ବ୍ଲାକ ପଲସର ଆତଙ୍କ: ପୋଲିସକୁ ଚକମା ଦେଇ ପଥଚାରୀଙ୍କୁ ଟାର୍ଗେଟ କରୁଛନ୍ତି ଲୁଟେରା

The Sakala Picture
Published On

ରୂପସା: ବସ୍ତା ଓ ରୂପସା ଅଞ୍ଚଳରେ ଦିନକୁଦିନ ପଥ ଚାରି ଲୁଟର ଶିକାର ହେଉଥିବା ବେଳେ ପୋଲିସର ନିଦ ହାଜାଇଛି ଏହି କେସରେ ସଂପୃକ୍ତ କଳା ପଲସର। ଗତକାଲି ମଧ୍ୟାନ୍ନରେ ଚାନ୍ଦିପୁର ଅଂଚଳର ବିନୟ କୁମାର ମାହାନ୍ନା ନଳବାହାର ସ୍ଥିତ ନିଜର ସମ୍ପର୍କୀୟଙ୍କ ଘରକୁ ଆସୁଥିବା ବେଳେ ୬୦ନମ୍ବର ଜାତୀୟ ରାଜପଥ ହଲଦୀପଦା ପେଟ୍ରୋଲ ପମ୍ପ ନିକଟରେ ଦୁଇଜଣ ଦୁର୍ବୁତ୍ତ ଏକ ପଲସର ବାଇକରେ ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କର (OD-01-AF -5478)  ନମ୍ବର ବିଶିଷ୍ଟ […]

ରୂପସା: ବସ୍ତା ଓ ରୂପସା ଅଞ୍ଚଳରେ ଦିନକୁଦିନ ପଥ ଚାରି ଲୁଟର ଶିକାର ହେଉଥିବା ବେଳେ ପୋଲିସର ନିଦ ହାଜାଇଛି ଏହି କେସରେ ସଂପୃକ୍ତ କଳା ପଲସର। ଗତକାଲି ମଧ୍ୟାନ୍ନରେ ଚାନ୍ଦିପୁର ଅଂଚଳର ବିନୟ କୁମାର ମାହାନ୍ନା ନଳବାହାର ସ୍ଥିତ ନିଜର ସମ୍ପର୍କୀୟଙ୍କ ଘରକୁ ଆସୁଥିବା ବେଳେ ୬୦ନମ୍ବର ଜାତୀୟ ରାଜପଥ ହଲଦୀପଦା ପେଟ୍ରୋଲ ପମ୍ପ ନିକଟରେ ଦୁଇଜଣ ଦୁର୍ବୁତ୍ତ ଏକ ପଲସର ବାଇକରେ ଆସି ତାଙ୍କୁ ମାରଣାସ୍ତ୍ର ଦେଖାଇ ତାଙ୍କର (OD-01-AF -5478)  ନମ୍ବର ବିଶିଷ୍ଟ ସ୍କୁଟି ଓ ଏକ ମୋବାଇଲ ଲୁଟିନେଇ ପଳାଇଥିଲେ। ଘଟଣା ସମ୍ପର୍କରେ ବିନୟ ବସ୍ତା ଥାନାରେ ଅଭିଯୋଗ ହୋଇଛି। ସେହିପରି ଏକ ଘରୋଇ ଫାଇନାନ୍ସ କମ୍ପାନୀର ଜଣେ କର୍ମଚାରୀ ରୂପସାରୁ ବସ୍ତା ଅଭିମୁଖେ ଆସୁଥିବାବେଳେ ରାଉତପଡା ପୋଲ ନିକଟରେ ୩ଜଣ ଦୁର୍ବୁତ୍ତ ଏକ କଳା ପଲସରରେ ଆସି ତାଙ୍କ ଠାରୁ ୧ ଲକ୍ଷ ୩୫ହଜାର ଟଙ୍କା ଓ ତାଙ୍କର ମୋବାଇଲ ନେଇଯାଇଥିଲେ। ଘଟଣାର ଅଭିଯୋଗ ପରେ ରୂପସା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ଗତ ଏକ ସପ୍ତାହ ମଧ୍ୟରେ ବସ୍ତା, ରୂପସା, ଅମର୍ଦ୍ଦାରୋଡ୍, ନାଲବହାର ଓ କଟି ପୋଲରୁ ଏକାଧିକ ବାର ରାହାଜାନୀ ହୋଇଥିବା ବେଳେ ସବୁଥିରେ ଗୋଟିଏ କଳା ରଙ୍ଗର ପଲସର ସଂପୃକ୍ତି ଥିବା ଜଣାଯାଇଛି। ତେବେ ଏହି ସବୁ କେସରେ କଳା ପଲସର ସଂପୃକ୍ତି ଥିବାବେଳେ ପୋଲିସକୁ ଚକମା ଦେଇ ପଥଚାରୀଙ୍କୁ ଟାର୍ଗେଟ କରିଛନ୍ତି ଲୁଟେରା।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର