ଏଲଆଇସିର ଆଇପିଓ ବିକ୍ରି ପ୍ରତିବାଦରେ ସିପିଆଇଏମର ବିକ୍ଷୋଭ

The Sakala Picture
Published On

ବାଲେଶ୍ଵର: ବାଲେଶ୍ୱର ଏଲଆଇସି କାର୍ଯ୍ଯାଳୟ ସମ୍ମୁଖରେ ସିପିଆଇଏମ ତରଫରୁ ଏଲଆଇସି ର ଆଇପିଓ (ଇନିସିଆଲ ପବ୍ଲିକ ଅଫର ) ବିକ୍ରି ବିରୋଧରେ ପ୍ରତିବାଦ କରି ବିକ୍ଷୋଭ ସଂଗଠିତ ହୋଇ ଯାଇଛି । କେନ୍ଦ୍ରର ବିଜେପି ସରକାର ଏହି ସେୟାର ବିକ୍ରି ପାଇଁ ସେବି ପାଖରେ ଯେଉଁ ଦସ୍ତାବିଜ ଦାଖଲ କରିଛନ୍ତି ସେଥିରେ ସେୟାର ୧.୧ ପ୍ରତିଶତ ରେ ବିକ୍ରି କରିବେ କହିଛନ୍ତି। ଏହା ଛଡା ଏମ୍ବେଡେଡ଼ ମୁଲ୍ୟ କମ କରି ମାତ୍ର ୫.୪୦ ଲକ୍ଷ୍ୟ କୋଟି ଟଙ୍କା […]

ବାଲେଶ୍ଵର: ବାଲେଶ୍ୱର ଏଲଆଇସି କାର୍ଯ୍ଯାଳୟ ସମ୍ମୁଖରେ ସିପିଆଇଏମ ତରଫରୁ ଏଲଆଇସି ର ଆଇପିଓ (ଇନିସିଆଲ ପବ୍ଲିକ ଅଫର ) ବିକ୍ରି ବିରୋଧରେ ପ୍ରତିବାଦ କରି ବିକ୍ଷୋଭ ସଂଗଠିତ ହୋଇ ଯାଇଛି । କେନ୍ଦ୍ରର ବିଜେପି ସରକାର ଏହି ସେୟାର ବିକ୍ରି ପାଇଁ ସେବି ପାଖରେ ଯେଉଁ ଦସ୍ତାବିଜ ଦାଖଲ କରିଛନ୍ତି ସେଥିରେ ସେୟାର ୧.୧ ପ୍ରତିଶତ ରେ ବିକ୍ରି କରିବେ କହିଛନ୍ତି। ଏହା ଛଡା ଏମ୍ବେଡେଡ଼ ମୁଲ୍ୟ କମ କରି ମାତ୍ର ୫.୪୦ ଲକ୍ଷ୍ୟ କୋଟି ଟଙ୍କା ରଖିଛନ୍ତି। ଫଳରେ ଗୋଟିଏ ସେୟାର ମୂଲ୍ୟ ମାତ୍ର ୯୦୪ ରୁ ୯୪୯ ଟଙ୍କା ରହିବ। ଏଥିରୁ ସରକାର ମାତ୍ର ୨୧ ହଜାର କୋଟି ଟଙ୍କାରୁ କିଛି ଅଧିକ ପାଇବେ। ଆଇସିସି, ଏଚଡିଏଫସି ଭଳି ଘରୋଇ ଜୀବନ ବୀମା ସଂସ୍ଥା ମନେ ସେୟାର ଭେଲ୍ଲ୍ୟୁ ୩.୫% ରଖିଛନ୍ତି । ଏଲଆଇସି ଯଦି ଏହି ହାରରେ ସେୟାର ମୂଲ୍ୟ ବିକ୍ରି କରେ ତେବେ ସରକାର ୭୪ ହଜାର କୋଟି ଟଙ୍କା ପାଇ ପାରିବେ । ମାତ୍ର ବିଜେପି ସରକାର ଏଲ ଆଇସିର ଅସଲ ମାଲିକ ୪୨କୋଟି ପଲିସୀ ହୋଲଡରଙ୍କୁ ଅନ୍ଧାରରେ ରଖି ଏହି ସେୟାର ବିକ୍ରି ଆଜିଠୁଁ ଆସନ୍ତା ୯ ତାରିଖ ପର୍ଯ୍ଯନ୍ତ କରୁଛନ୍ତି । ସିପିଆଇଏମ ଏହି ଜନ ବିରୋଧୀ ନୀତି ବିରୁଦ୍ଧରେ ଆଜି ରାଜ୍ୟ ତମାମ ସମସ୍ତ ଏଲଆଇସି ଅଫିସ ସମ୍ମୁଖରେ ବିକ୍ଷୋଭ କରି ଏଲଆଇସି ଚେୟାରମ୍ୟାନ ପାଖକୁ ଦାବି ପତ୍ର ଦିଆ ଯାଇଛି । ଆଜିର ପ୍ରତିବାଦ ସଭାରେ ପ୍ରେମ ରଞ୍ଜନ ପାତ୍ରଙ୍କ ସଭାପତିତ୍ୱରେ ସଂଗଠିତ ସଭାରେ ସିପିଆଇଏମ ଜିଲ୍ଲା ସମ୍ପାଦକ ଶିଶିର ହୁଇ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ନିର୍ମଳ ନାୟକ, ବିଜୟ ପାତ୍ର, ଶ୍ୟାମ ସୁନ୍ଦର ଜେନା, ରାଜ କିଶୋର ଲେଙ୍କା, ପ୍ରଭାକର ବେହେରା, ଷ୍ଟାଲିନ ମିଶ୍ର, ଅକ୍ଷୟ ରଣା ପ୍ରମୁଖ ନେତୃତ୍ୱ ବକ୍ତବ୍ୟ ରଖିଥିଲେ । ପରେ ଏଲଆଇସି କର୍ମଚାରୀ ଆସୋସିଏସନ ତରଫରୁ ଏହି ସେୟାର ବିରୋଧରେ ଆଜି ତାଙ୍କ ଅଫିସ ପ୍ରାଙ୍ଗଣରେ ହୋଇ ଥିବା ପ୍ରତିବାଦ ସଭାକୁ ମଧ୍ୟ ସିପିଆଇଏମ ତରଫରୁ ଅଭିନନ୍ଦନ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

04 May 2022 By The Sakala

ଏଲଆଇସିର ଆଇପିଓ ବିକ୍ରି ପ୍ରତିବାଦରେ ସିପିଆଇଏମର ବିକ୍ଷୋଭ

ବାଲେଶ୍ଵର: ବାଲେଶ୍ୱର ଏଲଆଇସି କାର୍ଯ୍ଯାଳୟ ସମ୍ମୁଖରେ ସିପିଆଇଏମ ତରଫରୁ ଏଲଆଇସି ର ଆଇପିଓ (ଇନିସିଆଲ ପବ୍ଲିକ ଅଫର ) ବିକ୍ରି ବିରୋଧରେ ପ୍ରତିବାଦ କରି ବିକ୍ଷୋଭ ସଂଗଠିତ ହୋଇ ଯାଇଛି । କେନ୍ଦ୍ରର ବିଜେପି ସରକାର ଏହି ସେୟାର ବିକ୍ରି ପାଇଁ ସେବି ପାଖରେ ଯେଉଁ ଦସ୍ତାବିଜ ଦାଖଲ କରିଛନ୍ତି ସେଥିରେ ସେୟାର ୧.୧ ପ୍ରତିଶତ ରେ ବିକ୍ରି କରିବେ କହିଛନ୍ତି। ଏହା ଛଡା ଏମ୍ବେଡେଡ଼ ମୁଲ୍ୟ କମ କରି ମାତ୍ର ୫.୪୦ ଲକ୍ଷ୍ୟ କୋଟି ଟଙ୍କା ରଖିଛନ୍ତି। ଫଳରେ ଗୋଟିଏ ସେୟାର ମୂଲ୍ୟ ମାତ୍ର ୯୦୪ ରୁ ୯୪୯ ଟଙ୍କା ରହିବ। ଏଥିରୁ ସରକାର ମାତ୍ର ୨୧ ହଜାର କୋଟି ଟଙ୍କାରୁ କିଛି ଅଧିକ ପାଇବେ। ଆଇସିସି, ଏଚଡିଏଫସି ଭଳି ଘରୋଇ ଜୀବନ ବୀମା ସଂସ୍ଥା ମନେ ସେୟାର ଭେଲ୍ଲ୍ୟୁ ୩.୫% ରଖିଛନ୍ତି । ଏଲଆଇସି ଯଦି ଏହି ହାରରେ ସେୟାର ମୂଲ୍ୟ ବିକ୍ରି କରେ ତେବେ ସରକାର ୭୪ ହଜାର କୋଟି ଟଙ୍କା ପାଇ ପାରିବେ । ମାତ୍ର ବିଜେପି ସରକାର ଏଲ ଆଇସିର ଅସଲ ମାଲିକ ୪୨କୋଟି ପଲିସୀ ହୋଲଡରଙ୍କୁ ଅନ୍ଧାରରେ ରଖି ଏହି ସେୟାର ବିକ୍ରି ଆଜିଠୁଁ ଆସନ୍ତା ୯ ତାରିଖ ପର୍ଯ୍ଯନ୍ତ କରୁଛନ୍ତି । ସିପିଆଇଏମ ଏହି ଜନ ବିରୋଧୀ ନୀତି ବିରୁଦ୍ଧରେ ଆଜି ରାଜ୍ୟ ତମାମ ସମସ୍ତ ଏଲଆଇସି ଅଫିସ ସମ୍ମୁଖରେ ବିକ୍ଷୋଭ କରି ଏଲଆଇସି ଚେୟାରମ୍ୟାନ ପାଖକୁ ଦାବି ପତ୍ର ଦିଆ ଯାଇଛି । ଆଜିର ପ୍ରତିବାଦ ସଭାରେ ପ୍ରେମ ରଞ୍ଜନ ପାତ୍ରଙ୍କ ସଭାପତିତ୍ୱରେ ସଂଗଠିତ ସଭାରେ ସିପିଆଇଏମ ଜିଲ୍ଲା ସମ୍ପାଦକ ଶିଶିର ହୁଇ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଭ୍ୟ ନିର୍ମଳ ନାୟକ, ବିଜୟ ପାତ୍ର, ଶ୍ୟାମ ସୁନ୍ଦର ଜେନା, ରାଜ କିଶୋର ଲେଙ୍କା, ପ୍ରଭାକର ବେହେରା, ଷ୍ଟାଲିନ ମିଶ୍ର, ଅକ୍ଷୟ ରଣା ପ୍ରମୁଖ ନେତୃତ୍ୱ ବକ୍ତବ୍ୟ ରଖିଥିଲେ । ପରେ ଏଲଆଇସି କର୍ମଚାରୀ ଆସୋସିଏସନ ତରଫରୁ ଏହି ସେୟାର ବିରୋଧରେ ଆଜି ତାଙ୍କ ଅଫିସ ପ୍ରାଙ୍ଗଣରେ ହୋଇ ଥିବା ପ୍ରତିବାଦ ସଭାକୁ ମଧ୍ୟ ସିପିଆଇଏମ ତରଫରୁ ଅଭିନନ୍ଦନ କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର