ମେଡିକାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ: ସବୁ ପ୍ରମାଣ ଥାଇ ମଧ୍ୟ କୋଭିଡ-୧୯ର ମୃତ୍ୟୁ ପ୍ରମାଣ ପତ୍ର ପାଇବାରୁ ବଞ୍ଚିତ

The Sakala Picture
Published On

ଜଳେଶ୍ବର: ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବ୍ଲକ ଖାଲିନା ଗ୍ରାମରେ କୋଭିଡରେ ଆକ୍ରାନ୍ତ ହୋଇ କୋଭିଡ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲା ବେଳେ ମେଡିକାଲ ତରଫରୁ ସାଧାରଣ ମୃତ୍ୟୁ ଘଟିଛି ବୋଲି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି। ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଖାଲିନା ପଂଚାୟତ ଖାଲିନା ଗ୍ରାମର ରାମଚନ୍ଦ୍ର ଦେଙ୍କର ସ୍ତ୍ରୀ ସ୍ବର୍ଗତ ମୀନତି ଦେ ପ୍ରବଳ ଜ୍ଜର ଯୋଗୁଁ ମେ’ ମାସ ୯ ତାରିଖ ଦିନ ବାଲେଶ୍ୱର ଫକୀର ମୋହନ ହସ୍ପିଟାଲରେ ଚିକିତ୍ସା […]

ଜଳେଶ୍ବର: ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବ୍ଲକ ଖାଲିନା ଗ୍ରାମରେ କୋଭିଡରେ ଆକ୍ରାନ୍ତ ହୋଇ କୋଭିଡ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲା ବେଳେ ମେଡିକାଲ ତରଫରୁ ସାଧାରଣ ମୃତ୍ୟୁ ଘଟିଛି ବୋଲି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ: ଫୁଲନଖରାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ହାଇୱା ଧକ୍କାରେ ୩ ବାଇକ୍ ଆରୋହୀ ମୃତ

ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଖାଲିନା ପଂଚାୟତ ଖାଲିନା ଗ୍ରାମର ରାମଚନ୍ଦ୍ର ଦେଙ୍କର ସ୍ତ୍ରୀ ସ୍ବର୍ଗତ ମୀନତି ଦେ ପ୍ରବଳ ଜ୍ଜର ଯୋଗୁଁ ମେ’ ମାସ ୯ ତାରିଖ ଦିନ ବାଲେଶ୍ୱର ଫକୀର ମୋହନ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସେ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଡାକ୍ତର ସେଠାରେ ଘୋଷଣା କରିଥିଲେ।  ମେ’ ମାସ ୨୨ ତାରିଖ ଦିନ ସେ କୋଭିଡରେ ମୃତ୍ୟୁ ବରଣ କରିଥିଲେ। ବାଲେଶ୍ୱର ବର୍ହି ବିଭାଗ କୋଭିଡ ପଜିଟିଭ ବୋଲି ରିପୋର୍ଟ ଦେଇଥିଲା ବେଳେ ମୁକ୍ତି ଦ୍ଵାରରେ କୋଭିଡରେ ମୃତ୍ୟୁ ବୋଲି ମେ’ ମାସ ୨୩ ତାରିଖ ଦିନ ଶବ ସତ୍କାର କରାଯାଇଥିଲା। ମାତ୍ର ବିଭାଗର ଅବହେଳା ଓ ମନ ମୁଖୀ କାର୍ଯ୍ଯ ପାଇଁ ବାଲେଶ୍ୱର ସିଡିଏମଓ ତରଫରୁ ସାଧାରଣରେ ମୃତୁ ଘଟିଛି ବୋଲି ଉଲ୍ଲେଖ କରି ଏକ ମୃତ ପ୍ରମାଣ ପତ୍ର ତାଙ୍କର ସ୍ୱାମୀ ରାମଚନ୍ଦ୍ର ଦେଙ୍କୁ ପ୍ରଦାନ କରାଯାଇଛି । ଯାହାଫଳରେ ତାଙ୍କ ପରିବାର ସରକାରଙ୍କ ତରଫରୁ କୋଭିଡରେ ମୃତ୍ୟୁ ହେଲେ ଯେଉଁ ସବୁ ସୁବିଧା ସୁଯୋଗ ପାଇବା କଥା ସେଥିରୁ ବଞ୍ଚିତ ରହିଛନ୍ତି। ଏନେଇ ମୃତ ମହିଳାଙ୍କ ସ୍ୱାମୀ ରାମଚନ୍ଦ୍ର ଦେ ଉକ୍ତ ପ୍ରମାଣ ପତ୍ରକୁ ଖାରଜ କରି କୋଭିଡ-୧୯ରେ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ କରିବା ପାଇଁ ବାଲେଶ୍ୱର ଜିଲ୍ଲାପାଳ, ସିଡିଏମଓ ବାଲେଶ୍ୱର, ଚିଫସେକ୍ରେଟାରୀ ଓଡିଶା ଭୁବନେଶ୍ୱରଙ୍କୁ ଏକ ଦରଖାସ୍ତ ପ୍ରଦାନ କରି ନିବେଦନ କରିଛନ୍ତି।

ଆହୁରି ପଢ଼ନ୍ତୁ: କ୍ଲାସ ରୁମରୁ କଣ୍ଟ୍ରୋଲ ରୁମ୍: ଲାଞ୍ଜିଗଡରେ ମହିଳାଙ୍କୁ ସଶକ୍ତ କରୁଛି ବେଦାନ୍ତ ଆଲୁମିନିୟମ, ଉଦାହରଣ ସାଜିଛନ୍ତି ପ୍ରିୟଙ୍କା

26 Jul 2021 By The Sakala

ମେଡିକାଲ କର୍ତ୍ତୃପକ୍ଷଙ୍କ ଖାମଖିଆଲି ମନୋଭାବ: ସବୁ ପ୍ରମାଣ ଥାଇ ମଧ୍ୟ କୋଭିଡ-୧୯ର ମୃତ୍ୟୁ ପ୍ରମାଣ ପତ୍ର ପାଇବାରୁ ବଞ୍ଚିତ

ଜଳେଶ୍ବର: ବାଲେଶ୍ୱର ଜିଲ୍ଲା ଜଳେଶ୍ବର ବ୍ଲକ ଖାଲିନା ଗ୍ରାମରେ କୋଭିଡରେ ଆକ୍ରାନ୍ତ ହୋଇ କୋଭିଡ ହସ୍ପିଟାଲରେ ମୃତ୍ୟୁ ବରଣ କରିଥିଲା ବେଳେ ମେଡିକାଲ ତରଫରୁ ସାଧାରଣ ମୃତ୍ୟୁ ଘଟିଛି ବୋଲି ପ୍ରମାଣ ପତ୍ର ପ୍ରଦାନ କରାଯାଇଛି।

ସୂଚନା ଅନୁଯାୟୀ, ବାଲେଶ୍ଵର ଜିଲ୍ଲା ଜଳେଶ୍ୱର ବ୍ଲକ ଖାଲିନା ପଂଚାୟତ ଖାଲିନା ଗ୍ରାମର ରାମଚନ୍ଦ୍ର ଦେଙ୍କର ସ୍ତ୍ରୀ ସ୍ବର୍ଗତ ମୀନତି ଦେ ପ୍ରବଳ ଜ୍ଜର ଯୋଗୁଁ ମେ’ ମାସ ୯ ତାରିଖ ଦିନ ବାଲେଶ୍ୱର ଫକୀର ମୋହନ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ସେ କରୋନା ରୋଗରେ ଆକ୍ରାନ୍ତ ହୋଇଛନ୍ତି ବୋଲି ଡାକ୍ତର ସେଠାରେ ଘୋଷଣା କରିଥିଲେ।  ମେ’ ମାସ ୨୨ ତାରିଖ ଦିନ ସେ କୋଭିଡରେ ମୃତ୍ୟୁ ବରଣ କରିଥିଲେ। ବାଲେଶ୍ୱର ବର୍ହି ବିଭାଗ କୋଭିଡ ପଜିଟିଭ ବୋଲି ରିପୋର୍ଟ ଦେଇଥିଲା ବେଳେ ମୁକ୍ତି ଦ୍ଵାରରେ କୋଭିଡରେ ମୃତ୍ୟୁ ବୋଲି ମେ’ ମାସ ୨୩ ତାରିଖ ଦିନ ଶବ ସତ୍କାର କରାଯାଇଥିଲା। ମାତ୍ର ବିଭାଗର ଅବହେଳା ଓ ମନ ମୁଖୀ କାର୍ଯ୍ଯ ପାଇଁ ବାଲେଶ୍ୱର ସିଡିଏମଓ ତରଫରୁ ସାଧାରଣରେ ମୃତୁ ଘଟିଛି ବୋଲି ଉଲ୍ଲେଖ କରି ଏକ ମୃତ ପ୍ରମାଣ ପତ୍ର ତାଙ୍କର ସ୍ୱାମୀ ରାମଚନ୍ଦ୍ର ଦେଙ୍କୁ ପ୍ରଦାନ କରାଯାଇଛି । ଯାହାଫଳରେ ତାଙ୍କ ପରିବାର ସରକାରଙ୍କ ତରଫରୁ କୋଭିଡରେ ମୃତ୍ୟୁ ହେଲେ ଯେଉଁ ସବୁ ସୁବିଧା ସୁଯୋଗ ପାଇବା କଥା ସେଥିରୁ ବଞ୍ଚିତ ରହିଛନ୍ତି। ଏନେଇ ମୃତ ମହିଳାଙ୍କ ସ୍ୱାମୀ ରାମଚନ୍ଦ୍ର ଦେ ଉକ୍ତ ପ୍ରମାଣ ପତ୍ରକୁ ଖାରଜ କରି କୋଭିଡ-୧୯ରେ ମୃତ୍ୟୁ ପ୍ରମାଣ ପତ୍ର ପ୍ରଦାନ କରିବା ପାଇଁ ବାଲେଶ୍ୱର ଜିଲ୍ଲାପାଳ, ସିଡିଏମଓ ବାଲେଶ୍ୱର, ଚିଫସେକ୍ରେଟାରୀ ଓଡିଶା ଭୁବନେଶ୍ୱରଙ୍କୁ ଏକ ଦରଖାସ୍ତ ପ୍ରଦାନ କରି ନିବେଦନ କରିଛନ୍ତି।

https://www.thesakala.in/latest-odisha-news/balasore/covid-death-certificate-was-denied/article-4113
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର