ଧର୍ମେନ୍ଦ୍ରଙ୍କୁ ଟ୍ବିଟ କରି ଅନୁରୋଧ କଲେ ବର୍ଷା ସିଂ ବରିହା: ଦିବଂଗତ ନେତା ନବ ଦାସଙ୍କୁ ନିନ୍ଦିତ ନ କରିବାକୁ ଦଳୀୟ ନେତାଙ୍କୁ ତାଗିଦ କରନ୍ତୁ….

The Sakala Picture
Published On

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଧାୟିକା ବର୍ଷା ସିଂ ବରିହା ଟାର୍ଗେଟ୍‌ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ମନମାନିକୁ ନେଇ ବର୍ଷିଛନ୍ତି ବର୍ଷା। କହିଛନ୍ତି, ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ କିଛି ଦିନ ହେଲା ବିଜେପିର ବହୁ ନେତା ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଛନ୍ତି । ଏହା ହିନ୍ଦୁ ପରମ୍ପରା ଏବଂ ଓଡ଼ିଆ ସଂସ୍କୃତିରେ ଆଦୌ ଗ୍ରହଣୀୟ ନୁହେଁ । ମୋ ବାପାଙ୍କର ଦେହାନ୍ତ ବେଳେ ମଧ୍ୟ ରାଜ୍ୟ ବିଜେପିର କିଛି ନେତା ତାଙ୍କୁ […]

ଭୁବନେଶ୍ବର: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଧାୟିକା ବର୍ଷା ସିଂ ବରିହା ଟାର୍ଗେଟ୍‌ କରିଛନ୍ତି । କେନ୍ଦ୍ରମନ୍ତ୍ରୀଙ୍କ ମନମାନିକୁ ନେଇ ବର୍ଷିଛନ୍ତି ବର୍ଷା। କହିଛନ୍ତି, ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁ ପରେ କିଛି ଦିନ ହେଲା ବିଜେପିର ବହୁ ନେତା ତାଙ୍କୁ ନିନ୍ଦିତ କରିବାକୁ ଉଦ୍ୟମ କରୁଛନ୍ତି । ଏହା ହିନ୍ଦୁ ପରମ୍ପରା ଏବଂ ଓଡ଼ିଆ ସଂସ୍କୃତିରେ ଆଦୌ ଗ୍ରହଣୀୟ ନୁହେଁ । ମୋ ବାପାଙ୍କର ଦେହାନ୍ତ ବେଳେ ମଧ୍ୟ ରାଜ୍ୟ ବିଜେପିର କିଛି ନେତା ତାଙ୍କୁ ଠିକ୍ ଏପରି ଆକ୍ଷେପ କରିଥିଲେ।

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ


ବର୍ଷା କହିଛନ୍ତି, ତାଙ୍କ ଚରିତ୍ର ଓ ବାହାଘରକୁ ନେଇ ବିଜେପିର ନେତାମାନେ କୁତ୍ସାରଟନା କରିଥିଲେ । ହାତଯୋଡ଼ି ଯେତେ ଅନୁରୋଧ କଲେ ବି ସେମାନେ ଆକ୍ରୋଶମୂଳକ ଭାବେ ବ୍ୟକ୍ତିଗତ ଆକ୍ରମଣ କରିଥିଲେ। ଏହି କାରଣରୁ ତାଙ୍କ ଓ ତାଙ୍କୁ ପରିବାରକୁ ଗଭୀର ମାନସିକ ଆଘାତ ଲାଗିଥିଲା। କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କରି ବର୍ଷା ଆହୁରି କହିଛନ୍ତି, ଏପରି ଆକ୍ଷେପ ନ କରିବା ଲାଗି ଦଳର ନେତାଙ୍କୁ ବାରଣ କରିବା ସକାଶେ କେନ୍ଦ୍ରମନ୍ତ୍ରୀଙ୍କୁ ସେ କହିଥିଲେ। ମାତ୍ର କେନ୍ଦ୍ରମନ୍ତ୍ରୀ କିଛି କହି ନଥିଲେ। ଏଥିଲାଗି ସେ ଗଭୀର ଦୁଃଖିତ ଥିଲେ।


ଏବେ ସମାନ ଢଙ୍ଗରେ ସ୍ବର୍ଗତ ନବକିଶୋର ଦାସଙ୍କ ଚରିତ୍ର ସଂହାର କରିବା ଲାଗି ବିଜେପି ବାରମ୍ବାର ଉଦ୍ୟମ କରୁଛି ବୋଲି ବର୍ଷା କହିଛନ୍ତି। ବିଜେପି ନେତାଙ୍କ ଏହି ଅମାନବିକ କାଣ୍ଡ ଯୋଗୁ ନବକିଶୋର ଦାସଙ୍କ ଝିଅ ଓ ତାଙ୍କ ପରିବାରର ସଦସ୍ୟମାନେ କେତେ ଯେ ମାନସିକ ଆଘାତ ପାଉଥିବେ, ତାହା ସ୍ପଷ୍ଟ ବୋଲି ବର୍ଷା କହିଛନ୍ତି। ଏପରି ଅକ୍ଷମଣୀୟ ମନ୍ତବ୍ୟରୁ ବିରତ ରହିବା ଲାଗି କେନ୍ଦ୍ରମନ୍ତ୍ରୀଙ୍କୁ ବର୍ଷା ଅନୁରୋଧ କରିବା ସହ ଦଳର ନେତାଙ୍କୁ ଏହି ଧରଣର ହୀନ ମନ୍ତବ୍ୟ ଦେବାରୁ କ୍ଷାନ୍ତ ରହିବା ଲାଗି କହିଛନ୍ତି ବର୍ଷା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର