ପ୍ରଶାସନର ଅଜବ ନୀତି : ଘର ଦେଲେ ବିଡିଓ; ଭାଙ୍ଗିଦେଲେ ତହସିଲଦାର

The Sakala Picture
Published On

ବଲାଙ୍ଗିର : ଘର ଦେଲେ ବିଡିଓ। ସରକାରୀ ଜାଗାରେ ଘର ଥିବା କହି ଭାଙ୍ଗିଦେଲେ ତହସିଲଦାର। ଭୂମିହୀନ ହୋଇଥିବାରୁ ସରକାରୀ ଜାଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରିଥିଲେ ସଦର ବ୍ଲକ ଦୁଆନପାଲି ଗାଁର ଗଙ୍ଗାଧର ସିଂ। ହେଲେ କିଛି ଗାଁଲୋକ ପ୍ରଶାସନ ନିକଟରେ ସେହି ସ୍ଥାନରେ ଜବରଦଖଲ ଉଚ୍ଛେଦ କରିବା ପାଇଁ ଜିଦ୍‍ ଧରିଥିଲେ। ସୋମବାର ତହସିଲଦାର ମାଘବନ ବାଗଙ୍କ ଉପସ୍ଥିତିରେ ଗଙ୍ଗାଧରଙ୍କ ଘର ଭଙ୍ଗାଯାଇଥିବାବେଳେ ସ୍ୱାମୀ-ସ୍ତ୍ରୀ ଜିଲ୍ଲାପାଳ ଅଫିସ ଆଗରେ ଧାରଣାରେ ବସିଛନ୍ତି। […]

ବଲାଙ୍ଗିର : ଘର ଦେଲେ ବିଡିଓ। ସରକାରୀ ଜାଗାରେ ଘର ଥିବା କହି ଭାଙ୍ଗିଦେଲେ ତହସିଲଦାର। ଭୂମିହୀନ ହୋଇଥିବାରୁ ସରକାରୀ ଜାଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରିଥିଲେ ସଦର ବ୍ଲକ ଦୁଆନପାଲି ଗାଁର ଗଙ୍ଗାଧର ସିଂ। ହେଲେ କିଛି ଗାଁଲୋକ ପ୍ରଶାସନ ନିକଟରେ ସେହି ସ୍ଥାନରେ ଜବରଦଖଲ ଉଚ୍ଛେଦ କରିବା ପାଇଁ ଜିଦ୍‍ ଧରିଥିଲେ। ସୋମବାର ତହସିଲଦାର ମାଘବନ ବାଗଙ୍କ ଉପସ୍ଥିତିରେ ଗଙ୍ଗାଧରଙ୍କ ଘର ଭଙ୍ଗାଯାଇଥିବାବେଳେ ସ୍ୱାମୀ-ସ୍ତ୍ରୀ ଜିଲ୍ଲାପାଳ ଅଫିସ ଆଗରେ ଧାରଣାରେ ବସିଛନ୍ତି।

ଆହୁରି ପଢ଼ନ୍ତୁ: ଏପ୍ରିଲ ୨୭ ସୁଦ୍ଧା ସବୁ ସ୍କୁଲର ଛାତ୍ରଛାତ୍ରୀଙ୍କୁ ପୋଷାକ ବଣ୍ଟନ ନେଇ SOP ଜାରି

ସୂଚନା ଅନୁସାରେ ଦୁଆନପାଲି ଗାଁର ଗଙ୍ଗାଧର ସିଂଙ୍କୁ ୨୦୨୦-୨୧ ଆର୍ଥିକ ବର୍ଷରେ ବ୍ଲକ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରିବା ପାଇଁ କାର୍ଯ୍ୟାଦେଶ ମିଳିଥିଲା। ସେ ଭୂମିହୀନ ହୋଇଥିବାରୁ ଗଙ୍ଗାଧର ଓ ଗାଁର ଆଉ ତିନି ହିତାଧିକାରୀଙ୍କୁ ସରକାରୀ ଜାଗାରେ ଘର କରିବାକୁ ଅନୁମତି ଦିଆଯାଇଥିଲା। ହେଲେ ଗଙ୍ଗାଧର ଘର ନିର୍ମାଣ କରୁଥିବା ସ୍ଥାନକୁ ନେଇ ଗାଁର କିଛିଲୋକ ଅଭିଯୋଗ ଆଣିଥିଲେ। ଜୁଲାଇ ୨୧ରେ ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଗଙ୍ଗାଧର ଗିରଫ ହୋଇଥିବାବେଳେ ଗତ ୧୭ ତାରିଖରେ ଜାମିନ୍‍ରେ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ବିନା ନୋଟିସରେ ତହସିଲଦାର ଘର ଭାଙ୍ଗିବାକୁ କହିଥିଲେ। ସେ ନମାନିବାରୁ ସୋମବାର ତହସିଲଦାରଙ୍କ ଉପସ୍ଥିତିରେ ତାଙ୍କ ଭାଙ୍ଗିବା ସହ ଉଭୟ ଦମ୍ପତିଙ୍କୁ ଦୁର୍ବ୍ୟବହାର କରିଥିବାନେଇ ଅଭିଯୋଗ ହୋଇଛି। ଏ ବିଷୟରେ ତହସିଲଦାର ବାଗଙ୍କୁ ପଚାରିବାରୁ ଦୁର୍ବ୍ୟବହାର କରିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ପତରା ଜଙ୍ଗଲରେ ଘର ତିଆରି କରୁଥିବାରୁ ଗାଁ ଲୋକଙ୍କ ଅଭିଯୋଗକ୍ରମେ ଭାଙ୍ଗିଥିବା କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଜି 'ଛେନାପୋଡ଼ ଦିବସ': ଜାଣନ୍ତୁ ଓଡ଼ିଶାର ଏହି ପ୍ରସିଦ୍ଧ ମିଷ୍ଠାନ୍ନର ଇତିହାସ ଓ ମହତ୍ତ୍ୱ

ତେବେ ଯଦି ଜାଗାରେ କୌଣସି ପ୍ରକାର ବିବାଦ ରହିଥିଲା ବ୍ଲକ ପ୍ରଶାସନ ପକ୍ଷରୁ କିଭଳି କାର୍ଯ୍ୟାଦେଶ ପ୍ରଦାନ କରାଗଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାଙ୍କ ଆକାଉଣ୍ଟରେ ଦୁଇଟି କିସ୍ତି ବାବଦକୁ ୫୫ହଜାର ଟଙ୍କା ଜମା ହୋଇଥିବା ବେଳେ ସେହି ଟଙ୍କାରେ ତିଆରି ଘର ମାଟିରେ ମିଶିଯାଇଛି ଏଥିପାଇଁ ଦୋଷ କାହାର ବୋଲି ସାମାଜିକ କର୍ମୀମାନେ ପ୍ରଶ୍ନ କରିଛନ୍ତି। ଏନେଇ ବିଡିଓ ରାମଦତ୍ତ ଭୋଇଙ୍କ କହିବା ଅନୁସାରେ ଭୂମିହୀନ ହିତାଧିକାରୀମାନେ ସରକାରୀ ଜାଗାରେ ଘର କରିବାକୁ କୁଆଡ଼େ ଜିଲ୍ଲାପାଳ ମୌଖିକ ଭାବେ ନିର୍ଦ୍ଦେଶ ଦେଇଛନ୍ତି। ଯାହାଫଳରେ ସରକାରୀ ଜାଗାରେ ବି କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି। କିନ୍ତୁ ଏହି ସ୍ଥାନ ବିବାଦୀୟ ହୋଇଥିବାରୁ ପ୍ରଶାସନ ଯାହା କରିଛି ଠିକ୍‍ କରିଛି ବୋଲି ସେ କହିଛନ୍ତି। ତେବେ ସେହି ସ୍ଥାନକୁ ଲାଗି ଆହୁରି ତିନି ଜଣ ହିତାଧିକାରୀଙ୍କ ଘର ରହିଥିବା ବେଳେ ସବୁ ଘର ନଭାଙ୍ଗି ତହସିଲଦାର କେବଳ ତାଙ୍କ ଘର କାହିଁକି ଭାଙ୍ଗିଲେ ବୋଲି ଗଙ୍ଗାଧର ପ୍ରଶ୍ନ କରିଛନ୍ତି। ଘର ଭାଙ୍ଗିବା ପରେ ସୋମବାର ସନ୍ଧ୍ୟାରୁ ଗଙ୍ଗାଧର ଓ ତାଙ୍କ ସ୍ତ୍ରୀ ଆସି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଅନଶନରେ ବସିଛନ୍ତି। ତାଙ୍କ ସମର୍ଥନରେ କେଶରୀୟା ହିନ୍ଦୁ ବାହିନୀ, ଭିଲେଜର୍ସ ଇଣ୍ଡିଆପାର୍ଟି ମଧ୍ୟ ଅନଶନରେ ସାମିଲ ହୋଇଛି। ତହସିଲଦାର ଓ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

ଆହୁରି ପଢ଼ନ୍ତୁ: ଓଡ଼ିଆ ଅସ୍ମିତାକୁ ଧକ୍କା: ଓଡ଼ିଶାର ପ୍ରତିଷ୍ଠା ଓ ପତିଆରାକୁ ହ୍ରାସ ପାଇଁ ଷଡ଼ଯନ୍ତ୍ର ଆରମ୍ଭ

25 Aug 2021 By The Sakala

ପ୍ରଶାସନର ଅଜବ ନୀତି : ଘର ଦେଲେ ବିଡିଓ; ଭାଙ୍ଗିଦେଲେ ତହସିଲଦାର

ବଲାଙ୍ଗିର : ଘର ଦେଲେ ବିଡିଓ। ସରକାରୀ ଜାଗାରେ ଘର ଥିବା କହି ଭାଙ୍ଗିଦେଲେ ତହସିଲଦାର। ଭୂମିହୀନ ହୋଇଥିବାରୁ ସରକାରୀ ଜାଗାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରିଥିଲେ ସଦର ବ୍ଲକ ଦୁଆନପାଲି ଗାଁର ଗଙ୍ଗାଧର ସିଂ। ହେଲେ କିଛି ଗାଁଲୋକ ପ୍ରଶାସନ ନିକଟରେ ସେହି ସ୍ଥାନରେ ଜବରଦଖଲ ଉଚ୍ଛେଦ କରିବା ପାଇଁ ଜିଦ୍‍ ଧରିଥିଲେ। ସୋମବାର ତହସିଲଦାର ମାଘବନ ବାଗଙ୍କ ଉପସ୍ଥିତିରେ ଗଙ୍ଗାଧରଙ୍କ ଘର ଭଙ୍ଗାଯାଇଥିବାବେଳେ ସ୍ୱାମୀ-ସ୍ତ୍ରୀ ଜିଲ୍ଲାପାଳ ଅଫିସ ଆଗରେ ଧାରଣାରେ ବସିଛନ୍ତି।

ସୂଚନା ଅନୁସାରେ ଦୁଆନପାଲି ଗାଁର ଗଙ୍ଗାଧର ସିଂଙ୍କୁ ୨୦୨୦-୨୧ ଆର୍ଥିକ ବର୍ଷରେ ବ୍ଲକ ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ତିଆରି କରିବା ପାଇଁ କାର୍ଯ୍ୟାଦେଶ ମିଳିଥିଲା। ସେ ଭୂମିହୀନ ହୋଇଥିବାରୁ ଗଙ୍ଗାଧର ଓ ଗାଁର ଆଉ ତିନି ହିତାଧିକାରୀଙ୍କୁ ସରକାରୀ ଜାଗାରେ ଘର କରିବାକୁ ଅନୁମତି ଦିଆଯାଇଥିଲା। ହେଲେ ଗଙ୍ଗାଧର ଘର ନିର୍ମାଣ କରୁଥିବା ସ୍ଥାନକୁ ନେଇ ଗାଁର କିଛିଲୋକ ଅଭିଯୋଗ ଆଣିଥିଲେ। ଜୁଲାଇ ୨୧ରେ ଏନେଇ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ଘଟଣାରେ ଗଙ୍ଗାଧର ଗିରଫ ହୋଇଥିବାବେଳେ ଗତ ୧୭ ତାରିଖରେ ଜାମିନ୍‍ରେ ଘରକୁ ଫେରିଥିଲେ। ଘରକୁ ଫେରିବା ପରେ ବିନା ନୋଟିସରେ ତହସିଲଦାର ଘର ଭାଙ୍ଗିବାକୁ କହିଥିଲେ। ସେ ନମାନିବାରୁ ସୋମବାର ତହସିଲଦାରଙ୍କ ଉପସ୍ଥିତିରେ ତାଙ୍କ ଭାଙ୍ଗିବା ସହ ଉଭୟ ଦମ୍ପତିଙ୍କୁ ଦୁର୍ବ୍ୟବହାର କରିଥିବାନେଇ ଅଭିଯୋଗ ହୋଇଛି। ଏ ବିଷୟରେ ତହସିଲଦାର ବାଗଙ୍କୁ ପଚାରିବାରୁ ଦୁର୍ବ୍ୟବହାର କରିବା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି। ପତରା ଜଙ୍ଗଲରେ ଘର ତିଆରି କରୁଥିବାରୁ ଗାଁ ଲୋକଙ୍କ ଅଭିଯୋଗକ୍ରମେ ଭାଙ୍ଗିଥିବା କହିଛନ୍ତି।

ତେବେ ଯଦି ଜାଗାରେ କୌଣସି ପ୍ରକାର ବିବାଦ ରହିଥିଲା ବ୍ଲକ ପ୍ରଶାସନ ପକ୍ଷରୁ କିଭଳି କାର୍ଯ୍ୟାଦେଶ ପ୍ରଦାନ କରାଗଲା ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତାଙ୍କ ଆକାଉଣ୍ଟରେ ଦୁଇଟି କିସ୍ତି ବାବଦକୁ ୫୫ହଜାର ଟଙ୍କା ଜମା ହୋଇଥିବା ବେଳେ ସେହି ଟଙ୍କାରେ ତିଆରି ଘର ମାଟିରେ ମିଶିଯାଇଛି ଏଥିପାଇଁ ଦୋଷ କାହାର ବୋଲି ସାମାଜିକ କର୍ମୀମାନେ ପ୍ରଶ୍ନ କରିଛନ୍ତି। ଏନେଇ ବିଡିଓ ରାମଦତ୍ତ ଭୋଇଙ୍କ କହିବା ଅନୁସାରେ ଭୂମିହୀନ ହିତାଧିକାରୀମାନେ ସରକାରୀ ଜାଗାରେ ଘର କରିବାକୁ କୁଆଡ଼େ ଜିଲ୍ଲାପାଳ ମୌଖିକ ଭାବେ ନିର୍ଦ୍ଦେଶ ଦେଇଛନ୍ତି। ଯାହାଫଳରେ ସରକାରୀ ଜାଗାରେ ବି କାର୍ଯ୍ୟାଦେଶ ପ୍ରଦାନ କରାଯାଉଛି। କିନ୍ତୁ ଏହି ସ୍ଥାନ ବିବାଦୀୟ ହୋଇଥିବାରୁ ପ୍ରଶାସନ ଯାହା କରିଛି ଠିକ୍‍ କରିଛି ବୋଲି ସେ କହିଛନ୍ତି। ତେବେ ସେହି ସ୍ଥାନକୁ ଲାଗି ଆହୁରି ତିନି ଜଣ ହିତାଧିକାରୀଙ୍କ ଘର ରହିଥିବା ବେଳେ ସବୁ ଘର ନଭାଙ୍ଗି ତହସିଲଦାର କେବଳ ତାଙ୍କ ଘର କାହିଁକି ଭାଙ୍ଗିଲେ ବୋଲି ଗଙ୍ଗାଧର ପ୍ରଶ୍ନ କରିଛନ୍ତି। ଘର ଭାଙ୍ଗିବା ପରେ ସୋମବାର ସନ୍ଧ୍ୟାରୁ ଗଙ୍ଗାଧର ଓ ତାଙ୍କ ସ୍ତ୍ରୀ ଆସି ଜିଲ୍ଲାପାଳ ଅଫିସ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଅନଶନରେ ବସିଛନ୍ତି। ତାଙ୍କ ସମର୍ଥନରେ କେଶରୀୟା ହିନ୍ଦୁ ବାହିନୀ, ଭିଲେଜର୍ସ ଇଣ୍ଡିଆପାର୍ଟି ମଧ୍ୟ ଅନଶନରେ ସାମିଲ ହୋଇଛି। ତହସିଲଦାର ଓ ବିଡିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର