ସାଇବର ଠକେଇର ଶିକାର ହେଲେ ନୃତ୍ୟ ଶିକ୍ଷକ: ଟଙ୍କା ଯାଉନି ବୋଲି କହି ପ୍ରଥମେ ସେପଟୁ କିଛି ଟଙ୍କା ପଠାଇବାକୁ କହିଲା ଠକ

The Sakala Picture
Published On

ବାଲେଶ୍ବର:ପୁଣି ଭିନ୍ନ ଢ଼ଙ୍ଗରେ ଆରମ୍ଭ ହୋଇଛି ସାଇବର ଠକେଇ। ଏପରି ସାଇବର ଠକେଇର ଶିକାର ହୋଇଛନ୍ତି ବାଲେଶ୍ବରର ‘ନାଚ୍ ଇନଷ୍ଟିଚ୍ୟୁଟ୍’ର ନୃତ୍ୟ ଶିକ୍ଷକ ଏସ୍ କେ ରାଜା। ନିଜକୁ ଆର୍ମି ଅଫିସରର ପରିଚୟ ଦେଇ ରାଜାଙ୍କ ଆକାଉଣ୍ଟରୁ ଟଙ୍କା କାଢ଼ିନେଇଥିବା ଜଣାପଡ଼ିଛି। ଏନେଇ ରାଜା ବାଲେଶ୍ବର ସାଇବର ସେଲ୍ ରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଠକ ଜଣକ ନିଜର ନାମ ଶ୍ରୀକାନ୍ତ ସିଂ ବୋଲି କହିଥିଲେ। ଅଭିଯୋଗ ଅନୁଯାୟୀ, ଶୁକ୍ରବାର ଦିନ ରାଜାଙ୍କୁ ଗୋଟିଏ […]

ବାଲେଶ୍ବର:ପୁଣି ଭିନ୍ନ ଢ଼ଙ୍ଗରେ ଆରମ୍ଭ ହୋଇଛି ସାଇବର ଠକେଇ। ଏପରି ସାଇବର ଠକେଇର ଶିକାର ହୋଇଛନ୍ତି ବାଲେଶ୍ବରର ‘ନାଚ୍ ଇନଷ୍ଟିଚ୍ୟୁଟ୍’ର ନୃତ୍ୟ ଶିକ୍ଷକ ଏସ୍ କେ ରାଜା। ନିଜକୁ ଆର୍ମି ଅଫିସରର ପରିଚୟ ଦେଇ ରାଜାଙ୍କ ଆକାଉଣ୍ଟରୁ ଟଙ୍କା କାଢ଼ିନେଇଥିବା ଜଣାପଡ଼ିଛି। ଏନେଇ ରାଜା ବାଲେଶ୍ବର ସାଇବର ସେଲ୍ ରେ ଏକ ଲିଖିତ ଅଭିଯୋଗ ମଧ୍ୟ କରିଛନ୍ତି। ଠକ ଜଣକ ନିଜର ନାମ ଶ୍ରୀକାନ୍ତ ସିଂ ବୋଲି କହିଥିଲେ।

ଆହୁରି ପଢ଼ନ୍ତୁ: ବାଲେଶ୍ଵରରେ କାଳବୈଶାଖୀର ତାଣ୍ଡବ: ବିଜୁଳି-ଘଡ଼ଘଡ଼ି ସହ କୁଆପଥର ବର୍ଷା

ଅଭିଯୋଗ ଅନୁଯାୟୀ, ଶୁକ୍ରବାର ଦିନ ରାଜାଙ୍କୁ ଗୋଟିଏ କଲ୍ ଆସିଥିଲା। ନାଚ କ୍ଲାସ୍ ରେ ପିଲାଙ୍କୁ ନାମ ଲେଖାଇବା ନେଇ ରାଜାଙ୍କ ସହ ଠକ ଜଣକ କଲ୍ ରେ କଥାବାର୍ତ୍ତା ଆରମ୍ଭ କରିଥିଲେ। ଏମିତିକି ନାଚ କ୍ଲାସ ପାଇଁ ସଙ୍ଗେ ସଙ୍ଗେ ଗୁଗଲ୍ ପେ ମଧ୍ୟମରେ ଟଙ୍କା ପ୍ରଦାନ କରିବେ ବୋଲି ଠକ ଜଣକ ବାଧ୍ୟ କରିଥିଲେ। ମାତ୍ର ରାଜା ମନା କରିବା ସହ ଦେଖା କରିବା ପରେ ଟଙ୍କା ଦେବେ ବୋଲି କହିଥିଲେ। ମାତ୍ର ସେ ଟଙ୍କା ପଠାଇବା ପରେ ପିଲାଙ୍କୁ ନେଇକି ଆସିବୋ ବୋାଲି କହିଥିଲେ। ପରେ ରାଜା କ୍ଲାସର ସମସ୍ତ ତଥ୍ୟ ଦେବା ପରେ ଗୁଗଲ୍ ପେ ଟଙ୍କା ପଠାଇବା ପ୍ରକ୍ରିୟା ଆରମ୍ଭ କରିଥିଲେ। ମାତ୍ର ଟଙ୍କା ଯାଉନି ବୋଲି କହି ଠକ ଜଣକ ପ୍ରଥମେ ରାଜାଙ୍କୁ ସେପଟୁ କିଛି ଟଙ୍କା ପଠାଇବାକୁ କହିଥିଲେ। ସେତିକି ଭିତରେ ପାଖାପାଖି ୪ ହଜାରରୁ ଅଧିକ ଟଙ୍କା ରାଜାଙ୍କ ଆକଉଣ୍ଟରୁ ଠକ ଉଠାଇ ନେଇଥିଲା। ତେବେ ରାଜାଙ୍କ ଉକ୍ତ ଆକାଉଣ୍ଟରେ ଅଧିକ ଟଙ୍କା ନ ଥିବାରୁ ସେ ସେତିକି ଟଙ୍କା ଉଠାଇ ନେଇଛନ୍ତି ବୋଲି ରାଜା କହିଛନ୍ତି। ତେବେ ଏ ଘଟଣା ନେଇ ରାଜା ନିଜେ ଶିକ୍ଷା ପାଇବା ସହ ଅନ୍ୟଙ୍କୁ ସର୍ତକ ରହିବା ପାଇଁ କହିଛନ୍ତି।

27 Aug 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର