ପୁଣି ପୁରୁଣା ବାଲେଶ୍ଵର ଅଞ୍ଚଳରେ ଅବକାରୀ ବିଭାଗର ଚଢାଉ: ବିପୁଳ ପରିମାଣରେ ମାଦକ ସାମଗ୍ରୀ ଜବତ, ୨ ଗିରଫ

The Sakala Picture
Published On

ବାଲେଶ୍ଵର: ମଦର ବେଆଇନ କାରବାର ଉପରେ ରୋକ ଲଗାଇବା ପାଇଁ ଆଜି ପୁରୁଣା ବାଲେଶ୍ଵର ଅଞ୍ଚଳରେ ଅବକାରୀ ବିଭାଗ ଓ ପୁଲିସ ତରଫରୁ ମିଳିତ ଭାବେ ଏକ ବଡ଼ ଧରଣର  ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ୭୦୦୦ ଲିଟରରୁ ଅଧିକ ପୋଚ୍ ନଷ୍ଟ କରାଯିବା ସହ ୧୨,୦୦୦ ଲିଟର ଦେଶୀ ମଦ ତଥା ବିଭିନ୍ନ ସାମଗ୍ରୀ ଓ ମଦ ତିଆରି ଯନ୍ତ୍ରପାତି ଜବତ କରାଯାଇଛି। ଏହା ବ୍ୟତୀତ ବିଦେଶୀ ମଦ ୪୦ଟି ବୋତଲ ୧୮୦ ଏମଏଲ, ଦୁଇଟି […]

ବାଲେଶ୍ଵର: ମଦର ବେଆଇନ କାରବାର ଉପରେ ରୋକ ଲଗାଇବା ପାଇଁ ଆଜି ପୁରୁଣା ବାଲେଶ୍ଵର ଅଞ୍ଚଳରେ ଅବକାରୀ ବିଭାଗ ଓ ପୁଲିସ ତରଫରୁ ମିଳିତ ଭାବେ ଏକ ବଡ଼ ଧରଣର  ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ୭୦୦୦ ଲିଟରରୁ ଅଧିକ ପୋଚ୍ ନଷ୍ଟ କରାଯିବା ସହ ୧୨,୦୦୦ ଲିଟର ଦେଶୀ ମଦ ତଥା ବିଭିନ୍ନ ସାମଗ୍ରୀ ଓ ମଦ ତିଆରି ଯନ୍ତ୍ରପାତି ଜବତ କରାଯାଇଛି। ଏହା ବ୍ୟତୀତ ବିଦେଶୀ ମଦ ୪୦ଟି ବୋତଲ ୧୮୦ ଏମଏଲ, ଦୁଇଟି ୭୫୦ ଏମଏଲର ବୋତଲ ଏବଂ ୧୦ଟି ୬୫୦ ଏମଏଲର ବିୟରକୁ ମିଶାଇ ସମୁଦାୟ ୧୫.୨ ଲିଟର ସହିତ ୧୦୦ଟି ଖାଲି ବୋତଲ ଓ ଠିପି ତଥା ଅନ୍ୟ ସାମଗ୍ରୀ ମଧ୍ୟ ଜବତହୋଇଛି। ଏନେଇ ଓଡିଶା ଏକ୍ସାଇଜ୍ ଆକ୍ଟ ଧାରା ୫୨(କ) ଦଫା ଲଗାଇ ଚାନ୍ଦିପୁର ଥାନାରେ ୨୫ ଜଣକ ନାମରେ ୪ ଟି ମାମଲା ରୁଜୁ ହୋଇଛି। ସେମାନଙ୍କ ମଧ୍ୟରୁ ୨ ଜଣକୁ ଗିରଫ କରାଯାଇଛି।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କୁ ଅନଲାଇନ୍ ଟଙ୍କା ବଣ୍ଟନ ଅଭିଯୋଗକୁ ନେଇ ବାଲେଶ୍ୱର ଏଫ୍ଏମ୍ କଲେଜରେ ଉତ୍ତେଜନା, ଦୁଇ ଛାତ୍ର ଗୋଷ୍ଠୀ ମୁହାଁମୁହିଁ

ପ୍ରକାଶଯୋଗ୍ୟ ଯେ, ଏହାପୂର୍ବରୁ ମଧ୍ୟ ଅର୍ଥାତ୍ ଜୁନ ୨୩ ତାରିଖରେ ସେହି ପୁରୁଣା ବାଲେଶ୍ଵର ଅଞ୍ଚଳରେ ବଡ଼ ଧରଣର ଏକ୍ସାଇଜ ଚଢ଼ାଉ କରାଯାଇ ୫୦୦୦୦ ଲିଟରରୁ ଅଧିକ ପୋଚ ଏବଂ ୫୦୦୦ ଲିଟର ଦେଶୀ ମଦ ଜବତ କରାଯିବା ସହ ଚାନ୍ଦିପୁର ଥାନାରେ ପାଞ୍ଚଟି ମାମଲା ରୁଜୁ କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର