ଦାଦନ ଶ୍ରମିକରୁ ଜଣେ ସଫଳ ଉଦ୍ୟୋଗପତି ହୋଇ ବେକାର ଯୁବକଯୁବତୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏସକେ ଆଜିମୁଦ୍ଦିନ

The Sakala Picture
Published On

ବାଲେଶ୍ୱର ଉତ୍ତର(ବିଶ୍ୱମ୍ଭର ଦାସ): ସମୟର ସ୍ରୋତ କାହାକୁ ଭସାଇ ଦେଇଥାଏ ତା କାହାକୁ କୂଳରେ ଲଗାଇଥାଏ । ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ଯିଏ ବଢ଼ିଥାଏ ସେ ନିଶ୍ଚିତ ସଫଳତାର ଶୀର୍ଷରେ ପହଞ୍ଚିଥାଏ । ଦିନେ ନିଜ ପରିବାର ଲୋକଙ୍କ ପେଟପୋଷିବା ପାଇଁ ସଂଗ୍ରାମ କରୁଥିଲେ କିନ୍ତୁ ଆଜି ନିଜେ ମୋଟା ଅଙ୍କର ରୋଜଗାର କରିବା ସହ ସ୍ଥାନୀୟ ବେକାର ଯୁବକଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି । ଆଉ ଅନ୍ୟ ବେକାର ଯୁବକ ଯୁବତୀଙ୍କ ପାଇଁ […]

ବାଲେଶ୍ୱର ଉତ୍ତର(ବିଶ୍ୱମ୍ଭର ଦାସ): ସମୟର ସ୍ରୋତ କାହାକୁ ଭସାଇ ଦେଇଥାଏ ତା କାହାକୁ କୂଳରେ ଲଗାଇଥାଏ । ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଆଗକୁ ଯିଏ ବଢ଼ିଥାଏ ସେ ନିଶ୍ଚିତ ସଫଳତାର ଶୀର୍ଷରେ ପହଞ୍ଚିଥାଏ । ଦିନେ ନିଜ ପରିବାର ଲୋକଙ୍କ ପେଟପୋଷିବା ପାଇଁ ସଂଗ୍ରାମ କରୁଥିଲେ କିନ୍ତୁ ଆଜି ନିଜେ ମୋଟା ଅଙ୍କର ରୋଜଗାର କରିବା ସହ ସ୍ଥାନୀୟ ବେକାର ଯୁବକଙ୍କୁ ରୋଜଗାର ଯୋଗାଇ ଦେଇଛନ୍ତି । ଆଉ ଅନ୍ୟ ବେକାର ଯୁବକ ଯୁବତୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ।

ଆହୁରି ପଢ଼ନ୍ତୁ: ଲୋନାଭାଲା ଖାତରୁ ଓଡ଼ିଆ ଛାତ୍ରୀଙ୍କ ମୃତଦେହ ଉଦ୍ଧାର: ୩୬ ଘଣ୍ଟା ପରେ ମିଳିଲା ପତ୍ତା

ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକର ଏସକେ ଆଜିମୁଦ୍ଦିନ । ଯିଏ କି ଦାଦନ ଶ୍ରମିକରୁ ଆଜି ଜଣେ ସଫଳ ଉଦ୍ୟୋଗପତି । ଭୋଗରାଇ ବ୍ଲକ ଭୋଗରାଇ ଗାଁର ଏସକେ ଆଜିମୁଦ୍ଦିନ ମାଟ୍ରିକ ପାସ କଲାପରେ ପରିବାରର ଦାରିଦ୍ର୍ୟତା କାରଣରୁ ଦାଦନ ଖଟିବା ପାଇଁ ବାହାର ରାଜ୍ୟକୁ ଯିବାକୁ ପଡ଼ିଥିଲା । ପାଠ ପଢ଼ାରେ ଡୋରି ବାନ୍ଧି ୨୦୦୮ ମସିହାରେ ବାହାରିଥିଲେ ଅନ୍ୟରାଜ୍ୟକୁ ଦାଦନ ଖଟିବା ପାଇଁ । ଆଉ ସେଠାରେ ପାଞ୍ଚରୁ ଛଅ ବର୍ଷ ରହି ପୁଣି ଦେଶ ଛାଡି ଅଧିକ ଅର୍ଥ ଉପାର୍ଜନ ଆଶାରେ ବିଦେଶକୁ ଚାଲିଯାଇଥିଲେ । ଆଉ ସେଠାରୁ ୨୦୧୭ ମସିହାରେ ଘରକୁ ଫେରିଥିଲେ । କିନ୍ତୁ ଏଠାରେ ପହଞ୍ଚିବା ପରେ ବେକାରୀ ସମସ୍ୟା ତାଙ୍କୁ ବିଚଳିତ କରିଥିଲା । ଶେଷରେ ବିଦେଶରେ ରହି ଶିଖିଥିବା ବିଭିନ୍ନ ପ୍ରକାର ମେସିନ ନିର୍ମାଣ କାର୍ଯ୍ୟ ଏଠାରେ ଆରମ୍ଭ କରିବାକୁ ମନସ୍ତ କଲେ । ବାହାରେ ଉପାର୍ଜନ କରି ସଞ୍ଚିଥିବା ଟଙ୍କା ସହିତ ଆଉ କିଛି ଟଙ୍କା ହାତଉଧାରି ଆଣି ଆରମ୍ଭ କଲେ ଏସକେ ମେସିନରୀ ଇଞ୍ଜିନିଅରିଙ୍ଗ ୱାର୍କସପ ନାମକ ସଂସ୍ଥା । ଆଉ ଏଥିରେ ନିଜେ ରୋଜଗାର କରିବା ସହ ସ୍ଥାନୀୟ ବେକାରୀ ଓ ଶିକ୍ଷିତ ପିଲାଙ୍କୁ ତାଲିମ ଦେବା ସହ ନିଯୁକ୍ତି ଦେଲେ । ଏବେ ଦକ୍ଷତା ଅନୁସାରେ ସେମାନଙ୍କୁ ମାସକୁ ୧୨ରୁ ୨୫ ହଜାର ଟଙ୍କା ଦେବା ସହ ନିଜେ ମାସକୁ ୫୦ରୁ ୬୦ ହଜାର ଟଙ୍କା ରୋଜଗାର କରିପାରୁଛନ୍ତି । ଏହି ୱାର୍କସପରେ ବିଭିନ୍ନ ପ୍ରକାର ମେସିନ ତିଆରି କରୁଛନ୍ତି ଆଜିମୁଦ୍ଦିନ ।

ଆହୁରି ପଢ଼ନ୍ତୁ: ବାଲେଶ୍ଵରରେ ପହଞ୍ଚିଲେ ରାଷ୍ଟ୍ରପତି, ଫକୀର ମୋହନ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ସାମିଲ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp