ଶୁଣିଲା ନାହିଁ ପୁଲିସ ଓ ଅବକାରୀ ବିଭାଗ: ବେଆଇନ ମଦ ଦୋକାନ ଭାଙ୍ଗିଲେ ଶତାଧିକ ମହିଳା

The Sakala Picture
Published On

ଭୋଗରାଇ: ନିଶା କାରବାରର ହବ ପାଲଟିଛି ଭୋଗରାଇ। ଚୋରା ଓ ନକଲି ମଦ ସହିତ ଗଞ୍ଜେଇ ଓ ବ୍ରାଉନ‌ ସୁଗାର ବେପାର ଖୁଲମଖୁଲା ଚାଲିଛି। ଛକ ବଜାର ଓ ଗାଁ ଗହଳିରେ ଥିବା ଛୋଟ ଛୋଟ ପାନ ଓ ତେଜରାତି ଦୋକାନରେ ଏସବୁ ନିଶା ଦ୍ରବ୍ୟ ସହଜରେ ଏବଂ ୨୪ ଘଣ୍ଟିଆ ଉପଲବ୍ଧ ହେଉଛି। ସବୁ ଜାଣିଶୁଣି ପୁଲିସ ଓ ଅବକାରୀ ବିଭାଗ ଚୁପ୍ ବସିଛି। ଏଭଳି ସ୍ଥିତିରେ ନିଶା ସେବନ କରି ଘରର ପୁରୁଷ ମାନେ […]

ଭୋଗରାଇ: ନିଶା କାରବାରର ହବ ପାଲଟିଛି ଭୋଗରାଇ। ଚୋରା ଓ ନକଲି ମଦ ସହିତ ଗଞ୍ଜେଇ ଓ ବ୍ରାଉନ‌ ସୁଗାର ବେପାର ଖୁଲମଖୁଲା ଚାଲିଛି। ଛକ ବଜାର ଓ ଗାଁ ଗହଳିରେ ଥିବା ଛୋଟ ଛୋଟ ପାନ ଓ ତେଜରାତି ଦୋକାନରେ ଏସବୁ ନିଶା ଦ୍ରବ୍ୟ ସହଜରେ ଏବଂ ୨୪ ଘଣ୍ଟିଆ ଉପଲବ୍ଧ ହେଉଛି। ସବୁ ଜାଣିଶୁଣି ପୁଲିସ ଓ ଅବକାରୀ ବିଭାଗ ଚୁପ୍ ବସିଛି। ଏଭଳି ସ୍ଥିତିରେ ନିଶା ସେବନ କରି ଘରର ପୁରୁଷ ମାନେ ମହିଳାଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଛନ୍ତି। ସାମାଜିକ ବ୍ୟବସ୍ଥା ଓ ଚଳଣି ସମ୍ପୂର୍ଣ୍ଣ ବିଗିଡି ଯାଇଛି। ବିଭିନ୍ନ ସ୍ଥାନରେ ମଦ ବେପାରକୁ ବିରୋଧ କରିବା ଆରମ୍ଭ ହୋଇଥିଲା ବେଳେ କମର୍ଦ୍ଦା ଥାନା ମହାଗବ ପଞ୍ଚାୟତ ଅନ୍ତର୍ଗତ ଚାନ୍ଦକୁସୁମୀ ଗାଁରେ ଦୀର୍ଘଦିନ ଧରି ବେଆଇନ ଭାବେ ମଦ ବିକ୍ରି କରୁଥିବା ଜନୈକ ବ୍ୟକ୍ତିଙ୍କ ତେଜରାତି ଦୋକାନ ଉପରେ ରବିବାର ସନ୍ଧ୍ୟାରେ ଶତାଧିକ ମହିଳା ସଂଘବଦ୍ଧ ଭାବେ ଚଢ଼ାଉ କରି ଭଙ୍ଗାରୁଜା କରିବା ସହିତ ଲକ୍ଷାଧିକ ଟଙ୍କାର ଦେଶୀ ଓ ବିଦେଶୀ ମଦ ରାସ୍ତାରେ ଢାଳି ନିଆଁ ଲଗାଇ ଦେଇଥିବା ଦେଖିବାକୁ ମିଳିଛି।

ସୂଚନା ମୁତାବକ, ମହାଗବ ଛକ- ପ୍ରିୟବାଗ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ପାର୍ଶ୍ବ ଚାନ୍ଦକୁସୁମୀ ଗାଁର ଗୈାତମ ଦାସ (ଜ୍ଞାନ) ଦୀର୍ଘ ବର୍ଷ ହେଲା ନିଜ ଜମି ଉପରେ ଏକ ଆଜବେଷ୍ଟସ ଛାଉଣୀ ଘର କରି ତେଜରାତି ଓ ପାନ ଦୋକାନ କରିଛନ୍ତି। ତେବେ ବିଗତ ଦୁଇ ବର୍ଷ ହେଲା ସେଠାରେ ବେଆଇନ ଭାବେ ଦେଶୀ ଓ ବିଦେଶୀ ମଦ ବିକ୍ରି କରୁଛନ୍ତି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଅବକାରୀ ବିଭାଗ କୌଣସି କାର୍ଯ୍ଯାନୁଷ୍ଠାନ ଗ୍ରହଣ ନ କରିବାରୁ ଗତ ବର୍ଷ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ତାଙ୍କ ଦୋକାନ ଭଙ୍ଗାରୁଜା କରିଥିଲେ। ଖବର ପାଇ କମର୍ଦ୍ଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଚୋରା ମଦ ବେପାରୀ ଗୌତମ ଦାସଙ୍କୁ ଗିରଫ କରିଥିଲା ବେଳେ ସେ କୋର୍ଟରୁ ଜାମିନରେ ଆସିଥିଲା।

ତେବେ ପରବର୍ତ୍ତୀ ସମୟରେ ସେ ଲକ୍ଷାଧିକ ଟଙ୍କାର ଦେଶୀ ଓ ବିଦେଶୀ ମଦ ବେପାର ଆରମ୍ଭ କରିଥିଲା। ସ୍ଥାନୀୟ ଅଞ୍ଚଳରେ ମଦର ବନ୍ୟା ସୃଷ୍ଟି କରିବା ସହ ଭୋଗରାଇ ବ୍ଲକର ବିଭିନ୍ନ ସ୍ଥାନକୁ ମଦ ସପ୍ଲାଏ କରିଆସୁଛି। ଏଥିରେ ଉତକ୍ଷିପ୍ତ ହୋଇ ସ୍ଥାନୀୟ ଅଞ୍ଚଳର ମହିଳା ମାନେ ଏକତ୍ରିତ ହୋଇ ରବିବାର ସନ୍ଧ୍ୟାରେ ସଂପୃକ୍ତ ଦୋକାନ ଉପରେ ଚଢ଼ାଉ କରିବା ସହିତ ଭଙ୍ଗାରୁଜା କରିଥିଲେ। ଦୋକାନ ସମ୍ମୁଖ ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହିତ ଦୋକାନରେ ଥିବା ଲକ୍ଷାଧିକ ଟଙ୍କାର ଦେଶୀ ଓ ବିଦେଶୀ ମଦ ବୋତଲକୁ ରାସ୍ତାରେ ଭାଙ୍ଗି ସେଥିରେ ନିଆଁ ଲଗାଇ ଦେଇଥିଲେ। ଦୀର୍ଘ ଦୁଇ ଘଣ୍ଟା ଧରି ଶତାଧିକ ମହିଳା ସଂଘବଦ୍ଧ ଭାବେ ଏଭଳି ଚଢ଼ାଉ ଜାରି ରଖିଥିବା ବେଳେ ଖବର ଲେଖା ପର୍ଯ୍ଯନ୍ତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ନ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ଏହି ଚଢାଉ ପୂର୍ବରୁ ସଂପୃକ୍ତ ଚୋରା ମଦ ବେପାରୀ ଗୌତମ ଦାସ ସେଠାରୁ ଖସିଯିବାରେ ସଫଳ ହୋଇଥିଲା ବେଳେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଲାଗି ରହିଛି।

18 Sep 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର