ବାଇକ୍ ଧକ୍କାକୁ କେନ୍ଦ୍ରକରି ୨ ଗ୍ରାମ ମଧ୍ୟରେ ଗୋଷ୍ଠୀ ସଙ୍ଘର୍ଷ: ୧ ମୃତ, ୫ ଆହତ

The Sakala Picture
Published On

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ସଦର ଥାନା ଜଂଖାରାଇ ଗ୍ରାମର ଗୋଟିଏ ଗୋଷ୍ଠୀ ଲୋକଙ୍କ ସହିତ ମୟୁରଭଞ୍ଜ ଜିଲ୍ଲା ବୈସିଙ୍ଗା ଥାନା କଳମା ଗ୍ରାମର ଗୋଟିଏ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ରକ୍ତାତ ସଂଘର୍ଷ ଘଟି ଜଣକର ମୃତ୍ୟୁ ଘଟିଛି। ୫ ଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣା ଯାଇଛି। ମୃତ ବ୍ୟକ୍ତି ଜଣଙ୍ଗ ହେଲେ ଜଙ୍ଖାରାଇ ଗ୍ରାମରେ ନାମ ସେକ ଜିଲାନି (୫୪)। ସୂଚନା ଅନୁଯାଯୀ,  ଜିଲାନି ଶ୍ଵଶୁର ଘର ବୈସିଙ୍ଗା […]

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ସଦର ଥାନା ଜଂଖାରାଇ ଗ୍ରାମର ଗୋଟିଏ ଗୋଷ୍ଠୀ ଲୋକଙ୍କ ସହିତ ମୟୁରଭଞ୍ଜ ଜିଲ୍ଲା ବୈସିଙ୍ଗା ଥାନା କଳମା ଗ୍ରାମର ଗୋଟିଏ ଗୋଷ୍ଠୀର ଲୋକଙ୍କ ମଧ୍ୟରେ ରକ୍ତାତ ସଂଘର୍ଷ ଘଟି ଜଣକର ମୃତ୍ୟୁ ଘଟିଛି। ୫ ଜଣ ଗୁରୁତର ଆହତ ହୋଇ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଜଣା ଯାଇଛି। ମୃତ ବ୍ୟକ୍ତି ଜଣଙ୍ଗ ହେଲେ ଜଙ୍ଖାରାଇ ଗ୍ରାମରେ ନାମ ସେକ ଜିଲାନି (୫୪)।
ସୂଚନା ଅନୁଯାଯୀ,  ଜିଲାନି ଶ୍ଵଶୁର ଘର ବୈସିଙ୍ଗା ଥାନା ଗୋବିନ୍ଦରାଇପୁର ଗ୍ରାମର। ଗତ ଶନିବାର ରାତି ୭ଟା୩୦ ମିନିଟ ସମୟରେ ଜିଲାନିର ଶଳା ସେକ ରେଫାକତ ଏକ ବାଇକ ଯୋଗେ କଳମା ଗାଁ ରାସ୍ତା ଦେଇ ଯାଉଥିଲା। କଳମା ଗ୍ରାମ ମନ୍ଦିର ନିକଟରେ ରାସ୍ତାରେ ଯାଉଥିବା କଳମା ଗାଁର ଜଣେ ବ୍ୟକ୍ତିଙ୍କ ମୋଟରସାଇକେଲ ସହିତ ରେଫାକତ ନାମକ ଜଣେ ବ୍ଯକ୍ତି ଦୁର୍ଘଟଣା ଘଟାଇ ଥିଲା। ଦୁର୍ଘଟଣା ଘଟିବା ଦେଖି କଳମା ଗ୍ରାମର କେତେଜଣ ବ୍ୟକ୍ତି ରେଫାକତକୁ ଅଟକ ରଖି ବାଡେଇ ଥିଲେ। କୌଶଳରେ ରେଫାକତ ନିଜ ମୋବାଇଲ ଫୋନରୁ ଭିଣୋଇ ସେକ ଜିଲାନିକୁ ଖବର ଦେଇଥିଲା। ଖବର ପାଇ ଜିଲାନି ନିଜ ଗ୍ରାମର ୫ ଜଣ ଯୁବକଙ୍କୁ ସାଥିରେ ଧରି ଘଟଣା ସ୍ଥଳରେ ପହଞ୍ଚି ଥିଲା। ରେଫାକତକୁ ବାଡେଇବାକୁ କେନ୍ଦ୍ରକରି ଉଭୟ କଳମା ଓ ଜଂଖାରାଇ ଗୋଷ୍ଠୀ ମଧ୍ୟରେ ପ୍ରଥମେ ବଚସା ଓ ପରେ ରକ୍ତାତ ସଂଘର୍ଷ ଘଟିଥିଲା। ଦୁଇ ଗୋଷ୍ଠୀର ସଂଘର୍ଷ ମଧ୍ୟରେ ଜିଲାନିର ମୃତ୍ୟୁ ଘଟିଥିଲା। ରେଫାକତ ସମେତ ୫ ଜଣ ଗଣ୍ଡଗୋଳରେ ଆହତ ହୋଇଥିଲେ। ଖବରପାଇ ବାଲେଶ୍ଵର ସଦର ଥାନା ଓ ବୈସିଙ୍ଗା ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଥିଲେ।ପରିସ୍ଥିତି ଉତ୍ତେଜନା ପୂର୍ଣ୍ଣ ଦେଖି ଜଂଖାରାଇ ଗ୍ରାମରେ ଓ କଳମା ଗ୍ରାମରେ  ପୁଲିସ ପକ୍ଷରୁ ଗତ ଶନିବାର ରାତିରେ ୧୪୪ ଧାରା ଜାରି କରାଯାଇ ଥିଲା।ବର୍ତ୍ତମାନ ସୁଦ୍ଧା ୧୪୪ ଧାରା ଜାରି ରହିଛି।
26 Dec 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର