ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର : ମା’ର ଶବକୁ ୬ ଘଣ୍ଟା ଜଗିରହିଲା ଝିଅ

The Sakala Picture
Published On

ବଲାଙ୍ଗିର : ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଜିଲ୍ଲାରେ ପୁଣି ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି। ଶବବାହକ ଗାଡ଼ି ନଥିବାରୁ ଜଣେ ମହିଳାଙ୍କ ଶବ ପ୍ରାୟ ୬ଘଣ୍ଟା ଧରି ହସ୍ପିଟାଲ ଶଯ୍ୟାରେ ପଡ଼ିବା ଭଳି ଅଭାବନୀୟ ଘଟଣା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଗତକାଲି ଦେଖିବାକୁ ମିଳିଛି। ସୂଚନାନୁସାରେ, ଖପ୍ରାଖୋଲ ବ୍ଲକ୍‌ ବେନ୍ଦେର ଗାଁର ଡିଲେଶ୍ୱରୀ ମାଝୀ ତାଙ୍କର ଜଣେ ସମ୍ପର୍କୀୟ ଭଉଣୀଙ୍କ ସହ ମିଶି ନିଜ ମାଆ ସୂର୍ଯ୍ୟକାନ୍ତିଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। […]

ବଲାଙ୍ଗିର : ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଜିଲ୍ଲାରେ ପୁଣି ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି। ଶବବାହକ ଗାଡ଼ି ନଥିବାରୁ ଜଣେ ମହିଳାଙ୍କ ଶବ ପ୍ରାୟ ୬ଘଣ୍ଟା ଧରି ହସ୍ପିଟାଲ ଶଯ୍ୟାରେ ପଡ଼ିବା ଭଳି ଅଭାବନୀୟ ଘଟଣା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଗତକାଲି ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ଫାଇଲିନ ଘରେ ଚାଲିଛି ମଦ ଦୋକାନ: କୃଷ୍ଣପ୍ରସାଦ ତହସିଲଦାରଙ୍କୁ ଘେରିଲେ ମହିଳା ସଂଘ

ସୂଚନାନୁସାରେ, ଖପ୍ରାଖୋଲ ବ୍ଲକ୍‌ ବେନ୍ଦେର ଗାଁର ଡିଲେଶ୍ୱରୀ ମାଝୀ ତାଙ୍କର ଜଣେ ସମ୍ପର୍କୀୟ ଭଉଣୀଙ୍କ ସହ ମିଶି ନିଜ ମାଆ ସୂର୍ଯ୍ୟକାନ୍ତିଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ଗତ ୧୬ ତାରିଖରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ଶବ ନେବା ପାଇଁ ଡିଲେଶ୍ୱରୀଙ୍କ ପାଖରେ ଟଙ୍କା ନଥିବାରୁ ବେଡ୍‌ରେ ହିଁ ତାଙ୍କ ମାଆଙ୍କ ଶବକୁ ୫ରୁ ୬ଘଣ୍ଟା ଜଗି ବସିଥିଲେ। ବଲାଙ୍ଗିରରୁ ବେନ୍ଦେର ପ୍ରାୟ ୯୦ ରୁ ୧୦୦କିମି ହୋଇଥିବା ବେଳେ ଏତେ ଦୂର ଶବ ନେଇଯିବା ତାଙ୍କ ପାଇଁ ଅସମ୍ଭବ ଥିଲା।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ତେବେ ବେଡ୍‌ରେ ଦୀର୍ଘ ସମୟ ଧରି ଶବ ପଡ଼ିରହିବାରୁ ଦୁର୍ଗନ୍ଧ ହୋଇଥିଲା। ପାଖ ବେଡ୍‌ରେ ଥିବା ରୋଗୀ ଓ ସମ୍ପର୍କୀୟମାନେ ମଧ୍ୟ ଡିଲେଶ୍ୱରୀଙ୍କୁ ଶବ ନେଇଯିବା ପାଇଁ ଅନେକବାର କହିଥିଲେ। କିନ୍ତୁ ଟଙ୍କା ନଥିବାରୁ ସେ ଅସହାୟ ଅବସ୍ଥାରେ ବସି ରହିଥିଲେ। ଖବର ପାଇ ସ୍ୱେଚ୍ଛାସେବୀ ଗୋବିନ୍ଦ ଶତପଥୀ ଏ ସଂପର୍କରେ ହସ୍ପିଟାଲ ଅଧୀକ୍ଷକ ଡା. ମାନସୀ ପାଣ୍ଡଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ସେ ମଧ୍ୟ ଅସହାୟତା ପ୍ରକାଶ କରିଥିଲେ। ଡାକ୍ତରଖାନାର ଦୁଇଟି ମହାପ୍ରୟାଣ ବା ଶବବାହକ ଗାଡ଼ି ଖରାପ ହୋଇଥିବା ବେଳେ ଗୋଟିଏ ଗାଡ଼ି ଅନ୍ୟତ୍ର ଶବ ନେଇଯାଇଛି ଏବଂ ତାହା ଆସିବା ପରେ ଶବ ଉଠିବ ବୋଲି ସେ କହିଥିଲେ।

ଆହୁରି ପଢ଼ନ୍ତୁ: ମାର୍ଚ୍ଚ ଆରମ୍ଭରୁ ତାଉ ଦେଖାଇଲାଣି ଖରା: ୩୯.୬ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ, ଜାଣନ୍ତୁ ଆଗକୁ କେମିତି ରହିବ ପାଗ

ପରେ, ପ୍ରାୟ ୬ ଘଣ୍ଟା ପରେ ଶବକୁ ମହାପ୍ରୟାଣ ଗାଡ଼ିରେ ଗାଁକୁ ପଠାଯାଇଥିବା ଜଣାପଡ଼ିଛି। ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଓ ବଡ଼ ଡାକ୍ତରଖାନାରେ ମହାପ୍ରୟାଣ ଗାଡ଼ିର ଅଭାବ ରହିବା ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ସେମାନଙ୍କ କହିବା କଥା, ଖୋଦ୍‌ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଜିଲ୍ଲାରେ ଯଦି ଏଭଳି ଚିତ୍ର ଦେଖିବାକୁ ମିଳୁଛି, ତେବେ ଅନ୍ୟ ଜିଲ୍ଲା କଥା ପଚାରେ କିଏ?

20 Jul 2025 By The Sakala

ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ସ୍ୱାସ୍ଥ୍ୟ ବ୍ୟବସ୍ଥାର ବିକଳ ଚିତ୍ର : ମା’ର ଶବକୁ ୬ ଘଣ୍ଟା ଜଗିରହିଲା ଝିଅ

ବଲାଙ୍ଗିର : ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଜିଲ୍ଲାରେ ପୁଣି ସ୍ବାସ୍ଥ୍ୟସେବାର ବିକଳ ଚିତ୍ର ସାମ୍ନାକୁ ଆସିଛି। ଶବବାହକ ଗାଡ଼ି ନଥିବାରୁ ଜଣେ ମହିଳାଙ୍କ ଶବ ପ୍ରାୟ ୬ଘଣ୍ଟା ଧରି ହସ୍ପିଟାଲ ଶଯ୍ୟାରେ ପଡ଼ିବା ଭଳି ଅଭାବନୀୟ ଘଟଣା ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାରେ ଗତକାଲି ଦେଖିବାକୁ ମିଳିଛି।

ସୂଚନାନୁସାରେ, ଖପ୍ରାଖୋଲ ବ୍ଲକ୍‌ ବେନ୍ଦେର ଗାଁର ଡିଲେଶ୍ୱରୀ ମାଝୀ ତାଙ୍କର ଜଣେ ସମ୍ପର୍କୀୟ ଭଉଣୀଙ୍କ ସହ ମିଶି ନିଜ ମାଆ ସୂର୍ଯ୍ୟକାନ୍ତିଙ୍କୁ ପାଟଣାଗଡ଼ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। କିନ୍ତୁ ସେଠାରେ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ଗତ ୧୬ ତାରିଖରେ ତାଙ୍କୁ ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଥିଲା। କିନ୍ତୁ ଶବ ନେବା ପାଇଁ ଡିଲେଶ୍ୱରୀଙ୍କ ପାଖରେ ଟଙ୍କା ନଥିବାରୁ ବେଡ୍‌ରେ ହିଁ ତାଙ୍କ ମାଆଙ୍କ ଶବକୁ ୫ରୁ ୬ଘଣ୍ଟା ଜଗି ବସିଥିଲେ। ବଲାଙ୍ଗିରରୁ ବେନ୍ଦେର ପ୍ରାୟ ୯୦ ରୁ ୧୦୦କିମି ହୋଇଥିବା ବେଳେ ଏତେ ଦୂର ଶବ ନେଇଯିବା ତାଙ୍କ ପାଇଁ ଅସମ୍ଭବ ଥିଲା।

ତେବେ ବେଡ୍‌ରେ ଦୀର୍ଘ ସମୟ ଧରି ଶବ ପଡ଼ିରହିବାରୁ ଦୁର୍ଗନ୍ଧ ହୋଇଥିଲା। ପାଖ ବେଡ୍‌ରେ ଥିବା ରୋଗୀ ଓ ସମ୍ପର୍କୀୟମାନେ ମଧ୍ୟ ଡିଲେଶ୍ୱରୀଙ୍କୁ ଶବ ନେଇଯିବା ପାଇଁ ଅନେକବାର କହିଥିଲେ। କିନ୍ତୁ ଟଙ୍କା ନଥିବାରୁ ସେ ଅସହାୟ ଅବସ୍ଥାରେ ବସି ରହିଥିଲେ। ଖବର ପାଇ ସ୍ୱେଚ୍ଛାସେବୀ ଗୋବିନ୍ଦ ଶତପଥୀ ଏ ସଂପର୍କରେ ହସ୍ପିଟାଲ ଅଧୀକ୍ଷକ ଡା. ମାନସୀ ପାଣ୍ଡଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ ସେ ମଧ୍ୟ ଅସହାୟତା ପ୍ରକାଶ କରିଥିଲେ। ଡାକ୍ତରଖାନାର ଦୁଇଟି ମହାପ୍ରୟାଣ ବା ଶବବାହକ ଗାଡ଼ି ଖରାପ ହୋଇଥିବା ବେଳେ ଗୋଟିଏ ଗାଡ଼ି ଅନ୍ୟତ୍ର ଶବ ନେଇଯାଇଛି ଏବଂ ତାହା ଆସିବା ପରେ ଶବ ଉଠିବ ବୋଲି ସେ କହିଥିଲେ।

ପରେ, ପ୍ରାୟ ୬ ଘଣ୍ଟା ପରେ ଶବକୁ ମହାପ୍ରୟାଣ ଗାଡ଼ିରେ ଗାଁକୁ ପଠାଯାଇଥିବା ଜଣାପଡ଼ିଛି। ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଓ ବଡ଼ ଡାକ୍ତରଖାନାରେ ମହାପ୍ରୟାଣ ଗାଡ଼ିର ଅଭାବ ରହିବା ଦୁର୍ଭାଗ୍ୟଜନକ ବୋଲି ବୁଦ୍ଧିଜୀବୀମାନେ କହିଛନ୍ତି। ସେମାନଙ୍କ କହିବା କଥା, ଖୋଦ୍‌ ସ୍ୱାସ୍ଥ୍ୟମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ଜିଲ୍ଲାରେ ଯଦି ଏଭଳି ଚିତ୍ର ଦେଖିବାକୁ ମିଳୁଛି, ତେବେ ଅନ୍ୟ ଜିଲ୍ଲା କଥା ପଚାରେ କିଏ?

https://www.thesakala.in/latest-odisha-news/balangir/sad-picture-of-the-health-system-in-the-health-ministers-district/article-41676
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର