ମାଟି ଶଙ୍ଖରୁ ପରିଚୟ

The Sakala Picture
Published On

ବାଲେଶ୍ୱର (ପ୍ରତ୍ୟାଶା ମହାନ୍ତି):  ପୂଜା ପର୍ବ ହେଉ ଅବା କୌଣସି ଶୁଭ କାର୍ଯ୍ୟ, ସେଥିରେ ବାଜି ଉଠେ ଶଙ୍ଖ। ଆଉ କମ୍ପିଉଠେ ଚଉପାଖ। ହେଲେ ମାଟି ଶଙ୍ଖ ବି ବାଜି ଉଠେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ହାତ ତିଆରି ମାଟି ଶଙ୍ଖ ଅବିକଳ ଶଙ୍ଖ ପରି ବାଜୁଛି। ଏପରି ଏକ ନିଆରା ହାତ ତିଆରି ମାଟି ଶଙ୍ଖ ନିର୍ମାଣର ଆଦ୍ୟ କାରିଗର ହେଉଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣାର ଦୁର୍ଗାଦେବୀସ୍ଥିତ କୁଡ଼ିଆର ବିମଳା ରଥ। ଙ୍କ ଅଙ୍ଗୁଳି […]

ବାଲେଶ୍ୱର (ପ୍ରତ୍ୟାଶା ମହାନ୍ତି):  ପୂଜା ପର୍ବ ହେଉ ଅବା କୌଣସି ଶୁଭ କାର୍ଯ୍ୟ, ସେଥିରେ ବାଜି ଉଠେ ଶଙ୍ଖ। ଆଉ କମ୍ପିଉଠେ ଚଉପାଖ। ହେଲେ ମାଟି ଶଙ୍ଖ ବି ବାଜି ଉଠେ ଏହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେ। ହାତ ତିଆରି ମାଟି ଶଙ୍ଖ ଅବିକଳ ଶଙ୍ଖ ପରି ବାଜୁଛି। ଏପରି ଏକ ନିଆରା ହାତ ତିଆରି ମାଟି ଶଙ୍ଖ ନିର୍ମାଣର ଆଦ୍ୟ କାରିଗର ହେଉଛନ୍ତି ବାଲେଶ୍ୱର ଜିଲ୍ଲା ରେମୁଣାର ଦୁର୍ଗାଦେବୀସ୍ଥିତ କୁଡ଼ିଆର ବିମଳା ରଥ।

ଙ୍କ ଅଙ୍ଗୁଳି ପରଶରେ ଜୀବନ୍ୟାସ ପାଏ ମାଟି ପିଣ୍ଡୁଳା ଏବଂ ବାଜି ଉଠେ ମାଟି ଶଙ୍ଖ। ଏହାକୁ ଶୁଣି ଅନେକ ଚକିତ ମଧ୍ୟ ହେଉଛନ୍ତି। ବିନା ମେସିନ୍‌‌ ବା ଚକ ପ୍ରୟୋଗରେ ସେ ହାତରେ ତିଆରି କରୁଛନ୍ତି ମାଟି ଶଙ୍ଖ। ଆଉ ତା ଉପରେ ତୁଳୀରେ ରଙ୍ଗ ଦେବା ପରେ ତାହା ଶଙ୍ଖରେ ପରିଣତ ହୋଇଯାଉଛି। କେବଳ ମାଟି ଶଙ୍ଖ ନୁହେଁ ମାଟିରେ ସେ ବିଭିନ୍ନ ମୂର୍ତ୍ତି, ଫୁଲଦାନୀ, ହାତୀ, ଘୋଡା, ଢିଙ୍କି ଆଦି ଘର ସଜ୍ଜା ବିଭିନ୍ନ ସାମଗ୍ରୀ ହାତରେ ତିଆରି କରନ୍ତି। କିଛି ମହିଳା ତାଙ୍କ ନିକଟରେ କାମ ମଧ୍ୟ କରନ୍ତି।

ବାଲେଶ୍ୱର ଜିଲ୍ଲା ରେମୁଣାର ଦୁର୍ଗାଦେବୀସ୍ଥିତ କୁଡ଼ିଆରେ ବିମଳା ରଥଙ୍କ ଘର। ବିମଳାଙ୍କ ବୟସ ୬୦ରୁ ଅଧିକ ହେବ। ତାଙ୍କୁ ସମସ୍ତେ କୁନ୍ତଳା ନାନୀ ବୋଲି ଡାକନ୍ତି। ବିମଳାଙ୍କ ସ୍ୱାମୀ କାର୍ତ୍ତିକ ଚନ୍ଦ୍ର ରଥ। ସେ ଜଣେ ପାଲା ଗାୟକ ଥିଲେ। ୨୦୧୧ ମସିହାରେ ତାଙ୍କର ଦେହାନ୍ତ ହୋଇଯାଇଛି। ୨୦୧୧ ମସିହା ପାଖରୁ ବିମଳା ଏକୁଟିଆ ରହିବା ସହ ମାଟି ତଥା ମାଟି ଶଙ୍ଖକୁ ନିଜର ସାଥୀ କରିଛନ୍ତି। ନାରାୟଣୀ ମାଟି ଶଙ୍ଖ ନାମରେ ବିଭିନ୍ନ ହାତ ତିଆରି ମାଟି ସାମଗ୍ରୀ ତିଆରି କରି ବିକ୍ରି କରୁଛନ୍ତି। ୨୦୦୦ ମସିହାରେ ପ୍ରଥମେ ମାଟିରେ ଜଉ କଣ୍ଢେଇ ତିଆରି କରିବା ଆରମ୍ଭ କରିଥିଲେ ବିମଳା। ସେତେବେଳେ ତାଙ୍କର ଏହୀ ମାଟି କାମ ଏତେ ପ୍ରଚାର ପ୍ରସାର ହୋଇନଥିଲା୍‌‌। ୨୦୧୮ ପାଖରୁ ଲୋକ ଜାଣିବା ଆରମ୍ଭ କରିଥିଲେ। ନଈ ମାଟି ଆଣି ସେଥିରେ ମାଟି ଶଙ୍ଖ ସହ ଅନ୍ୟାନ୍ୟ ଘର ସଜେଇବା ସାମଗ୍ରୀ ମଧ୍ୟ ତିଆରି କରନ୍ତି। ଏହି ମାଟି କାମ ବା ମାଟି ଶଙ୍ଖ ପାଇଁ ବିମଳା ଅନେକ ସାର୍ଟିଫିକେଟ ହାସଲ କରିଛନ୍ତି। ଜଣେ ଟେରାକୋଟା ଓ ମାଟି ଶଙ୍ଖ ଶିଳ୍ପୀ ଭାବେ ସାରା ଜିଲ୍ଲାରେ ରହିଛି ସୁନାମ। ସୁଷମା ସ୍ୱରାଜ ସମ୍ମାନ, ଇଣ୍ଡଷ୍ଟ୍ରିଆଲ କନଜ୍ୟୁମର୍‌‌ ଆଣ୍ଡ ଅଟୋ ଏକ୍ସୋ, ଜନଶିକ୍ଷଣ ସଂସ୍ଥାନ, ଓଡ଼ିଶା ଶିଳ୍ପୀ ମହାସଂଘ, ଆମ ପରମ୍ପରା, ନୋସି, ଏକ୍ସୋ, ରିଜନାଲ ଟ୍ରେଡ୍‌‌ ଫେୟାର, ଉତକଳା ଶିଳ୍ପ ଗ୍ରାମ ଆଦି ପକ୍ଷରୁ ମାନପତ୍ର ଗ୍ରହଣ କରିଛନ୍ତି।

About The Author