ବିପୁଳ ପରିମାଣରେ ମଦ ଜବତ, ୬ ବେପାରୀ ଗିରଫ

The Sakala Picture
Published On

ବାସୁଦେବପୁର: ବାସୁଦେବପୁରର ବିଭିନ୍ନ ସ୍ଥାନରୁ ଅବକାରୀ ବିଭାଗ ବିପୁଳ ପରିମାଣରେ ବେଆଇନ ମଦ ଜବତ କରିବା ସହ ୬ ଜଣ ବେପାରୀଙ୍କୁ ଗିରଫ କରିଛି। ପୌର ନିର୍ବାଚନ ପାଇଁ ଗତ ୨୨ ତାରିଖ ସନ୍ଧ୍ୟାରୁ ସମସ୍ତ ସରକାରୀ ମଦ ଦୋକାନକୁ ଆସନ୍ତା ୨୬ ତାରିଖ ରାତି ପର୍ଯ୍ୟନ୍ତ ସିଲ କରାଯାଇ ଥିବାବେଳେ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଚାରା ମଦ ବେପାରୀମାନେ ବେଧଡକ କରବାର କରୁଥିବା ସୂଚନା ପାଇ ଅବକାରୀ ବିଭାଗ ଅଚାନକ ଚଢାଉ କରିଥିଲା। […]

ବାସୁଦେବପୁର: ବାସୁଦେବପୁରର ବିଭିନ୍ନ ସ୍ଥାନରୁ ଅବକାରୀ ବିଭାଗ ବିପୁଳ ପରିମାଣରେ ବେଆଇନ ମଦ ଜବତ କରିବା ସହ ୬ ଜଣ ବେପାରୀଙ୍କୁ ଗିରଫ କରିଛି। ପୌର ନିର୍ବାଚନ ପାଇଁ ଗତ ୨୨ ତାରିଖ ସନ୍ଧ୍ୟାରୁ ସମସ୍ତ ସରକାରୀ ମଦ ଦୋକାନକୁ ଆସନ୍ତା ୨୬ ତାରିଖ ରାତି ପର୍ଯ୍ୟନ୍ତ ସିଲ କରାଯାଇ ଥିବାବେଳେ ପୌରାଞ୍ଚଳର ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଚାରା ମଦ ବେପାରୀମାନେ ବେଧଡକ କରବାର କରୁଥିବା ସୂଚନା ପାଇ ଅବକାରୀ ବିଭାଗ ଅଚାନକ ଚଢାଉ କରିଥିଲା। ସ୍ଥାନୀୟ ବାସୁଦେବପୁର ଥାନା ଜାଫରପୁର ଅଞ୍ଚଳରୁ ଦିଲିପ କୁମାର ପତି, ଚାଚେରୀ ଛକ ନିକଟରୁ ସୁବାଶ ଜେନା,ବରଣ୍ଡୁଆରୁ ଜୟକୃଷ୍ଣ ଜେନା, ରତାଙ୍ଗରୁ ନିରଜଂନ ମଲ୍ଲିକ ପ୍ରମୁଖଙ୍କୁ ଆଜି ଗିରଫ କରାଯାଇଥିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଦେଶୀ ଓ ବିଦେଶୀ ଚୋରାମଦ ଜବତ କରାଯାଇଛି। ସେହିପରି ଗତ ଗୁରୁବାର ସ୍ଥାନୀୟ ପଢ଼ୁଆଁ ଅଞ୍ଚଳରୁ ସୁବୋଧ ପଲେଇ ଓ ସୁଗୋ ଅଞ୍ଚଳରୁ ଶୁଶାନ୍ତ ନାୟକ ନାମକ ଦୁଇ ଚୋରା ବେପାରୀଙ୍କୁ ଅବକାରୀ ବିଭାଗ ଗିରଫ କରିବା ସହିତ ସେମାନଙ୍କ ନିକଟରେ ବେ।।ଇନ ଭାବେ ମହଜୁଦ ଥିବା ବିପୁଳ ପରିମାଣରେ ମଦ ଜବତ କରିଛି।

27 Mar 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର