ବିରୋଧରେ ପ୍ରାର୍ଥୀ ହୋଇଥିବାବେଳେ ପୂର୍ବତନ ବିଧାୟକ ଝିଅ ପରିବର୍ତ୍ତେ ବୋହୂ ସପକ୍ଷରେ ପ୍ରଚାର ପାଇଁ ଅଣ୍ଟା ଭିଡ଼ିଛନ୍ତି। ଏପରି ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଅନ୍ତର୍ଗତ ଓଢ଼ଙ୍ଗ ପଞ୍ଚାୟତରେ। ୧୫ଟି ୱାର୍ଡକୁ ନେଇ ଗଠିତ ଓଢ଼ଙ୍ଗର ମୋଟ ୬ ହଜାର ୧୩ ଜଣ ଭୋଟର ଚଳିତ ନିର୍ବାଚନରେ ମତଦାନ କରିବେ। ଦୀର୍ଘ ୨୫ ବର୍ଷ ଧରି ପଞ୍ଚାୟତଟି କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କ ଦଖଲରେ ରହି ଆସିଥିଲା, ମାତ୍ର ଗତ ୨୦୧୭ରେ କଂଗ୍ରେସର ଏହି ବିଜୟଧାରା ଭାଙ୍ଗିଥିଲା। ଉକ୍ତ ପଞ୍ଚାୟତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ଅର୍ଜୁନ ଚରଣ ସେଠୀ ଓ ପୂର୍ବତନ ଭଣ୍ଡାରିପୋଖରୀ ବିଧାୟକ ପଞ୍ଚାନନ ମଣ୍ଡଳଙ୍କ ନିଜ ଗାଁ। ପ୍ରତ୍ୟେକ ନିର୍ବାଚନରେ ଏଠାରେ ଉଭୟଙ୍କ ମଧ୍ୟରେ ଚାଲେ ପତିଆରା ଲଢ଼େଇ। ଚଳିତ ନିର୍ବାଚନରେ ଏଠାରେ କଂଗ୍ରେସ ନେତା ପଞ୍ଚାନନ ମଣ୍ଡଳଙ୍କ ବୋହୂ ଲିଲି କଂଗ୍ରେସ ସମର୍ଥିତ ସରପଞ୍ଚ ପ୍ରାର୍ଥୀ ହୋଇଥିବାବେଳେ ଝିଅ ମିନତୀ ମଣ୍ଡଳ ମଧ୍ୟ ଏଠାରୁ ବିଜେପି ସମର୍ଥିତ ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି।

ଝିଅ ମିନତୀ ମଣ୍ଡଳ ଗାଁରେ ବାହା ହୋଇଛନ୍ତି ଓ ଚଳିତ ନିର୍ବାଚନରେ ଭାଉଜ ବିପକ୍ଷରେ ପ୍ରାର୍ଥୀ ହୋଇଛନ୍ତି। ପୂର୍ବତନ ସରପଞ୍ଚ ପଞ୍ଚାନନ ଝିଅ ଓ ବୋହୂ ମଧ୍ୟରେ ଚାଲିଥିବା ଲଢ଼େଇରେ ବୋହୂ ଲିଲିଙ୍କ ପାଇଁ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି। ଅନ୍ୟପଟେ ଝିଅ ମିନତୀ ମଣ୍ଡଳ ବିଜୟ ପାଇଁ ବାପାଙ୍କ ଆଶୀର୍ବାଦ କାମନା କରିବାକୁ ପଛାଇନାହାନ୍ତି। ଅନ୍ୟପକ୍ଷରେ ଭାଉଜ ଲିଲି ଓ ନଣନ୍ଦ ମିନତୀ ଏହି ନିର୍ବାଚନ ସେମାନଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିପାରିବ ନାହିଁ ବୋଲି କହିଛନ୍ତି। ନିର୍ବାଚନ ରଣାଙ୍ଗନରେ ଆମେ ପ୍ରତିଯୋଗିତା ଭାବେ ଅଂଶଗ୍ରହଣ କରିଛୁ, ଯିଏ ଜିତୁ କି ହାରୁ, ଆମର ନଣନ୍ଦ ଭାଉଜ ସମ୍ପର୍କ ଫିକା ପଡ଼ିବ ନାହିଁ ବୋଲି ଉଭୟ କହିଛନ୍ତି। ଅନ୍ୟପକ୍ଷରେ ନିର୍ବାଚନରେ ନଣନ୍ଦ-ଭାଉଜ(ବିଜେପି-କଂଗ୍ରେସ)ଙ୍କ ମଧ୍ୟରେ ଚାଲିଥିବା ଲଢେଇ ରେ ଫାଇଦା ନେବାକୁ ବସିଛନ୍ତି ବିଜେଡି ସମର୍ଥିତ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ଦାସ। ପଞ୍ଚାୟତରେ ରହିଥିବା ରାସ୍ତା, ଡ୍ରେନ ସମସ୍ୟା ସହ ଲୋକଙ୍କ ମୌଳିକ ସମସ୍ୟା କୁ ପ୍ରାଧାନ୍ୟ ଦେବି ବୋଲି ବିଜେଡି ସମର୍ଥିତ ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ଦାସ କହିଛନ୍ତି।

https://www.thesakala.in/latest-odisha-news/bhadrak/panchayat-election-fight-bitween-family/article-8876
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର