ପହଲଗାମ୍‌ରେ ଆତଙ୍କବାଦୀ ହାମଲା : ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ!, ପତ୍ନୀ ଓ ପୁଅ ସହ ବୁଲିବାକୁ ଯାଇଥିଲେ

The Sakala Picture
Published On

ଭୁବନେଶ୍ବର : ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ୍‌ରେ ମଙ୍ଗଳବାର ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜଣେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ହେଲେ ବାଲେଶ୍ବର ସରଗାଁର ପ୍ରଶାନ୍ତ ଶତପଥୀ । ପ୍ରଶାନ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଚାକିରି କରୁଥିବା ବେଳେ ଦୁଇ ଦିନ ତଳେ ପତ୍ନୀ ଓ ପୁଅ ସହ ଜମ୍ମୁ-କାଶ୍ମୀର ବୁଲିବାକୁ ଯାଇଥିଲେ। ଆଜି ବୈସରନ ଘାଟି ଉପର ଅଞ୍ଚଳକୁ ବୁଲିବାକୁ ଆସିଥିଲେ। ସେହି ସମୟରେ ଆତଙ୍କବାଦୀ ହାମଲା ହୋଇଥିଲା। ଜାତୀୟ ଗଣମାଧ୍ୟମର […]

ଭୁବନେଶ୍ବର : ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ୍‌ରେ ମଙ୍ଗଳବାର ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜଣେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ହେଲେ ବାଲେଶ୍ବର ସରଗାଁର ପ୍ରଶାନ୍ତ ଶତପଥୀ । ପ୍ରଶାନ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଚାକିରି କରୁଥିବା ବେଳେ ଦୁଇ ଦିନ ତଳେ ପତ୍ନୀ ଓ ପୁଅ ସହ ଜମ୍ମୁ-କାଶ୍ମୀର ବୁଲିବାକୁ ଯାଇଥିଲେ। ଆଜି ବୈସରନ ଘାଟି ଉପର ଅଞ୍ଚଳକୁ ବୁଲିବାକୁ ଆସିଥିଲେ। ସେହି ସମୟରେ ଆତଙ୍କବାଦୀ ହାମଲା ହୋଇଥିଲା।

ଆହୁରି ପଢ଼ନ୍ତୁ: ମତ୍ସ୍ୟଜୀବୀଙ୍କ ଜାଲରେ ପଡିଲା ଟନ୍ ଟନ୍ ଇଲିଶି, ୩୦ ଟନ୍‌ରୁ ଅଧିକ ମାଛ ଧରି ଦିଘା ମୁହାଣରେ ଲାଗିଲା ଟ୍ରଲର

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଦୁଇରୁ ତିନି ଜଣ ଆତଙ୍କବାଦୀ ପୁଲିସ ପୋଷାକ ପିନ୍ଧିଥିଲେ ଏବଂ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ନାମ ଓ ଧର୍ମ ପଚାରି ଗୁଳି ମାରିଥିଲେ । ଏପର୍ଯ୍ୟ ନ୍ତ ଆତଙ୍କବାଦୀମାନେ ସେନା ପୋଷାକ ପିନ୍ଧି ଆକ୍ରମଣ କରୁଥିଲେ, କିନ୍ତୁ ପ୍ରଥମ ଥର ପାଇଁ ସେମାନେ ପୁଲିସ ପୋଷାକରେ ଆସିଥିଲେ । ଏହି ଘଟଣା ଘାଟିକୁ ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଇଛି । ଏହା ଫଳରେ ଘାଟିର ପର୍ଯ୍ୟଟନ ଅର୍ଥନୀତି ପୁଣି ପ୍ରଭାବିତ ହେବାର ଆଶଙ୍କା ରହିଛି । କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାରଙ୍କ ଉଦ୍ୟମ ଫଳରେ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଥିଲା ଓ ପର୍ଯ୍ୟଟକମାନେ ଘାଟିକୁ ଫେରିବା ଆରମ୍ଭ କରିଥିଲେ । କିନ୍ତୁ ଆଜିର ଘଟଣା ପୁଣି କଶ୍ମୀର ଘାଟିକୁ ପଛକୁ ଫେରାଇନେବାର ଆଶଙ୍କା ରହିଛି ।

ଆହୁରି ପଢ଼ନ୍ତୁ: ସ୍କୁଲ ପରିସରରେ ଛାତ୍ରଙ୍କୁ କାମୁଡ଼ିଲା ବୁଲା କୁକୁର, ସୁରକ୍ଷା ଦାବିରେ ସ୍କୁଲ ଗେଟ୍‌ରେ ତାଲା ପକାଇଲେ ଗ୍ରାମବାସୀ

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନିନ୍ଦା କରିଛନ୍ତି। ମୋଦୀ କହିଛନ୍ତି ଯେ ଆହତ ଲୋକମାନେ ଯଥାଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ସେ ପ୍ରାର୍ଥନା କରୁଛନ୍ତି । ଏହା ସହିତ ସେ କହିଛନ୍ତି ଯେ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ । ସେମାନଙ୍କର ଘୃଣ୍ୟ କାର୍ଯ୍ୟସୂଚୀ କେବେ ସଫଳ ହେବ ନାହିଁ। ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଆମର ସଂକଳ୍ପ ଦୃଢ଼ ଏବଂ ଏହା ଆହୁରି ଦୃଢ଼ ହେବ। ଏଥି ସହିତ ହମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହ କଥା ହୋଇ ତାଙ୍କୁ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପହଲଗାମ୍‌ ଅଭିମୁଖେ ବାହାରି ଯାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।

ଆହୁରି ପଢ଼ନ୍ତୁ: ଲଗାଣ ବର୍ଷା ହେଲା କାଳ; ଶୋଇଥିବାବେଳେ କାନ୍ଥ ଭୁଶୁଡ଼ି ଆଈ ଓ ନାତି ମୃତ, ନାତୁଣୀ ଗୁରୁତର

22 Apr 2025 By The Sakala

ପହଲଗାମ୍‌ରେ ଆତଙ୍କବାଦୀ ହାମଲା : ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ!, ପତ୍ନୀ ଓ ପୁଅ ସହ ବୁଲିବାକୁ ଯାଇଥିଲେ

ଭୁବନେଶ୍ବର : ଜମ୍ମୁ-କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମ୍‌ରେ ମଙ୍ଗଳବାର ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜଣେ ଓଡ଼ିଆ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ମୃତ ଯୁବକ ହେଲେ ବାଲେଶ୍ବର ସରଗାଁର ପ୍ରଶାନ୍ତ ଶତପଥୀ । ପ୍ରଶାନ୍ତ ଭାରତୀୟ ଷ୍ଟେଟ ବ୍ୟାଙ୍କରେ ଚାକିରି କରୁଥିବା ବେଳେ ଦୁଇ ଦିନ ତଳେ ପତ୍ନୀ ଓ ପୁଅ ସହ ଜମ୍ମୁ-କାଶ୍ମୀର ବୁଲିବାକୁ ଯାଇଥିଲେ। ଆଜି ବୈସରନ ଘାଟି ଉପର ଅଞ୍ଚଳକୁ ବୁଲିବାକୁ ଆସିଥିଲେ। ସେହି ସମୟରେ ଆତଙ୍କବାଦୀ ହାମଲା ହୋଇଥିଲା।

ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ଦୁଇରୁ ତିନି ଜଣ ଆତଙ୍କବାଦୀ ପୁଲିସ ପୋଷାକ ପିନ୍ଧିଥିଲେ ଏବଂ ପର୍ଯ୍ୟଟକମାନଙ୍କୁ ସେମାନଙ୍କ ନାମ ଓ ଧର୍ମ ପଚାରି ଗୁଳି ମାରିଥିଲେ । ଏପର୍ଯ୍ୟ ନ୍ତ ଆତଙ୍କବାଦୀମାନେ ସେନା ପୋଷାକ ପିନ୍ଧି ଆକ୍ରମଣ କରୁଥିଲେ, କିନ୍ତୁ ପ୍ରଥମ ଥର ପାଇଁ ସେମାନେ ପୁଲିସ ପୋଷାକରେ ଆସିଥିଲେ । ଏହି ଘଟଣା ଘାଟିକୁ ଆସୁଥିବା ପର୍ଯ୍ୟଟକମାନଙ୍କ ମଧ୍ୟରେ ଆତଙ୍କ ଖେଳାଇଦେଇଛି । ଏହା ଫଳରେ ଘାଟିର ପର୍ଯ୍ୟଟନ ଅର୍ଥନୀତି ପୁଣି ପ୍ରଭାବିତ ହେବାର ଆଶଙ୍କା ରହିଛି । କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ପରେ କେନ୍ଦ୍ର ସରକାରଙ୍କ ଉଦ୍ୟମ ଫଳରେ ସ୍ଥିତି ଧୀରେ ଧୀରେ ସ୍ବାଭାବିକ ହେଉଥିଲା ଓ ପର୍ଯ୍ୟଟକମାନେ ଘାଟିକୁ ଫେରିବା ଆରମ୍ଭ କରିଥିଲେ । କିନ୍ତୁ ଆଜିର ଘଟଣା ପୁଣି କଶ୍ମୀର ଘାଟିକୁ ପଛକୁ ଫେରାଇନେବାର ଆଶଙ୍କା ରହିଛି ।

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଘଟଣାକୁ ନିନ୍ଦା କରିଛନ୍ତି। ମୋଦୀ କହିଛନ୍ତି ଯେ ଆହତ ଲୋକମାନେ ଯଥାଶୀଘ୍ର ସୁସ୍ଥ ହୁଅନ୍ତୁ ବୋଲି ସେ ପ୍ରାର୍ଥନା କରୁଛନ୍ତି । ଏହା ସହିତ ସେ କହିଛନ୍ତି ଯେ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ । ସେମାନଙ୍କର ଘୃଣ୍ୟ କାର୍ଯ୍ୟସୂଚୀ କେବେ ସଫଳ ହେବ ନାହିଁ। ଆତଙ୍କବାଦ ବିରୋଧରେ ଲଢ଼ିବା ପାଇଁ ଆମର ସଂକଳ୍ପ ଦୃଢ଼ ଏବଂ ଏହା ଆହୁରି ଦୃଢ଼ ହେବ। ଏଥି ସହିତ ହମଲାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସହ କଥା ହୋଇ ତାଙ୍କୁ ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପହଲଗାମ୍‌ ଅଭିମୁଖେ ବାହାରି ଯାଇଛନ୍ତି ଗୃହମନ୍ତ୍ରୀ ଅମିତ ଶାହ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର