ମୁଣ୍ଡରେ ବନ୍ଧୁକ ଲଗାଇ ଘରୁ ୨୦ଲକ୍ଷ ଟଙ୍କା ସହ ୩୦ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ୬ ଦୁର୍ବୃତ୍ତ

Madhusudan Das Picture
Published On

ନୀଳଗିରି: ଘରେ ପଶିଲେ, ମୁଣ୍ଡରେ ବନ୍ଧୁକ ଲଗାଇ ଡକାୟତି କଲେ । ବନ୍ଧୁକ ମୁନରେ ଘରୁ ୨୦ ଲକ୍ଷ ଟଙ୍କା ସହ ୩୦ ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ୬ ଦୁର୍ବୃତ୍ତ । ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ଅଧୀନ ୯ନମ୍ୱର ୱାର୍ଡ କହାଳିଆ ଗ୍ରାମରେ ଘଟିଛି ଏପରି ଅଘଟଣ । ଗାଁର ଗୋବିନ୍ଦା ସିଂହ ଘରେ ସପରିବାର ଖାଉଥିବା ସମୟରେ ୬ଜଣ ଦୁର୍ବୃତ୍ତ ତେଲେଙ୍ଗା କଟୁରୀ ଦେଖାଇ ପରିବାର ଲୋକଙ୍କ ହାତ ଗୋଡ ବାନ୍ଧି ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟି ନେଲେ ୨୦ ଲକ୍ଷ ଟଙ୍କା ସହିତ ୩୦ ଲକ୍ଷ ଟଙ୍କାର ସୁନା ଅଳଙ୍କାର । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଡକାୟତଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ଯୁବକ ଏବଂ ୪ ଜଣ ଅଣଓଡ଼ିଆ ଥିବା ଗୋବିନ୍ଦା କହିଛନ୍ତି। 

ଆହୁରି ପଢ଼ନ୍ତୁ: ଓଡ଼ିଶାରୁ ଚାଉଳ ଉଠାଉନାହିଁ FCI : ହାତ ଟେକିଦେଲେ ଅସହାୟ ଯୋଗାଣମନ୍ତ୍ରୀ; କହିଲେ, କେନ୍ଦ୍ର ଆମ କଥା ଶୁଣୁନି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର