ଆଠ ବର୍ଷର ବାଳକ ମୁହଁରେ ଅନର୍ଗଳ ବେଦ ମନ୍ତ୍ର

The Sakala Picture
Published On

ବାଲେଶ୍ଵର: ବୟସ ମାତ୍ର ଆଠ ବର୍ଷ। କିନ୍ତୁ ମୁହଁରେ  ଅନର୍ଗଳ ବେଦ ମନ୍ତ୍ର। ଗାୟତ୍ରୀ ମନ୍ତ୍ର, ମହା ମୃତ୍ୟୁଞ୍ଜୟ ମନ୍ତ୍ର, ଗୀତା, ଭାଗବତ ଓ ନବବିଗ୍ରହଙ୍କ ସ୍ତୋତ୍ର ଏମିତି କେତେ କଣ ମୁହଁରୁ ଝରି ଆସୁଛି। ପାଠ ପଢା ସହିତ ଦେବାଦେବୀ ପୂଜା, ଚଣ୍ଡୀପାଠ, ବେଦମନ୍ତ୍ର ଉଚ୍ଚାରଣ ଯୋଗୁଁ ଏବେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ପାଉଁଶକୁଲି ପଞ୍ଚାୟତ ବେଗୁନିଆ ଗାଁର କ୍ଷିତିଶ ପଣ୍ଡା ଓ ସନ୍ଧ୍ୟା ରାଣୀ ପଣ୍ଡାଙ୍କ ପୁତ୍ର ଜୀବନକୃଷ୍ଣ […]

ବାଲେଶ୍ଵର: ବୟସ ମାତ୍ର ଆଠ ବର୍ଷ। କିନ୍ତୁ ମୁହଁରେ  ଅନର୍ଗଳ ବେଦ ମନ୍ତ୍ର। ଗାୟତ୍ରୀ ମନ୍ତ୍ର, ମହା ମୃତ୍ୟୁଞ୍ଜୟ ମନ୍ତ୍ର, ଗୀତା, ଭାଗବତ ଓ ନବବିଗ୍ରହଙ୍କ ସ୍ତୋତ୍ର ଏମିତି କେତେ କଣ ମୁହଁରୁ ଝରି ଆସୁଛି। ପାଠ ପଢା ସହିତ ଦେବାଦେବୀ ପୂଜା, ଚଣ୍ଡୀପାଠ, ବେଦମନ୍ତ୍ର ଉଚ୍ଚାରଣ ଯୋଗୁଁ ଏବେ ସମସ୍ତଙ୍କ ପ୍ରିୟଭାଜନ ହୋଇପାରିଛନ୍ତି ବାଲେଶ୍ଵର ଜିଲ୍ଲା ବସ୍ତା ବ୍ଲକ ପାଉଁଶକୁଲି ପଞ୍ଚାୟତ ବେଗୁନିଆ ଗାଁର କ୍ଷିତିଶ ପଣ୍ଡା ଓ ସନ୍ଧ୍ୟା ରାଣୀ ପଣ୍ଡାଙ୍କ ପୁତ୍ର ଜୀବନକୃଷ୍ଣ ପଣ୍ଡା।
ଜୀବନକୃଷ୍ଣଙ୍କ ଏହି ବେଦ ମନ୍ତ୍ର ଉଚ୍ଚାରଣ କଳା ତାଙ୍କୁ ସ୍ଥାନୀୟ ଅଞ୍ଚଳରେ ଜଣେ ବିସ୍ମୟ ବାଳକର ପରିଚୟ ଦେଇଛି। ଭବିଷ୍ୟତରେ ଜଣେ  ପ୍ରବଚକ ହେବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ଜୀବନକୃଷ୍ଣ ସକାଳକୁ କହିଛନ୍ତି। ଜୀବନ ବେଗୁନିଆ ପ୍ରାଥମିକ ବିଦ୍ୟାଳୟରେ ତୃତୀୟ ଶ୍ରେଣୀର ଛାତ୍ର ଅଟନ୍ତି। ତେବେ ସେ ପାଠ ପଢା ସହିତ ଦେବାଦେବୀ ପୂଜା, ବେଦ ମନ୍ତ୍ର ଉଚ୍ଚାରଣରେ ଯେଉଁ ସିଦ୍ଧି ଅର୍ଜନ କରିଛନ୍ତି ତାହା ପଛରେ ତାଙ୍କ ବାପାଙ୍କ ପରିଶ୍ରମ ଓ ପ୍ରେରଣା ରହିଛି ବୋଲି କୁହାଯାଇଛି। ବାପା ସବୁଦିନ ଭୋରରୁ ଉଠି ନିତ୍ୟକର୍ମ ସାରି ଠାକୁର ପୂଜାପାଇଁ ପ୍ରସ୍ତୁତ ହେଉଥିବା ବେଳେ ଜୀବନକୁ ବି ସେ ସାଥିରେ ରଖନ୍ତି। ବାପାଙ୍କ ସହ ବ୍ରାହ୍ମଣ ବେଶ ଧାରଣ କରି ମୁଣ୍ଡରେ ତିଳକ ଲଗାଇ ଫୁଲ, ବେଲପତ୍ର, ତୁଳସୀପତ୍ର ନେଇ ଜୀବନ ମନ୍ଦିରକୁ ଯାଆନ୍ତି। ବାପା ମନ୍ଦିରରେ ପୂଜା ଆରମ୍ଭ କରିବା ଓ ମନ୍ତ୍ର ଉଚ୍ଚାରଣ କରିବା ପରେ ଜୀବନ ମଧ୍ୟ ବାପାଙ୍କ ସ୍ବର ସହ ସ୍ବର ମିଶାଇ ମନ୍ତ୍ର ଉଚ୍ଚାରଣ କରନ୍ତି। ସେହି ମନ୍ତ୍ର ଉଚ୍ଚାରଣକୁ ଅଭ୍ୟାସରେ ନେବା ପରେ ତାହାହିଁ ଜୀବନକୁ ଭିନ୍ନ ଏକ ପରିଚୟ ଦେଇଛି। ଜୀବନ ଭଲ ହାରମୋନି ମଧ୍ୟ ବଜାଇ ପାରନ୍ତି। ଚିତ୍ର ଆଙ୍କିବା ରେ ମଧ୍ୟ ତାଙ୍କ ସଉକ ରହିଛି ।
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର