ଆଦର୍ଶ ଥାନାର ବିଶୃଙ୍ଖଳିତ ଏସଆଇଙ୍କୁ ନିଲମ୍ବିତ: ଆତ୍ମହତ୍ୟା ମାମଲାର ଅଭିଯୁକ୍ତକୁ ଫେରାର ପ୍ରଲୋଭନ

The Sakala Picture
Published On

ବଲାଙ୍ଗିର: ବଲାଙ୍ଗିର ଆଦର୍ଶ ଥାନାର ଛବି ଦିନକୁ ଦିନ ମଳିନ ପଡ଼ିବାରେ ଲାଗିଛି। ସହର ଭିତରେ ନିଶାଗ୍ରସ୍ତ ଯୁବକଙ୍କ ବଢ଼ୁଥିବା ପ୍ରାଦୁର୍ଭାବ, ଆଇନ ଶୃଙ୍ଖଳା ରକ୍ଷା କରିବାରେ ପୁଲିସର ବିଫଳତା ଯୋଗୁଁ ଆଦର୍ଶ ଥାନାର ଛବି ଖରାପ ହେଉଛି। ଏକ ଆତ୍ମହତ୍ୟା ମାମଲାର ଅଭିଯୁକ୍ତକୁ ଖସାଇବା ପ୍ରଲୋଭନ ଦେଖାଇବା ଅଭିଯୋଗରେ ଜଣେ ଏସଆଇଙ୍କୁ ନିଲମ୍ବିତ କରାଯାଇଛି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାକ୍ରମରେ କିଛି ଦିନ ତଳେ ମହାଲକ୍ଷ୍ମୀ ନଗରରେ ହୋଇଥିବା ଏକ ଆତ୍ମହତ୍ୟା […]

ବଲାଙ୍ଗିର: ବଲାଙ୍ଗିର ଆଦର୍ଶ ଥାନାର ଛବି ଦିନକୁ ଦିନ ମଳିନ ପଡ଼ିବାରେ ଲାଗିଛି। ସହର ଭିତରେ ନିଶାଗ୍ରସ୍ତ ଯୁବକଙ୍କ ବଢ଼ୁଥିବା ପ୍ରାଦୁର୍ଭାବ, ଆଇନ ଶୃଙ୍ଖଳା ରକ୍ଷା କରିବାରେ ପୁଲିସର ବିଫଳତା ଯୋଗୁଁ ଆଦର୍ଶ ଥାନାର ଛବି ଖରାପ ହେଉଛି। ଏକ ଆତ୍ମହତ୍ୟା ମାମଲାର ଅଭିଯୁକ୍ତକୁ ଖସାଇବା ପ୍ରଲୋଭନ ଦେଖାଇବା ଅଭିଯୋଗରେ ଜଣେ ଏସଆଇଙ୍କୁ ନିଲମ୍ବିତ କରାଯାଇଛି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାକ୍ରମରେ କିଛି ଦିନ ତଳେ ମହାଲକ୍ଷ୍ମୀ ନଗରରେ ହୋଇଥିବା ଏକ ଆତ୍ମହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଖସାଇବା ପ୍ରଲୋଭନ ଦେଖାଇବା ଅଭିଯୋଗରେ ଜଣେ ଏସଆଇଙ୍କୁ ନିଲମ୍ବିତ କରାଯାଇଛି। ଜୁଲାଇ ୧୬ ତାରିଖରେ ନିକିତା ଜେନା ନାମକ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ଏ ନେଇ ତାଙ୍କ ଭାଇ ଜୁଲାଇ ୨୯ ତାରିଖରେ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଏହି ମାମଲାର ତଦନ୍ତ ଅଧିକାରୀ ଥିବା ଏସଆଇ ଖଗେଶ୍ୱର ଖୋସଲା ଘଟଣାକୁ ଚପାଇବା ସହ ଅଭିଯୁକ୍ତକୁ ଖସାଇବା ପାଇଁ ପ୍ରଲୋଭନ ଦେଖାଉଥିବା ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ଏକ ଅଡିଓ ମଧ୍ୟ ଭାଇରାଲ ହୋଇଥିଲା। ମୃତା ଛାତ୍ରୀଙ୍କ ପରିବାର ଏନେଇ ଏସଡିପିଓ, ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ଏସ୍‍ପି ନିଜେ ଘଟଣାର ତଦନ୍ତ କରିଥିଲେ। ଅଡିଓ ଶୁଣିବା ସହ ଏସଆଇଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ତାଙ୍କୁ ଅଗଷ୍ଟ ୧୬ ତାରିଖରେ ନିଲମ୍ବିତ କରାଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ତେବେ ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ ନ କରିବା ନେଇ ସାମାଜିକ ଗଣମାଧ୍ୟମରେ ତାଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଥିଲେ।

ଆହୁରି ପଢ଼ନ୍ତୁ: OTET ପ୍ରଶ୍ନପତ୍ର ଲିକ ମାମଲା: ପୂର୍ବତନ ବୋର୍ଡ ଉପସଭାପତିଙ୍କ ସମେତ ୮ ଅଭିଯୁକ୍ତଙ୍କୁ ସର୍ତ୍ତମୂଳକ ଜାମିନ୍

26 Aug 2021 By The Sakala

ଆଦର୍ଶ ଥାନାର ବିଶୃଙ୍ଖଳିତ ଏସଆଇଙ୍କୁ ନିଲମ୍ବିତ: ଆତ୍ମହତ୍ୟା ମାମଲାର ଅଭିଯୁକ୍ତକୁ ଫେରାର ପ୍ରଲୋଭନ

ବଲାଙ୍ଗିର: ବଲାଙ୍ଗିର ଆଦର୍ଶ ଥାନାର ଛବି ଦିନକୁ ଦିନ ମଳିନ ପଡ଼ିବାରେ ଲାଗିଛି। ସହର ଭିତରେ ନିଶାଗ୍ରସ୍ତ ଯୁବକଙ୍କ ବଢ଼ୁଥିବା ପ୍ରାଦୁର୍ଭାବ, ଆଇନ ଶୃଙ୍ଖଳା ରକ୍ଷା କରିବାରେ ପୁଲିସର ବିଫଳତା ଯୋଗୁଁ ଆଦର୍ଶ ଥାନାର ଛବି ଖରାପ ହେଉଛି। ଏକ ଆତ୍ମହତ୍ୟା ମାମଲାର ଅଭିଯୁକ୍ତକୁ ଖସାଇବା ପ୍ରଲୋଭନ ଦେଖାଇବା ଅଭିଯୋଗରେ ଜଣେ ଏସଆଇଙ୍କୁ ନିଲମ୍ବିତ କରାଯାଇଛି। ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣାକ୍ରମରେ କିଛି ଦିନ ତଳେ ମହାଲକ୍ଷ୍ମୀ ନଗରରେ ହୋଇଥିବା ଏକ ଆତ୍ମହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଖସାଇବା ପ୍ରଲୋଭନ ଦେଖାଇବା ଅଭିଯୋଗରେ ଜଣେ ଏସଆଇଙ୍କୁ ନିଲମ୍ବିତ କରାଯାଇଛି। ଜୁଲାଇ ୧୬ ତାରିଖରେ ନିକିତା ଜେନା ନାମକ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିଥିଲେ। ଏ ନେଇ ତାଙ୍କ ଭାଇ ଜୁଲାଇ ୨୯ ତାରିଖରେ ଆଦର୍ଶ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ତେବେ ଏହି ମାମଲାର ତଦନ୍ତ ଅଧିକାରୀ ଥିବା ଏସଆଇ ଖଗେଶ୍ୱର ଖୋସଲା ଘଟଣାକୁ ଚପାଇବା ସହ ଅଭିଯୁକ୍ତକୁ ଖସାଇବା ପାଇଁ ପ୍ରଲୋଭନ ଦେଖାଉଥିବା ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ଏକ ଅଡିଓ ମଧ୍ୟ ଭାଇରାଲ ହୋଇଥିଲା। ମୃତା ଛାତ୍ରୀଙ୍କ ପରିବାର ଏନେଇ ଏସଡିପିଓ, ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ପରେ ଏସ୍‍ପି ନିଜେ ଘଟଣାର ତଦନ୍ତ କରିଥିଲେ। ଅଡିଓ ଶୁଣିବା ସହ ଏସଆଇଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି ତାଙ୍କୁ ଅଗଷ୍ଟ ୧୬ ତାରିଖରେ ନିଲମ୍ବିତ କରାଯାଇଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ତେବେ ଏହି ଘଟଣାରେ ଅଭିଯୁକ୍ତକୁ ଗିରଫ ନ କରିବା ନେଇ ସାମାଜିକ ଗଣମାଧ୍ୟମରେ ତାଙ୍କ ପରିବାର ଅସନ୍ତୋଷ ପ୍ରକାଶ କରିଥିଲେ।

https://www.thesakala.in/latest-odisha-news/balangir/suspended-si-of-balangir-adarsh-police-station/article-4911
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର