ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପିତ

The Sakala Picture
Published On

ବରଗଡ: ମାର୍ଗଶୀର ଶୁକ୍ଳ ଦ୍ୱିତୀୟା ତିଥି ଅବସରରେ ବିଶ୍ୱର ସର୍ବବୃହୁତ ଖୋଲା ରଙ୍ଗମଂଚ ବରଗଡ ଧନୁଯାତ୍ରାର ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପିତ ହୋଇଯାଇଛି । ଶୁକ୍ରବାର ସନ୍ଧ୍ୟା ୬ ଟାରେ ବରଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ଏକ ଶୋଭାଯାତ୍ରା ହାଟପଦାସ୍ଥିତ ସଂଚାର ପଡିଆ ପହଞ୍ଚି ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପନ କରାଯାଇଥିଲା । ଯାତ୍ରାରେ କୌଣସି ବାଧାବିଘ୍ନ ନ ଘଟିବା ନେଇ ଏହି ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ […]

ବରଗଡ: ମାର୍ଗଶୀର ଶୁକ୍ଳ ଦ୍ୱିତୀୟା ତିଥି ଅବସରରେ ବିଶ୍ୱର ସର୍ବବୃହୁତ ଖୋଲା ରଙ୍ଗମଂଚ ବରଗଡ ଧନୁଯାତ୍ରାର ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପିତ ହୋଇଯାଇଛି । ଶୁକ୍ରବାର ସନ୍ଧ୍ୟା ୬ ଟାରେ ବରଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ଏକ ଶୋଭାଯାତ୍ରା ହାଟପଦାସ୍ଥିତ ସଂଚାର ପଡିଆ ପହଞ୍ଚି ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପନ କରାଯାଇଥିଲା । ଯାତ୍ରାରେ କୌଣସି ବାଧାବିଘ୍ନ ନ ଘଟିବା ନେଇ ଏହି ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପିତ ହେଉଥିବା ବେଳେ ଏ ନେଇ ଏକ ସାଂସ୍କୃତିକ ଶୋଭାଯାତ୍ରା ବରଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ମନ୍ଦିରରୁ ବାହାରି ହାଟପଦାସ୍ଥିତ ସଂଚାର ପଡିଆ ପହଞ୍ଚିଥିଲା । ଶୋଭାଯାତ୍ରାରେ ବିଭିନ୍ନ ପ୍ରକାର ଲୋକବାଦ୍ୟ ସଞ୍ଚାର, ସଙ୍କୀର୍ତନ୍ୟ ସହ ବ୍ୟାଣ୍ଡବାଦ୍ୟ ସାମିଲ ହେବା ସହ ସମଲେଶ୍ୱରୀ ମନ୍ଦିରରେ ପୂଜା କରାଯାଇଥିବା ଇନ୍ଦ୍ରଧ୍ୱଜକୁ ନିଆଯାଇଥିଲା। ପରେ ହାଟପଦାସ୍ଥିତ ମାଁ ଦୁର୍ଗାଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରାଯାଇ ସଞ୍ଚାର ପଡିଆକୁ ଶୋଭାଯାତ୍ରା ପହଞ୍ଚି ଥିଲା । ସେଠାରେ ରାଜପୁରୋହିତ ପଣ୍ଡିତ ଶିବଶଙ୍କର ଦାଶ ପୂଜାର୍ଚ୍ଚନା କରିଥିଲେ । ପୂଜାରେ ଧନୁଯାତ୍ରା ମହୋତ୍ସବ ସମିତିର ଅଧ୍ୟକ୍ଷା ତଥା ବରଗଡ ଜିଲ୍ଳାପାଳ ମୋନିଷା ବାନାର୍ଜି କର୍ତା ଦାୟିତ୍ୱ ତୁଳାଇଥିଲେ ।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ତେବେ ଯାତ୍ରାରେ କୌଣସି ବାଧାବିଘ୍ନ ନ ଘଟିବା ପାଇଁ ରାଜପୁରୋହିତ ଦାଶ ଚାରି ଦଶ ଦିଗପାଳ ସହ ଅଷ୍ଟଗୁଳା ନାଗକୁ ପୂଜା କରି ୭୫ ତମ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପନ କରିଥିଲେ । ଏ ଅବସରରେ ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ, ବରଗଡ଼ ଏସପି ପି ପରମାର ସ୍ମିତ , ଅତିରିକ୍ତ ଜିଲ୍ଳାପାଳ ମିର୍ଦ୍ଧା ଟପ୍ପୋ , ଡେପୁଟି କଲେକ୍ଟର ଅଶ୍ୱିନୀ ଦାଶ , ଉପଜିଲ୍ଳାପାଳ ଲଲାଟ ଲୁହା, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଡନସେନା , ପ୍ରଚାର ପ୍ରସାର କମିଟୀର ଆବାହକ କଲ୍ୟାଣୀ ଦାଶ, ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ଆହୁରି ପଢ଼ନ୍ତୁ: ଏପ୍ରିଲ ପହିଲାରୁ ଓଡ଼ିଶାରେ ଆରମ୍ଭ ହେବ SIR ପ୍ରକ୍ରିୟା, ୯୦% ମ୍ୟାପିଂ କରାସରିଛି କହିଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ

ସେହିପରି ଶୋଭାଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ, ନାଟ୍ୟ ନିର୍ଦ୍ଦେଶକ ଅଶୋକ ବେହେରା, ରାଜେନ୍ଦ୍ର ପ୍ରସାଦ ସିଂ, ସିଡିଏମଓ ଡାକ୍ତର ସାଧୁଚରଣ ଦାଶ , ଡ.ତପସ୍ୱିନୀ ଗୁରୁ,କନକ ଡନସେନା ,ନାଟ୍ୟକାର ନକୁଲ ବାଦୀ , ଭୁବନ ଭୋଇ, ନଗରପାଲ ଶ୍ରୀମତୀ କଳ୍ପନା ମାଝୀ, ଆର୍ତତ୍ରାଣ ମହାପାତ୍ର , ଗୋଲାପ ଚନ୍ଦ୍ର ଦାଶ, କିଶୋର ମିଶ୍ର, ମୁନେଶ ଆଚାର୍ଯ୍ୟଙ୍କ ସମେତ ଗୋପପୁର ଏବଂ ବିଭିନ୍ନ କମିଟୀର ସଦସ୍ୟମାନେ ସାମିଲ ହୋଇଥିଲେ ।ହୃଷିକେଶ ଭୋଇ ବରଗଡ ଧନୁଯାତ୍ରାରେ ପୂର୍ବରୁ ୯ ଥର କଂସ ଭୂମିକା ରେ ଅବତୀର୍ଣ୍ଣ ହୋଇଥିବା ବେଳେ ଚଳିତ ବର୍ଷ ସହ ଦଶମ ଥର ପାଇଁ ମହାରାଜା କଂସ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୭୫ ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆଗାମୀ ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୬ ତାରିଖରେ ଶେଷ ହେବ । ୧୧ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଯାତ୍ରା ସମୟରେ ବରଗଡ ସହର ମଥୁରା ନଗରୀ ଏବଂ ଅମ୍ବାପାଲି ଗୋପପୁର ଭାବରେ ରୂପାନ୍ତରୀତ ହେଉଥିବା ବେଳେ ବରଗଡ ଏବଂ ଅମ୍ବାପାଲି ମଧ୍ୟରେ ବୋହି ଯାଉଥିବା ଜୀରା ନଦୀ ପୁରାଣ ବର୍ଣ୍ଣିତ ଯମୁନା ନଈ ଭାବରେ ପରିଗଣିତ ହୋଇଥାଏ । ଏ ଅବସରରେ ମଥୁରାନଗରୀରେ ୧୧ ଦିନ ପର୍ଯ୍ୟନ୍ତ କଂସର ରାଜତ୍ୱ ଚାଳୁଥିବା ବେଳେ ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳର ଦୃଶ୍ୟ ଖୋଲାମଞ୍ଚରେ ଅଭିନୀତ ହୋଇଥାଏ ।

ଆହୁରି ପଢ଼ନ୍ତୁ: ଚମକିବ କାଳିଆର ଶ୍ରୀମୁଖ: ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ଜାଣନ୍ତୁ କେତେବେଳେ ବନ୍ଦ ରହିବ ଦର୍ଶନ

25 Nov 2022 By The Sakala

ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ମହୋତ୍ସବ ପାଇଁ ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପିତ

ବରଗଡ: ମାର୍ଗଶୀର ଶୁକ୍ଳ ଦ୍ୱିତୀୟା ତିଥି ଅବସରରେ ବିଶ୍ୱର ସର୍ବବୃହୁତ ଖୋଲା ରଙ୍ଗମଂଚ ବରଗଡ ଧନୁଯାତ୍ରାର ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପିତ ହୋଇଯାଇଛି । ଶୁକ୍ରବାର ସନ୍ଧ୍ୟା ୬ ଟାରେ ବରଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଠାରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା କରାଯିବା ପରେ ଏକ ଶୋଭାଯାତ୍ରା ହାଟପଦାସ୍ଥିତ ସଂଚାର ପଡିଆ ପହଞ୍ଚି ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପନ କରାଯାଇଥିଲା । ଯାତ୍ରାରେ କୌଣସି ବାଧାବିଘ୍ନ ନ ଘଟିବା ନେଇ ଏହି ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପିତ ହେଉଥିବା ବେଳେ ଏ ନେଇ ଏକ ସାଂସ୍କୃତିକ ଶୋଭାଯାତ୍ରା ବରଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ମନ୍ଦିରରୁ ବାହାରି ହାଟପଦାସ୍ଥିତ ସଂଚାର ପଡିଆ ପହଞ୍ଚିଥିଲା । ଶୋଭାଯାତ୍ରାରେ ବିଭିନ୍ନ ପ୍ରକାର ଲୋକବାଦ୍ୟ ସଞ୍ଚାର, ସଙ୍କୀର୍ତନ୍ୟ ସହ ବ୍ୟାଣ୍ଡବାଦ୍ୟ ସାମିଲ ହେବା ସହ ସମଲେଶ୍ୱରୀ ମନ୍ଦିରରେ ପୂଜା କରାଯାଇଥିବା ଇନ୍ଦ୍ରଧ୍ୱଜକୁ ନିଆଯାଇଥିଲା। ପରେ ହାଟପଦାସ୍ଥିତ ମାଁ ଦୁର୍ଗାଙ୍କ ମନ୍ଦିରରେ ପହଞ୍ଚି ପୂଜାର୍ଚ୍ଚନା କରାଯାଇ ସଞ୍ଚାର ପଡିଆକୁ ଶୋଭାଯାତ୍ରା ପହଞ୍ଚି ଥିଲା । ସେଠାରେ ରାଜପୁରୋହିତ ପଣ୍ଡିତ ଶିବଶଙ୍କର ଦାଶ ପୂଜାର୍ଚ୍ଚନା କରିଥିଲେ । ପୂଜାରେ ଧନୁଯାତ୍ରା ମହୋତ୍ସବ ସମିତିର ଅଧ୍ୟକ୍ଷା ତଥା ବରଗଡ ଜିଲ୍ଳାପାଳ ମୋନିଷା ବାନାର୍ଜି କର୍ତା ଦାୟିତ୍ୱ ତୁଳାଇଥିଲେ ।

ତେବେ ଯାତ୍ରାରେ କୌଣସି ବାଧାବିଘ୍ନ ନ ଘଟିବା ପାଇଁ ରାଜପୁରୋହିତ ଦାଶ ଚାରି ଦଶ ଦିଗପାଳ ସହ ଅଷ୍ଟଗୁଳା ନାଗକୁ ପୂଜା କରି ୭୫ ତମ ଧନୁଯାତ୍ରା ପାଇଁ ଶୁଭସ୍ତମ୍ଭ ଓ ଇନ୍ଦ୍ରଧ୍ୱଜ ସ୍ଥାପନ କରିଥିଲେ । ଏ ଅବସରରେ ଧନୁଯାତ୍ରା ମହୋତ୍ସବ ସମିତିର ଆବାହକ ସୁରେଶ୍ୱର ଶତପଥୀ, ବରଗଡ଼ ଏସପି ପି ପରମାର ସ୍ମିତ , ଅତିରିକ୍ତ ଜିଲ୍ଳାପାଳ ମିର୍ଦ୍ଧା ଟପ୍ପୋ , ଡେପୁଟି କଲେକ୍ଟର ଅଶ୍ୱିନୀ ଦାଶ , ଉପଜିଲ୍ଳାପାଳ ଲଲାଟ ଲୁହା, ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ନାରାୟଣ ଡନସେନା , ପ୍ରଚାର ପ୍ରସାର କମିଟୀର ଆବାହକ କଲ୍ୟାଣୀ ଦାଶ, ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।

ସେହିପରି ଶୋଭାଯାତ୍ରାରେ କଂସ ଭୂମିକାରେ ଅଭିନୟ କରୁଥିବା ହୃଷିକେଶ ଭୋଇ, ନାଟ୍ୟ ନିର୍ଦ୍ଦେଶକ ଅଶୋକ ବେହେରା, ରାଜେନ୍ଦ୍ର ପ୍ରସାଦ ସିଂ, ସିଡିଏମଓ ଡାକ୍ତର ସାଧୁଚରଣ ଦାଶ , ଡ.ତପସ୍ୱିନୀ ଗୁରୁ,କନକ ଡନସେନା ,ନାଟ୍ୟକାର ନକୁଲ ବାଦୀ , ଭୁବନ ଭୋଇ, ନଗରପାଲ ଶ୍ରୀମତୀ କଳ୍ପନା ମାଝୀ, ଆର୍ତତ୍ରାଣ ମହାପାତ୍ର , ଗୋଲାପ ଚନ୍ଦ୍ର ଦାଶ, କିଶୋର ମିଶ୍ର, ମୁନେଶ ଆଚାର୍ଯ୍ୟଙ୍କ ସମେତ ଗୋପପୁର ଏବଂ ବିଭିନ୍ନ କମିଟୀର ସଦସ୍ୟମାନେ ସାମିଲ ହୋଇଥିଲେ ।ହୃଷିକେଶ ଭୋଇ ବରଗଡ ଧନୁଯାତ୍ରାରେ ପୂର୍ବରୁ ୯ ଥର କଂସ ଭୂମିକା ରେ ଅବତୀର୍ଣ୍ଣ ହୋଇଥିବା ବେଳେ ଚଳିତ ବର୍ଷ ସହ ଦଶମ ଥର ପାଇଁ ମହାରାଜା କଂସ ଭୂମିକାରେ ଅବତୀର୍ଣ୍ଣ ହେଉଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ ୭୫ ତମ ବିଶ୍ୱ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ଆଗାମୀ ଡିସେମ୍ବର ୨୭ ତାରିଖରୁ ଆରମ୍ଭ ହୋଇ ଜାନୁୟାରୀ ୬ ତାରିଖରେ ଶେଷ ହେବ । ୧୧ ଦିନ ଧରି ଅନୁଷ୍ଠିତ ହେଉଥିବା ଏହି ଯାତ୍ରା ସମୟରେ ବରଗଡ ସହର ମଥୁରା ନଗରୀ ଏବଂ ଅମ୍ବାପାଲି ଗୋପପୁର ଭାବରେ ରୂପାନ୍ତରୀତ ହେଉଥିବା ବେଳେ ବରଗଡ ଏବଂ ଅମ୍ବାପାଲି ମଧ୍ୟରେ ବୋହି ଯାଉଥିବା ଜୀରା ନଦୀ ପୁରାଣ ବର୍ଣ୍ଣିତ ଯମୁନା ନଈ ଭାବରେ ପରିଗଣିତ ହୋଇଥାଏ । ଏ ଅବସରରେ ମଥୁରାନଗରୀରେ ୧୧ ଦିନ ପର୍ଯ୍ୟନ୍ତ କଂସର ରାଜତ୍ୱ ଚାଳୁଥିବା ବେଳେ ଗୋପପୁରରେ ଭଗବାନ ଶ୍ରୀକୃଷ୍ଣଙ୍କ ଲୀଳାଖେଳର ଦୃଶ୍ୟ ଖୋଲାମଞ୍ଚରେ ଅଭିନୀତ ହୋଇଥାଏ ।

https://www.thesakala.in/latest-odisha-news/bargarh/bargarh-dhanu-yatra-news/article-16854
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର